ଚାଣକ୍ୟଙ୍କ ଅନୁସାରେ ଏହି ତିନୋଟି ଲୋକଙ୍କୁ କେବେ ସାହାଯ୍ୟ କରିବବା କଥା ନୁହେଁ , ଯଦି କରନ୍ତି ତେବେ ନିଜେ ଦୁଖ ଭୋଗିବେ।

ଚାଣକ୍ୟ ମଣିଷକୁ ସମାଜରେ ଭଲରେ ବଞ୍ଚିବା ପାଇଁ ଆନେକ ବାଣୀ କହିଛନ୍ତି । ଯଦି କୌଣସି ମଣିଷ ତାଙ୍କ ନୀତିକୁ ଅନୁସରଣ କରେ ତେବେ ତା ଜୀବନ ଧାରା ଅତିଉତ୍ତମ ହେବାକୁ ଡେରି ହେବ ନାହିଁ । ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେପରି କି ସମାଜର ବଞ୍ଚିବା ପାଇଁ କିପରି ଲୋକଙ୍କ ଠାରୁ ଦୂରେଇ ରହିବ, କେଉଁ ଭଳି ନାରୀକୁ ବିବାହ କରିବେ ଓ କେଉଁ କାର୍ଯ୍ୟ କରିବା କଥାନୁହେଁ ଏମିତି ଅନେକ କିଛି ।

ଚାଣକ୍ୟ ତାଙ୍କ ବାଣିରେ ଏମିତ ମହତ୍ଵ କଥା ଲେଖିଯାଇଛନ୍ତି ଯାହାକି ଆଜିକା ସମୟରେ ମଧ୍ୟ ଲାଗୁ ହେଉଛି ଯେମିତିକି ପୂର୍ବରୁ ଲାଗୁ ହେଉଥିଲା ।

ଚାଣକ୍ୟ କହିଛନ୍ତି

“ଜୀବନରେ ସଫଳତା ପାଇବାକୁ ହେଲେ ଭଲ ମିତ୍ରଟିର ଆବଶ୍ୟକ ଅଛି, ଯଦି ଅଧିକ ସଫଳତା ପାଇଁ ଉଦ୍ୟମ କରୁଥିବା ତେବେ ଏକ ଉତ୍ତମ ଶତ୍ରୁର ଆବଶ୍ୟକତା ଅଛି । ” ଯାହାକି ଚାଣକ୍ୟ କହିଛନ୍ତି ତାହା ଏବେ ମଧ୍ୟ ସଠିକ୍ ବୋଲି ପ୍ରମାଣିତ ହେଉଛି । ଜୀବନରେ ଉନ୍ନତି ନିମନ୍ତେ ଭଲ ବନ୍ଧୁଟିଏ ଆବଶ୍ୟକ ଯିଏକି ସବୁ ପରିସ୍ଥିତିରେ ସାହସ ବଢାଉଥିବ ।

ଅଧିକା ସଫଳତା

ସଠିକ୍ ମାର୍ଗ ଦେଖାଉଥିବା, ଗୋଟେ ଭଲ ସାଙ୍ଗ ସବୁବେଳେ ଭଲ ପ୍ରେରଣା ଦେଇଥାଏ । ଯଦି ଆପଣ ଅଧିକ ସଫଳତା ଚାହାନ୍ତି ତେବେ ଭଲ ଶତୃଟିର ଆବଶ୍ୟକତା ଅଛି କାରଣ ଗୋଟେ ଭଲ ଶତ୍ରୁ ହିଁ ଭଲ ଭାବରେ ଶତ୍ରୁତା କରିଥାଏ ଯାହାଦ୍ୱାରା ଆପଣଙ୍କୁ ଅଧିକା ସଫଳତା ପାଇବା ପାଇଁ ଆଗ୍ରହ ବଢିବ ଓ ଜିଦି ମଧ୍ୟ ରହିବ ।

ଏହା ବ୍ୟତୀତ ଚାଣକ୍ୟ ୩ ପ୍ରକାର ଲୋକଙ୍କ ବିଷୟରେ କହିଛନ୍ତି ଯାହାର ସହଜ କରିବା ଦ୍ବାରା ସୁଖ ବଦଳରେ ଦୁଃଖ ଆସିଥାଏ । ଆପଣ ଚିନ୍ତା କରୁଥିବେ ସବୁବେଳେ କୁହାଯାଏ ଅନ୍ୟର ସାହାଯ୍ୟ କଲେ ମଙ୍ଗଳ ହୁଏ ବୋଲି ହେଲେ ଏ କ୍ଷେତ୍ରରେ କାହିଁକି ମାନାକରା ଯାଉଛି । ତେବେ ଆମେ ଆପଣଙ୍କୁ ଜଣାଉଛୁ କେଉଁ ୩ ପ୍ରକାର ଲୋକଙ୍କୁ ସହାଯ୍ୟ ପାଇଁ ଚାଣକ୍ୟ ମନା କରିଛନ୍ତି ।

ମୂର୍ଖଶିଷ୍ୟୋପଦେଶେନ ଦୁଷ୍ଟାସ୍ତ୍ରୀଭରଣେନ ଚ ।

ଦୁଃଖିତେ ସମ୍ପ୍ରୟୋଗେଣ ପଣ୍ଡିତୋଅପ୍ୟବାସିଦତି । ।

୧- ଚାଣକ୍ୟଙ୍କ ବାଣୀ ଅନୁସାରେ କେବେବି କୌଣସି ମୁର୍ଖ ସ୍ତ୍ରୀ କିମ୍ବା ପୁରୁଷଙ୍କୁ ଜ୍ଞାନ ଦେବା ଅନୁଚିତ ।

କାରଣ ସେମାନେ ଜ୍ଞାନ ମାନେ କିଛି ବୁଝନ୍ତି ନାହିଁ । ସମାନେ ଆପଣ ଦେଉଥିବା ଜ୍ଞାନର ମାନେ କିଛି ବୁଝନ୍ତି ନାହିଁ ସେମାନଙ୍କୁ ଜ୍ଞାନ ଦେବାର ଅର୍ଥ ସମୟନଷ୍ଟ କରିବା । ଆପଣ ସେମାନଙ୍କ ଭଲ ନିମନ୍ତେ ଜ୍ଞାନ ପ୍ରଦାନ କରିବେ ହେଲେ ସେମାନେ ଆପଣଙ୍କୁ ଖରାପ ଭାବିବେ । ଏବଂ ଆପଣ ଦେଇଥିବା ଜ୍ଞାନର ଆସଦ ଉପଯୋଗ କରିବେ । ଯାହା ଫଳରେ ଆପଣ ନିନ୍ଦିତ ହେବେ । ତେଣୁ ସେ ଭଳି ଲୋକଙ୍କୁ ଜ୍ଞାନ ଦେବା ଅନୁଚିତ୍ ।

୨- ଚରିତ୍ରହୀନ ଓ ଝାଗଡ଼ା କରୁଥିବା ନାରୀଙ୍କ ସହ ସମ୍ବନ୍ଧ ରଖନ୍ତୁ ନାହିଁ ।

ଏଭଳି ନାରୀଙ୍କ ସହ ସମ୍ବନ୍ଧ ରଖୁଥିବା ପୁଋଷ କିମ୍ବା ଏମାନଙ୍କ ଭରଣାପୋଷଣ କରୁଥିବା ପୁଋଷ ତାଙ୍କ ଜୀବନରେ କେବେ ସୁଖରେ ରହିପାରନ୍ତି ନାହିଁ । ଏମାନେ ଆପଣଙ୍କୁ ନୁହେଁ କେବଳ ଆପଣଙ୍କ ସମ୍ପତ୍ତିକୁ ଭଲ ପାଆନ୍ତି । ଏବଂ ଏମାନେ ନିଜର ସ୍ୱାର୍ଥ ପାଇଁ କିଛିବି କରିପାରନ୍ତି । ଏମାନଙ୍କର ଆସଦ କାର୍ଯୟକଳାପଗୁଡ଼ିକ ପାଇଁ ସମାଜରେ ଆପଣଙ୍କର ମାନସମ୍ମାନ ଚାଲିଯାଏ ତେଣୁ ଏଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।

୩- ପାଖରେ ଥିବା ଜିନିଷରେ ଯିଏ ସନ୍ତୁଷ୍ଟ ହୁଏ ନାହିଁ ଓ ସବୁ ସମୟରେ ଦୁଃଖ କରେ ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।

ଚାଣକ୍ୟଙ୍କ କହିବାନୁସାରେ ଏଭଳି ଲୋକ ଆଶା କରୁଥିବା ଜିଣିଶ୍ ନପାଇଲେ ଭଗବାନଙ୍କୁ ଓ ନିଜ ଭାଗ୍ୟକୁ ଦୋଷ ଦିଅନ୍ତି । ଏମାନେ କର୍ମରୁ ଆଧିକ ଫଳ ଆଶା କରନ୍ତ ତେଣୁ ସାମାନେ କେବେ ଖୁସିରେ ରୁହନ୍ତୁ ନାହି । ଏମାନଙ୍କ ପାଖରେ ରହୁଥିବା ଲୋକ ମଧ୍ୟ କେବେ ଖୁସିରେ ରହିପାରନ୍ତି ନାହିଁ ତେଣୁ ଏଭଳି ଲୋକଙ୍କ ଠାରୁ ଦୂରଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *