ଚୁମ୍ବନ ମନ୍ଦ ନୁହେଁ, କିସ୍‍ କରନ୍ତୁ ଫିଟ୍ ରୁହନ୍ତୁ।

କିସ୍‍ କରନ୍ତୁ ଫିଟ୍ ରୁହନ୍ତୁ।

ଚୁମ୍ବନ ବା କିସ୍‍ । ଏହାକୁ ନେଇ ଅନେକଙ୍କ ଭାବନା ଭିନ୍ନ ଭିନ୍ନ ଭିନ୍ନ ରହିଛି । ତଥାପି ପ୍ରେମ ଓ ସଂପର୍କକୁ ନିବିଡ କରିବାର ଚୁମ୍ବନର ଏକ ମାଧ୍ୟମ । ପ୍ରେମକୁ ଆହୁରି ଅନ୍ତରଙ୍ଗ କରିବା ଓ ପରସ୍ପର ଭଲ ପାଇବାକୁ ମଜଭୁତ କରେ କିସ ବା ଚୁମ୍ବନ । ଚୁମ୍ବନ ଦୁଇ ପ୍ରେମୀ ଯୁଗଳ ଓ ପତିପତ୍ନୀଙ୍କୁ ନିକଟତର କରେ । ହେଲେ ଏହାକୁ ଅନେକ ନକରାତ୍ମ ଭାବେ ନେଇଥାନ୍ତି ।

ଚୁମ୍ବନ ବା କିସ୍

ବାସ୍ତବରେ ଚୁମ୍ବନ ବା କିସର ଅନେକ ଭଲ ପ୍ରଭାବ ଶରୀରରେ ରହିଛି । ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ, କିସ କରିବା ବା ଚୁମ୍ବନ ଦେବା ଦ୍ୱାରା ମଣଇଷ ଶରୀରରେ ଏକ ସକରାତ୍ମକ ଭାବନା ବା ଶକ୍ତି ଜାଗ୍ରତ ହୁଏ । କିସ କରିବା ଦ୍ୱାରା ଶରୀରରୁ ଆଡ୍ରେନାଲାଇନ ନାମକ ଏକ ପ୍ରକାର ହରମୋନ କ୍ଷରଣ ହୁଏ । ଏହି ହରମୋନ ଶରୀରରେ ରକ୍ତ ପ୍ରବାହ ବଢାଏ । କେବଳ ରକ୍ତ ପ୍ରବାହ ନୁହେଁ ହୃତପିଣ୍ଡ ପାଇଁ ଏହା ସବୁ ଠାରୁ ଭଲ ଏକସରସାଇଜ ବା ବାୟାମ ଭଳି କାମ କରେ । ସେହିପରି ଅବସାଦ ଦୂର କରିବାରେ ଚୁମ୍ବନ,ଚୁମ୍ମା ବା କିସର ସବୁଠୁ ଭଲ ମେଡିସିନ ଭଳି କାମ ଦିଏ ।

ମାଂସ ପେଶୀ ମଜଭୁତ

ପରୀକ୍ଷଣରୁ ଏକଥା ବି ଜଣା ପଡିଛି ଚୁମ୍ବନ ଦେବା ଦ୍ୱାରା ପ୍ଲଡପ୍ରେସର ବା ରକ୍ତଚାପ ରୋଗକୁ ନିୟନ୍ତ୍ରଣ କରିବାରେ ଏହା କିଛିଟା ସାହାର୍ଯ୍ୟ କରେ । ଚୁମ୍ବନ କଲେ ଶରୀରର ୩୦ଟି ମାଂସ ପେଶୀ ଆକ୍ଟିଭ ହୁଏ । ନିୟମିତ ଚୁମ୍ବନ କରିବା ଦ୍ୱାରା ମାଂସ ପେଶୀ ମଜଭୁତ ହୁଏ । ତେଣୁ କୁହାଯାଊଛି କିସ କର ଫିଟ ରୁହ ।

ଚୁମ୍ମା ଦିଅ ଶକ୍ତି ବଢାଅ । ତେବେ କିସ ବା ଚୁମ୍ମା ଦେବାବେଳେ ସ୍ଥାନ କାଳ ଓ ପାତ୍ର ଦେଖିବା ଉଚିତ । ଶାଳୀନତାକୁ ଭୁଲି ଏପରି କରିବା ଠିକ ହେବ ନାହିଁ ବଂର ଏହା ସମସ୍ୟା ସୃଷ୍ଟି କରିବ ।

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍ କସହିତ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *