୨ ନଭେମ୍ବର ୨୦୧୮ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଦୁର୍ଗା ମା ଙ୍କ କୃପାରୁ ଏହି ୪ଟି ରାଶିର ସବୁ କାମ ସଫଳ ହେବ

ମେଷ

ଆପଣଙ୍କ ପରିବାର ଲୋକଙ୍କ ପାଇଁ ଆଜି ଆପଣ ଖୁସି ଓ ଗର୍ବ ଅନୁଭବ କରିବେ । ଆଜି ଆପଣଙ୍କୁ କୌଣସି ପରିବାର ଲୋକଙ୍କ ସହିତ ଜଡ଼ିତ ଶୁଭ ସମାଚ଼ାର ଆପଣଙ୍କୁ ବହୁତ ଖୁସି ଦେବ । ନିଜ ପରିବାର ଲୋକଙ୍କ ସହିତ ସେମାନଙ୍କ ଖୁସିରେ ଆପଣ ସାମିଲ ହୁଅନ୍ତୁ । ମନେରଖନ୍ତୁ ନିଜର ସବୁ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିଜେ ସମାପନ କରନ୍ତୁ । ଯଦି ଏହି କାର୍ଯ୍ୟ ପାଇଁ ଆପଣ ଆଉ କାହା ଉପରେ ନିର୍ଭର କରିବେ ତାହାହେଲେ ଆପଣ ନିରାଶ ହେବେ ।ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ। ସାମାଜିକ ରୂପରେ ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବାର ସମ୍ଭାବନା ଅଛି। ବ୍ୟାପାରରେ ଲାଭ ହେବ। ବିବାହ ଉତ୍ସୁକ ଜାତକର ବିବାହର ଆୟୋଜନ ସଫଳତା ପୂର୍ବକ ହେବ। ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟ ବିଗିଡ଼ି ପାରେ, ଏହାର ଧ୍ୟାନ ରଖିବେ।ପ୍ରତିକାର– ଗ୍ରାମ୍ୟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ବୃଷ

ଆଗକୁ ବଢ଼ନ୍ତୁ ଏବଂ ବନ୍ଧୁ ଓ ପରିବାରବର୍ଗଙ୍କ ସହ ମିଶି କିଛି ଭଲ କାର୍ଯ୍ୟ କରନ୍ତୁ । ଆଜି ଆପଣ ନିଜର ସମସ୍ତ କାର୍ଯ୍ୟକୁ ଗୋଟିଏ ପାଖରୁ ରଖି କେବଳ ମନୋରଞ୍ଜନ କରନ୍ତୁ କାରଣ ଜୀବନରେ ଏହା ମଧ୍ୟ ଜରୁରୀ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।ଆପଣଙ୍କ ସ୍ଵଭାବରେ ଆଜି କିଛି ଅଧିକ ସମ୍ବେଦନଶୀଳତା ରହିବ। କାର୍ଯ୍ୟ ସଫଳତାରେ ମାନସିକ ରୂପରେ ଆପଣ ପ୍ରଫୁଲ୍ଲିତ ରହିବେ। ଯଶ ଏବଂ କୀର୍ତ୍ତିରେ ମଧ୍ୟ ବୃଦ୍ଧି ହେବ। ମା’ ଘର ପଟରୁ ଭଲ ସମାଚାର ପ୍ରାପ୍ତ ହେବ।ପ୍ରତିକାର:- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନି

ଖରାପ ସମୟରେ ଆଜି ଆପଣ ଗତିକରିବେ କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କର ବିଜୟ ସୁନିଶ୍ଚିତ । ଆଜି ଯେତେ ସମସ୍ୟା ଆସିଲେ ସୁଧା ଆପଣ ସବୁ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ଅଛନ୍ତି । ଆଜି ଆପଣଙ୍କ ଜୀବନରେ ଗତିପଥ ସମାନ୍ ନୁହେଁ । ଏମିତି ଲାଗୁଛି ଯେପରି ଆପଣଙ୍କର ଆଖପାଖର ପରିସ୍ଥିତି ଖରାପ ଆଡ଼କୁ ଗତିକରୁଛି । ଆପଣଙ୍କ କାର୍ଯ୍ୟସ୍ଥଳରେ କିଛି ଅଦରକାରୀ ପରିବର୍ତ୍ତନ ହୋଇପାରେ ।ଆଜି ସାଂସାରିକ ବିଷୟଗୁଡ଼ିକ ଛାଡ଼ି ଆଧ୍ୟାତ୍ମିକ ବିଷୟ ଆଡ଼କୁ ଆପଣ ବେଶୀ ଢଳିବେ। କୌଣସି ନକାରାତ୍ମକ ଭାବନାକୁ ମହତ୍ଵ ନ ଦେଇକରି ମାନସିକ ରୂପରେ ସୁସ୍ଥ ରହିବାକୁ ଚେଷ୍ଟା କରନ୍ତୁ। ଶାରୀରିକ ପ୍ରଫୁଲ୍ଲତା ଏବଂ ମାନସିକ ପ୍ରସନ୍ନତା ରହିବ,ପ୍ରତିକାର: ଷଣ୍ଢକୁ କିଛିଖାଦ୍ୟ ଖୁଆନ୍ତୁ।

କର୍କଟ

ଆଜି ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, କାରଣ କିଛି ଭୁଲ ବୁଝାମଣା ଯୋଗୁଁ ଆପଣ ଏବଂ ଆପଣଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ କଳି ହୋଇପାରେ । ଘର ଏବଂ ବାହାରର କାର୍ଯ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା ଆଜି ଆପଣଙ୍କର ମୂଳମନ୍ତ୍ର ହେବା ଉଚ଼ିତ୍ ।ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଏବଂ ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ଆମୋଦ-ପ୍ରମୋଦ ସମ୍ବନ୍ଧିତ ବସ୍ତୁକୁ କିଣିବା ଯୋଗୁଁ କ୍ରେତାଙ୍କର ଖର୍ଚ୍ଚ ଅଧିକ ହେବାର ଆଶଂକା ଅଛି। ବ୍ୟବସାୟ କ୍ଷେତ୍ରରେ ବାତାବରଣ ଭଲ ରହିବ।ଆପଣଙ୍କ କାମରେ ଭଲ ବୃଦ୍ଧି ହେବ। ସ୍ଵାସ୍ଥ୍ୟ ପାଇଁ ଆଜିର ଦିନ ଭଲ।ପ୍ରତିକାର– ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

ସିଂହ

ଆଜି ଆପଣଙ୍କ ମାନସିକ ଶକ୍ତି ଏହାର ଚ଼ରମ ସୀମାରେ ରହିବ । ଆପଣଙ୍କୁ ଅସୁବିଧା ଅବସର ଭଳି ଲାଗିବ ଏବଂ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେବ । ବିପଦ ସହ ସଂଗ୍ରାମ କରିବାର ଆପଣଙ୍କର ଏହି ସ୍ୱଭାବ ଆପଣଙ୍କୁ ଆଗେଇ ନେବ ।  ଆଜ ଦିନ ଭଲ ଅଛି, ଆପଣ କାହା ସହିତ ଅଧିକ ବାଦ-ବିବାଦ କରନ୍ତୁ ନାହିଁ, ତାହାହିଁ ଆପଣଙ୍କ ପାଇଁ ହିତକର ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଏବଂ ଉପାସନାର ପଛରେ ଧନ ଖର୍ଚ୍ଚ ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟ ନହେଉ ସେଥିପାଇଁ ବାଣୀକୁ ନିୟନ୍ତ୍ରିତ ରଖିବେ |ଆଜିର ଦିନ ଆପଣଙ୍କ ଆମଦନୀ ଭଲ ହେବାର ସଂକେତ ମିଳୁଛି। ଏହା ଫଳରେ ଆପଣଙ୍କୁ ଖୁସି ମିଳିବ। ପ୍ରେମ ସମ୍ବନ୍ଧରେ ସାଥୀର ମନକୁ ଛୁଇଁଲାଭଳି କଥା ହୋଇପାରେ |ପ୍ରତିକାର–ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

କନ୍ୟା

ଆଜି ଆପଣଙ୍କର ନୂଆ ପରିଚୟ ଦ୍ୱାରା ନୂଆ ବନ୍ଧୁ କରିବେ ।ଭଲ ହେବ ଯଦି ଆପଣ ଏହି ଦିଗରେ ପ୍ରଥମେ ପାଦ ବଢାଇବେ ଏବଂ କଥା ଆରମ୍ଭ କରିବେ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ କଟାଇଲେ ଶୁଭ ହେବ ।ସ୍ଵାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣ ଆନନ୍ଦିତ ରହିବେ। ମିତ୍ର ତଥା ସମ୍ବନ୍ଧିମାନଙ୍କ ସହିତ ବୁଲିବାକୁ ଯିବାକୁ ଯୋଜନା ବନାଇବେ ଏବଂ ଆନନ୍ଦପ୍ରଦ ଯାତ୍ରା ମଧ୍ୟ କରି ପାରିବେ। ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ। ଭାଗିଦାରୀଙ୍କ ସହିତ ଚର୍ଚ୍ଚା ସକାରାତ୍ମକ ହେବ,ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ।

ତୁଳା

ଆଜି ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।ବୋଧହୁଏ ଯେ କୌଣସି ମହତ୍ତ୍ୱପୂର୍ଣ୍ଣ ଚ଼ୁକ୍ତି ହେଇପାରେ କିମ୍ବା କୌଣସି ପରିଯୋଜନାକୁ ଶେଷ ରୂପେ ମିଳିପାରେ ।ଅନୈତିକ କାର୍ଯ୍ୟ ଏବଂ ନକାରାତ୍ମକ ବିଚାରୁ ଦୂରରେ ରୁହନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ପରିବାରରେ ମନମାଳିନ୍ୟ ହେବାରୁ ଶାରୀରିକ ଏବଂ ମାନସିକ ଅସୁସ୍ଥତା ହୋଇପାରେ, ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ବିଦେଶରୁ ଭଲ ସମାଚାର ପ୍ରାପ୍ତ ହେବ, ପ୍ରତିକାର– ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ବିଛା

ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ । ଆଜିର ଦିନ ଶୁଭଫଳଦାୟୀ ଅଟେ। ବ୍ୟବସାୟରେ ସ୍ଥିତି ଅନୁକୂଳ ରହିବ ତଥା ଆପଣଙ୍କ କାର୍ଯ୍ୟର ଉଚିତ ପ୍ରଶଂସା ମଧ୍ୟ ହେବ। ସାମାଜିକ ରୂପରେ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। କାର୍ଯ୍ୟ ମଧ୍ୟ ସରଳତାପୂର୍ବକ ସଂପନ୍ନ ହେବ ଏବଂ ଏହି କାର୍ଯ୍ୟଗୁଡ଼ିକରେ ଲାଭ ମଧ୍ୟ ହେବ,ପ୍ରତିକାର:- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।ପ୍ରତିକାର– ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ।

ଧନୁ

ଏହି ସମୟ ପରିବାର ଲୋକଙ୍କ ସହିତ କୌଣସି ଉତ୍ସବକୁ ଯିବାର ସମୟ ଅଟେ । କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁପଯୋଗ କରି ଆପଣ ବହୁତ ଆନନ୍ଦ ପାଇ ପାରନ୍ତି । ଆଜି ଆପଣଙ୍କୁ ନିଜ କାର୍ଯ୍ୟ ଏବଂ ଘରର ଛୋଟ ଛୋଟ ଅସୁବିଧା ଗୁଡ଼ିକୁ ସମାଧାନ କରିବା ପାଇଁ ନିଜର ଚ଼ତୁରତା ଏବଂ ବୁଦ୍ଧିର ବ୍ୟବହାର କରିବା ଉଚ଼ିତ୍ ।ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଆଜି ଭଲ ରହିବ। ପରିଜନମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ଛୋଟ ଯାତ୍ରାର ଯୋଗ ଅଛି। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ ବିତିବ। ପ୍ରତିକାର: କୁକୁରକୁ ଖାଇବାକୁ ଦିଅନ୍ତୁ।

ମକର

ଆଜି ଆପଣ ଏମିତି କାର୍ଯ୍ୟରେ ମନୋନିବେଶ କରିବେ ଯାହାକି ଆଧ୍ୟାତ୍ମିକ ସମ୍ପର୍କିତ । ଏହାଦ୍ୱାରା ଆପଣ ଖୁସି ଏବଂ ଆତ୍ମସନ୍ତୋଷ ଲାଭ କରିବେ । ଏହା ଦ୍ୱାରା ଆପଣ ସଠିକ ମାର୍ଗ ଦର୍ଶନ ପାଇପାରନ୍ତି ଏବଂ ଏହାର ପୁରାଲାଭ ଉଠାନ୍ତୁ । ଆଜି ଆପଣ ବନ୍ଧୁଙ୍କ ସହିତ ଝଗଡ଼ା କରିବା ଦ୍ୱାରା ଚ଼ିନ୍ତାରେ ପଡ଼ିଯିବେ । ଏହି କଥା ପାଇଁ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ ଏବଂ ବହୁତ ବୁଦ୍ଧିର ସହିତ ଆପଣଙ୍କୁ ଏହି ପରିସ୍ଥିତିକୁ ସମ୍ଭାଳିବା ପାଇଁ ପଡ଼ିବ । ଧନର ଦେବା-ନେବା, ଅସୁଲି କିମ୍ବା ନିବେଶ କରବା ସମୟରେ ସାବଧାନ ରୁହନ୍ତୁ। କୋର୍ଟ-କଚେରୀର କଥାଗୁଡ଼ିକରେ ସମ୍ଭାଳିକରି ଚାଲିବେ। ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ସୁଧାର ହେବ,ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ।

କୁମ୍ଭ

ଅଦାଲତ ସମ୍ବନ୍ଧୀୟ ସମସ୍ୟାର ଫଳାଫଳ ଆପଣଙ୍କ ସପକ୍ଷରେ ହୋଇପାରେ । ସୌଭାଗ୍ୟ ହେତୁ ଉଚ୍ଚ ଅଧିକାରୀ ଆଜି ଆପଣଙ୍କ ସପକ୍ଷରେ ରହିବେ ,ଯାହା ଫଳରେ ଆପଣଙ୍କୁ ବହୁତ ଲାଭ ହେବ । ଏହି ସମୟ ବର୍ତ୍ତମାନ ପରିବାର ଲୋକଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରିବାର ସମୟ ଅଟେ ଯାହାଦ୍ୱାରା ଆପଣ ନିଜକୁ ପରିବାର ଲୋକଙ୍କ ନିକଟତର ପାଇବେ । ଆଜି ଆପଣ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହିଁବେ ।ନିଜର ବୌଦ୍ଧିକ ଶକ୍ତିରେ ଲେଖନ କାର୍ଯ୍ୟ ଏବଂ ସୃଜନାତ୍ମକ କାର୍ଯ୍ୟ କରିବାରେ ଆଗକୁ ବଢ଼ିବେ। ଆକସ୍ମିକ ଖର୍ଚ୍ଚର ଯୋଗ ଅଛି। ମଧ୍ୟାହ୍ନ ପରେ କାର୍ଯ୍ୟରେ ସଫଳତା ମିଳିବାରୁ ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ। ଆଜି ଯଶ ଏବଂ କୀର୍ତ୍ତି ମଧ୍ୟ ପ୍ରାପ୍ତ ହେବ,ପ୍ରତିକାର– ଅସହାୟକୁ ନିରାଶ କରିବେ ନାହିଁ।ପ୍ରତିକାର– ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ମୀନ

ଆଜି ଆପଣଙ୍କୁ ଉଚ୍ଚ ଅଧିକାରୀମାନଙ୍କ ପାଇଁ ବୋଧହୁଏ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଏହି ସମୟଟି ଭାବିଚ଼ିନ୍ତି କରି ପାଦ ଉଠାଇବାର ଅଛି । ଆଜି ଆପଣଙ୍କ ଘରକୁ ବିଦେଶରୁ ଅତିଥି ଆସିବାର ସମ୍ଭାବନା ରହିଛି । ଏହା ଦ୍ୱାରା ଆପଣଙ୍କ ଘରେ ଆନନ୍ଦର ପରିବେଶ ରହିବ । ଯଦି ଆପଣ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ତଥାପି ସମୟ ବାହାରକରି ସେମାନଙ୍କ ସହ ଆନନ୍ଦିତ ହୁଅନ୍ତୁ ।ଆଜି ବିଦ୍ୟାର୍ଥିମାନଙ୍କ ପାଇଁ ଦିନ ଅନୁକୂଳ ଅଟେ। ସ୍ଵଭାବର ଦୂରପଣ ଛାଡ଼ିକରି ଆଗକୁ ବଢ଼ିବେ ତେବେ ଅନେକ ସମସ୍ୟାର ନିରାକରଣ ହେବାପରି ଦେଖାଯିବ,ପ୍ରତିକାର: ରୁଟି ଓ ଗୁଡ ଗାଈକୁ ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *