ଆସିଗଲା ଶୀତଦିନ, ବଜାରରୁ ୧୦ ଗୁଣା ଅଧିକ ଭଲ ଲୋସନ ଘରେ ବନାନ୍ତୁ ? ୨୪ଘଣ୍ଟା ଯାଏଁ ତ୍ୱଚା ଶୁଖିବନି କି ଫାଟିବନି !

ବନ୍ଧୁଗଣ ଶୀତଦିନେ ଆମ ତ୍ୱଚା ସମ୍ବନ୍ଧିତ ଯେଉଁ ସାଧାରଣ ସମସ୍ୟା ହୁଏ ତାହା ଅଟେ ତ୍ୱଚା ଶୁଖିଯିବା ମାନେ ଡ୍ରାଏନେସ. ଶୁଖିବା ପଣକୁ ଦୂର କରିବା ଏବଂ ତ୍ୱଚାକୁ ମଶ୍ଚରାଇଜ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାରର ଲୋସନ ଏବଂ ମଶ୍ଚରାଇଜରର ବ୍ୟବହାର କଋଥାଉଁ. କିନ୍ତୁ ବଜାରରୁ ମିଳୁଥିବା କିଛିବି ପ୍ରଡକ୍ଟ ନା ଆମ ତ୍ୱଚାକୁ ଦିନ ସାରା ମଶ୍ଚରାଇଜର ରଖିପାରେ ଏବଂ ନା ଆମ ପାଖରେ ସେତିକି ସମୟ ଅଛି କି ଆମେ ଦିନ ସାରା ବାରମ୍ବାର ଏହାର ବ୍ୟବହାର କରିପାରିବା.

ଏହାଛଡା ବଜାରରୁ ମିଳୁଥିବା ଲୋସନରେ ବହୁ ପ୍ରକାରର କେମିକାଲସବି ମିଶିଥାଏ ଏବଂ ସାଥିରେ ଭଲ କ୍ୱାଲିଟିର ଲୋସନର ଦାମ ଦିନକୁ ଦିନ ବଢିବାକୁ ଲାଗିଛି. ଏମିତିରେ ଆମେ ଶୀତ ଦିନରେ ନିଜ ଘରେ ଏକ ସମ୍ପୂର୍ଣ୍ଣ ନେଚୁରାଲ ମଶ୍ଚରାଇଜର ବନେଇନେବା. ଆଜିର ଏହି ପୋଷ୍ଟରେ ମୁଁ ଆପଣଙ୍କୁ କହିବି ଘରେ କିଛି ସହଜ ଜିନିଷର ସହାୟତାରେ କେବଳ କିଛି ସମୟରେ ସମ୍ପୂର୍ଣ୍ଣ ପ୍ରାକୃତିକ ଲୋସନ କେମିତି ବନେଇ ପାରିବେ.

ଏହା ବନେଇବା ବହୁତ ସହଜତ ଅଟେ ସାଥିରେ ଏହାକୁ ବନେଇବା ପାଇଁ ଲାଗୁଥିବା ଟଙ୍କା ବଜାରରୁ ମିଳୁଥିବା ଲୋସନଠୁ ବହୁତ ଗୁଣା କମ ହେବ. ଘରେ ବନଯାଇଥିବା ମଶ୍ଚରାଇଜର ସବୁଠୁ ବଡ ଭଲ ଗୁଣ ହେଲା କି ଏହା ଦେଖିବା ଏବଂ ବ୍ୟବହାର କରିବାରେ ସମ୍ପୂର୍ଣ୍ଣ ବଜାରରେ ମିଳୁଥିବା ଲୋସନ ଭଳି ହେବ ଏବଂ ଏହାର କେବଳ ଥରେ ବ୍ୟବହାର ଦ୍ୱାରା ଆମ ତ୍ୱଚାରେ ପୁରା ଦିନ ନମନୀୟତା ବନି ରହିବ.ଯାହାଦ୍ୱାରା ତ୍ୱଚାରେ ଶୁଖିଲାପଣ ଦେଖିବାକୁ ମିଳିବନି. ଏହାଛଡା ବାରମ୍ବାର ଏହାର ବ୍ୟବହାର ଦ୍ୱାରା ଆମ ତ୍ୱଚାର ରଙ୍ଗରେବି ପରିବର୍ତ୍ତନ ଆସିବ ଏବଂ ଥଣ୍ଡା ଦିନ ମାନଙ୍କରେବି ଆମ ତ୍ୱଚା କୋମଳ ଏବଂ ଚମକଦାର ଦେଖା ହେବ.ଆସନ୍ତୁ ଜାଣିବା ଏହାକୁ ବନେଇବା କିପରି.

ଏହାକୁ ବନେଇବା ପାଇଁ ଆମକୁ ଆବଶ୍ୟକ ପଡିବ ଏଲୋଭେରା ଜେଲ, ଗୋଲାପ ଜଳ, ନଡ଼ିଆ ତେଲ, ଗ୍ଲିସେରିନ, ଭିଟାମିନ ଇ ଓଏଲ ଏବଂ ଆରଆରରୁଟ ପାଉଡର. ଏହାକୁ ବନେଇବା ପାଇଁ ସର୍ବ ପ୍ରଥମେ ଏକ ବାଉଲରେ ୪ରୁ୫ ଚାମଚ ଏଲୋଭେରା ଜେଲ ନିଅନ୍ତୁ. ଏହାପରେ ଏହା ମଧ୍ୟରେ ୪ ଚାମଚ ନଡ଼ିଆ ତେଲ ନିଅନ୍ତୁ, ତାପରେ ୭ରୁ୮ ଚାମଚ ଗୋଲାପ ଜଳ ମିଶାନ୍ତୁ, ଏହାପରେ ୩ରୁ୪ ଚାମଚ ଗ୍ଲିସେରିନ ମିଶାନ୍ତୁ, ଏହାପରେ ଏକ ଚାମଚ ଭିଟାମିନ ଇ ଓଏଲ ମିଶାନ୍ତୁ ଯାହା ଆପଣଙ୍କୁ ଆପଣଙ୍କ ଲୋକାଲ ମେଡିକାଲ ଷ୍ଟୋରରୁ ସହଜରେ ମିଳିଯିବ.୬ରୁ୭ ଟି ଭିଟାମିନ ଇ କେପ୍ସୁଲ ଭାଙ୍ଗି ତା ଓଏଲ ମିଶାନ୍ତୁ, ଏହାପରେ ସମସ୍ତ ଜିନିଷ ଭଲଭାବରେ ମିକ୍ସ କରିଦିଅନ୍ତୁ. ସମସ୍ତ ଜିନିଷକୁ ମିକ୍ସ କରି କ୍ରିମରେ ବଦଳିବା ପାଇଁ ଆପଣ ମିକ୍ସର ବ୍ୟବହାର କରିବା ନିହାତି ଆବଶ୍ୟକ. ଏହପାଇଁ ଆପଣ ହେଣ୍ଡ ମିକ୍ସର ଅବା କୌଣସି ଅଲଗା ପ୍ରକାରର ମିକ୍ସରର ବ୍ୟବହାର ମଧ୍ୟ କରିପାରିବେ.ଯେମିତି ଯେମିତି ଆପଣ ଏହାକୁ ମିକ୍ସ କରି ଚାଲିବେ ସେମିତି ସେମିତି ଏହା କ୍ରିମରେ ବଦଳିଯିବ, ଅଳ୍ପ ସମୟ ମିକ୍ସ କରିବା ପରେ ଏହା ମଧ୍ୟରେ ୧ରୁ ଦେଢ଼ ଚାମଚ ଆରଆରରୁଟ ପାଉଡର ମିଶାଇ ଏହାକୁ ୨ ମିନିଟ ପାଇଁ ପୁଣି ମିକ୍ସ କରନ୍ତୁ. ଏହାପରେ ଏହି ଲୋସନ ଵନିଯିବ.

ଏହା ବନେଇ ସାରିଲା ପରେ ଏହାଠିକ ସେହି ପ୍ରକାର ଦେଖା ହେବ ଯେମିତି ବଜାରରେ ମିଳୁଥିବା ଅନ୍ୟ ମଶ୍ଚରାଇଜର ଲୋସନ ଦେଖାଯାଏ. ଏହାପରେ ଏହି ଲୋସନକୁ କୌଣସି ବୋତଲରେ ଭରିକରି ରଖିଦିଅନ୍ତୁ. ଏହି ଲୋସନର ବ୍ୟବହାର ପ୍ରତିଦିନ ଗାଧୋଇବା ପରେ ଆପଣଙ୍କ ଚେହେରା ଓ ଶରୀରର ତ୍ୱଚା ଉପରେ ଲଗାନ୍ତୁ.ଲଗାଇବାର ତୁରନ୍ତ ପରେ ଏହା ଆମ ତ୍ୱଚାରେ ଭଲ ଭାବେ ଏବଜର୍ଭ ହୋଇଯାଏ. ଏହା ଚିପଚିପା ବା ଗ୍ଲୀସରିନ ବିଲକୁଲବି ନୁହେଁ. ଏଥିରେ ଆମେ ଗୋଲାପ ଜଳର ବ୍ୟବହାର କରିଅଛୁ ଏଥିପାଇଁ ଏହା ଲଗାଇବା ପରେ ତ୍ୱଚାରୁ ହାଲକା ଗୋଲାପର ସୁଗନ୍ଧ ଆସିଥାଏ. ଏହାର ବ୍ୟବହାର କରିବା ବେଳେ ଧ୍ୟାନ ରଖିବେ ଆପଣ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରିବେ ନାହିଁ, ଏହା ମଧ୍ୟରେ ନଡ଼ିଆ ତେଲ, ଗ୍ଲିସେରିନ ଏବଂ ଭିଟାମିନ ଇ ଓଏଲ ହେବା କାରଣରୁ କେବଳ ଅଳ୍ପ ମାତ୍ରାରେ ହିଁ ଏହାକୁ ଅଧିକ ଜାଗାରେ କଭର କରାଯାଇ ପାରିବ.ଏଥିରେ କେମିକାଲର ମାତ୍ରା ବଜାରରୁ ମିଳୁଥିବା ଅଲଗା ଲୋସନ ଭଳି ଟିକେବି ନଥାଏ ଏବଂ ସାଥିରେ ନିଜେ ବନେଇବା ଦ୍ୱାରା ଆମକୁ ଜଣାବିଥିବ କି ଆମେ ଆମ ତ୍ୱଚାରେ କଣ ଲଗାଉଛନ୍ତି. ଏହିପ୍ରକାର ବନଯାଇଥିବା ଲୋସାନ ପ୍ରତେକ ପ୍ରକାର ତ୍ୱଚାରେ ସହଜରେ ସୁଟ ହୋଇଥାଏ.ଡ୍ରାଏ ଏବଂ ଓଏଲି ସ୍କିନ ସହ ସହ ଏହା ପିଲାଙ୍କ ଉପରେବି ବ୍ୟବହାର କରାଯାଇ ପାରିବ.

ଏହାକୁ ବନେଇବା ପାଇଁ ସମସ୍ତ ସାମଗ୍ରୀ ବଜାରରୁ ଆପଣଙ୍କୁ ସହଜରେ ମିଳିଯିବ ଏବଂ ସମସ୍ତ ଜିନିଷର ମୂଲ୍ୟବି ବହୁତ କମ ଅଟେ. ଏହି ପ୍ରକାର ଭିଡ଼ିଓରେ ବନଯାଇଥିବା ୨୦୦ଗ୍ରାମର ଏହି ଲୋସନକୁ କେବଳ ୬୦ରୁ୭୦ ଟଙ୍କା ଖର୍ଚ୍ଚ କରି ବନେଇପାରିବେ. ଏହାର କମ ମାତ୍ରା ବ୍ୟବହାର ହେଉଥିବାରୁ ଏହା ଅଲଗା ଲୋସନଠୁ ଅଧିକ ଦିନ ଯାଇଥାଏ.

Leave a Reply

Your email address will not be published. Required fields are marked *