କେଉଁ ବୃକ୍ଷ ଗୃହ ପାଖରେ ରଖିବା କଥା ଓ କେଉଁ ବୃକ୍ଷ ନୁହେଁ

ଆଜି ଆମେମାନେ ଜାଣିବା ଗୃହ ନିକଟରେ କେଉଁ ବୃକ୍ଷ ରଖିବା ଉଚିତ୍ ଆଉ କେଉଁଟି ଉଚିତ ନୁହେଁ।

ଅତୀତରେ ଲୋକମାନଙ୍କୁ ଭୂତ ପ୍ରେତ ର ଭୟ ଦେଖାଇ ଘର ନିକଟରେ କେତକ ନରମ କାଣ୍ଡ ଯୁକ୍ତ କଣ୍ଟା ଜାତୀୟ ବୃକ୍ଷ କୁ ଲଗାଯିବା ପାଇଁ ମନା କରାଯାଇଅଛି।କିନ୍ତୁ ତା ପଛରେ କାରଣ ରହୁଚି ଯେ ନରମ କାଣ୍ଡ ଯୁକ୍ତ ଶିମୁଳି, ଜାମୁ ଆଦି ଗଛ ର ଡାଳ ବହୁତ୍ ନରମ ଥାଏ।

ଏହି ଗଛ ଘର ପାଖରେ ଲଗାଇଲେ ପବନରେ ଏହା ସହଜରେ ଭାଙ୍ଗି ଘର ଏବଂ ବହୁତ୍ ଧନ ଜୀବନ ନଷ୍ଟ ହୋଇଥାଏ।

କୋଳି ଜାତୀୟ କଣ୍ଟା ବୃକ୍ଷ ଦ୍ବାରା ଆକ୍ରାନ୍ତ ହେବା ର ଭୟ ରହିଥାଏ।

ତେବେ କମଳା, ଲେମ୍ବୁ ଓ ବେଲ ଆଦି ସ୍ଵାସ୍ଥ୍ୟ ପାଇଁ ବହୁତ୍ ହିତକାରୀ ହୋଇଥିବାରୁ କଣ୍ଟା ଜାତୀୟ ହେଲେ ମଧ୍ୟ ଘର ନିକଟରେ ଲଗେଇବା ନିଷେଧ ନୁହେଁ।

ତେନ୍ତୁଳି ଗଛର ପବନ ସ୍ଵାସ୍ଥ୍ୟ ପକ୍ଷେ ବହୁତ୍ କ୍ଷତିକାରକ।ତେଣୁ ତେନ୍ତୁଳି ଗଛକୁ କେବେ ଘର ନିକଟରେ ରଖିବା ଠିକ୍ ନୁହେଁ।ଯଦି ଘରର ଦକ୍ଷିଣ ଧରେ ଲିମ୍ବ ଗଛ ଥାଏ ତେବେ ଏହା ଗୃହ ପାଇଁ ଖୁବ୍ ଶୁଭ।

ଗୃହ ନିକଟରେ ସଜନା ଗଛ ରଖିବା ମଧ୍ୟ ମନା କରାଯାଇଥାଏ।

କାରଣ ଆମକୁ ସମ୍ବଳୁଆ ପ୍ରତି ବହୁତ୍ ସତ୍ରକ୍ ରହିବାକୁ ପଡିଥାଏ।

ଏବେ ଆସନ୍ତୁ ଜାଣିବା କେଉଁ ବୃକ୍ଷ ଗୃହ ନିକଟରେ ରଖିଲେ ଶୁଭ ଆଉ କେଉଁ ବୃକ୍ଷ ଅଶୁଭ ।

ଗୃହ ପାଇଁ ଶୁଭ ଗଛ ଭିତରେ ରହିଛି ଅଶୋକ, ଅରଖ, କଦଳୀ, ଯୁଇ, ପଦ୍ମ, ବେଲ, ନିମ୍ବ, ଗୁଆ, ତୁଳସୀ, ଅଁଳା।ଏସବୁ ବୃକ୍ଷ ଗୃହ ନିକଟରେ ରହିବା ଅତ୍ୟନ୍ତ ଶୁଭ ବିଚାର କରାଯାଏ।ଏବଂ ବର,

ଅଶ୍ଵସ୍ତ, ଆମ୍ବ, ପଣସ, ତେନ୍ତୁଳି, ଅର୍ଜୁନ, କରଞ୍ଜ ଏବଂ କୋଳି ଜାତୀୟ ବୃକ୍ଷ ଏହା ସବୁ ଗୃହର ନିକଟରେ ରଖିବା ଅଶୁଭ ବୋଲି କୁହାଯାଏ।

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍ କସହିତ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *