୧୫ ଅକ୍ଟୋବର ୨୦୧୮ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ହେଲା ମହାସଂଯୋଗ ମହାଦେବଙ୍କ କୃପା ଆଜିଠୁ ଏହି ୩ ରାଶିକୁ ମିଳିବ

ମେଷ : ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ଆପଣଙ୍କ ପ୍ରଭାବ ଲୋକମାନଙ୍କ ଉପରେ ପଡିବ । କୌଣସି ନୂଆ କମ୍ପାନୀରେ ଚାକିରିର ପ୍ରସ୍ତାବ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆର୍ଥିକ ଲାଭର ଯୋଗ ରହିଛି ।

ବୃଷ: ବନ୍ଧୁମାନଙ୍କ ସହିତ ଦିନଟି ହାସ୍ୟକୌତୁକରେ କରିବେ। ସାରାଦିନ ଖୁସି ମନରେ ରହିବେ। କୌଣସି ନୂଆ ବ୍ୟବସାୟର ଶୁଭାରମ୍ଭ କରନ୍ତୁ, ଲାଭ ହେବ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହେବ।

ମିଥୁନ: ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ଆପଣଙ୍କର ସ୍ୱଭାବ ନେତାଙ୍କ ଭଳି ରହିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ବିଶେଷ ଯାତ୍ରାରେ ଯାଇପାରନ୍ତି। ଅଚାନକ ଢେର୍‌ସାରା ଧନ ପାଇବେ।

କର୍କଟ : ଆଜି ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗି ରହିବ । ପ୍ରଭୁଙ୍କ ଆରାଧନାରେ ସାରା ଦିନ ବିତିବ । ମନକୁ ଶାନ୍ତି ମିଳିବ । ଅନେକ ଦିନରୁ ମନରେ ଉପୁଜିଥିବା ପ୍ରଶ୍ନର ସମାଧାନ ମିଳିବ । ବ୍ୟବସାୟରେ ଆମଦାନୀର ନୂଆ ରାସ୍ତା ମିଳିବ । ପରିବାର ସମ୍ବନ୍ଧରେ କୌଣସି କାମ ପୂରା ହୋଇଯିବ ।

ସିଂହ: ଦେବ ଦର୍ଶନ ଯୋଗ ରହିଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ଆସିବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ସୁଖମୟ ହେବ।

କନ୍ୟା : ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ । ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ । ଆୟ ବୃଦ୍ଧିର ନୂଆ ରାସ୍ତା ଖୋଲିବ । କୌଣସି ବନ୍ଧୁଙ୍କ ସହିତ ସମୟ ବିତେଇବେ । ପାରିବାରିକ ଶାନ୍ତି ବଜାୟ ରହିବ । କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ ।

ତୁଳା : ଆଜି ଶିକ୍ଷାକ୍ଷେତ୍ରରେ କରିଥିବା ପରିଶ୍ରମର ଫଳ ନିଶ୍ଚୟ ପାଇବେ । ବ୍ୟବସାୟ ବୃଦ୍ଧି ଲାଗି ନୂଆ ନିବେଶ ମିଳିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ । ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥତା ଅନୁଭବ କରିବେ । ସାଙ୍ଗସାଥୀଙ୍କ ସହ ସମୟ ଅତିବାହିତ କରିବେ ।

ବିଛା: ଜୀବନକୁ ସକାରାତ୍ମକ ବନାନ୍ତୁ। ଯେଉଁ କାମ ହାତକୁ ନେବେ ତାହାକୁ ସଂପୂର୍ଣ୍ଣ କରି ବିଶ୍ରାମ ନିଅନ୍ତୁ।

ଧନୁ : ଆଜି ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସମାଜରେ ଆପଣଙ୍କୁ ମାନସମ୍ମାନ ଓ ପ୍ରତିଷ୍ଠା ମିଳିବ । ପରିବାରବର୍ଗଙ୍କ ସହ ହସଖୁସିରେ ସମୟ ବିତାଇବେ । ପ୍ରେମ ଜୀବନରେ ମଧୁରତା ବଜାୟ ରହିବ । ଶାରୀରିକ ଓ ମାନସିକ ଭାବେ ଶାନ୍ତି ପାଇବେ ।

ମକର : ଆଜି ନୂଆ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବେ । ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ । ଆର୍ଥିକ କାରବାର ସମୟରେ ସାବଧାନ ରହନ୍ତୁ । ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ । ପତ୍ନୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ । ସନ୍ତାନଙ୍କଠୁ ଖୁସି ଖବର ମିଳିବ ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ କରନ୍ତୁ; ଧୀରେ ଧୀରେ ଆଗକୁ ବଢ଼ିବେ। ପାରିବାରିକ ସମସ୍ୟା ନେଇ ଆପଣଙ୍କ ମନ ଟିକେ ବିଚଳିତ ହୋଇପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମୀନ : ଆଜି ଆପଣଙ୍କ ମଧୁର ବ୍ୟବହାରରେ ନୂଆ ଲକ୍ଷ୍ୟ ହାସଲ କରିନେବେ । ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ବଢିବ । ଆର୍ଥିକ ଚିନ୍ତା ଦୂର ହେବ । ପରିବାରରେ କୌଣସି ବଡ ଖୁସି ଆସିପାରେ । ଶାରୀରିକ ଓ ମାନସିକ ଭାବେ ଶାନ୍ତି ପାଇବେ ।

Leave a Reply

Your email address will not be published. Required fields are marked *