ଶନିବାର, 17 ଅଗଷ୍ଟ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଶାନ୍ତି ପାଇବେ । ପୁରାତନ ରୋଗର ଉପଶମ ଫଳରେ ସ୍ୱାସ୍ଥ୍ୟ ଠିକ୍ ରହିବ । ପାରିବାରିକ କ୍ଷେତ୍ରରେ ଅଧୁରା କାର୍ଯ୍ୟ ପୂରଣ ହେବ । ଆମୋଦ ପ୍ରମୋଦ, ମନୋରଞ୍ଜନ, ଦୀର୍ଘଯାତ୍ରା, ଓ ଛୋଟ ବଡ ମିଟିଙ୍ଗୀରେ ଯୋଗ ଦେଇ ପାରନ୍ତି । ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟିହେବ । ଆତ୍ମୀୟଙ୍କ ସହ ଯୋଗରେ କେତେକ ସମସ୍ୟାର ସମାଧାନ ହେବ । ବିଶେଷକରି ମହିଳାମାନେ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡ଼ିବେ । ଯାହାର ବେଶି ଉପକାର କରିବେ ତାହାଦ୍ୱାରା ବେଶିଆଘାତ ପାଇବେ ।

ବୃଷ

କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଓ ଅଧିକ ଲାଭ ମିଳିପାରେ । ବନ୍ଧୁମିତ୍ରଙ୍କ ସହିତ ସମୟ ବିତେଇବେ । ପାରିବାରିକ ସମସ୍ୟା ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ବିଜୟୀ ହେବେ । ମନରେଥିବା କାମନା ପୂର୍ଣ୍ଣ ହେବ । ନୂତନ ଜ୍ଞାନର ବୃଦ୍ଧି ହେବ । ଶୁଭ ସମାଚାର ମିଳିପାରେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ ।

ମିଥୁନ

ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବ । ନୂଆ ଚାକିରୀ ହେବାର ଅଫର୍ ମିଳିବ । ଶାରୀରିକ କଷ୍ଟ ଦୂର ହେବ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରିବେ । ସମସ୍ତ କ୍ଷେତ୍ରରେ ଖୁସି ମିଳିବ । ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଏବଂ ସ୍ୱର୍ଣ୍ଣ ଅଳଙ୍କାର କ୍ରୟ କରିବେ ।

କର୍କଟ

ପୁରୁଣା ନିବେଶ ଲାଭ ଦେବ । ଆର୍ଥିକସ୍ଥିତି ସୁଧୁରି ଯିବା ଫଳରେ ଯଶ ପ୍ରତିଷ୍ଠା ମିଳିବ । ପ୍ରପର୍ଟୀ ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ପ୍ରେମୀପ୍ରେମିକାଙ୍କ ସାମଞ୍ଜସ୍ୟ ବୃଦ୍ଧି ହେବ । ସ୍ଵାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ । ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । ଅଟକିଥିବା କାର୍ଯ୍ୟ ପୂରଣ ହେବ । ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ ।

ସିଂହ

ବନ୍ଧୁମିତ୍ରଙ୍କ ଆଗମନ ହେବ ଓ ବନ୍ଧୁଙ୍କର କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ । ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ । କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ । ଧର୍ମକର୍ମରେ ରୁଚି ବୃଦ୍ଧି ହେବ । କୌଣସି ଶୁଭକାର୍ଯ୍ୟ କରିବାକୁ ଆୟୋଜନ ମଧ୍ୟ କରିବେ । ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ । ସନ୍ତାନର ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ବନ୍ଧୁ ମିତ୍ରମାନେ ସହଯୋଗ କରିବେ ।

କନ୍ୟା

ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ସାମାଜିକ ପତିଆରା ଅମଳିନ ରହିବ । ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡ଼ିବ । ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟରେ ନିଜର ଯୋଜନା ମୁତାବକ କାମ କରିବେ । କର୍ମଚାରୀ ମାନଙ୍କୁ ଭରସା କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ ।

ତୁଳା

କର୍ମଜୀବୀମାନେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ପ୍ରିୟଜନମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାଯ୍ୟ କରିବେ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ବିଜୟ ହେବ । ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ । ପ୍ରେମୀପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ । ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରିପାରିବେ ।

ବିଛା

ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଦୂରସ୍ଥାନକୁ ଯାତ୍ରା କରିବେ । କାମକାର୍ଯ୍ୟର ସ୍ଥିତି ବହୁତ ସନ୍ତୋଷଜନକ ହେବ । ସେୟାର ବଜାରରେ ମୁନାଫା ମିଳିବ । ପାରିବାରିକ ସହଯୋଗରେ ଆଗକୁ ବଢିପାରିବେ । ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ସ୍ଥାପିତ ହେବ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ ।

ଧନୁ

କର୍ମ କ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁଁ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ । ବ୍ୟବସାୟରେ ପୁଞ୍ଜି ନିବେଶ ପାଇଁ ଆଶା କରିବେ । ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ନୂଆ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ଦୁଃଖୀ ଲୋକଙ୍କୁ ସାହାରା ହେବେ ।

ମକର

ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଚାକିରୀରେ ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ । ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ । ଉଚ୍ଚ ଶିକ୍ଷାପାଇଁ ସୁଯୋଗ ପାଇବେ । ଆର୍ଥିକ ଉନ୍ନତି ଫଳରେ ଶାନ୍ତି ପାଇବେ । ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ମହିଳାମାନେ ନିଜ ଗୃହ ସମସ୍ୟା ସଜାଡିବାର ସୁବିଧା ପାଇବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ ।

କୁମ୍ଭ

ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ । ପରିବାର ସମ୍ବନ୍ଧିତ କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ । କମିଶନ ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିବ । ଶତ୍ରୁ ବା ବିରୋଧୀ କିଛି କ୍ଷତି କରିପାରିବେ ନାହିଁ । ସନ୍ତାନର ସୁଖବର ଶୁଣି ଖୁସି ହେବେ । ନିଜର ଚତୁରତା ଓ ପତିଆରା ଯୋଗେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷକୁ ଆଣି ପାରିବେ । ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବ । ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ ।

ମୀନ

ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡିବ । ଜନସେବାରେ ନିଜକୁ ନିୟୋଜିତ କରିବେ । ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ନେବେ । ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । ସବୁ ଭଲଥିଲେ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ତୀର୍ଥାଟନ କରି ଯାତ୍ରା କାଳରେ ଯନ୍ତ୍ରଣା ଭୋଗିବେ ।

Leave a Reply

Your email address will not be published. Required fields are marked *