ଏହି ଅଭିନେତ୍ରୀ ମାନଙ୍କର ମଙ୍ଗଳସୁତ୍ର ର ଦାମ୍ ଜାଣିଲେ ଆପଣ ବିଶ୍ୱାସ କରିପାରିବେନି – ଜାଣିବା ପାଇଁ ଦେଖନ୍ତୁ

ହିନ୍ଦୁ ଧର୍ମରେ ମଙ୍ଗଳସୁତ୍ର ସ୍ତ୍ରୀ ମାନଙ୍କର ସୁହାଗ ହେବାର ନିଶାନି ଅଟେ । ଏମିତି କୁହାଯାଏ କି ଏହି ମଙ୍ଗଳସୁତ୍ର ସ୍ତ୍ରୀ ସହ ନିଜ ସ୍ୱାମୀର ଅଧିକା ଆୟୁର ସଲାମତି ପାଇଁ ପିନ୍ଧିଥାନ୍ତି । ସାଧାରଣତଃ ମଙ୍ଗଳସୁତ୍ରକୁ ଏକ କଳା ସୂତାରେ ପିନ୍ଧାହୋଇଥିବା ମୋତିର ମାଳି କୁହାଯାଇଥାଏ । କିନ୍ତୁ ଏହା ଭିତରେ ଗୋଟେ ରୁ ଅଧିକ ଭେରାଇଟି ଥାଏ । ଏହି ମଙ୍ଗଳସୁତ୍ରର ଦାମ କିଛି ଟଙ୍କାରୁ ନେଇ କୋଟିଏ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଏହା ପୁରା ନିର୍ଭର କରିଥାଏ କି ମଙ୍ଗଳସୁତ୍ରରେ କେଉଁ ଧାତୁରେ କାମ ହେଇଛି । ଉଦାହରଣ ସ୍ୱରୁପ ବଜାରରେ ମହଙ୍ଗା ରତ୍ନ ଓ ହିରାରେ ଯୋଡି ହୋଇଥିବା ସୁନା ମଙ୍ଗଳସୁତ୍ର ବି ଉପଲବ୍ଧ ଅଛି ।

ଯଦି ଆମେ ଏକ ସାଧାରଣ ବର୍ଗର ମଣିଷ କଥା କହିବା ତେବେ କିଛି ହଜାର ଟଙ୍କାରେ ସର୍ବାଧିକ ସେ ତିନି ଲକ୍ଷ ପର୍ଯ୍ୟନ୍ତ ସେ ମଙ୍ଗଳସୁତ୍ର ପିନ୍ଧି ପାରିବ । କିନ୍ତୁ କେବେ ଆପଣ ଭାବିଛନ୍ତି କି ଯେଉଁ ଲୋକ ସେଲିବ୍ରେଟି ହୋଇଥାନ୍ତି । ସେମାନଙ୍କ ପାଖରେ ପଇସାର କେବେ ଅଭାବ ନଥାଏ ସେ କେତେ ଦାମ୍ ର ମଙ୍ଗଳସୁତ୍ର କିଣୁଥିବେ ।ଆଜି ଏହି ପ୍ରଶ୍ନର ଉତ୍ତର ଦେବୁ ।

ଏହା ହେଲା ବଲିଉଡ୍ ର୍ ଅଭିନେତ୍ରୀମାନଙ୍କର ମଙ୍ଗଳସୁତ୍ର ର ଦାମ୍ :

ଅନୁଷ୍କା ଶର୍ମା : ଏବେ କିଛି ଦିନ ହେବ ବାହାଘର ବନ୍ଧନରେ ବାନ୍ଧିହୋଇଥିବା ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ବାହାଘର ପୁରା ଦେଶରେ ଚର୍ଚ୍ଚା ବିଷୟ ହୋଇଥିଲା । ଓ ତାଙ୍କ ଫଟୋ ଇଣ୍ଟର୍ ନେଟ୍ ରେ ଭାଇରାଲ୍ ହୋଇଥିଲା । ଏହି ବାହାଘରରେ ଉଭୟ ଯୋଡିଙ୍କ ପାଇଁ କପଡା ଓ ଗହଣା ଡିଜାଇନ୍ କରାଯାଇଥିଲା । ବାହାଘର ପରେ ଅନୁଷ୍କା ଏୟାର୍ ପୋର୍ଟରେ ଯେତେବେଳେ ଓହ୍ଲାଇଥିଲେ ସେତେବେଳେ ତାଙ୍କ ଗଳାରେ ଏକ ମଙ୍ଗଳସୁତ୍ର ଥିଲା ଏହି ମଙ୍ଗଳସୁତ୍ରର ମୂଲ୍ୟ ପ୍ରାୟ ୫୨ ଲକ୍ଷ ବୋଲି କୁହାଯାଉଅଛି ।

ଶିଳ୍ପା ସେଟ୍ଟି କୁନ୍ଦ୍ରା : ଶିଳ୍ପା ସେଟ୍ଟି ଯେତେବେଳେ ବିଜ୍ ନେସ୍ ମ୍ୟାନ୍ ରାଜ କୁନ୍ଦ୍ରାଙ୍କୁ ବାହା ହେଲେ ସେତେବେଳେ ତାଙ୍କ ବାହାଘର ବହୁତ ଧୁମଧାମ୍ ରେ ହୋଇଥିଲା , ସୁତ୍ର ଅନୁସାରେ ବାହାଘର ପରେ ଯେତେବେଳେ ଶିଳ୍ପା ସେଟ୍ଟିଙ୍କ ଗଳାରେ ମଙ୍ଗଳସୁତ୍ର ଦେଖା ଦେଲା ତେବେ ତାହା ସାଧାରଣ ଥିଲା କିନ୍ତୁ ସେଇ ମଙ୍ଗଳସୁତ୍ର ର ମୂଲ୍ୟ ପ୍ରାୟ ୩୦ ଲକ୍ଷ ବୋଲି ଜଣାଯାଏ ।

କାଜୋଲ୍ : ୧୯୯୯ ରେ କାଜୋଲ୍ ଓ ଅଜୟ ଦେବଗନଙ୍କ ବିବାହ ହୋଇଥିଲା । ଓ ଏହି ବିବାହ ପୂରା ମରାଠି ରୀତିନୀତି ଅନୁସାରେ ହୋଇଥିଲା । ଏହି ସମୟରେ ଅଜୟ ଦେବଗନ କାଜୋଲ୍ ଙ୍କୁ ଏକ ମଙ୍ଗଳସୁତ୍ର ପିନ୍ଧାଇଥିଲେ । ସେହି ମଙ୍ଗଳସୁତ୍ରର ଦାମ୍ ପ୍ରାୟ ୨୧ ଲକ୍ଷ ବୋଲି ଜଣାଯାଏ ।

କରିସ୍ମା କାପୁର : ବିଜ୍ ନେସ୍ ମ୍ୟାନ୍ ସଂଜୟ କାପୁରଙ୍କୁ ନିଜ ଜୀବନସାଥି ୨୯ ସେପ୍ଟେମ୍ବର ୨୦୧୭ ରେ କରିଥିଲେ । ଏହି ସମୟରେ ସଂଜୟ କରିସ୍ମା କାପୁର୍ ଙ୍କୁ ତାଙ୍କ ଗଳାରେ ଏକ ୧୭ ଲକ୍ଷର ମଙ୍ଗଳସୁତ୍ର ଦେଇଥିଲେ ।

ମାଧୁରୀ ଦୀକ୍ଷୀତ ନେନେ : ୯୦ ଦଶକରେ ସମସ୍ତଙ୍କ ହୃଦୟର ରାଣୀ ହେଇଥିବା ମାଧୁରୀ ଦୀକ୍ଷୀତ ୧୯୯୯ ରେ ଡାକ୍ତର ଶ୍ରୀରାମ ନେନେ ଙ୍କୁ ବିବାହ କରିଥିଲେ । ଏହି ସମୟରେ ଡାକ୍ତର ଶ୍ରୀରାମ ନେନେ ମାଧୁରୀ ଦୀକ୍ଷୀତ୍ ଙ୍କୁ ଏକ ୮ ଲକ୍ଷ ୫୦ ହଜାରର ଏକ ମଙ୍ଗଳସୁତ୍ର ପିନ୍ଧାଇଥିଲେ ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ : ଐଶ୍ୱର୍ଯ୍ୟା ରାୟ ଯେତେବେଳେ ଅଭିଷେକ ବଚ୍ଚନଙ୍କୁ ବାହାହେଲେ ଓ ବଚ୍ଚନ ପରିବାରର ବୋହୂ ହୋଇଥିଲେ ସେତେବେଳେ ସାରା ମିଡିଆରେ ଏହା ବ୍ୟାପି ଯାଇଥିଲା । ୨୦୦୭ ରେ ଏହି ବାହାଘର ସରିଲାପରେ ସ୍ୱାମୀ ଓ ସ୍ତ୍ରୀ ଉଭୟ ତିରୁପତି ବାଲାଜୀ ଯାଇଥିଲେ । ଏହି ଦର୍ଶନ ସମୟରେ ଐଶ୍ୱର୍ଯ୍ୟାଙ୍କ ଗଳାରେ ଏକ ମଙ୍ଗଳସୁତ୍ର ଦେଖିବାକୁ ମିଳିଥିଲା ଯାହାର ମୂଲ୍ୟ ୪୫ ଲକ୍ଷ ବୋଲି ଜଣାଯାଏ ।

Leave a Reply

Your email address will not be published. Required fields are marked *