ଶନିବାର, 5 ଅକ୍ଟୋବର 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ । ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ନୂତନ ବ୍ୟବସାୟ ଆରମ୍ଭ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟ ଦାୟକ ହେବ । ଚାକିରୀରେ ପ୍ରମୋଶନ ମିଳିବାର ଯୋଜନା ପ୍ରସ୍ତୁତହେବ । ବେମାର, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ଯେ କୌଣସି ପରୀକ୍ଷା ବା ସାକ୍ଷାତ୍କାରର ପରିଣାମ ଆପଣଙ୍କ ସପକ୍ଷରେ ରହିବ । ଘର ପରିବାରରେ କୌଣସି ଖୁସି ପ୍ରସଙ୍ଗ ଆସିବା ଫଳରେ ମନ ପ୍ରଫୁଲ୍ଲିତ ରହିବ ।

ବୃଷ

ମିତ୍ରଙ୍କ ସାହାଯ୍ୟ ଦ୍ଵାରା ନୂଆ ଲକ୍ଷକୁ ନିର୍ଦ୍ଦାରିତ କରିପାରିବେ ଓ ଧନ ଲାଭ ହେବ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ପ୍ରେମ-ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । ପାରିବାରିକ କ୍ଷେତ୍ରରେ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ଵାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହିବେ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଉପଯୁକ୍ତ ଯୋଗେ ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ । ବିପରୀତ ଲିଙ୍ଗୀଙ୍କ ସହଯୋଗ ଦ୍ଵାରା ମନ ଲଗାଇ କାର୍ଯ୍ୟ କରି ଆଗକୁ ବଢିବେ ।

ମିଥୁନ

ଆର୍ଥିକସ୍ଥିତିକୁ ସୁଧାରିପାରିବେ କିନ୍ତୁ ଅହଂକାରକୁ ତ୍ୟାଗ କରିବାକୁ ହେବ । ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ । ବ୍ୟାପାର ବାଣିଜ୍ୟ ଓ କାମ-କାର୍ଯ୍ୟର ସ୍ଥିତି ସନ୍ତୋଷ ଜନକ ହେବ । ପ୍ରପର୍ଟୀ ସମ୍ବନ୍ଧିୟ ମାମଲା ସତୃଙ୍କ ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ଆବଶ୍ୟକୀୟ ନୂତନ ବସ୍ତୁ କ୍ରୟ କରିପାରିବେ । ପରିବାରରେ ସମ୍ବନ୍ଧରେ ପ୍ରଗାଢତା ଆସିବ ଓ ଶାନ୍ତି ମିଳିବ । ସୁନ୍ଦର ଗୃହ, ଗାଡି, ବାଡି ବଗିଚାର ଯୋଜନା କରିବେ । କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ । ରାଜନୀତିରେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି କରିବେ ।

କର୍କଟ

ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ରାଜନୀତିରେ ସମସ୍ତ ସଦସ୍ୟ ଆପଣଙ୍କ ପ୍ରତି ସହଯୋଗ, ସହାନୁଭୂତି, ସୁସଂପର୍କ ରଖି ପ୍ରଶଂସା କରିବେ । ମହିଳାମାନେ କଠିନ ପରିଶ୍ରମ କରି ଚଳିବେ ଓ ଶୁଭ ସମାଚାର ପାଇ ଖୁସି ହେବେ । ଉଚ୍ଚଶିକ୍ଷା କ୍ଷେତ୍ରକୁ ଆଗେଇବା ପାଇଁ ନିଜ ଆଚାର ବ୍ୟବହାରର ପରି ବର୍ତ୍ତନ କରି ଗୁରୁଜନଙ୍କ ସନ୍ତୋଷ ଭାଜନ ହେବେ । ଲୋକମାନଙ୍କ ସହିତ ମିଳିମିଶି କାମ କରିପାରିବେ । କର୍ମ କ୍ଷେତ୍ରରେ ଲକ୍ଷପ୍ରତି ଯଥାର୍ଥବାଦୀ ହେବେ ।

ସିଂହ

ନିଜର ରଚନାତ୍ମକ କ୍ଷମତା ଚରମ ହେବ ତଥା ଲୋକଙ୍କୁ ନିଜର କରି ପାରିବେ । ଲୋକମାନଙ୍କ ସହିତ ମିଳିମିଶି କାମ କରିପାରିଲେ ଆର୍ଥିକ ମାମଲା ସୁଧୁରିବ । କୌଣସି ବରିଷ୍ଠ ଅଧିକାରୀ, ସେଲିବ୍ରିଟ୍ ଦ୍ଵାରା ଦେଖାହୋଇ ପାରନ୍ତି । ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହେବ । ଋଣ ଭରଣାରେ ସହଜ ହେବ । ପରିବାର ଜନଙ୍କ ସମ୍ବନ୍ଧିତ କୌଣସି ଶୁଭ ସମାଚାର ଶୁଣିବେ । ନୂତନ ଗୃହସୁଖ ଓ ଯାନବାହନ ସୁଖ ମିଳିବ । ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ଶାରୀରିକ କ୍ଷେତ୍ରରେ ଉନ୍ନତି ହେବ ।

କନ୍ୟା

ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ମହିଳାମାନେ ସନ୍ତାନ ସୁଖରେ ସୁଖୀ ହେବେ । ରାଜନୀତି କ୍ଷେତ୍ରରେ ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଆଲୋଚନା କ୍ଷେତ୍ରରେ ଠିକ୍ ନିସ୍ପତି ନେବେ । ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇପାରିବେ । ମହିଳାମାନେ ସୁଖ ଶାନ୍ତିରେ ଦିନ କଟାଇବେ । ପାରିବାରିକ ଆର୍ଥିକ ସଙ୍କଟ ଦୂର ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ ।

ତୁଳା

ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚ ରହିବ । ଦୂର ଯାତ୍ରାରେ ସଫଳତା ମିଳିବ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ । କୌଣସି ଶୁଭକାର୍ଯ୍ୟ କରିବାକୁ ଆୟୋଜନ କରିବେ । ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ । ଜୀବନରେ ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ । ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ । ତୀର୍ଥାଟନଯୋଗ ଥିବାରୁ ଯାତ୍ରାକଲେ ଲାଭବାନ ହେବେ । ଶତ୍ରୁ ବା ବିରୋଧୀ କିଛି କ୍ଷତି କରିପାରିବେ ନାହିଁ । ପ୍ରେମ-ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । ସ୍ଵାର୍ଥରକ୍ଷା କରିବାରେ ସମୟ ବିତିବ ।

ବିଛା

ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟ ଭାର ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଧୀରସ୍ଥିର ଭାବରେ ସମସ୍ୟା ସୁଧାରୀ ନେବା ଉଚିତ୍ । ଇଛା ନ ଥିଲେ ମଧ୍ୟ କେତେକ କର୍ମ କରିବାକୁ ବାଧ୍ୟ ହେବେ । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ଆଶା କରିଥିବା କାର୍ଯ୍ୟଟି ଖୁବ୍ ଶୀଘ୍ର ପୂରଣ କରିବାକୁ ତତ୍ପର ହେବେ । ସ୍ଥାୟି ରୋଗୀମାନେ ଦୂରସ୍ଥାନକୁ ଯାତ୍ରା କରି ଶାରୀରିକ ଅସୁସ୍ଥତା ଅନୁଭବ କରିବେ ।

ଧନୁ

ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ । ମହିଳାମାନେ ସାମାଜିକ କାର୍ଯ୍ୟରେ ରତ ହେବେ । ସାଧୁ-ସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ । କିଣା ବିକା ବା କମିଶିନ୍ ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରିବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ ଓ ଅଧା-ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ । ରାଜନୀତି କ୍ଷେତ୍ରରେ ଶତୃ ଓ ବିରୋଧୀମାନେ ପରାସ୍ତ ହେବେ ଓ ବୁଦ୍ଧିମାତା କାରଣରୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ବିଦ୍ୟା କ୍ଷେତ୍ରରେ ଆଶାମୁତାବକ ଫଳ ପାଇବେ ।

ମକର

ଦୂରଯାତ୍ରା କରି ମନ ଖୁସି ରହିବ । ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ ଓ ବ୍ୟବସାୟ ବଢାଇବାରେ ସମର୍ଥ ହେବେ । ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ । କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ବିପର୍ଜ୍ୟସ୍ତ ଅର୍ଥନୀତିର ବିପଦରୁ ମୁକ୍ତ ହେବେ ।

କୁମ୍ଭ

କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ । କୋର୍ଟ-କଚେରୀ ଧନ୍ଦା ମଧ୍ୟରେ ଆଶ୍ଵସ୍ତି ବଢିବ । ମହିଳାମାନେ ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ । ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ । ବିଦ୍ୟାରେ ଉନ୍ନତି କରିବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ରାଜନୀତି କ୍ଷେତ୍ରରେ ସମ୍ମାନ ପାଇବେ । ସ୍ୱାସ୍ଥ୍ୟ ଠିକ୍ ରହିବ ।

ମୀନ

ବକେୟା ଅର୍ଥ ଆଦାୟ ହେବ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ । ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ । ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ । ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ନୂଆଲକ୍ଷ ନିର୍ଦ୍ଧାରିତ କରି ତାହାର ସଫଳତା ପାଇଁ ପ୍ରଯତ୍ନଶୀଳ ରହିବେ । କଳେବଳେ କୌଶଳରେ ଅର୍ଥ ସଂଗ୍ରହ କରି ମଉଜ ମଜଲିସ୍ କରିବା ପାଇଁ ସମୟ ପାଇବେ ।

Leave a Reply

Your email address will not be published. Required fields are marked *