ଜନ୍ମ ସମୟ ଅନୁସାରେ ଆପଣଙ୍କ ଭାଗ୍ୟ ଭବିଷ୍ୟ ବିଷୟରେ କିଛି କଥା

ଆମ ଜୀବନରେ ସବୁ କିଛି ଆମ ସହ ଜଡିତ କିଛି ନା କିଛି ରୁ ଜଣା ପଡିଥାଏ।ଠିକ ସେମିତି ଜନ୍ମ ସମୟ ରୁ ମଧ୍ୟ ବ୍ୟକ୍ତି କେଉଁ ଭଳି ବ୍ୟକ୍ତିତ୍ବ ର ହୋଇଥାଏ ଜଣାପଡେ।ଆସନ୍ତୁ ଜାଣିବା ସେ ବିଷୟରେ।୧.ସକାଳ ୪ଟା ରୁ ୬ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କର ବାଲ୍ୟାବସ୍ଥା ମୋଟାମୋଟି ଠିକ ଠାକ କଟିଥାଏ।ଏମାନଙ୍କ ଜୀବନରେ ହଠାତ ଉନ୍ନତି ଘଟିଥାଏ।ଏମାନେ ବହୁତ କର୍ମଠ ଜୀବନ ଯାପନ କରିବାକୁ ପସନ୍ଦ କରନ୍ତି।୨.ସକାଳ ୬ ଟା ରୁ ୮ଟା ଭିତରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ବହୁତ ଭାଗ୍ୟଶୀଳ ହୋଇଥାନ୍ତି।ତାହା ସହ ସର୍ବଗୁଣସମ୍ପର୍ଣ୍ଣ ଏବଂ ଜିଦ ଖୋର ସ୍ୱଭାବର ହୋଇଥାନ୍ତି।ଜୀବନରେ କିଛିଦିନ ଅଭାଵ ରେ କାଟିବାକୁ ପଡିବ।୩.ସକାଳ ୮ଟା ରୁ ଦିନ ୧୦ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ନିର୍ମଳ, ସରଳ ଏବଂ ଚିନ୍ତାଶୀଳ ସ୍ୱଭାବର ହୋଇଥାନ୍ତି।

ଏମାନେ ବହୁତ ଭଲ ବନ୍ଧୁ ବନେଇ ପାରନ୍ତି।୪.ଦିନ ୧୦ ଟା ରୁ ୧୨ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ଜୀବନରେ ବହୁତ ସଫଳତା ଲାଭ କରିଥାନ୍ତି।ଏମାନଙ୍କ ଶେଷ ଜୀବନ ବହୁତ ସୁଖ ରେ କଟିଥାଏ।ଏମାନେ ମନରେ ଯାହା ଇଚ୍ଛା କରନ୍ତି ବାସ୍ତବରେ ସେଇୟା ହିଁ ଘଟିଥାଏ।୫.ଦିନ ୧୨ ଟା ରୁ ୨ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ମନ ବହୁତ ସରଳ, ନିଷ୍କପଟ ହୋଇଥାଏ।ଏମାନେ ଯଦି ରାଜନୀତି କରନ୍ତି ତେବେ ବହୁତ ସଫଳତା ମିଳିଥାଏ।ପ୍ରଚୁର ଅର୍ଥ ର ମାଲିକ ହୋଇଥାନ୍ତି।ଏମାନେ ସମସ୍ତଙ୍କ ପାଖରେ ପ୍ରିୟ ହୋଇଥାନ୍ତି।ପର ର ଉପକାର ପାଇଁ ଜୀବନ ବି ଦେଇ ପାରନ୍ତି।ବହୁତ ପରିଶ୍ରମୀ ହୋଇଥାନ୍ତି।ଏମାନଙ୍କ ବାଲ୍ୟ ସମୟ ଆଉ ଶେଷ ସମୟ ବହୁତ ସୁଖରେ କଟିଥାଏ।

୬.ଦିନ ୨ ଟାରୁ ୪ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ଅନେକ ସମୟରେ ଦୁର୍ଘଟଣା ର ଶିକାର ହୋଇଥାନ୍ତି।ଏମାନେ ବାଧିଗ୍ରସ୍ତ ସହ ଏମାନଙ୍କ ଆର୍ଥିକ ସ୍ଥିତି କଷ୍ଟକର ହୋଇଥାଏ।୭.ଦିନ ୪ ଟା ରୁ ୬ ତା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କର ସମସ୍ତ କାର୍ଯ୍ୟ ରେ ବାଧା ସୃଷ୍ଟି ହୁଏ।ଏମାନେ ଭାଗ୍ୟଶୀଳ ହୋଇଥାନ୍ତି।ବାଲ୍ୟ ଜୀବନ କଷ୍ଟକର ହୋଇଥାଏ।ଏମାନେ ସାଧାରଣ ଭାବରେ ବିବାହ ପରେ ଉନ୍ନତି କରିଥାନ୍ତି।

୮.ସନ୍ଧ୍ୟା ୬ ଟାରୁ ୮ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ସରଳ ହୋଇଥାନ୍ତି।ଏମାନଙ୍କ ବାଲ୍ୟ ଜୀବନ ଅଭାବରେ କଟେ।ପରେ କଠିନ ପରିଶ୍ରମ କରି ଉନ୍ନତି ଆଣିବାକୁ ପଡେ।୯. ରାତି ୮ ଟାରୁ ୧୦ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଜିଦ କରନ୍ତି।ଅନ୍ୟ ଉପରେ ସବୁବେଳେ ଅଶାନ୍ତି ହୁଅନ୍ତି।

୧୦. ରାତି ୧୦ ଟାରୁ ୧୨ ଟା ମଧ୍ୟରେ ଜନ୍ମ ବ୍ୟକ୍ତି ପରିଶ୍ରମୀ, ସୌଭାଗ୍ୟ ଅର୍ଜନକାରୀ, ପ୍ରତିଷ୍ଠିତ ଆଦି ହୋଇଥାନ୍ତି। ୧୧. ରାତି ୧୨ ଟାରୁ ୨ ଟା ମଧ୍ୟରେ ଜନ୍ମ ବ୍ୟକ୍ତି ସର୍ବଦା ସତ ପଥରେ ପରିଚାଳିତ ହୁଅନ୍ତି।ଏମାନେ ବହୁତ ପ୍ରତିଷ୍ଠା ଲାଭ କରନ୍ତି।୧୨.ରାତି ୨ ଟା ରୁ ଭୋର ୪ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ବୁଦ୍ଧିମନ୍ତ ଏବଂ ଚାଲାକ ହୋଇଥାନ୍ତି।ଏମାନେ ଶିକ୍ଷକ କିମ୍ବା ରାଜନୀତି କଲେ ବହୁ ସୁନାମ ଅର୍ଜନ କରନ୍ତି।

Leave a Reply

Your email address will not be published. Required fields are marked *