ଆଜି ଉତ୍କଳ ଦିବସ, ସୋମବାର, 1 ଏପ୍ରିଲ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଆଶାତୀତ ଲାଭ କରିବେ । ଅଟକିଥିବା କାର୍ଯ୍ୟ ଚାଲୁ କରି ହେବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ । ଭାଇ ଓ ମିତ୍ରଙ୍କଠାରୁ ସହଯୋଗ ପାଇବେ । ବିରୋଧିମାନେ ଦୂରେଇଯିବେ । ପରିବାରରେ ଖୁସିର ବାତାବରଣ ସୃଷ୍ଟି ହେବ । ଯାନ ବାହନ ସୁଖ ମିଳିବ । ମନୋରଂଜନ କାର୍ଯ୍ୟରେ ସମୟ କଟିବ । ବିଦ୍ୟା, ଖେଳରେ ପ୍ରଶଂସିତ ହେବେ ।

ବୃଷ

ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ । ପାରିବାରିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ । କର୍ମକ୍ଷେତ୍ର ସୁଦୃଢ଼ ହେବ । ବ୍ୟବସାୟୀମାନେ ବହୁତ ଦିନର ବାକିପଡିଥିବା ଅର୍ଥ ପାଇବେ । ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ । ମହିଳାମାନଙ୍କର ଆଶା ପୂରଣ ହେବ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ । ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ । ବିଦ୍ୟାରେ ଉନ୍ନତି ହେବ । ଭବିଷ୍ୟତ ଚିନ୍ତାକରି ପରିଶ୍ରମକଲେ ଚେଷ୍ଟା ସାର୍ଥକହେବ ।

ମିଥୁନ

ବାଦବିବାଦ ମାଲିମୋକଦ୍ଦମା ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ଆୟର ମାର୍ଗ ପ୍ରଶସ୍ତ ହେବ । ଦୂରଯାତ୍ରାରେ ସୁଖମିଳିବ ଏବଂ ଲାଭ ବାନ୍ ହେବେ । ପରିବାରରେ ଆନନ୍ଦ ଲହରୀ ଖେଳିଯିବ । ମିତ୍ର, ଭାଇ ଓ ବନ୍ଧୁମାନେ ସହଯୋଗ କରିବେ । ପରିଶ୍ରମଦ୍ୱାରା କାର୍ଯ୍ୟ ସଫଳ ହେବ । ବାହାନ କ୍ରୟ ଓ ବିକ୍ରୟ କରିବେ । ମହିଳାମାନେ ସମସ୍ୟା ସମାଧାନ କରି ଶାନ୍ତି ପାଇବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ରାଜନୀତିରେ ବିରୋଧ, ଖେଳରେ ସତର୍କତା ଅବଲମ୍ବନ କରିବା ଉଚିତ୍ । ବଜେଟ୍ ରେ ଗୋଳମାଳ ହେବ ।

କର୍କଟ

କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରଜ କରିବାକୁ ବାଧ୍ୟ ହେବେ । କର୍ମରେ ଅସ୍ଥିରତା ଆସିବ । କାର୍ଯ୍ୟ ସହଜ ସରଳରେ ସମାଧାନ ହେବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ଖର୍ଚ୍ଚବଢ଼ିବାଯୋଗେପରିବାରରେ ଅସନ୍ତୋଷ ଦେଖାଦେବ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ । ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡିବେ । ସାମୟିକ ଚିନ୍ତା ଦୂରହେବ । ମହିଳାମାନେ ପିଲାଙ୍କସହ ଖୁସିରେ ରହିବେ । ନିଜଲୋକମାନେ ଦୂରେଇ ଯିବେ । ରାଜନୀତିରେ ପ୍ରସଂଶା, ବିଦ୍ୟାରେଉନ୍ନତି, କୃଷିରେ ମନସନ୍ତୁଷ୍ଟ, ଖେଳରେ ବିଜୟୀ ହେବେ ।

ସିଂହ

ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ । ମନୋରଞ୍ଜନ କରିବା ପାଇଁ ସମୟ ମିଳିବ । ଯାତ୍ରାରେ ସମୟ କଟିବ ଓ ଲାଭ ପାଇବେ । ବ୍ୟବସାୟ ବୃଦ୍ଧି କିମ୍ବା ନୂଆ ଯୋଜନା ଅନୁସାରେ କାର୍ଯ୍ୟ କରିବେ । ଅଟକିଥିବା ଧନ ପ୍ରାପ୍ତ ହେବ । ମହିଳାମାନେ ନୂତନ କର୍ମ ଓ ବ୍ୟବସାୟ ପାଇଁ ଚେଷ୍ଟିତ ହେବେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ । ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ । ରାଜନୀତିରେ ଉନ୍ନତି, ବିଦ୍ୟାରେ ଉନ୍ନତି, ଖେଳରେ ଖୁସି ହେବେ । ଆର୍ଥିକସ୍ଥିତି ପୂର୍ବପରି ରହିବ ।

କନ୍ୟା

ବ୍ୟବସାୟୀମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ସମସ୍ୟାକୁ ସୁଧାରି ନେବେ । କୌଣସି ଆନୁଷ୍ଠାନିକ, ମାଙ୍ଗଳିକ ଓ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବେ । ଆର୍ଥିକସ୍ଥିତି ମନ୍ଦ ହେବନାହିଁ, ଯାହାଦ୍ୱାରା କି ବହୁ ପରିମାଣରେ ଅଭିବୃଦ୍ଧିର ହାର ବଢ଼ିଯିବ । ଲେଖାପଢ଼ାରୁ, ସଭାସମିତିରୁ, ବନ୍ଧୁମିଳନରୁ ଶୁଭଫଳ ପାଇବେ । ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟ ଲାଭ କରିବେ । ମହିଳାମାନେ ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ ।

ତୁଳା

ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଅପଣା ଲୋକଙ୍କ ସହଯୋଗ ପାଇ ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ । ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ । ଦାମ୍ପତ୍ୟଜୀବନ ସୁଖମୟ ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ନିକଟକୁ ଯାତ୍ରା କରି ଲାଭବାନ୍ ହେବେ । ବିଦ୍ୟା ଓ ଖେଳରେ ଉନ୍ନତି ହେବ । ମହିଳାମାନେ ମିତ୍ର ଓ ସହକର୍ମୀ ମାନଙ୍କୁ ସାହାଯ୍ୟ କରି ଆର୍ଥିକ ସମସ୍ୟାରେ ଚିନ୍ତିତ ହେବେ ।

ବିଛା

ବ୍ୟବସାୟରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନରେ ସୁଖବୃଦ୍ଧି ହେବ । ମହିଳାମାନଙ୍କର ସ୍ୱଜନ ଓ ମିତ୍ରଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ । ଗୃହର ସମସ୍ୟା ଦୂର ହୋଇଯିବ । ଅଟକିଥିବା ଧନଲାଭ ହେବ । ଦିନଚର୍ଯ୍ୟା ସୁଖଦାୟକ ହେବ । ପରିଶ୍ରମ ଦ୍ୱାରା ଲାଭ ପାଇବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ । ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ । ରାଜନୀତି, କୃଷି, ବିଦ୍ୟା ଓ ଖେଳରେ ସଫଳ ହେବେ । ସଂପତ୍ତି କ୍ରୟ ଓ ବିକ୍ରୟ ଦ୍ୱାରା ଲାଭ ପାଇବେ । ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ।

ଧନୁ

ମହିଳାମାନେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ଶୁଭ ସମାଚାର ପାଇ ମନ ଖୁସି ହେବ । ଦୂରଯାତ୍ରାକରି ଲାଭ ପାଇବେ ଓ ଅଭିଷ୍ଟ ପ୍ରାପ୍ତି ହେବ । ବ୍ୟବସାୟରେ ଅଚଳାବସ୍ଥା ସୁଧୁରିଯିବ । କର୍ମ କ୍ଷେତ୍ରରେ ସମ୍ମାନୀତ ହେବେ । ଜନ ସେବାରେ ପ୍ରଶଂସା ମିଳିବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ଶତୃ ପରାଜିତ ହେବେ । ନିର୍ମାଣ କାର୍ଯ୍ୟରେ କିଛି ସମୟ ଇଚ୍ଛାକୃତ ତ୍ୟାଗ କରିବେ । ସାମାଜିକ ଉତ୍ସବରେ ଭାଗ ନେବେ । ରାଜନୀତି, ଖେଳ, ବିଦ୍ୟା ଓ କୃଷିକ୍ଷେତ୍ରରେ ଆଦୃତ ହେବେ ।

ମକର

ରାଜନୀତିରେ ଲୋକପ୍ରିୟତା, ବିଦ୍ୟାରେଉନ୍ନତି, ଖେଳ ରେ ପ୍ରଶଂସା, କୃଷିରେ ମନନିବେଶ କରିବେ । ପ୍ରତିକାର ଦ୍ୱାରା ବାଧା ଦୂର ହେବ ଏବଂ ସଫଳତା ମିଳିବ । ବ୍ୟବସାୟରେ ଖୁବ୍ ଆଶାବାଦୀ ହେବେ ଓ ବାକିଥିବା ଅର୍ଥ ଆଦାୟ ହେବ । ମହିଳାମାନେ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ନୂଆ ନିଯୁକ୍ତିର ସମ୍ଭାବନା ଅଛି । ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ହେବ । ଆଲୋଚନା କ୍ଷେତ୍ରରେ ଠିକ୍ ନିସ୍ପତି ନେବେ । ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହେବାର ଯୋଗ ଅଛି ।

କୁମ୍ଭ

ଆମୋଦ ପ୍ରମୋଦର ସୁଯୋଗ ପାଇବେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ । ବିଶିଷ୍ଟ ବ୍ୟକ୍ତି ଓ ପ୍ରସିଦ୍ଧ ବ୍ୟକ୍ତି ମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବ୍ୟବସାୟରେ ପ୍ରସାର ପ୍ରଚାର ହେବ ଓ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ । ସହଯୋଗୀମାନେ ଉନ୍ନତିପାଇଁ ଚେଷ୍ଟା କରିବେ । ଶୁଭକାର୍ଯ୍ୟ ପାଇଁ ଇଚ୍ଛାକରି ଗୁରୁଜନମାନଙ୍କ ଠାରୁ ଆର୍ଶିବାଦ ପାଇବେ । ରାଜନୀତିରେ ସମସ୍ୟା ଦୂର ହେବ ।

ମୀନ

ବିଦ୍ୟା ଓ ଖେଳରେ ଉତ୍ସାହ ବଢ଼ିବ । ବାହ୍ୟ ଯୋଗାଯୋଗରେ ଲାଭ ମିଳିବ । ସଭାସମିତି, ରାଜନୀତି ପାଇଁ ସମୟ ଦେବାକୁ ପଡ଼ିବ । ଶିଳ୍ପ, ବାଣିଜ୍ୟ ଓ ପରିବହନ ବ୍ୟବସାୟ ଭଲ ଚାଲିବ । ମହିଳାମାନେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ ଓ ମାନସିକ ଶାନ୍ତି ପାଇବେ । ସାମାଜିକ କାର୍ଯ୍ୟରେ ଭାଗ ନେବେ । କର୍ମସଂଧାନୀ ମାନେ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ । ମାଂସ ଭୋଜନ, ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ । ଲଟେରୀ ଓ ଜୁଆଖେଳରୁ ନିବୃତ୍ତ ରହନ୍ତୁ ନଚେତ୍ କ୍ଷତିସହିବେ ।

Leave a Reply

Your email address will not be published. Required fields are marked *