ମଧୁମେହ ରୋଗକୁ କଣ୍ଟ୍ରୋଲରେ ରଖିବାର ରାମବାଣ ଉପାୟ ?

ଆଜିକାଲି ପ୍ରାୟ ପ୍ରେତକ ଘରେ ନିହାତି ଜଣେ ଡାଇବେଟିସ ରୋଗୀ ଥିବେ । ଏମିତିକି କମ ବୟସର ପିଲାମାନଙ୍କ ଦେହରେ ମଧ୍ୟ ଡାଇବେଟିସ ଚିହ୍ନଟ ହେଉଅଛି । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଆମେ ମାନେ ଡାକ୍ତରୀ ଚିକିତ୍ସା କରିଥାଉ ଏବଂ ଇନ୍ସୁଲିନର ବ୍ୟବହାର କରିଥାଉ । କିନ୍ତୁ ଆମେ ଯଦି ଆମ ଘରେ ଥିବା କେତୋଟି ଜିନିଷ ବ୍ୟବହାର କରିବା ଆମର ଡାଇବେଟିସ କଣ୍ଟ୍ରୋଲରେ ରହିବା ସହିତ ଆମ ଶରୀରରେ କୌଣସି ସାଇଡଇଫେକ୍ଟ ପଡିବ ନାହିଁ ।

ବନ୍ଧୁଗଣ ଏବେ ଜଣାନ୍ତୁ ଆମ ଘରେ ଥିବା କେତୋଟି ଦ୍ରବ୍ୟ ବିଷୟରେ ଯାହା ଡାଇବେଟିସକୁ କଣ୍ଟ୍ରୋଲରେ ରଖିବାରେ ସାହାଯ୍ୟ କରିଥାଏ ।

୧ । ଡାଇବେଟିସ ଥିବା ବ୍ୟକ୍ତି ପ୍ରେତକ ଦିନ ରାତିରେ ବସିଥିବା ସମୟରେ ଗୋଡ ସହୁଥିବା ଭଳି ଉଷୁମ ପାଣିରେ ଅଳ୍ପ ଲୁଣ ପକାନ୍ତୁ ଏବଂ ୨ଟି ଗୋଡ ସେହି ପାଣିରେ ପାଦର ଗଣ୍ଠି ପର୍ଯ୍ୟନ୍ତ ଉପରକୁ ବୁଡାଇ ଅଧଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ତାପରେ ଶୁଖିଲା କପଡ଼ାରେ ଗୋଡକୁ ପୋଛି ଦିଅନ୍ତୁ । ଏହା କରିବା ଦ୍ୱାରା ଡାଇବେଟିସ କଣ୍ଟ୍ରୋଲରେ ରହିଥାଏ ।

୨ । ପ୍ରତେକ ଦିନ ସକାଳେ ଖାଲି ପେଟରେ ୫୦ ଗ୍ରାମ କଞ୍ଛା କଲରା, ୫୦ଗ୍ରାମ କାକୁଡି, ଫାଳେ ବିଲାତି ଗ୍ରାଇଣ୍ଡିଙ୍ଗ କରି ସେହି ଜୁସର ସେବନ କରନ୍ତୁ ଏବଂ ଅଧଘଣ୍ଟା ପରେ ଜଳଖିଆ କରନ୍ତୁ । ଯଦି ଡାଇବେଟିସ ଅଧିକ ଥାଏ ଦିନକୁ ୨ଥର ସକାଳ ସନ୍ଧ୍ୟାରେ ଏହି ଜୁସର ସେବନ କରନ୍ତୁ । ଏହାଦ୍ୱାରା ଡାଇବେଟିସ ବହୁ ପରିମାଣରେ କଣ୍ଟ୍ରୋଲରେ ରହିଥାଏ ।

୩ । ଆପଣଙ୍କ ବାଡ଼ିଘରେ ଥିବା ଅରଖ ଗଛର ପତ୍ର ଦିନକୁ ୨ଟା ଆଣନ୍ତୁ । ପତ୍ର ଦୁଇଟିକୁ ଭଲ ଭାବରେ ଧୋଇ ଦିଅନ୍ତୁ ଓ ଭଲ କପଡ଼ାରେ ପୋଛି ସଫା କରିଦିଅନ୍ତୁ । ରାତି ବା ଦିନ ଯେତେବେଳେ ହେଉ ଡାଇବେଟିସ ଥିବା ବ୍ୟକ୍ତି ଏହି ପତ୍ରଟିର ପଛ ଭାଗକୁ ନିଜ ପାଦରେ ଲଗାଇ ରଖନ୍ତୁ ।  ଆପଣ ମୌଜା ଭିତରେବି ଏହାକୁ ରଖି ପାରିବେ । ଏହିଭଳି ରଖି ରାତିସାରା ଶୋଇପଡ଼ନ୍ତୁ । ଏକ ମାସ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରି ଦେଖନ୍ତୁ ଆପଣଙ୍କ ଡାଇବେଟିସ ପୁରା ଆପଣଙ୍କ କଣ୍ଟ୍ରୋଲରେ ରହିବ ।

 

୪ । ଡାଇବେଟିସ ରୋଗୀ ନିଜ ଖାଦ୍ୟପ୍ରତି ଧ୍ୟାନ ରଖନ୍ତୁ । ସୁଗାର ଜାତୀୟ ଜିନିଷ ଖାଆନ୍ତୁ ନାହିଁ ଏବଂ ଭାତ କମ ଖାଆନ୍ତୁ ଓ ରୋଟୀ ଅଧିକ ଖାଆନ୍ତୁ ଏବଂ ସୋରିଷ ତେଲ ଖାଆନ୍ତୁ ନାହିଁ । ତେଲମସଲା ଏବଂ ଚର୍ବି ଜାତୀୟ ଦ୍ରବ୍ୟ, ପାଚିଲା କଦଳୀ, ପାଚିଲା ଆମ୍ବ , ମାଟିତଳ ଜାତୀୟ ଦ୍ରବ୍ୟ ଏବଂ ନିଶା ଦ୍ରବ୍ୟ ଠାରୁ ଦୁରେଇ ରହିଲେ ଡାଇବେଟିସ ପୁରା ନିୟନ୍ତ୍ରଣରେ ରହିବ ଏବଂ ଦେହ ମନ ସୁସ୍ଥ ରହିବ ।

Leave a Reply

Your email address will not be published. Required fields are marked *