ମଙ୍ଗଳବାର, 28 ମେ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ:-

ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ ଓ କ୍ଷାତି ବଢିବ । ନିଜର ଚେଷ୍ଟା ଫଳରେ ବହୁତ ଦିନରୁ ବାକି ପଡିଥିବା ଟଙ୍କା ଓ ବୁଡିଯାଉଥିବାଟଙ୍କା ମିଳି ପାରିବ । ରାଜନୀତିରେ ସହଯୋଗୀମାନଙ୍କ ଯୋଗୁଁ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ସ୍ୱାସ୍ଥ୍ୟ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ସମସ୍ତ କର୍ମ ବହୁତ ସହଜରେ ହିଁ ସମ୍ପନ୍ନ ହେବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ ।

ବୃଷ:-

ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ । ରାଜନୀତି କ୍ଷେତ୍ରରେ ସଫଳତା ମିଳିବ । ଧର୍ମ କାର୍ଯ୍ୟପ୍ରତି ମନ ବଳାଇବେ । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ । ମନ ଭଲ ରହିବ ନାହିଁ । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରି ତାଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବେ । ପାରିବାରିକ ପ୍ରତିରୋଧ କାମକୁ ଶୃଙ୍ଖଳିତ କରିବେ । ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହେବ ।

ମିଥୁନ:-

ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବ । ସାଙ୍ଗସାଥିମାନେ ସାହାଯ୍ୟ ସହଯୋଗ କରିବେ । ରାଜନୀତି କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ଵସ୍ତି ଅନୁଭବ କରିବେ । ପରିବାରରେ ସୁଖଶାନ୍ତି ଫେରି ଆସିବ । ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ ।

କର୍କଟ:-

ପାରିବାରିକ ସମସ୍ୟା ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ । ଆମୋଦ ପ୍ରମୋଦ, ମନୋରଞ୍ଜନ, ଦୀର୍ଘଯାତ୍ରା, ଓ ଛୋଟ ବଡ ମିଟିଙ୍ଗରେ ଯୋଗ ଦେଇ ପାରନ୍ତି । ଦୁଃଖୀ ଲୋକଙ୍କୁ ସାହାରାହେବେ ଓ ପରିବାର ବା ଘର ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ । ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଫଳରେ ବ୍ୟବସାୟରେ ପୁଞ୍ଜି ନିବେଶ ପାଇଁ ଆଶା କରିବେ । ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ପରିବାର ଓ ମିତ୍ରଙ୍କ ସହିତ ସମୟ ବିତେଇବେ । ମନରେଥିବା କାମନା ପୂର୍ଣ୍ଣ ହେବ ।

ସିଂହ:-

ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ । ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ ଓ ଶୁଭ ସୂଚନା ପାଇବେ । ପ୍ରେମସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ । ମହିଳା ମାନଙ୍କର ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ । ଦୂରସ୍ଥାନକୁ ଯାତ୍ରା କରିବେ । ମିଥ୍ୟା ଅଭିଯୋଗ ଶୁଣି ଅନ୍ୟ ଉପରେ ବିରକ୍ତ ହେବେ ।

କନ୍ୟା:-

ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁଁ ନୂତନ ବ୍ୟବସାୟର ଯୋଜନା କରିବେ । ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ । ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ସମୟ ମଧ୍ୟ ଆନନ୍ଦମୟ ହେବ । ଆଧ୍ୟାତ୍ମିକ ଭାବଧାରରେ ଉଦବୁଦ୍ଧ ହୋଇ ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ । ଅତି ପ୍ରିୟବନ୍ଧୁ ଆର୍ଥିକ ସହାୟତା କରିବେ । ପାରିବାରିକ ଜୀବନରେ ସୁଖ ସମ୍ପଦ ପ୍ରାପ୍ତି ହେବ ।

ତୁଳା:-

ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହେବ । ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ ଓ ସୁଖ ସମୃଦ୍ଧି ବୃଦ୍ଧି ହେବ । ସ୍ଵର୍ଣ୍ଣ ଅଳଙ୍କାର କ୍ରୟ କରି ପାରନ୍ତି । ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ । ପୁଅ ଝିଅଙ୍କ ସୁ ଖବର ପାଇବା ଫଳରେ ଖୁସି ହେବେ । ମଉଜ-ମସ୍ତିରେ ସମୟ କଟିପାରେ । ଧର୍ମ-କର୍ମରେ ରୁଚି ରହିବ ଓ କୌଣସି ଆୟୋଜନ ମଧ୍ୟ କରେଇବେ । ମହିଳାଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ଦୂର ଯାତ୍ରାରେ ଅତ୍ୟଧିକ ଅର୍ଥ ବ୍ୟୟ କରିବେ ।

ବିଛା:-

ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ । ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବା ସହ ପ୍ରଶଂସିତ ହେବେ । ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ । ବ୍ୟବସାୟ ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ । ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବ ।

ଧନୁ:-

ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ ଓ ପ୍ରସାର ପ୍ରଚାର କରିବାର ସୁଯୋଗ ପାଇ ଖୁସି ହେବେ । ଦୂରେଇ  ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । ଆର୍ଥିକ ଦିଗରୁ ଉନ୍ନତି ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ । ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବା ପାଇଁ ମନ କରିବେ । ଧର୍ମକାର୍ଯ୍ୟ ପ୍ରତି ମନବଳାଇ ବହୁତ ଶାନ୍ତି ପାଇବେ ।

ମକର:-

ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ । ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ । ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚାତୁରୀ କଥାକହି କାର୍ଯ୍ୟ ପୂରଣ କରିବେ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ । ଶ୍ଵଶୁର ଘର କିମ୍ବା ଜମିବାଡି ନେଇ କେତେକ ସମସ୍ୟା ସମାଧାନ ହୋଇଯିବ । ସ୍ୱାସ୍ଥ୍ୟ ଠିକ୍ ରହିବ । ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ ।

କୁମ୍ଭ:-

ପରିବାରରେ ମନୋମାଳିନ୍ୟ ମେଣ୍ଟିଯିବ ଓ ସୁସ୍ଥ ବାତାବରଣ ଜାରି ରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ପିଲାମାନଙ୍କ କାର୍ଯ୍ୟ କଳାପ ସମ୍ମାନ ବୃଦ୍ଧିର ସୂଚନା ଦେବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ବହୁ ଲୋକଙ୍କର ପ୍ରଶଂସା ପାଇବା ଫଳରେ ଉତ୍ସାହିତ ହେବେ । କୌଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ ନକଲେ ବହୁତ କ୍ଷତିରେ ପଡିବେ । ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ ।

ମୀନ:-

ହୋଟେଲ୍, ତେଲବ୍ୟବସାୟୀ, କଳାକାର, ରାଜନୈତିଜ୍ଞ, ଶିଳ୍ପକାର, ରେଡିମେଡ୍ ବସ୍ତ୍ରବ୍ୟବସାୟୀ, ମଡେଲିଙ୍ଗ ଓ ପନିପରିବା ଚାଷୀମାନେ ବିଶେଷ ଲାଭାନ୍ଵିତ ହେବେ । ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ବନ୍ଧୁ ମିତ୍ର ଦେଇଥିବା ପ୍ରତିଶୃତି ରକ୍ଷା କରିବା ଫଳରେ ମାନ-ପ୍ରତିଷ୍ଠା ବଢିବ । ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଦେବ । ଯୌଥ ପରିବାର ସମ୍ପର୍କୀୟ ଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହିବେ । ଶୁଭ କାମ କରି ପ୍ରଶଂସିତ ହେବେ । ସଭାସମିତିରେ ସାହିତ୍ୟ ଚର୍ଚ୍ଚାରେ ସଫଳତା ମିଳିବ ।

Leave a Reply

Your email address will not be published. Required fields are marked *