ସୋମବାର, 6 ମେ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ :–

ବର୍ତ୍ତମାନ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କୌଣସି ପ୍ରକାର ମନୋମାଳିନ୍ୟରୁ ଦୂରେଇ ରୁହନ୍ତୁ । ବିଶେଷକରି ଯେତେବେଳେ ଆପଣଙ୍କୁ ତାଙ୍କଠାରୁ କୌଣସି କାମର ସ୍ୱୀକୃତି ଦରକାର ହେଉଛି । ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ବ୍ୟବସାୟିକ କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତିହେବ । ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ପିଲାମାନଙ୍କ କାର୍ଯ୍ୟପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ । ଚକ୍ଷୁପୀଡା ପ୍ରତି ସତର୍କତା ଅବଲମ୍ବନ କରିବେ । ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳାର ଅଭାବ ଦେଖାଦେବ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ ଯାହାଫଳରେ ମନ ବିଷାଦଗ୍ରସ୍ତ ରହିବ । ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ବୃଷ:–

ଆଜି ଆପଣଙ୍କ ଘରୋଇ ଜୀବନରେ କିଛି ଉତଥାନ ପତ୍ତନ ହେବାର ଅଛି । କିନ୍ତୁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯାହା ହେବ ଭଲ ହେବ । ଘରକୁ ଅତିଥି ଆସିବେ ଏବଂ ଖୁସି ବଢ଼ିବ । ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ସରକାରୀ କର୍ମକ୍ଷେତ୍ରରେ ଉନ୍ନତିହେବ । ବ୍ୟବସାୟରେ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତ୍କାରରେ ସଫଳତା ମିଳିବ । ଯେକୌଣସି ନୂତନକାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ ।

ମିଥୁନ:–

ଆପଣଙ୍କ ମନ ଆଜି ଖୁସି ରହିବ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ ।ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ । ଏହି ପ୍ରକାର ମନଭାବ ନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ । ଉଚ୍ଚପଦସ୍ଥ ଅଫିସରମାନେ ଅସନ୍ତୋଷ ହେବେ । ରାଜନୈତିକ କ୍ଷେତ୍ରରେ ଦଦୁଲ୍ୟମାନ ପରିସ୍ଥିତି ସୃଷ୍ଟିହେବ । ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହେବ । କୌଣସି ଶୁଭ କାର୍ଯ୍ୟ କରିବା ଅନୁଚିତ । ବାଦ ବିବାଦଠାରୁ ଦୂରେଇ ରହିବା ଉଚିତ । ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ କରିପାରନ୍ତି । ଦୂରଯାତ୍ରାରେ ଶତୃ ଓ ବିରୋଧିମାନେ ଅପଦସ୍ଥ କରିବେ । ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗେ ବ୍ୟଥିତ ହେବେ । ପ୍ରତିକାର:- ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ ।

କର୍କଟ:–

ଆପଣ ଦେଖିବେ ଆଜି ଆପଣଙ୍କର ବିଦେଶୀ ଲୋକଙ୍କ ସହ ଆତ୍ମୀୟତା ବଢିବ । ଆପଣଙ୍କ ବିଦେଶୀ ବନ୍ଧୁ ଆପଣଙ୍କୁ ସେଠାକୁ ଯିବାକୁ ନିମନ୍ତ୍ରଣ କରିପାରନ୍ତି କିମ୍ବା ଆପଣଙ୍କ କାର୍ଯ୍ୟ ଯୋଗୁଁ ବିଦେଶ ଯାଇପାରନ୍ତି । ପରିବାରରେ ମାନ ମନାନ୍ତର ଦୂର ହେବ । ବିଦେଶ ଯାତ୍ରାରେ ଲାଭବାନ ହେବେ । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତିହେବ । ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ । ମାନସିକ ଏକାଗ୍ରତା ରଖି ପାରିବେ । ଶୁଭ ସମ୍ବାଦପାଇ ଖୁସିହେବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପ୍ରତିକାର:- ଷଣ୍ଢକୁ କିଛି ଖାଦ୍ୟ ଦିଅନ୍ତୁ ।

ସିଂହ:–

ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ । ଚିତ୍ତପ୍ରସନ୍ନ ସହ କାର୍ଯ୍ୟ ସିଦ୍ଧି ହେବ । ଉଚ୍ଚ ଆଶାରେ ଆଗେଇବେ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ଓ ଆୟ ବଢିବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ନୂତନ କାର୍ଯ୍ୟଆରମ୍ଭ, ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସମସ୍ୟା ଦୂର ହେବ । ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଧନଧାନ୍ୟ, ଗୋ-ସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହବାର ଯୋଗ ଅଛି । ପ୍ରତିକାର:- ଗାଈକୁ ପନିପରିବା ଖାଇବାକୁ ଦେବେ ।

କନ୍ୟା:–

ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ ,କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । ବିଦେଶଯାତ୍ରାରେ ଯଶଲାଭ, ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ । ଉତ୍ତମ ରୋଜଗାର ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ । ନୂତନ ଗୃହ ନିର୍ମାଣ କରିବେ । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇ ପାରନ୍ତି । ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ ।

ତୁଳା:–

ବିଦେଶ ସହ ସଂଯୋଗ କରୁଥିବା ଯେକୌଣସି କାର୍ଯ୍ୟରୁ ଆପଣଙ୍କୁ ସଫଳତା ମିଳିପାରେ । ଯଦି ଆପଣ କୌଣସି ବିଦେଶୀ ବନ୍ଧୁଙ୍କ ପାଖରୁ ଚାକିରିର ସାହାଯ୍ୟ ପାଇବା ପାଇଁ ଆଶା କରୁଥାନ୍ତି , ତେବେ ଆପଣ ସଫଳ ହେବେ କିମ୍ବା କୌଣସି ଆନ୍ତର୍ଜାତିକ ଚୁକ୍ତି ହୋଇପାରେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ମାନସିକ ଚାପବୃଦ୍ଧି ଓ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହେବ । ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ଶ୍ଣେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ନିଆଁ କୁହୁଳିବ । ପ୍ରତିକାର- ଭିକାରୀକୁ ନିରାଶ କରିବେ ନାହିଁ ।

ବିଛା:–

ଆଜି ଆପଣ ଘରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ବହୁମୂଲ୍ୟ ବସ୍ତୁ କିଛି ଚୋରି ହେବାର ସମ୍ଭାବନା ରହିଛି । କିନ୍ତୁ ଯଦି ଆପଣ ସାବଧାନ ରୁହନ୍ତି , କ୍ଷତି ହୋଇ ନ ପାରେ । ଏହାର ଅର୍ଥ ନୁହେଁ ଯେ ଆପଣ ଡରିଯିବେ । ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି । କର୍ମ କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇବେ । ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ । ନୂତନ ବାହନ, ଜାଗା, ଜମି, ଗୃହ ଆଦି କ୍ରୟ କରିବାର ଯୋଜନା କରିବେ । ସମୟକୁ ହାତ ଛଡ଼ା ନ କରିବା ଉଚିତ୍ । କାରଣ ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ । ପ୍ରତିକାର:- କୁକୁରକୁ ଖାଇବାକୁ ଦେବେ ।

ଧନୁ:–

ଏହି ସମୟରେ ଆପଣଙ୍କ ସମ୍ପର୍କରେ ବିଶ୍ୱାସ ବଢିଯିବ । ଆପଣ ନଜ ଆତ୍ମୀୟଜନଙ୍କ ପାଖକୁ ଆସିବେ ଏବଂ ନିଜ ଜୀବନରେ ସେମାନଙ୍କର ମହତ୍ତ୍ୱ ବୁଝିପାରିବେ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତିରେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତି ହେବ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ । ସାମାଜିକ ପତିଆରା ଅମଳିନ ରହିବ । ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ । ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ ।

ମକର:–

ଗୋଟିଏ ପକ୍ଷରେ ଆପଣ ସାମାଜିକ ସମାରୋହରେ ଭାଗ ଲେବାପାଇଁ ଚ଼ାହିଁବେ ଏବଂ ଅନ୍ୟ ପକ୍ଷରେ ଆପଣ ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ କାର୍ଯ୍ୟ ଯେପରି ଠିକ୍ ସମୟରେ ପୁର୍ଣ୍ଣ ହୁଅନ୍ତୁ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ମାନ ମନାନ୍ତର ଦୂର ହେବ । ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରି ଲାଭବାନ ହେବେ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଆର୍ଥିକ ଦିଗରୁ ସୁବିଧା ପାଇବେ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ରାଜନୈତିକ କ୍ଷେତ୍ରରେ ଅପବାଦ ଅପଯଶ ମିଳିପାରେ । ପ୍ରତିକାର:- କୁକୁରଙ୍କୁ ଖାଦ୍ୟ ଦେବା ଉଚିତ୍ ।

କୂମ୍ଭ:–

ଆଜି ଆପଣ ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚ଼ିତ୍ ହେବ । ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଆବଶ୍ୟକ କରନ୍ତି । ଉଚ୍ଚଆଶା ସଫଳ ହେବ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ । ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ସୁଖ ଶାନ୍ତିରେ ଦିନ କାଟିବେ । ସାର୍ବଜନୀନ ସମ୍ପର୍କରେ ନିଜର ବ୍ୟକ୍ତିତ୍ଵ ବିକଶିତ ହେବ । ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭହେବ । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଆଜି ଚେଷ୍ଟା କରିବେ । ପ୍ରତିକାର:- କେଶର, ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମୀନ:–

ଆଜି ଆପଣଙ୍କ ଚ଼ିରାଚ଼ରିତ ଦିନଚ଼ର୍ଯ୍ୟା ବଦଳି ଯିବ । ଏହା ବୋଧହୁଏ ଆପଣଙ୍କ ଘରେ ବିବାହ ସମାରୋହ କାରଣରୁ ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ । ମାନସିକ ଦୁଶ୍ଚିନ୍ତା ବୃଦ୍ଧିପାଇବ । ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମ୍ମୁଖୀନ ହେବେ । ପୁରାତନ ରୋଗର ପ୍ରକୋପ ବୃଦ୍ଧି ଯୋଗେ ସ୍ୱାସ୍ଥ୍ୟରେ ଅବନ୍ନତି, ମାନସିକ ଅସ୍ଥିରତା ଓ ମନ ଉତ୍ତେଜିତ ରହିବ । ପାରିବାରିକ ସ୍ତରରେ କିଛି କୁହୁଳା ଆଶାନ୍ତି ସୃଷ୍ଟି ହେବ । ପ୍ରତିକାର:- ଦିବ୍ୟଙ୍ଗଙ୍କୁ ଲଡୁ ଖାଇବାକୁ ଦେବେ ।

Leave a Reply

Your email address will not be published. Required fields are marked *