ମଙ୍ଗଳବାର, 9 ଜୁଲାଇ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ:-

ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟ ବଢାଇବାରେ ସମର୍ଥ ହେବେ । ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ଉଚ୍ଚଆଶା ସଫଳ ହେବ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ । ବ୍ୟବସାୟରେ  ସାମାନ୍ୟ ଲାଭ ପାଇବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ।

ବୃଷ:-

ପରିବାରରେ ମାନ ମନାନ୍ତର ଦୂର ହେବ ଓ ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବିଦେଶ ଯାତ୍ରାରେ ଲାଭବାନ ହେବେ । ଆର୍ଥିକ ଦିଗରୁ ସୁବିଧା ମିଳିବ । ପୈତୃକ ସମ୍ପତ୍ତି, ପାରିବାରିକ ଦ୍ଵନ୍ଦର ସମାଧାନ ହେବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ । ବନ୍ଧୁବାନ୍ଧବଙ୍କ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ । ଅନେକ ସୁଯୋଗ ହାତପାହାନ୍ତାରେ ପହଞ୍ଚିବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗା ନେଇଥିବା ଦ୍ଵନ୍ଦର ସମାଧାନ ହେବ । ଚିତ୍ତପ୍ରସନ୍ନ ରହିବ । କାର୍ଯ୍ୟ ସିଦ୍ଧି ହେବ । ଉଚ୍ଚ ଆଶାରେ ଆଗେଇବେ । ଦାମ୍ପତ୍ୟ ଜୀବନରେ ଶାନ୍ତି ସୃଷ୍ଟି ହେବ ।

ମିଥୁନ:-

ବ୍ୟବସାୟୀ ମାନଙ୍କର ପ୍ରତିଦ୍ଵନ୍ଦିତାଥାଇ ମଧ୍ୟ ଆୟ ବଢିବ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ହେବ । ମାନସିକ ସ୍ୱାସ୍ଥ୍ୟ ଅବ୍ୟବସ୍ଥିତ ରହିବ । ପାରିବାରିକ କ୍ଷେତ୍ରରେ ସ୍ଣେହ ସଦ୍ଭାବ ଦେଖାଦେବ । ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ଶ୍ରମିକ ଓ କର୍ମଚାରୀମାନେ ଉପରିସ୍ଥଙ୍କ କୃପାଭାଜନ ହେବେ । ଶେଷ କରିବାକୁ ଚାହୁଁଥିବା କର୍ମଟି ପୂରଣ କରିବା ପାଇଁ ସକ୍ଷମ ହେବେ । କେତେକ କ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବେ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ଋଣମୁକ୍ତ ଓ ଋଣପ୍ରାପ୍ତି ହେବ । ଜଗାଜମି, ଗୃହ ଉପକରଣ କ୍ରୟ କରିବେ ।

କର୍କଟ:-

ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଉତ୍ତମ ଆୟର ପଥ ପରିଷ୍କାର କରିବେ । କର୍ମକ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେବେ । ମହିଳାମାନେ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ । ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ ବିଜୟୀ ହେବେ । ନୂତନ କାର୍ଯ୍ୟରମ୍ଭ, ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ପାରିବାରିକ ତିକ୍ତତାର ସମସ୍ୟା ଦୂରହେବ ।

ସିଂହ:-

କର୍ମରେ ଉନ୍ନତି ସହିତ ଆକସ୍ମିକ ଅର୍ଥଲାଭର ସୂଚନା ପାଇବେ । ବାସସ୍ଥାନ ବା ଯାନବାହାନ ନବୀକରଣ କରିବାର ସୁଯୋଗ ପାଇବେ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ବାଦ-ବିବାଦ, ମାଲିମୋକଦ୍ଦମା, କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ ଟେନସନ ଦୂର ହେବ । ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ । ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ । ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ ।

କନ୍ୟା:-

ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ । ବ୍ୟବସାୟୀମାନେ କଠିନ ପରିଶ୍ରମ କରି ଲାଭବାନ ହେବେ । ମହିଳାମାନେ କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ । କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ । ଶତୃମାନେ ପରାଜିତ ହେବେ । ବିଦେଶ ଯାତ୍ରାରେ ଲାଭ ପାଇବେ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ । ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ । ସ୍ଥଗିତଥିବା କର୍ମଟି ପୂରଣ ହେବ ।

ତୁଳା:-

କେତେକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ବ୍ୟବସାୟୀକ ମାମଲାରେ ବିଶେଷ ବ୍ୟସ୍ତ ରହିବେ । ଜମିବାଡି ନେଇ କେତେକ ସମସ୍ୟା ସମାଧାନ ହେବ । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଦୂରେଇଯିବ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ । ସହକର୍ମୀମାନଙ୍କ ସହ ଶତ୍ରୁତାର ଅବସାନ ଘଟିବ । ଅଫିସ୍ କାମରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ । ଅତି ପ୍ରିୟବନ୍ଧୁ ଆର୍ଥିକ ସହାୟତା କରିବେ । ସ୍ଵାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ । କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ । ନୂତନ କାର୍ଯ୍ୟ ଆରମ୍ଭ କଲେ ବିପଦରେ ପଡି ପାରନ୍ତି ।

ବିଛା:-

ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ସଫଳ ହେବେ । କର୍ମ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ । ପରିବାରର ସାହାଯ୍ୟରେ ଉପକୃତ ହେବେ । ଘରଲୋକଙ୍କୁ ଅବିଶ୍ଵାସ କରି ପରଲୋକଙ୍କୁ ବିଶ୍ଵାସ କଲେ ହାଇରଣରେ ପଡିବେ । ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହେବ । ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ ।

ଧନୁ:-

ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ବ୍ୟବସାୟରେ ପୂର୍ଣ୍ଣ ସଫଳତା ପାଇ ନୂତନ ସଂସ୍ଥାର ଆୟୋଜନ କରିବେ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ଯଶର ସହ ଉତ୍ତୀର୍ଣ୍ଣ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତି ଓ ପୂର୍ବ ସମସ୍ୟାର ସମାଧାନ ହେବ । ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ । ମନ ଭଲ ରହିବ । ବନ୍ଧୁଙ୍କୁ ଦେଇଥିବା ପ୍ରତିସୂତି ରକ୍ଷାକରିବେ । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ପାରିବାରିକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ । ନୂତନ ବନ୍ଧୁ ଲାଭହେବ ଓ ସମ୍ପତି କ୍ରୟ କରିବେ ।

ମକର:-

ପରୋକ୍ଷ ଶତ୍ରୁତା ମେଣ୍ଟି ଯିବାରୁ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ପାଇବ । ସାଙ୍ଗସାଥିମାନେ ସାହାଯ୍ୟ କରିବେ । ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ ଏବଂ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟର ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯତ୍ନ କରିବେ । ବିଦ୍ୟାରେ ଉନ୍ନତି ଓ ପ୍ରଶଂସିତ ହେବେ । ଆୟ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପରିବାରରେ ସୁଖଶାନ୍ତି ଫେରି ଆସିବ ।

କୁମ୍ଭ:-

ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ । ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ଶିକ୍ଷାକ୍ଷେତ୍ରରେ, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ପରିବହନ ବ୍ୟବସାୟିକସ୍ଥିତି ସୁଦୃଢ ହେବ । ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ ।   ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ମିଳିବ ।

ମୀନ:-

ମହିଳା ମାନଙ୍କର ସମ୍ମାନ ବୃଦ୍ଧି ହେବାସହ ସୁନାମ ଅର୍ଜନ କରିବେ । ମାଲିମୋକଦ୍ଦମାରେ ଜୟ, ରାଜନୀତିରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ଓ ଉଚ୍ଚଫଳ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ସଫଳତା ହାସଲ କରିବେ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । ସୁଖ ସମୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବାସହ ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ  ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ ।

Leave a Reply

Your email address will not be published. Required fields are marked *