ସୋମବାର, 13 ମେ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ପ୍ରତି ଯୋଗୀତା ପରୀକ୍ଷା, ସାକ୍ଷାତକାରରେ ବିଜୟୀ ହେବେ । ବନ୍ଧୁ ମିତ୍ରଙ୍କର ସହଯୋଗ ପାଇବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ବୈଷୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ଉଚ୍ଚମନ୍ୟତାର ଅଧିକାରୀ ହେବେ । ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି । ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟହୋଇ ଯଶମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ବନ୍ଧୁବାନ୍ଧବ ଦିଗରୁ ସ୍ଵାର୍ଥପ୍ରବଣତାର ଅଭିବୃଦ୍ଧି ଘଟିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ ।

ବୃଷ

ଗୁରୁ ଜନଙ୍କ ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ବ୍ୟବସାୟରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ବନ୍ଧୁ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ । ଆର୍ଥିକ ସମସ୍ୟା ଦୂର ହୋଇଯିବ । ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ । ବିରୋଧିମାନେ ଦୂରେଇ ଯିବେ । ଦୂରଯାତ୍ରାରେ ସଫଳତା ଓ ଲାଭପାଇବେ । ପ୍ରିୟଜନଙ୍କସହ ମିଳନ ହେବ । ଅଟକିଥିବା କାର୍ଯ୍ୟ ପୂରଣ ହେବ । ଉତ୍ତରଦାୟିତ୍ୱ ବଢ଼ିବ । ମହିଳାମାନଙ୍କର ପ୍ରାୟକାର୍ଯ୍ୟ ପୂରଣ ହେବା ଫଳରେ ଆୟ ଅପେକ୍ଷା କୃତ ବୃଦ୍ଧି ପାଇବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ । ପ୍ରତିକାର:- ଗାଈକୁ ଖାଇବାକୁ ଦିଅନ୍ତୁ ।

ମିଥୁନ

ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ନୂଆ ଯୋଜନାରେ ସଫଳହେବେ । ବ୍ୟବସାୟରେ ସଫଳତା ଅର୍ଜନ ଓ ଦୂରଯାତ୍ରାର ସୁଯୋଗ ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ ।

କର୍କଟ

ଉତ୍ତମ ରୋଜଗାର କରିପାରିବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ସମ୍ମାନର ସହିତ ଦିନଚର୍ଯ୍ୟା କରି ଚଳିବାରେ ବାଧା ଉପୁଜିବ ନାହିଁ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବ । ପରିବାରରେ ଖୁସିର ବାତାବରଣ ସ୍ଥାୟି ରହିବ । ନୂତନ ସମ୍ବନ୍ଧ ସୃଷ୍ଟିହେବ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ପରିବହନ ବ୍ୟବସାୟ ରେ ସମସ୍ୟା ସମାଧାନ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ ।

ସିଂହ

ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ରାଜନୀତିରେ ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତାପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ମହିଳାମାନେ ମାନସିକ ସୁସ୍ଥତା ଅନୁଭବ କରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ପାରିବାରିକ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ ।

କନ୍ୟା

ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଦାମ୍ପତ୍ୟ ସଫଳତା ସହ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ । ଶତୃମାନେ ଷଡ଼ଯନ୍ତ୍ର କରି ଧରା ପଡିବେ । ଶୁଭ ସମାଚାର ମିଳିବ ଓ ନିଜଲୋକ ସାହାଯ୍ୟ କରିବେ । ରାଜନୀତିରୁ କିଛି ନୂଆସୁଯୋଗ ଆସିବ ଓ ସମସ୍ତକାର୍ଯ୍ୟ ପୂର୍ଣ୍ଣ ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ ।

ତୁଳା

ଭୋଗବିଳାସରେ ସାମିଲ ହୋଇ ଅର୍ଥ ଉପାର୍ଜନରେ ଏକନିଷ୍ଠ ହେଲେ ସମ୍ମାନ ପାଇବେ । ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କଲେ ସଫଳ ହେବେ । କ୍ରୋଧକୁ ଦମନ କରି ପାରିଲେ ପାରିବାରିକ କ୍ଷେତ୍ରରେ ହସଖୁଶିର ବାତାବରଣ ସୃଷ୍ଟି ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନେତା ମାନେ ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ ।

ବିଛା

ଟଙ୍କ । ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ । ଏପରିକି ନିମ୍ନବର୍ଗର କେହି ଲୋଭଗ୍ରସ୍ତ କରାଇ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଚେଷ୍ଟା କରିବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ରାଜନୀତିରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ଅପେକ୍ଷା କରିଥିବା କାମର ଶୁଭ ସୂଚନା ପାଇବେ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ ।

ଧନୁ

ବ୍ୟବସାୟୀମାନେ କାରବାରରେ ବୁଡି ରହି ଲୋଭଗ୍ରସ୍ତ ନ ହୋଇ ପରିଶ୍ରମୋଚିତ ଲାଭପାଇବେ । ନିମ୍ନବର୍ଗର ବ୍ୟକ୍ତିବିଶେଷ ଅଧିକାଂଶ କ୍ଷେତ୍ରରେ ସାହାଯ୍ୟର ମନୋବୃତ୍ତି ଗ୍ରହଣ କରିବା ଫଳରେ ସନ୍ତୋଷ ଲାଭ କରିବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ମହିଳାମାନେ ପାରିବାରିକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ମକର

ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ସଫଳତା ଅର୍ଜନ କରି ଭଲଲାଭ ପାଇବେ । ଦୂରଯାତ୍ରାର ସୁଯୋଗ ପାଇବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଅର୍ଥଲାଭର ମାର୍ଗ ଖୋଲିଯିବ । ଶୁଭ ସମାଚାର ମିଳିବ । ଲେଖକ, ପତ୍ରକାର, ରାଜନୈତିକ, ସଙ୍ଗୀତଜ୍ଞ, ଠିକାଦାର ଓ ସରକାରୀ କ୍ଷେତ୍ରରେ କର୍ମରତଥିବା ବ୍ୟକ୍ତିମାନଙ୍କର ଅନେକ ଶୁଭହେବ । ବନ୍ଧୁ ଓ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ ।

କୁମ୍ଭ

ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷାକରି ପ୍ରଶଂସିତ ହେବେ । ରାଜନୀତିରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଫଳରେ ସଫଳତା ଅର୍ଜନ କରିବେ । ଦୂରଯାତ୍ରାର ସୁଯୋଗ ପାଇ କୃତକାର୍ଯ୍ୟ ହେବେ । କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ମହିଳାମାନଙ୍କର ପ୍ରତିକୁଳ ପରିସ୍ଥିତି ଦୂରେଇଯିବ ଓ ସନ୍ତାନସୁଖ ମିଳିବ । ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ । ସେବା କାର୍ଯ୍ୟରେ ଉଦଦ୍ବୁଦ୍ଧ ହୋଇ ଅନେକଙ୍କର କଲ୍ୟାଣ କରିବା ସୁଯୋଗ ପାଇବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ । ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ମୀନ

ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବ । ବାଦ-ବିବାଦରୁ ଦୂରେଇ ରୁହନ୍ତୁ । ପରାଧୀନତା ବେଡିରେ ଶୃଙ୍ଖଳିତ ହୋଇ ମଧ୍ୟ ନିଜସ୍ଵ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ । ମହିଳାମାନଙ୍କର ବ୍ୟବସାୟରେ ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ ।

Leave a Reply

Your email address will not be published. Required fields are marked *