ସୁବର୍ଣ୍ଣ ସୁଯୋଗ ! ବେକାରୀଙ୍କୁ ଚାକିରି ଦେବ ଜିଓ । ରହିବା ଖାଇବା ସୁବିଧା ସହିତ ମିଳିବ ମୋଟା ଅଙ୍କର ଦରମା । କେମିତି କରିବେ ଆବେଦନ ଜାଣନ୍ତୁ ?

ମୁମ୍ବାଇ: ଯଦି ଆପଣ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଉଦ୍ୟୋଗପତି ତଥା ଜିଓ ମାଲିକ ମୁକେଶ ଅମ୍ବାନୀଙ୍କ ଅଧିନରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ । କାରଣ, ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ତଥା ମୁକେଶ ଅମ୍ବାନୀ ଜିଓ ସମ୍ବନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିକଟରେ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ରିଲାଏନ୍ସ ଜିଓର ଲଂଚି ପରଠାରୁ ପାଖାପାଖି ୫୦ ଲକ୍ଷ ଲୋକଙ୍କୁ ରୋଜଗାରୀ ମିଳିଛି ।

ଲଂଚିିଂ ସମୟରେ ରିଲାଏନ୍ସ ଜିଓରେ ୧.୨୦ ଲକ୍ଷ ଲୋକଙ୍କୁ ରୋଜଗାର ଦେବାର ଟାର୍ଗେଟ ରଖାଯାଇଥିଲା । ଏହାବ୍ୟତୀତ ରିଲାଏନ୍ସ ଜିଓରେ ଚାକିରି କରିବାର ବି ସୁଯୋଗ ମଧ୍ୟ ରହିଛି । ଜିଓ ନିଜର ୱେବସାଇଟରେ ବିଭିନ୍ନ ବର୍ଗରେ ନିଯୁକ୍ତିକୁ ନେଇ ପାଖାପାଖି ୧୪୦୦ ରୁ ଅଧିକ ଚାକିରି ଅଫର କରାଯାଇଛି । ଯେଉଁଥିରେ ସେଲ୍ସ ଆଣ୍ଡ ଡିଷ୍ଟ୍ରିବ୍ୟୁସନ , ଇଂଜିନିୟରିଂ, ଫାଇନାନ୍ସରୁ ନେଇ ଆକାଉଂଟିଂ ପର୍ଯ୍ୟନ୍ତ ବର୍ଗ ସାମିଲ ରହିଛି ।

ଯଦିଓ ଏଭଳି ନୁହେଁ କି ପ୍ରଥମ ଥର ପାଇଁ ରିଲାଏନ୍ସ ଜିଓର ତରଫରୁ ଚାକିରି ଦିଆଯାଉଛି, ଏହା ପୂର୍ବରୁ ବି ସମୟ ସମୟରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥାଏ । ଯେଉଁଥିରେ ବେରୋଜଗାରୀଙ୍କ ପାଇଁ ଟଙ୍କା ଅର୍ଜନ କରିବାର ଏକ ମାଧ୍ୟମ ପାଲଟିଛି । ଇତି ମଧ୍ୟରେ ପୁଣି ଥରେ ରିଲାଏନ୍ସ କଂପାନୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି ଆପଣ ବି ଏଥିପାଇଁ ଇଚ୍ଛୁକ ଅଛନ୍ତି ତେବେ ନିମ୍ନରେ ଏ ସଂପର୍କରେ ସମ୍ପୂର୍ଣ୍ଣ ଭାବେ ଆଲୋଚନା କରାଯାଇଛି ….

କେଉଁ ବର୍ଗର ପାଇଁ କେତେ ଚାକିରି

ଜିଓ ତରଫରୁ ଏହିସବୁ ବର୍ଗ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି:-

ସେଲ୍ସ ଆଣ୍ଡ ଡିଷ୍ଟ୍ରିବ୍ୟୁସନ-୫୨୬

ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି-୧୮୪

କଷ୍ଟମର ସର୍ଭିସେସ-୪୦୧

ଅନ୍ୟାନ୍ୟ-୫୭

ଇନଫ୍ରାଷ୍ଟ୍ରକଚର-୬୬

ଆଇଟି ଆଣ୍ଡ ସିଷ୍ଟମ-୧୨୫

ସପ୍ଲାଏ ମ୍ୟାନ-୧୩

ଫାଇନାନ୍ସ ଆଣ୍ଡ ଆକାଉଂଟିଂ-୧୭

ଏଚଆର ଆଣ୍ଡ ଟ୍ରେନିଂ-୧୬

ଅପରେଟର୍ସ-୯

ପ୍ରଡକ୍ଟ ମ୍ୟାନେଜମେଂଟ-୧୮

ଆଲାଉନ୍ସ ଆଣ୍ଡ ବିଜନେସ୍ ଡେଭଲପମେଂଟ-୧୪

ରେଗ୍ୟୁଲେଟରି-୨

ଲିଗାଲ-୧

ଆବେଦନ କରିବା ପ୍ରକ୍ରିୟା:-

ଆପଣ ଜିଓ ଡଟ୍ କମ ଏବଂ କ୍ୟାରିୟର ଡଟ୍ ଜିଓ ଡଟ୍ କମରେ ଚାକିରି ପାଇଁ ଆବଦେନ କରିପାରିବେ । ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ନିଜେ ରେଜିଷ୍ଟ୍ରର କରିବାକୁ ପଡ଼ିବ । ଯେତେବେଳେ ଆପଣ ରେଜିଷ୍ଟ୍ରର କରିବେ ସେତେବେଳେ ଆପଣଙ୍କ ମୋବାଇଲ ନମ୍ବର ଏଠାରେ ଦେବା ପାଇଁ କୁହାଯିବ । ତେବେ ପୂରା ଫର୍ମ ଭରିବା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଏସଏମଏସ ଜରିଆରେ କନଫର୍ମେସନ ଆସିଯିବ । ଏହାପରେ ଆପଣଙ୍କୁ ପୁଣି ଥରେ କ୍ୟାରିୟର ଡଟ୍ ଜିଓ ଡଟ୍ କମରେ ଲଗଇନ କରିବାକୁ ପଡ଼ିବ । ଯେଉଁଥିରେ ଆପଣଙ୍କୁ ଚାରୋଟି ଅପସନ ଦିଆଯାଇଥିବ ।

୧.ଷ୍ଟିଡେଂଟସ ଆଣ୍ଡ ଗ୍ରାଡୁଏଚ ଜବ୍ସ

୨.ଜିଓଗ୍ରାଫିକାଲ ଜବ୍ସ

୩.କର୍ପୋରେଟ୍ ଜବ୍ସ

୪.ହଟ ଜବ୍ସ

ତେବେ ଏନେଇ ଅଧିକ ସୂଚନା ପାଇବା ପାଇଁ ଆପଣ https://careers.jio.com/ ୱେବସାଇଟକୁ ଯାଇ ଜାଣିପାରିବେ ଏବଂ ଅନଲାଇନ ଆବେଦନ ମଧ୍ୟ କରିପାରିବେ ।

Leave a Reply

Your email address will not be published. Required fields are marked *