ଗୁରୁବାର, 8 ଅଗଷ୍ଟ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ ଓ ଆନୁଷ୍ଠାନିକ କାମରୁ ସମ୍ମାନଲାଭ ହେବ । ନିକଟ ସମ୍ପର୍କୀୟମାନଙ୍କ ଶୁଭକାମନା ଓ ସାହାଯ୍ୟକାରୀ ମନୋବୃତ୍ତି ସାମୟିକ ମନକୁ ଖୁସି କରିପାରେ । ବିଦେଶଯାତ୍ରାରେ ଯଶଲାଭ, ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ । ଉତ୍ତମ ରୋଜଗାର ହେବ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ ଓ ଯଶ, ମାନ ବୃଦ୍ଧି ହେବ । ନୂତନ ଗୃହ ନିର୍ମାଣ କରିବେ । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ମହିଳାମାନେ ସତକଥା କହି ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି ।

ବୃଷ

ବ୍ୟବସାୟିକ କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତିହେବ ଓ ଆଶା ଆକାଂକ୍ଷା ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ସାଧାରଣ କେତେକ ସୁବିଧା ସୁଯୋଗକୁ ବାଦ୍ ଦେଲେ କେତେକ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ । ଗାମ୍ଭୀର୍ଯ୍ୟପୂର୍ଣ୍ଣ ଯୁକ୍ତିଯୁକ୍ତ କଥାକହି ପରିସ୍ଥିତିକୁ ସମ୍ଭାଳିବାରେ ସମର୍ଥ ହୋଇପାରିବେ । ଗୃହୋପକରଣ କ୍ରୟ କରି ପାରନ୍ତି । ଯୁବକ ଯୁବତୀମାନେ ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରସୁଯୋଗ ପାଇବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ ଓ ବିବାହ ସ୍ଥିର ହେବ ।

ମିଥୁନ

ସମସ୍ୟା ଗୁଡ଼ିକ ସରଳ ସମାଧାନ କରିବାରେ ସମର୍ଥ ହେବେ । ଅର୍ଥ ଲାଭର ଯୋଜନା କରିବା କାମରେ ନିଜକୁ ନିୟୋଜିତ କରିପାରନ୍ତି । ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଚେଷ୍ଟା କରିବେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ, ଯାହାକି ସାମୟିକ ଚିନ୍ତା ଉଦ୍ରେକ କରିପାରେ । ମହିଳାମାନେ ନିଜ ଗୃହ ସମସ୍ୟା ସଜାଡିବାକୁ ସୁବିଧା ପାଇବେ । ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।

କର୍କଟ

ଯେକୌଣସି ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରହିବ । କରଜଦାତାଙ୍କ କରଜ ପରିଶୋଧ କରିବା ପାଇଁ ସୁବିଧା ପାଇବେ । ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସଫଳ ହେବେ । ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ସ୍ଥଗିତ କର୍ମଗୁଡ଼ିକର ସମ୍ପାଦନ କରିବେ । ବ୍ୟବସାୟ କ୍ଷେତ୍ରରେ ଠିକ୍ ଓ ଯୁକ୍ତିଯୁକ୍ତ କଥାକହି ଅନ୍ୟମାନଙ୍କୁ ଆପଣେଇ ପାରିବେ । ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ଆନନ୍ଦ ଅନୁଭବ କରିବେ । ଦୂର ଯାତ୍ରାରେ ସଫଳତା ମିଳିବ ।

ସିଂହ

ନିକଟ ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସନ୍ତୋଷ ସୃଷ୍ଟି କରିବ । ଆନୁଷ୍ଠାନିକ କାମରେ ଆପଣ ଗଠନମୂଳକ ପ୍ରସ୍ତାବ ନେଇ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ । ପରିବହନ ବ୍ୟବସାୟ, ଗବେଷଣା, ଯୋଗାଯୋଗ ସକାଶେ ଦିନଟି ବହତୁ ଭଲ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ପ୍ରଭୃତିରୁ ସୁଫଳ ପାଇବେ । ରାଜନୈତିକ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରି ଚର୍ଚ୍ଚିତ ହେବେ । ମହିଳାମାନେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ ଓ ଗୃହୋପକରଣ କିମ୍ବା ମୂଲ୍ୟବାନ୍ ସାମଗ୍ରୀ କ୍ରୟ କରିପାରନ୍ତି । ନୂତନ କର୍ମାରମ୍ଭ ହେତୁ ନୂଆ ଉତ୍ସାହ ନେଇ କାମ କରି ଚାଲିବେ ।

କନ୍ୟା

ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆର୍ଥିକ ସ୍ୱଚ୍ଛଳତା ଫେରି ପାଇବେ ଓ ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଆମଦାନୀ ରପ୍ତାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ଯେଉଁ କାମରେ ହାତଦେବେ ତାହା ଅବଶ୍ୟ ନିର୍ବିଘ୍ନରେ ସମାପନ ହୋଇଯିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ଟେନ୍ସନ୍ ଦୂର ହେବ । ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ ।

ତୁଳା

ଶାରୀରିକ ସୁସ୍ଥତା ଫେରିଆସିବା ସହ ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇବେ । ସଭାସମିତି, କ୍ରୀଡ଼ା, କଳା, ସଙ୍ଗୀତ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଦୂରବନ୍ଧୁଙ୍କ ସୌଜନ୍ୟମୂଳକ ସାକ୍ଷାତ ଲାଭକରି ଖୁସୀହେବେ । ଶିଳ୍ପ, ବାଣିଜ୍ୟ, ପରିବହନ ବ୍ୟବସାୟ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଆମୋଦ-ପ୍ରମୋଦ, ମନୋରଞ୍ଜନ, ଭୋଜିଭାତ, ମଉଜ ମଜିଲିସ୍ ରେ ବୁଡି ରହିବେ । ଯାତ୍ରାରେ ଲାଭବାନ ହେବେ ।

ବିଛା

ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ର ସୁଯୋଗ ପାଇବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ । ଆପଣ ଯେତେ ଶାଳୀନତା ରଖି କହିଲେ ମଧ୍ୟ ଅନ୍ୟମାନେ ଆପଣଙ୍କ କଥାର କଦର୍ଥ କରିବେ । ରାଜନୈତିକ କ୍ଷେତ୍ରରେ କୌଣସି ଏକ ସାଧାରଣ ଭୁଲ୍ ଭଟକା ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିପାରେ । ମହିଳାମାନେ ବନ୍ଧୁଙ୍କ ଅନୁରୋଧ କ୍ରମେ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଭୋଗି ପାରନ୍ତି । ଅପରାହ୍ନ ସମୟରେ ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ ।

ଧନୁ

ପ୍ରତ୍ୟେକ କ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ କରିପାରିବେ । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ । ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ । ବ୍ୟବସାୟ କ୍ଷେତ୍ରରେ ଆଶାଜନକ ସଫଳତା ହାସଲ କରିବେ । ଘରର ବରାଦ ମୁତାବକ କୌରସି ବିଳାସ ଉପକରଣ କିଣିପାରନ୍ତି । ମହିଳାମାନେ ନୂତନ ପ୍ରସ୍ତାବ ଦେଇ ବନ୍ଧୁ ଗହଣରେ ଚର୍ଚ୍ଚିତ ହୋଇପାରନ୍ତି । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ ।

ମକର

ବନ୍ଧୁଙ୍କ ସାହାଯ୍ୟ ଏବଂ ଅବଦାନ ଅବିସ୍ମରଣୀୟ ରହିବ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ । ଆର୍ଥିକସ୍ଥିତି ଭଲ ରହିବା ଯୋଗେ କାମଗୁଡ଼ିକୁ ଯଥାଶୀଘ୍ର ଶେଷ କରିବାରେ କିଛି ଅସୁବିଧା ହେବ ନାହିଁ । ମିତ୍ରମାନେ ପରାମର୍ଶ ଦେଇ କିଛି ସମସ୍ୟାମୂଳକ କାମ ସମାଧାନ କରାଇପାରନ୍ତି । ବ୍ୟବସାୟୀ ମାନଙ୍କ ଆର୍ଥିକସ୍ଥିତି ହଠାତ୍ ବଦଳି ଯିବା ଫଳରେ ଖୁସିହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ ।

କୁମ୍ଭ

ସତସଙ୍ଗ, ମନୋରଞ୍ଜନ ଓ କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସିତ ହେବେ । ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇବେ । ବ୍ୟବସାୟ କ୍ଷେତ୍ରରେ ମାନସିକ ସ୍ଥିତି ଭଲ ରହିବ । ନିକଟ ସମ୍ପର୍କୀୟମାନଙ୍କ ସହ ପରୋକ୍ଷ ଶତୃତା ବଦଳିଯିବ । କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କର ସୌଜନ୍ୟରୁ ହୋଇଯିବ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ମହିଳାମାନେ ପୁରାତନ ରୋଗର ପୀଡ଼ା ଭୋଗ କରିବେ । ପରିବାରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦରେ ପଡିପାରନ୍ତି ।

ମୀନ

ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ । ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଆଜି ଚେଷ୍ଟା କରିବେ । ସୁଖ ଶାନ୍ତିରେ ଦିନ କାଟିବେ । ସାର୍ବଜନୀନ ସମ୍ପର୍କରେ ନିଜର ବ୍ୟକ୍ତିତ୍ଵ ବିକଶିତ ହେବ । ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଯୁବକ ଯୁବତୀମାନେ ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ବୁଡି ରହିବେ ।

Leave a Reply

Your email address will not be published. Required fields are marked *