ବୁଧବାର, 4 ସେପ୍ଟେମ୍ବର 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଡାକଦ୍ଵାରା କୌଣସି ମହତ୍ଵପୂର୍ଣ୍ଣ ସୂଚନା ବା ସନ୍ଦେଶ ପ୍ରାପ୍ତ ହେବାର ସମ୍ଭାବନା ଅଛି । ଆନୁଷ୍ଠାନିକ କାମ, ଗୃହସୀମା, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ସମ୍ମାନ ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ । ବ୍ୟବସାୟ କ୍ଷେତ୍ରରେ ସ୍ଥିର ସ୍ଵଭାବ ଏବଂ ମଧୁରଭାଷି ହେତୁ ଲାଭକୁ ଦ୍ଵିଗୁଣା ବଢେଇପାରିବେ । ଅତିରିକ୍ତ ଆୟର ମଧ୍ୟ ସମ୍ଭାବନା ଅଛି । ଆନ୍ତରିକଶକ୍ତି ଓ ଆତ୍ମବଳ ଦ୍ଵାରା ଆଗକୁ ବଢିବାରେ ସକ୍ଷମ ହେବେ । ମାନସିକଶାନ୍ତି ଅନୁଭବ କରିବେ ।

ବୃଷ

ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ । ନୂତନବନ୍ଧୁଙ୍କ ଆଗମନ ହେବ । ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । କର୍ମକ୍ଷେତ୍ରରେ ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ହେବେ । ବ୍ୟବସାୟ ପାଇଁ ଆଖପାଖକୁ ଯାତ୍ରା କରି ଶାନ୍ତି ଅନୁଭବ କରିବେ । ବହୁତ ପରିଶ୍ରମ କଲେ ବ୍ୟବସାୟ ବୃଦ୍ଧି ହେବ । କାମ-କାର୍ଯ୍ୟରେ ନୂଆ ଏକ୍ସପେରିମେଣ୍ଟ ପ୍ରୟୋଗ କରିପାରିବେ ।

ମିଥୁନ

ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ । ରାଜନୀତିରେ ନୂଆ ଲକ୍ଷ ନିର୍ଦ୍ଧାରିତ କରି ସଫଳତା ପ୍ରାପ୍ତି ପାଇଁ ପ୍ରଯତ୍ନଶୀଳ ହେବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭହେବ । ସମସ୍ତ କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ । ବ୍ୟବସାୟିକ ଯାତ୍ରା କରିବା ଦ୍ଵାରା ଧନ ଲାଭ ହେବାର ସମ୍ଭାବନା ଅଛି । ନୂତନକର୍ମାରମ୍ଭ ଓ ବିନ୍ଧୁମିଳନ ହେତୁ ନୂଆଉତ୍ସାହନେଇ କାମ କରିବେ । ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ ।

କର୍କଟ

ଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରିପାରିବେ । ଚାକିରିରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ ଓ ସ୍ଥାନାନ୍ତରର ଭୟ ମଧ୍ୟ ରହିବ । ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆର୍ଥିକ ସ୍ୱଚ୍ଛଳତା ଫେରିପାଇବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ଶିଳ୍ପ ବ୍ୟବସାୟରେ ବିଭିନ୍ନ ଆଡୁ ଲାଭ ପାଇବେ ।

ସିଂହ

ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିବେ । ଗୃହ ସମସ୍ୟାରେ ଜଡିତ ଥିଲେ ମଧ୍ୟ ଅନ୍ୟକାର୍ଯ୍ୟରେ ଧ୍ୟାନ ରଖିବାକୁ ହେବ । ନୈତିକତା ହିସାବରୁ ଆପଣ ବହୁତ ଉଚ୍ଚରେ ରହିବେ । ଅଧ୍ୟୟନ, ଅନୁସନ୍ଧାନ, ଲେଖନ ଆଦି କାର୍ଯ୍ୟ ଆରମ୍ଭ କରିପାରିବେ । ପରିଶ୍ରମର ପୁରା ଲାଭ ମିଳିବ । ଆଶାକରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ । ବିଦ୍ୟାକ୍ଷେତ୍ରରେ ପ୍ରଶଂସିତ ହେବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭକଲେ ବିପଦରେ ପଡିବେ ।

କନ୍ୟା

କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇପାରିବ । ବିଦ୍ୟାର୍ଥୀଙ୍କ ପାଇଁ ଅଧ୍ୟୟନ, ଶୋଧ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ । ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ । ମନୋରଞ୍ଜନ ଓ ହସଖୁସିରେ ସମୟ ବ୍ୟତୀତ ହେବ । କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ ସଫଳ ହେବେ ନାହିଁ । କୌଣସି କାଗଜରେ ନପଢି ନବୁଝି ଦସ୍ତଖତ କରିବେ ନାହିଁ । ନୂଆ କ୍ୟାରିୟର ଆରମ୍ଭ କରିପାରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ ।

ତୁଳା

ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଆଧ୍ୟାତ୍ମିକ ଓ ବୌଦ୍ଧିକ କ୍ଷେତ୍ରରେ ଦୃଢତା ପ୍ରାପ୍ତ କରିବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟାପାରରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରିବେ । ଯେଉଁ କାମରେ ହାତଦେବେ ତାହା ନିର୍ବିଘ୍ନରେ ସମାପନ ହେବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ । ମହିଳାମାନେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । କୋର୍ଟ କଚେରି ମାମଲାର ଶୁଣାଣି ନିଜ ସପକ୍ଷରେ ହେବ । ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ ।

ବିଛା

ଶତୃ ଓ ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ କରିପାରିବେ ନାହିଁ । କୀର୍ତ୍ତି ଓ ପ୍ରତିଷ୍ଠାକୁ ସ୍ପର୍ଶ ମଧ୍ୟ କରିପାରିବେ ନାହିଁ । ଅଚାନକ ପରିଣାମରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ନିଜର ବ୍ୟବହାର ଓ ଜୀବନ ଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବେ । ମାନସିକତାରେ ପରିବର୍ତ୍ତନ ହେବ । ମହିଳାମାନେ ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ପ୍ରଯତ୍ନ କରିବେ । ବିଦ୍ୟାରେ ଉନ୍ନତି ହେବ । ରାଜ ନୀତିରେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ ।

ଧନୁ

ନୂତନ ଦ୍ରବ୍ୟ କ୍ରୟ କରିବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ସନ୍ତୋଷ ଓ ଅର୍ଥାଗମହେବ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଶତୃମାନେ ପରାଜିତ ହେବେ । ଯେଉଁ କାମରେ ହାତଦେବେ ତାହା ନିର୍ବିଘ୍ନରେ ସମାପନ ହେବ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ଆନନ୍ଦିତ ହେବେ । କଳା, ସାହିତ୍ୟ କ୍ଷେତ୍ରରୁ ସୁଫଳ ମିଳିବ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ ।

ମକର

ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ କ୍ରୟକରିବେ । ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ । ନାନା ସମସ୍ୟାର ସମାଧାନହେବ । ଅବଶ୍ୟକ ଅର୍ଥ ହାତ ପଇଠ ହୋଇ କାମରେ ଲାଗିଯିବ । ସ୍ୱାସ୍ଥ୍ୟରେ ସାମାନ୍ୟ ଉପସମ ଦେଖାଦେବ । ଆର୍ଥିକ ସ୍ୱଚ୍ଛଳତା ଫେରିପାଇବେ । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ ।

କୁମ୍ଭ

ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ । ଧର୍ମ କାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି । ଗୃହପୋକରଣ ନୂତନ ଦ୍ରବ୍ୟ କ୍ରୟ କରିବେ । ବ୍ୟାପାରରେ କୌଣସି ନୂଆ କାମ, ଏଗ୍ରୀମେଣ୍ଟ ବା ନୂଆ ଅର୍ଡର ମିଳିପାରେ । ସମସ୍ତ ସମସ୍ୟା ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ କରିପାରିବେ ଓ କଷ୍ଟରୁ ମୁକ୍ତି ପାଇବେ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ ।

ମୀନ

ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ । ଶାରୀରିକ ସୁସ୍ଥତା ଅନୁଭବ କରିବେ । ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇବେ । କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ଉପୁଜିଥିବା ବିବାଦ ମେଣ୍ଟିଯିବ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ ।

Leave a Reply

Your email address will not be published. Required fields are marked *