ମଙ୍ଗଳବାର, 7 ମେ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଆଜି ଆପଣ ଆରାମ କରନ୍ତୁ । ନିଜ ଚ଼ତୁଃପାର୍ଶ୍ୱର ଲୋକମାନଙ୍କ ସହିତ ମଜ୍ଜା କରନ୍ତୁ । ଏହି ସମ୍ପର୍କ ସବୁରୁ ଆପଣଙ୍କୁ ଭବିଷ୍ୟତରେ ବହୁତ ଲାଭ ହେବ । ଆପଣ ଆପଣଙ୍କ ଘର ଲୋକଙ୍କ ସହ ମଧ୍ୟ ଏକ ଗଭୀର ସମ୍ପର୍କ ମୁଳଦୁଆ ରଖିଛନ୍ତି । ଆଜି ଆପଣ ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ । ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ବଣଭୋଜିରେ ଯିବା ପାଇଁ ଉଚ଼ିତ୍ ହେବ ।କାର୍ଯ୍ୟ-ସଫଳତା ଏବଂ ଯଶ-କୀର୍ତ୍ତି ପ୍ରାପ୍ତ ହେବା ପାଇଁ ଆଜିର ଦିନ ଶୁଭ ଅଟେ । ପରିଜନମାନଙ୍କ ସହିତ ଆପଣ ଆନନ୍ଦ-ଉଲ୍ଲାସପୂର୍ଣ୍ଣ ବାତାବରଣରେ ସୁଖଦପୂର୍ଣ୍ଣ ସମୟ ବିତାଇବେ । ଆର୍ଥିକ ଲାଭର ମଧ୍ୟ ଆଜି ସମ୍ଭାବନା ଅଧିକ ଅଛି । ଆବଶ୍ୟକ ବିଷୟଗୁଡ଼ିକ ପଛରେ ଖର୍ଚ୍ଚ ହେବ ।ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ବୃଷ

ଆଜି ଆପଣଙ୍କ ମନ ଓ ମସ୍ତିସ୍କ ଖୁବ୍ ମଜ୍ଜାରେ ରହିବ । ଆପଣଙ୍କ ମନ କାମରେ ବିଲକୁଲ ଲାଗିବନି ହୁଏତ ଆପଣ ନିଜ ଦାୟୀତ୍ତ୍ୱମାନ ମଧ୍ୟ ଉତ୍ତମ ରୁପେ ତୁଲାଇ ପାରିବେନି । ଆଜି ଆପଣଙ୍କ ଧ୍ୟାନ କେବଳ ମଉଜ ମସ୍ତି ଆଡ଼କୁ ହିଁ ରହିବ । ଆଜି ଆପଣ ସବୁ କିଛି ଭୁଲିଯାଇ ଖୁବ୍ ନାଚ଼ନ୍ତୁ ,ନଚ଼େତ୍ କୌଣସି ସମାରୋହ କରନ୍ତୁ । ସେଠାକୁ ସଭିଙ୍କୁ ନିମନ୍ତ୍ରଣ କରନ୍ତୁ । ଆଜି ଆପଣ ଯାହା କିଛି କରୁଛନ୍ତି ପୂର୍ଣ୍ଣ ମନରେ କରନ୍ତୁ । ଏହା ମଧ୍ୟ କୌଣସି ଏକ ନୂଆ ଚ଼ାକିରି ହୋଇଥାଇପାରେ । ତେଣୁ ଇମେଲ ଲେଖନ୍ତୁ ।ଆଜିର ଦିନ ଶୁଭ ଫଳଦାୟୀ ଅଟେ । ଆଜି ପ୍ରତ୍ୟେକ କାର୍ଯ୍ୟରେ ସରଳତାରେ ସଫଳତା ପ୍ରାପ୍ତି ହେବ । ପରିଣାମ ସ୍ଵରୂପ ଆପଣ ମାନସିକରୂପରେ ପ୍ରଫୁଲ୍ଲିତ ରହିବେ । ଚାକିରିରେ ଉଚ୍ଚାଧିକାରିମାନଙ୍କର ପ୍ରସନ୍ନତା କାରଣରୁ ପଦୋନ୍ନତିର ଯୋଗ ଅଛି|ପ୍ରତିକାର–ରୁଟିଗୁଡ ଗାଈକୁ ଖାଇବାକୁ ଦେବେ ।

ମିଥୁନ

ଆଜି ଆପଣଙ୍କୁ ବହୁତ ଧନ,ମାନ,ଯଶ ଏବଂ ସଫଳତା ମିଳିବ । ଆଜି ଆପଣ ଏମିତି ସ୍ଥିତିରେ ଅଛନ୍ତି,ଯେ ନିଜ ବିଚାରକୁ କାର୍ଯ୍ୟରେ ପରିଣତ କରିପାରିବେ । ଆପଣ କିଛି ଦିନ ହେଲା ଯାଣିପାରୁନାହାନ୍ତି ଯେ ଆପଣଙ୍କର କଣ କରିବା ଉଚ଼ିତ୍ । କିନ୍ତୁ ଆପଣଙ୍କର ଚ଼ିନ୍ତାଧାରାରେ ସ୍ପଷ୍ଟତା ଆସିଯିବ । ଏହି ସମୟର ଲାଭ ଉଠାନ୍ତୁ ଏବଂ ଅଟକି ଯାଉଥିବା ସମସ୍ତ କାର୍ଯ୍ୟ କରିବାକୁ ଚ଼େଷ୍ଟା କରନ୍ତୁ ।କୌଣସି ନିର୍ଣ୍ଣୟକୁ କରିବା ସମୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି । ଆଜି ଆବଶ୍ୟକ କାର୍ଯ୍ୟ ପ୍ରାରମ୍ଭ ପାଇଁ ସମୟ ଉଚିତ ନୁହେଁ । ବସ୍ତୁକୁ ନେଇ କରି ବ୍ୟବହାରିକ ମନୋଭାବ ରଖିବେ । ବ୍ୟବହାରରେ ଅଲଗାପଣ ଛାଡ଼ି ସ୍ନେହଭାବ ରଖିଲେ ପରିଣାମ ସକାରାତ୍ମକ ଆସିବ ।ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।

କର୍କଟ

ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଖୁବ୍ ଜମେଇକି ନାଚ଼ିବେ । ଆଜି କାଲି ଆପଣଙ୍କ ସମ୍ପର୍କୀୟ ସଭିଙ୍କ ସହ ମଧୁର ଅଛି, ତେଣୁ ଆପଣଙ୍କୁ ନିଜ ଲୋକଙ୍କ ଠାରୁ ବହୁତ ଖୁସି ମିଳିବ । ଆଜି ଆପଣ ଘରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ବହୁମୂଲ୍ୟ ବସ୍ତୁ କିଛି ଚୋରି ହେବାର ସମ୍ଭାବନା ରହିଛି । କିନ୍ତୁ ଯଦି ଆପଣ ସାବଧାନ ରୁହନ୍ତି , କ୍ଷତି ହୋଇ ନ ପାରେ । ଏହାର ଅର୍ଥ ନୁହେଁ ଯେ ଆପଣ ଡରିଯିବେ । ଆଜି ଶାରୀରିକ ସୁସ୍ଥତା ଏବଂ ମାନସିକ ପ୍ରସନ୍ନତା ଅନୁଭବ କରିବେ । କାର୍ଯ୍ୟଗୁଡ଼ିକରେ ମଧ୍ୟ ସଫଳତା ପ୍ରାପ୍ତ ହେବ । ପରିଜନମାନଙ୍କର ଏବଂ ସ୍ନେହୀଜନମାନଙ୍କର ସହିତ ସମ୍ବନ୍ଧରେ ମଧୁରତା ରହିବ । ତାଙ୍କର ସହକାର ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ,ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ସିଂହ

ଯଦି ଆପଣଙ୍କ ଘରେ ସୁଖଶାନ୍ତି ରହିବେ, ଏହି ସମୟ ଆପଣଙ୍କ ଓ ଆପଣଙ୍କ ର ପରିବାର ବର୍ଗଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହେବ । ଆପଣମାନେ ପରସ୍ପର ମଧ୍ୟରେ ଭଲ ସମୟ କଟାଇପାରିବେ ।  ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ ।ଆଜି ଆପଣଙ୍କୁ ଶାରୀରିକ ଶିଥିଲତା ଏବଂ ମାନସିକ ବ୍ୟଗ୍ରତା ଅନୁଭବ ହୋଇପାରେ । ମିତ୍ରମାନଙ୍କ ଏବଂ ସନ୍ତାନମାନଙ୍କ ସମ୍ବନ୍ଧିତ କୌଣସି କଥାର ଚିନ୍ତା ଗ୍ରାସ କରିପାରେ । ଆକସ୍ମିକ ଧନଖର୍ଚ୍ଚର ଯୋଗ ଅଛି । କୌଣସି ଭାବରେ ବିବାଦରୁ ଆଜି ଆପଣ ଦୂରରେ ରୁହନ୍ତୁ,ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।

କନ୍ୟା

ଆଜି ଆପଣ ନିଜକୁ ପରିସ୍ଥିତି ସହିତ ଖାପଖୁଆଇ ଚ଼ଳିବାକୁ ଚ଼େଷ୍ଟା କରନ୍ତୁ । ଅସୁବିଧାଟି ଆସୁଥିବ ଏବଂ ଯାଉଥିବ କିନ୍ତୁ ଆପଣ ଏହାଜାଣିସାରିଛନ୍ତି ସକାରାତ୍ମକ ଭାବନା ରଖିଲେ ଆମେ ଆମ ଅସୁବିଧା ଗୁଡ଼ିକୁ ଭଲ ଭାବରେ ସମ୍ଭାଳି ପାରିବା । ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ଆପଣ ନିଜକୁ ବୋଧହୁଏ ଏକା ଅନୁଭବ କରିପାରନ୍ତି । ନିଜ ପରିବାରର ପସନ୍ଦ ଆପଣଙ୍କୁ ସମ୍ପୂର୍ଣ୍ଣ ଅଲଗା ବୋଲି ଆଜି ଆପଣ ମନେ କରିବେ ।ଆଜି ସାଂସାରିକ ବିଷୟଗୁଡ଼ିକରୁ ଦୂରରେ ରହିକରି ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଗଭୀର ଚିନ୍ତନଶକ୍ତି ଏହି ବିଷୟରେ ଆପଣଙ୍କୁ ସହାୟତା କରିବ । ଗୂଢ଼ ଏବଂ ରହସ୍ୟମୟ ବିଦ୍ୟା ପ୍ରତି ଆଜି ଆପଣଙ୍କର ଅଧିକ ଆକର୍ଷଣ ରହିବ । ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ମଧ୍ୟ ଯୋଗ ଅଛି । ତଥାପି ମଧ୍ୟ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ତେବେ ବିପତ୍ତିଗୁଡ଼ିକରୁ ଦୂରରେ ରହି ପାରିବେ ।ପ୍ରତିକାର– ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ ।

ତୁଳା

ନିଜ ଜୀବନରେ ସମସ୍ୟାକୁ ସୁଧାରିବା ପାଇଁ ଆପଣ ଆଜି କୌଣସି ବ୍ୟକ୍ତିଙ୍କର ଉପଦେଶ ଗ୍ରହଣ କରିବେ । ଉପଦେଶ ଦେଉଥିବା ବ୍ୟକ୍ତି ଜଣେ ଜ୍ୟୋତିଷ୍କ ହୋଇପାରନ୍ତି । ଯିଏକି ଆପଣଙ୍କୁ ସଠିକ୍ ମାର୍ଗ ଦେଖାଇ ପାରିବେ । ଆଜି ଆପଣଙ୍କ କାହାସହ ନୂଆ ସମ୍ପର୍କର ସ୍ଥାପନା ହୋଇପାରେ । ଦେଖନ୍ତୁ ଏ ସମ୍ପର୍କ ଆପଣଙ୍କୁ କେଉଁଠି ନେଇଯାଇଛି । ଏହା ସହ ସେ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାନ୍ତୁ ଯେ ଆପଣଙ୍କୁ ମାର୍ଗ ଦେଖାଇଛନ୍ତି । ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ପରିଜନମାନଙ୍କର ସହିତ ସାମାଜିକ କାର୍ଯ୍ୟ ଗୁଡ଼ିକରେ ବ୍ୟସ୍ତ ରହିବେ ଅଥବା କୌଣସି ପର୍ଯ୍ୟଟନ-ସ୍ଥଳକୁ ଯାତ୍ରାର ଆନନ୍ଦ ପ୍ରାପ୍ତ କରି ପାରିବେ । ବ୍ୟାପାରୀଗଣଙ୍କୁ ବ୍ୟାପାରରେ ବୃଦ୍ଧି ହେବାର ସମ୍ଭାବନା ଅଛି । ପ୍ରତିକାର– ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ ।

ବିଛା

ଆଜି ଆପଣ କୌଣସି ଖୁସି ଖବର ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଆଜି ଆପଣଙ୍କୁ ନିଜ ଲୋକଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ । ଆଜି ଆପଣଙ୍କର ଦିନଟି ବହୁତ ଭଲରେ କଟିବ । ଏହି ସମୟଟି ଆପଣ ନିଜ ଲୋକଙ୍କ ସହିତ କଟାଇ ପାରନ୍ତି । ନିଜ ନିୟନ୍ତ୍ରଣରୁ ବାହାରି କାର୍ଯ୍ୟ କରନ୍ତୁ ନାହିଁ । ଧୈର୍ଯ୍ୟ ଏବଂ ସାହସକୁ ପାଥେୟ କରି ବିପଦର ସାମ୍ନାକଲେ ସଫଳତା ନିଶ୍ଚୟ ମିଳିବ । ବହୁତ ଗୁଡିଏ ସ୍ଥାନକୁ ଯାତ୍ରାକରିବାର ସୁଯୋଗ ଆସିପାରେ ଏବଂ ଏହା ମଧ୍ୟରୁ ଗୋଟିଏ ଆପଣ ବାଛିବେ । ଭିନ୍ନ ପ୍ରକାର ଦ୍ୱନ୍ଦ ମଧ୍ୟରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଏବଂ ଆପଣଙ୍କ ସହ ଯାତ୍ରା ନିଷ୍ପତ୍ତି ବାହାରେ କିଛି ଯୋଜନା କରିପାରନ୍ତି ।ଆଜିର ଦିନ ଲାଭଦାୟୀ ଅଟେ । ସମ୍ବନ୍ଧିମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଆନନ୍ଦଦାୟୀ ଭେଟ ହେବ । ବିବାହୋତ୍ସୁକଙ୍କୁ ଉଚିତ ପାତ୍ର ମିଳିବାରରୁ ଆନନ୍ଦରେ ବୃଦ୍ଧି ହେବ । ବ୍ୟାପାର ଦୃଷ୍ଟିରୁ ମଧ୍ୟ ଲାଭଦାୟୀ ଦିନ ଅଟେ ।ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।

ଧନୁ

ଆଜି ଆପଣଙ୍କର ଆଖପାଖ ଲୋକ ଆପଣଙ୍କୁ ଭୁଲ ବୁଝିପାରନ୍ତି, ଏଥି ପାଇଁ ଆପଣଙ୍କର ବିଚ଼ାରକୁ ସ୍ପଷ୍ଟଭାବରେ ଅଭିବ୍ୟକ୍ତ କରନ୍ତୁ । ଯାହାବି କୁହନ୍ତୁ ବୁଝି ସୁଝି କୁହନ୍ତୁ, ଯଦି ଆପଣଙ୍କର ଶବ୍ଦକୁ ଭୁଲ ବୁଝି ନିଆ ଯାଏ ତେବେ ଅସୁବିଧା ହୋଇପାରେ । ବାଣୀ ତଥା ବ୍ୟାବହାର ଉପରେ ନିୟନ୍ତ୍ରଣ ନ ରଖିଲେ ଆଜି ଅସୁବିଧାର ସାମନା କରିବାକୁ ପଡ଼ିପାରେ । କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବେ ନହେଲେ କାହା ସହିତ ବାଦ-ବିବାଦ ହୋଇପାରେ । କୌଣସି କଥାକୁ ନେଇକରି ଚିନ୍ତିତ ହୋଇପାରନ୍ତି । ଅଚାନକ ହେବାକୁଥିବା ଘଟଣାରେ ନିୟନ୍ତ୍ରଣ ରଖିବେ | ବ୍ୟାପାରୀବର୍ଗଙ୍କୁ ବ୍ୟାପାରରେ ବାଧା ଆସିପାରେ । ନକାରାତ୍ମକତାକୁ ମହତ୍ଵ ଦିଅନ୍ତୁ ନାହିଁ ।ପ୍ରତିକାର:- କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ

ମକର

ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ ।ଆଜି ଆପଣଙ୍କୁ ଖୁବ୍ ମାନ, ଯଶ ମିଳିବ । ଆଜି ଆପଣ ଯେଉଁ ସ୍ଥିତିରେ ଅଛନ୍ତି , ଏସବୁ କେବଳ ଆପଣଙ୍କ ସ୍ପଷ୍ଟତା ଏବଂ ଭଲ ସଂମ୍ପ୍ରେଷଣ କଳା ଯୋଗୁଁ ସମ୍ଭବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।ଆଜି ଶାରୀରିକ ଏବଂ ମାନସିକରୂପରେ ଆପଣଙ୍କୁ ପ୍ରସନ୍ନତା ଅନୁଭବ ହେବ । ପରିବାର ସୁଖ-ଶାନ୍ତିର ବାତାବରଣ ରହିବ । ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ସାକ୍ଷାତକରି ଆନନ୍ଦ ଲାଭ ହେବ,ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

କୁମ୍ଭ

ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ପରାମର୍ଶ ଆପଣଙ୍କୁ ଠିକ୍ ଲାଗି ନ ପାରେ । ଏହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଲେ ମଧ୍ୟ ଆପଣ ଏହି ବିଷୟରେ କିଛି କରିପାରିବେ ନାହିଁ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ ।ଆଜିର ଦିନ ଆପଣ ସାବଧାନ ଏବଂ ସତର୍କତାରେ କଟାଇବାକୁ ଚେଷ୍ଟା କରନ୍ତୁ । ବାଣୀ ବା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ ଏବଂ କୌଣସି ଭାବରେ ବିବାଦରୁ ଦୂରରେ ରୁହନ୍ତୁ । ମାତାଙ୍କ ସହିତ ବିବାଦ ହେବାର ସମ୍ଭାବନା ଅଛି । ନକାରାତ୍ମକତା ନିଜର ମନରେ ଯେପରି ଚାପ ନ ପକାଇବ ସେଥିପାଇଁ ଚେଷ୍ଟା କରିବେ,ପ୍ରତିକାର– ମୁଗଡାଲି ମନ୍ଦିରରେ ଦାନ କରନ୍ତୁ ।

ମୀନ

ଆଜି ଆପଣ ନିଜର ସୀମାଠାରୁ ବାହାରକୁ ଆସି କୌଣସି ପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ । ଆପଣ ନିଜ ଜୀବନରେ ବହୁତ କିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ,ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି । ଆପଣଙ୍କ ସାହସ ଏବଂ ଉପସ୍ତିତ ବୁଦ୍ଧି ଆପଣଙ୍କୁ ଅନ୍ୟମାନଙ୍କୁ ଠାରୁ ବହୁ ଆଗକୁ ନେଇ ଯିବ । ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି କରିବାରେ ସାହାଯ୍ୟ କରିବ ।ମନର ଅସୁସ୍ଥତା କାରଣରୁ ଆପଣ ଆଜି ବ୍ୟଗ୍ର ହୋଇପାରନ୍ତି । ଶରୀରରେ ଆଲସ୍ୟ ଅନୁଭବ ହୋଇପାରେ । ଉଚ୍ଚାଧିକାରିମାନଙ୍କ ସହିତ ସାବଧାନପୂର୍ବକ କାର୍ଯ୍ୟ କରନ୍ତୁ । ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ । ଆବଶ୍ୟକ ନିର୍ଣ୍ଣୟ ନେବା ଆଜି ଉଚିତ ନୁହେଁ,ପ୍ରତିକାର– ଗ୍ରାମ୍ୟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

Leave a Reply

Your email address will not be published. Required fields are marked *