ଶନିବାର, 31 ଅଗଷ୍ଟ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ପରୀକ୍ଷା ପ୍ରତିଯୋଗିତା ଓ ମାଲିମୋକଦ୍ଦମାରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ । ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ସୁସମ୍ବାଦ ପ୍ରାପ୍ତି ହେବ । ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ । ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ । ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଅଧିକ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ଶତୃତା କମିଯିବ ।

ବୃଷ

ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ । କର୍ମକ୍ଷେତ୍ରରେ ଅଦମ୍ୟ ଉଦ୍ୟମ ବା ଚେଷ୍ଟାଦ୍ୱାରା ସାଫଲ୍ୟ!ପ୍ରାପ୍ତି ହେବ । ପାରିବାରିକ ଜୀବନରେ ସୁଖ-ଶାନ୍ତି ଲାଭ ଓ ଆତ୍ମୀୟବର୍ଗରେ ଉନ୍ନତି ତଥା ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ । ସ୍ଵାସ୍ଥ୍ୟକ୍ଷେତ୍ରରେ ଉଦରପୀଡା ଓ ଚକ୍ଷୁପୀଡା ଦେଖାଦେଇପାରେ ।

ମିଥୁନ

କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ । ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳିବ । ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହେବ । ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ପ୍ରତିପତ୍ତି, ଉଚ୍ଚସ୍ଥାନ ଲାଭ ବା ପଦୋନ୍ନତି ଭଳି ମର୍ଯ୍ୟଦା ପ୍ରାପ୍ତିହେବ । ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ ତତ୍ ସଙ୍ଗେ ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବା ସହ ପ୍ରତିଷ୍ଠିତ ହୋଇ ପାରିବେ ।

କର୍କଟ

ବିଦ୍ୟୁତ୍ ଓ ଯନ୍ତ୍ର ଚାଳନ, ଯାନବାହାନ ତଥା ଖଣି ଏବଂ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ଲାଭବାନ ହେବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ବନ୍ଧୁ, ମିତ୍ର, ସହକର୍ମୀ ଓ ଭାଗୀଦାରୀଙ୍କ ପାଇଁ ପ୍ରଚୁର ଲାଭ ପାଇବେ । ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ । ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ । ରାଜନୈତିକ କ୍ଷେତ୍ରରେ ଶତୃ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଧର୍ମକାର୍ଯ୍ୟରେ ନିୟୋଜିତ ହେବେ ।

ସିଂହ

ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ । ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପାରିବାରିକ ଜୀବନ ଆନନ୍ଦମୟ ହେବ । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟଦାୟକ ହେବ । କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦପଦବୀ ଲାଭହେବ । ବ୍ୟବସାୟିକ ସଫଳତା ମିଳିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ ।

କନ୍ୟା

କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ । ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ । ପରିବାରରେ ମନୋମାଳିନ୍ୟ ମେଣ୍ଟିଯିବ । ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରାଜନିତ ପୀଡାପ୍ରତି ସାବଧାନ ରହିବା ଉଚିତ୍ । ରାଜନୈତିକ କ୍ଷେତ୍ରରେ କେବେ ବି ଆଗକୁହା ନ ହୋଇ କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକର ହେବ । ବନ୍ଧାକୋବି, ପୋଟଳ, ମୂଳା, କ୍ଷୀର, ଛେନା ପ୍ରଭୃତି ଚର୍ବି ଓ ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ । ସାଧାରଣ ଦିନଚର୍ଯ୍ୟାରେ ଅତୁଟ ରହିଲେମଧ୍ୟ ଉଦରପୀଡା ଓ ଚକ୍ଷୁପୀଡାରେ ପ୍ରଭାବିତ ହୋଇ ପାରନ୍ତି ।

ତୁଳା

ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭ ପାଇବେ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ରାଜନୈତିକ କ୍ଷେତ୍ରରେ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ଵାସ୍ଥ୍ୟକର ପରିବେଶ ଏବଂ ସମ୍ମାନଜନକ ଘଟଣା ଦେଖାଦେବ । ନୂତନ ସମ୍ପତ୍ତି କ୍ରୟ କରିବେ । ବିଦେଶୀ ବନ୍ଧୁଙ୍କ ଦ୍ଵାରା ଅଧିକ ଉପକୃତ ହେବେ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନପ୍ରଦାନରେ ଲାଭବାନ୍ ହେବେ । ଶିକ୍ଷାର୍ଥୀମାନେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ ଓ ପରୀକ୍ଷା ଏବଂ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ ।

ବିଛା

କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟମିଳିବ । ପଦୋନ୍ନତି ସହ ନୂତନକର୍ମ ପ୍ରାପ୍ତିହେବ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ପାରିବାରିକ ଜୀବନ ଆନନ୍ଦରେ କଟିବ । ଦୂରଯାତ୍ରାରେ ସଫଳ ହେବେ । ଆୟରସ୍ରୋତ ଖୋଲିଯିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ଆଶା ମୁତାବକ ଫଳ ପାଇବେ । ଦାମ୍ପତ୍ୟ କଳହ ଓ ଭୟ ଆଶଙ୍କା ଦୂରେଇ ଯିବ । ବକେୟା ଅର୍ଥ କିଛି ମିଳିବ । ମାନସିକଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ ।

ଧନୁ

ପାରିବାରିକକ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ । ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ । ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ । ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ । କର୍ମକ୍ଷେତ୍ରରେ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ ଓ ଆଶା ମୁତାବକ ଫଳ ପାଇବେ । ଅଳସୁଆ ପ୍ରକୃତି ପ୍ରକାଶ ପାଇବା ଫଳରେ କ୍ଷତିରେ ପଡି ପାରନ୍ତି ।

ମକର

ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ ଏବଂ ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ । ପାରିବାରିକ ସମ୍ପର୍କରେ ଉନ୍ନତି ହେବ । ରାଜନୈତିକ କ୍ଷେତ୍ରରେ ଶତୃମାନେ ଫଛଘୁଞ୍ଚା ଦେବେ । ପଦସ୍ଥ ବ୍ୟକ୍ତିଙ୍କ ସହ କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । କର୍ମ ପାଇଁ ଦୂରଯାତ୍ରାରେ ସଫଳ ହେବେ । ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ ।

କୁମ୍ଭ

କର୍ମକ୍ଷେତ୍ରରେ ସ୍ଥିରବସ୍ଥା ଆସିବା ଫଳରେ ଆତ୍ମସନ୍ତୋଷ ଆଣିଦେବ ଓ ପ୍ରତିଷ୍ଠା ଖ୍ୟାତି ମଧ୍ୟ ମିଳିବ । ଶିକ୍ଷାର୍ଥୀ ମାନେ ଅଧ୍ୟୟନରେ ମନ ନିବେଶ କରିବେ ଓ ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ସଫଳତା ପାଇବେ । ମହିଳାମାନେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରିଣୀ ହୋଇ ପାରିବେ । ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ବ୍ୟବସାୟ ବାଣିଜ୍ୟ ସମ୍ପର୍କୀୟ କୌଣସି ଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହି ଲାଭବାନ ହେବେ । ଜମିବାଡି ଜନିତ କେତେକ ସମସ୍ୟା ସମାଧାନ ହେବ । ରାଜନୈତିକ କ୍ଷେତ୍ରରେ ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟଭାର ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଠିକ୍ ରହିବ ।

ମୀନ

ଅନେକ ପ୍ରକାର ସୁବିଧା ସୁଯୋଗ ପାଇବା ଫଳରେ ଆଶା ପୂରଣ ହେବାର ରାସ୍ତା ଖୋଲିଯିବ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଉଚ୍ଚଶିକ୍ଷା କ୍ଷେତ୍ରକୁ ମୁହାଁଇ ପାରିବେ । ନିଜଆଚାର ବ୍ୟବହାର ସନ୍ତୋଷ ଜନକ ହେବାଦ୍ଵାରା ଗୁରୁଜନଙ୍କ ବିଶ୍ବାସ ଭାଜନ ହେବେ । ତୀର୍ଥାଟନଯୋଗ ଥିବାରୁ ଯାତ୍ରାକାଳରେ କଷ୍ଟ ଭୋଗିବେ । ସୁଖ ସମ୍ପଦ ପ୍ରାପ୍ତି ହେବ । ନୁତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ଉଚ୍ଚିତ୍ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଧୀରସ୍ଥିର ଭାବରେ ପାରିବାରିକ ସମସ୍ୟା ସୁଧାରି ନେବା ଉଚିତ୍ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ ।

Leave a Reply

Your email address will not be published. Required fields are marked *