ସ୍ତ୍ରୀ ମାନେ କରନ୍ତୁ ନାହିଁ ଏହି ଭୁଲ ।

ସ୍ତ୍ରୀ ମାନେ କରନ୍ତୁ ନାହିଁ ଏହି ଭୁଲ ।

ହିନ୍ଦୁ ଧର୍ମର ଷୋହଳ ଟି ପ୍ରଥା ରହିଛି । ଯାହା ଭିତରୁ ବିବାହ ପ୍ରଥା ସବୁଠାରୁ ଖାସ ବୋଲି ମନା ଯାଇଥାଏ । କାରଣ ବିବାହ ପରେ ସ୍ବାମୀ ଓ ସ୍ତ୍ରୀ ଙ୍କ ଭାଗ୍ୟ ଏକା ସହ ଯୋଡି ହୋଇଯାଏ । ଏହା ପରେ ସେମାନେ ଯେଉଁ କର୍ମ କରନ୍ତି, ଭଲ ହେଉ କି ଖରାପ ତାର ଫଳ ଦୁଇ ଜଣଙ୍କ ଉପରେ ସମାନ ଭାବରେ ପଡିଥାଏ । ସେହିପରି ଦୁହିଁଙ୍କ ମଧ୍ୟରେ କେହିବି ଭଲ କି ଖରାପ କାମ କଲେ ଦି ଜଣଙ୍କୁ ଭୋଗିବାକୁ ପଡିଥାଏ । ଶାସ୍ତ୍ର ରେ ଏମିତି ପାଞ୍ଚ ଟି କାର୍ଯ୍ୟ ଉଲ୍ଲେଖ କରାଯାଇଛି ଯଦି ସବୁବେଳେ ଭୁଲ ରେ ବି ସ୍ତ୍ରୀ ଲୋକମାନେ କରିବେ ତାଙ୍କ ସ୍ୱାମୀ ଦରିଦ୍ର ହୋଇଯିବେ । ତାଙ୍କ ସ୍ୱାମୀ ଭାଗ୍ୟ କେବେ ବି ବଦଳିବ ନାହିଁ । ସେ ସର୍ବଦା ଗରିବ ର ଜୀବନ ଯାପନ କରିବେ । ଆସନ୍ତୁ ଜାଣିବା ସ୍ତ୍ରୀ ମାନଙ୍କ ସେହି ପାଞ୍ଚଟି କାର୍ଯ୍ୟ ଯାହାକୁ କୌଣସି ବି ସ୍ତ୍ରୀ କରିବା ଉଚିତ ନୁହେଁ ।

ଖରାପ ପ୍ରଭାବ ପଡିବ ।

ନହେଲେ ସେମାନଙ୍କ ସ୍ୱାମୀ ଓ ପରିବାର ଉପରେ ଖରାପ ପ୍ରଭାବ ପଡିବ । ଆଜିକାଲି ର ସ୍ତ୍ରୀ ମାନେ ପ୍ରାୟ ଆଧୁନିକ ସ୍ୱଭାବର ହୋଇଗଲେଣି । ନିଜ ଜାଣତରେ ହେଉ କି ଅଜାଣତରେ ହେଉ କିଛି ନା କିଛି ଭୁଲ କରିଦିଅନ୍ତି । ଯାହା ପରେ ବହୁତ କଷ୍ଟ ଦେଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ ।

୧.ଯଦି ଘରର ସ୍ତ୍ରୀ ସର୍ବଦା କଳି ଝଗଡା କି କଟୁ ବାକ୍ୟ ବ୍ୟବହାର କରୁଛନ୍ତି ଜାଣନ୍ତୁ ଘରର ଭାଗ୍ୟ କେବେ ବି ଭଲ ହୋଇ ନଥାଏ । କାରଣ କଳିଝଗଡା କି କଟୁ ବାକ୍ୟ ଅନ୍ୟ କୁ କଷ୍ଟ ଦେଇଥାଏ । ଯାହା ଘରର ବିନାଶ କରିଦିଏ ଓ ଘରେ ସର୍ବଦା ଅଭାବ ଲାଗି ରହେ । ତେଣୁ ଭୁଲରେ ବି ଏହି କାମ କରନ୍ତୁ ନାହିଁ ।

୨. ଯଦି ଘରର ସ୍ତ୍ରୀ ସକାଳୁ ବହୁତ ସମୟ ପର୍ଯ୍ୟନ୍ତଶୋଇ ରହୁଛି ସେ ଘରେ କେବେବି ମାତା ଲଷ୍ମୀ ବାସ କରନ୍ତି ନାହିଁ । ଯାହା ଫଳରେ ସେ ଘରକୁ ଆର୍ଥିକ ସମସ୍ୟା ଆସିଥାଏ । ଯାହା ପରିବାର ରେ ବିଶୃଙ୍ଖଳା ସୃଷ୍ଟି କରେ ।

୩.ଯଦି ଘରର ସ୍ତ୍ରୀ ସର୍ବଦା କିଛି ନା କିଛି ଖାଉଥାଏ । ମାନେ ଭୋକ ଠାରୁ ବି ଅଧିକ ଖାଉଥାଏ ସେ ଘରେ ସର୍ବଦା ଅଭାବ ଲାଗି ରୁହେ । ସେମାନଙ୍କ ସ୍ୱାମୀ କୁ କେବେ ବି ଭାଗ୍ୟ ର ସାଥ ମିଳିନଥାଏ ।

୪.ଯଦି ଘରର ସ୍ତ୍ରୀ ପ୍ରତ୍ୟେକ ଦିନ ସ୍ନାନ କରି ନଥାନ୍ତି କି ସ୍ନାନ ପରେ ଠାକୁର ପୂଜା ଆଦି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ ସେ ଘରର ଭାଗ୍ୟ କେବେ ବି ଖୋଲି ନଥାଏ । ଏମାନଙ୍କୁ ସର୍ବଦା ଦୁର୍ଭାଗ୍ୟ ର ସାମ୍ନା କରିବାକୁ ପଡେ ।

୫.ଯଦି ଘରର ସ୍ତ୍ରୀ ଘରକୁ ସଫା ସୁତୁରା ରଖି ନଥାନ୍ତି କି ରାତ୍ରି ଭୋଜନ ସାରି ବାସନ ନ ମାଜି ପକେଇ ରଖନ୍ତି ସେମାନଙ୍କ ଗୃହରେ କେବେ ବି ମାତା ଲଷ୍ମୀ ଙ୍କ ବାସ ନଥାଏ । ଯାହା ଫଳରେ ସର୍ବଦା ଗରିବ ର ଜୀବନ ବିତେଇବାକୁ ପଡେ ।

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *