ଶନିବାର, 3 ଅଗଷ୍ଟ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ମାନ ମନାନ୍ତର ଦୂର ହେବ । କର୍ମକ୍ଷେତ୍ରରେ ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ବ୍ୟବସାୟୀକ ସଫଳତା ଆତ୍ମସନ୍ତୋଷ ବଢେଇବ । ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।

ବୃଷ

ଦାମ୍ପତ୍ୟ କଳହର ଅବସାନ ଘଟିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ମାନସିକ ଶାନ୍ତି ମିଳିବ । ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ । ନୂତନ ଦ୍ରବ୍ୟ କ୍ରୟ କରିବେ । ମହିଳାମାନେ ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । ଶତୃମାନେ ଦୂରେଇ ଯିବେ । କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି । ସରକାରୀ କ୍ଷେତ୍ରରେ ସଫଳତା ମିଳିବ । ବକେୟା ଅର୍ଥ କିଛି ମିଳିବ ।

ମିଥୁନ

ସରକାରୀ କାମରେ ସଫଳତା ପାଇବେ । ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ । ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ । ସାମାଜିକ ପତିଆରା ଅମଳିନ ରହିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ ।

କର୍କଟ

କାରବାରରେ ସୁଧାର ଆସିବ ଓ ଟଙ୍କାର ଆବଶ୍ୟକତା ପୂରଣ ହେବ । ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । କର୍ମ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ ।

ସିଂହ

ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ । ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ । ନିଜକୁ ମଧ୍ୟ ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ଅଧୁରା କାର୍ଯ୍ୟ ପୂରଣ ହେବ । ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ପିତା ମାତାଙ୍କ ଠାରୁ ସହଯୋଗ ମିଳିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ ।

କନ୍ୟା

ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାର ରେ ସଫଳତା ମିଳିବ । ରାଜନୀତିକ୍ଷେତ୍ରରେ ଭଲଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଭାଇ ବନ୍ଧୁମାନେ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଶାନ୍ତି ଅନୁଭବ କରିବେ । ବ୍ୟବସାୟରେ ସଂଘର୍ଷ ସହ ସଫଳତା ମିଳିବ । ଭାବନାର ବଶୀଭୂତ ହୋଇ ଜାମିନି, ମଧ୍ୟସ୍ଥତା ଠିକ୍ ହେବ ନାହିଁ ।

ତୁଳା

ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ । ରାଜନୀତିରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ ଓ ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ମିତ୍ରଙ୍କ ସହାୟତା ଦ୍ଵାରା ଉନ୍ନତି ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ ।

ବିଛା

ନୂତନ କାର୍ଯ୍ୟଆରମ୍ଭ କରିପାରିବେ । ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ରାଜନୀତିରେ ଉନ୍ନତି ହେବା ସହ ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ । ମହିଳାମାନଙ୍କର ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ ।

ଧନୁ

ରାଜନୀତିରେ ସମାଜ ସେବା କରି ସ୍ଵନାମ ଅର୍ଜନ କରିପାରିବେ । ସ୍ଵାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା ଆସିବ । ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ଶୁଭ ସମାଚାର ମିଳିପାରେ । ସରକାରୀ ଚାପ ପଡିଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି ବା ଅବସର ମିଳିପାରେ । ନୂଆ ଜ୍ଞାନର ବୃଦ୍ଧି ହେବ । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇ ପାରନ୍ତି ।

ମକର

ସମସ୍ତ କ୍ଷେତ୍ରରେ ଖୁସି ମିଳିବ । ଉଚ୍ଚଆଶା ସଫଳ ହେବ । ବିଚାର ବିଭାଗର ରାୟ ଆପଣଙ୍କ ସପକ୍ଷରେ ଯିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ । ରାଜନୀତିରେ ବନ୍ଧୁମିତ୍ରଙ୍କ ଦ୍ଵାରା ସହାୟତା ମିଳିବ ଓ ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ପ୍ରେମୀ-ପ୍ରେମିକାଙ୍କ ମିଳନ ହେବ ଓ ସଫଳତା ମିଳିବ ।

କୁମ୍ଭ

କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ । ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ରାଜନୀତି ମାମଲାରେ ସଫଳତା ମିଳିବ । ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବ ଓ ମନ ଖୁସି ରହିବ । ସେୟାର ବଜାର ଓ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ । ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ । ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ । ଧନର ଆଗମନ ହୋଇପାରେ । କୌଣସି କାମରେ ବିଶେଷଜ୍ଞତା ହାସିଲ କରିବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ ।

ମୀନ

ବ୍ୟବସାୟରେ ଉନ୍ନତି ହେବାଫଳରେ ଖୁସି ରହିବେ । କୌଣସି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ । ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଖ୍ୟାତି ବଢିବ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଦାମ୍ପତ୍ୟ ଓ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ ।

Leave a Reply

Your email address will not be published. Required fields are marked *