ସୋମବାର, 1 ଜୁଲାଇ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ:-

ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପରସ୍ପରକୁ ସାହାଯ୍ୟ କରି ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ ।  ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ଆର୍ଥୀକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହକରିବେ । ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ । ପାରିବାରିକ ସମ୍ପର୍କରେ ଉନ୍ନତି ହେବ ଓ ହସ ଖୁସିର ବାତାବରଣ ଖେଳିଯିବ ।

ବୃଷ:-

ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କସ୍ଥାପିତ ହେବ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ବ୍ୟବସାୟରେ ଆଶାତୀତ ଲାଭକରି ଖୁସିହେବେ । ପରିବାରରେ କଳହ ମେଣ୍ଟିଯିବ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ । ରାଜନୀତିରେ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ ଓ ସଫଳତା ମିଳିବ । ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ । ମହିଳାମାନେ ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ପଡୋଶୀମାନଙ୍କ ଠାରୁ ପ୍ରଶଂସା ପାଇବେ ।

ମିଥୁନ:-

କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ । ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ । ସାଧୁ-ସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ । ଶୁଭ ବା ମଙ୍ଗଳ କାମ କରିପାରିବେ । ଶତୃ ଓ ବିରୋଧୀମାନେ ପରାସ୍ତ ହେବେ । ରାଜନୀତି କ୍ଷେତ୍ରରେ ସମ୍ମାନ ପାଇବେ । ବିଦ୍ୟା କ୍ଷେତ୍ରରେ ଆଶାମୁତାବକ ଫଳ ପାଇବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସୁସମ୍ପର୍କ ରହିବ । ବୁଦ୍ଧିମାତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ । ମହିଳାମାନେ ପାରିବାରିକ କ୍ଷେତ୍ରରେ ସାମୟିକ ଶାନ୍ତି ପାଇବେ ।

କର୍କଟ:-

ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ । ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ । ନିକଟସ୍ଥ ବ୍ୟକ୍ତି ସାହାର୍ଯ୍ୟ କରିବା ଦ୍ଵାରା ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ସହଯୋଗ ମିଳିବ । ନୂଆ କାମ ନୂଆ ପ୍ରେରଣା ଦେବ । ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ । ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚତୁରୀ କଥା କହି କାର୍ଯ୍ୟ ପୂରଣ କରିବେ । ଚକ୍ଷୁ ପୀଡା ସହ ଦୈନିକ କାର୍ଯ୍ୟରେ ବ୍ୟବଧାନ ଉତ୍ପନ୍ନ ହେବ । କ୍ରୋଧ ନିୟନ୍ତ୍ରଣ ନ ରଖିଲେ ଅନେକ କ୍ଷତି ହେବ ।

ସିଂହ:-

ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ ଓ ବକେୟା ଅର୍ଥ ଆଦାୟ ହେବ । ମାନସିକ ଦୁଶ୍ଚିନ୍ତା, ଶତୃବାଧା ଦୂରେଇ ଯିବ । ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ । ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । କୌଣସି ପୁରାତନ ରୋଗରୁ ମୁକ୍ତି ମିଳିବ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଉତ୍ତମ ରୋଜଗାର କରି ପାରିବେ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ । ଅନେକ ସମସ୍ୟାର ସମାଧାନ ହେବ ।

କନ୍ୟା:-

ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଦୂରସ୍ଥାନକୁ ଯାତ୍ରା କରିବେ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ । ଶୁଭ ସମାଚାର ପାଇ ଖୁସି ହେବେ । ଇଛା ନ ଥିଲେ ମଧ୍ୟ କେତେକ କର୍ମ କରିବାକୁ ବାଧ୍ୟ ହେବେ । ବ୍ୟବସାୟରେ ଇଚ୍ଛା ମୁତାବକ ଲାଭପାଇବେ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ରହି କାର୍ଯ୍ୟ ହାସଲ କରିବେ । ବିଦ୍ୟା କ୍ଷେତ୍ରରେ ମନ ଲାଗିବ ।

ତୁଳା:-

କର୍ମକ୍ଷେତ୍ରରେ ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ । ଅଟକିଥିବା କାର୍ଯ୍ୟ ପୂରଣ ହେବ । ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ଶତୃମାନେ ମଥାନତ କରିବେ । ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ । ଉଚ୍ଚପଦସ୍ଥ ବ୍ୟକ୍ତି ଓ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ନିବିଡ ହେବ । ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ଵିତ ହେବେ ।

ବିଚ୍ଛା:-

ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗିବେ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବନାହିଁ । ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ । କର୍ମ କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ । ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ପରିବାରରେ ହସ ଖୁସିର ବାତାବରଣ ଖେଳିଯିବ ।

ଧନୁ:-

ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇ ପାରିବେ । ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ । ପରୀକ୍ଷା, ପ୍ରତି ଯୋଗୀତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ । ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ । ଆୟବୃଦ୍ଧି, ଋଣମୁକ୍ତି ଓ କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ । ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ ।

ମକର:-

ଅଚାନକ ଧନ ପ୍ରାପ୍ତି ହେବ ଓ ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଫଳରେ ବିଦ୍ୟାରେ ଉନ୍ନତି କରିବେ । ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରତିଯୋଗିତାରେ ବିଜୟୀ ହେବେ । ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ । ପାରିବାରିକସ୍ତର ହସ ଖୁସିରେ କଟିବ ଓ କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ।

କୁମ୍ଭ:-

ଶତୃମାନେ ପରାଜିତ ହେବେ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ନିଜର କାମକୁ ପଛରେ ପକାଇ ଅନ୍ୟଦ୍ଵାରା ପ୍ରଭାବିତ ହୋଇ କୌଣସି ଶୁଭ କାମ କରିବେ । ବାଣିଜ୍ୟ, ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳପାଇବେ । ପାରିବାରିକ ଆର୍ଥିକ ସଙ୍କଟ ଦୂର ହେବ । ଆଲୋଚନା କ୍ଷେତ୍ରରେ ଠିକ୍ ନିସ୍ପତି ନେବେ । ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହେବାର ଯୋଗ ଅଛି । ଆକସ୍ମିକ ଅର୍ଥଲାଭ ଓ ସୁନାମ ପ୍ରାପ୍ତି ହେବ । ଭାଗୀଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ ।

ମୀନ:-

ବରିଷ୍ଠ ବ୍ୟକ୍ତି ଓ ଗୁରୁ ଗୁରୁଜନଙ୍କ ଠାରୁ ପ୍ରଶଂସା ପାଇବେ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ ଓ ତୀର୍ଥାଟନ କରି ଯାତ୍ରା କାଳରେ କଷ୍ଟ ଭୋଗିବେ । ହଠାତ୍ କାହାର ଡକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ । ପାରିବାରିକ ପରିସ୍ଥିତି ଠିକ୍ ରହିବ । ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଦୂରେଇ ଯିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ । ଗୁରୁ ଗୁରୁଜନ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ । ଭାଇ ବନ୍ଧୁ ମାନଙ୍କ ଠାରୁ ଲାଭ ମିଳିବ । ଅଫିସରେ କରିଥିବା କାମର ଶୁଭ ସୂଚନା ପାଇବେ ।

Leave a Reply

Your email address will not be published. Required fields are marked *