୩ ନଭେମ୍ବର ୨୦୧୮ ଶନିବାର – କେମିତି କଟିବ ଆଜି ଆପଣଙ୍କ ଦିନ – ଶନି ଦେବ ଙ୍କ ଅସୀମ କୃପା ବରଷିବ ଏହି ୩ଟି ରାଶି ଉପରେ

ମେଷ

ଆଜି ଆପଣ ନିଜ ମନକୁ ପ୍ରାର୍ଥନା ଓ ଧ୍ୟାନରେ ଲଗାନ୍ତୁ ଓ ନିଜ ଭିତରେ ଶାନ୍ତି ଖୋଜିବାର ଚେଷ୍ଟା କରନ୍ତୁ । ଆପଣ ନିଜ ଅନ୍ତରାତ୍ମାର ରାସ୍ତାରେ ଚାଲିବାକୁ ଚାହାନ୍ତି ।ଆଜି ଦିନରେ ଆପଣଙ୍କର ମାନସିକ ଦୁଶ୍ଚିନ୍ତା ଅଧିକ ହେଇପାରେ । ପରିବାର ସଦଶ୍ୟ ମାନଙ୍କ ସହ ସମୟ ବିତାଇ ପାରନ୍ତି । ସାମୟିକ ନିରାପତ୍ତାର ଅଭାବ ଅନୁଭବ କରିବେ । କିନ୍ତୁ ଏହା ଖୁବ୍ ଶିଘ୍ର ଦୂର ହୋଇଯିବ ।ମାନସିକ ରୂପରେ ଆଜି ଆପଣର ଉତ୍ସାହର ଅଭାବ ରହିବ, ଯାହାଦ୍ୱାରା ମନରେ ଅଶାନ୍ତି ରହିବ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ସ୍ଥାବର ସଂପତ୍ତିର କାଗଜପତ୍ର କରିବା ସମୟରେ ବିଶେଷ ଧ୍ୟାନ ରଖିବେ। ମାନହାନି ନ ହେଉ ଏହାର ଧ୍ୟାନ ରଖିବେ,ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ।ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ।ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ।

ବୃଷ

ଯେକୌଣସି କାରଣ ହେଉନା କାହିଁକି ଆପଣଙ୍କର ଦୁଶ୍ଚିନ୍ତା ରହିବ । ଧୈର୍ଯ଼୍ୟଧରି ସମୟ ବିତାନ୍ତୁ । ସେ ସମ୍ବନ୍ଧରେ ଅଧିକ ଚିନ୍ତା କରନ୍ତୁ ନାହିଁ । ସମସ୍ୟା ଆସିବ ଓ ଉନ୍ନତି ପାଇଁ ସମସ୍ୟାରୁ ନିଶ୍ଚିତ କିଛି ଶିଖିବେ । ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟରେ ଚ଼ିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ । ଆପଣ ଭବିଷ୍ୟତରେ ଉପଯୁକ୍ତ ପାଇବା ପାଇଁ ଏହା ସାହାଯ୍ୟ କରିବ ।ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ଯଶ କୀର୍ତ୍ତି ପ୍ରାପ୍ତ ହେବାରେ ସରଳତା ରହିବ। ବ୍ୟାପାର କ୍ଷେତ୍ରରେ ଭାଗିଦାରୀ ସହିତ ସମ୍ବନ୍ଧ ସକାରାତ୍ମକ ରହିବ। ବସ୍ତ୍ରାଭୂଷଣର କ୍ରୟରେ ମନ ଆନନ୍ଦିତ ହେବ। ପ୍ରତିକାର-ଗୁଡ଼ ଓ ଗହମ ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

ମିଥୁନି

ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।| ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତ ହେବା ଆପଣ ଦେଖିବାକୁ ପାଇବେ । ଏହି ସୁସମ୍ପର୍କ ଦୁଇ ପକ୍ଷର ଚ଼େଷ୍ଟାର ପରିଣାମ ସୂରୂପ ହେବ ।ବାଦ-ବିବାଦରେ ଫସନ୍ତୁ ନାହିଁ। ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ଅଭ୍ୟାସରେ ସଫଳତା ପ୍ରାପ୍ତ ହେବାରେ ତାଙ୍କର ଉତ୍ସାହରେ ବୃଦ୍ଧି ହେବ।ପ୍ରତିକାର-ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

କର୍କଟ

ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା । ଆପଣଙ୍କୁ ବିଦେଶ ଯିବା ପାଇଁ ନିମନ୍ତ୍ରଣ ମିଳିପାରେ ସେଥିପାଇଁ ସଜାଗ୍ ରୁହନ୍ତୁ ଏବଂ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । କିନ୍ତୁ ଆପଣଙ୍କୁ ମିତବ୍ୟୟୀ ହେବାକୁ ପଡ଼ିବ । ଆପଣଙ୍କ ସ୍ଵାସ୍ଥ୍ୟ ଆଜି ଭଲ ରହିବ। ବ୍ୟବସାୟିକ କ୍ଷେତ୍ରରେ ଲାଭ ହେବ। ସାଥିରେ କାମ କରୁଥିବା ଲୋକଙ୍କର ସହଯୋଗ ପ୍ରାପ୍ତ ହେବ। ପରିଜନମାନଙ୍କ ସହିତ ଆପଣ ସମୟ ଆନନ୍ଦପୂର୍ବକ ବିତାଇ ପାରିବେ। ପ୍ରତିକାର-କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

ସିଂହ

ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ ,କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।ସ୍ଵାସ୍ଥ୍ୟ ପ୍ରତି ଆଜି ଅଧିକ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ସ୍ଵାସ୍ଥ୍ୟ ପଛରେ ଧନର ଖର୍ଚ୍ଚ ମଧ୍ୟ ହୋଇପାରେ। ଆଜି ଖାଇବା ପିଇବା ଘରେ ହିଁ କରନ୍ତୁ ତେବେ ଭଲ ହେବ। ଆଧ୍ୟାତ୍ମିକତା ପ୍ରତି ରୁଚି, ଧ୍ୟାନ ତଥା ଜପ ଆପଣଙ୍କୁ ଉଚିତ ମାର୍ଗକୁ ନେଇପାରିବ.ପ୍ରତିକାର-ବେଲ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା

ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ । ଶେଷରେ ଦେଖିବେ ଆପଣ ସମସ୍ତ କାର୍ଯ୍ୟ ସୁରୁଖୁରରେ କରିପାରିବେ । କୌଣସି ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଯଦି ଆପଣ କୌଣସି ବଡ଼ ଝଗଡ଼ାରେ ନା ଅଡ଼ୁଆରେ ପଡ଼ିଯାଇଛନ୍ତି , ତେବେ ତାକୁ ଶୀଘ୍ର ଠିକ୍ କରନ୍ତୁ ।ଶାରୀରିକ ଏବଂ ମାନସିକ ରୂପରେ ଆପଣଙ୍କ ସ୍ଵାସ୍ଥ୍ୟ ପ୍ରସନ୍ନତାରେ ପୂର୍ଣ୍ଣ ରହିବ। ଉତ୍ସାହପୂର୍ଣ୍ଣ ବାତାବରଣ ହେବାରୁ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବାର ପ୍ରେରଣା ମିଳିବ। ପାରିବାରିକ ବାତାବରଣରେ ସୁଖ-ଶାନ୍ତି ବନି ରହିବ।

ତୁଳା

ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି । କାର୍ଯ୍ୟ ସମ୍ପର୍କିତ ଭ୍ରମଣ କିମ୍ବା ଦର୍ଶନୀୟ ସ୍ଥାନ ବିତେଇବା ପାଇଁ କୋଉଁ ଆଡେ ଯାଇପାରନ୍ତି । ଏପ୍ରକାର ଭ୍ରମଣ ଫଳପ୍ରଦ ଏବଂ ଉପଭୋଗ କରିବେ । ଯଦି କାର୍ଯ୍ୟ ସମ୍ପର୍କିତ ଭ୍ରମଣ ହୋଇଥାଏ ସୁଫଳମିଳିବ ।ମିତ୍ର ଏବଂ ପରିଜନମାନଙ୍କ ସହିତ ଆଜିର ଦିନ ଆନନ୍ଦ ପୂର୍ବକ ସମାପ୍ତ ହେବ। କୌଣସି ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ମଧ୍ୟ ହୋଇପାରେ। ବ୍ୟବସାୟୀ ଲୋକମାନଙ୍କ ପାଇଁ ସମୟ ଅନୁକୂଳ ଅଟେ,ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ବିଛା

ଆଜି ଦିନରେ ଆପଣ ଆଳସ୍ୟ ଅନୁଭବ କରିବେ । କିନ୍ତୁ ବର୍ତ୍ତମାନ ଆପଣ ଆଳସ୍ୟର ସମୟ କଟାଇଲେ ଚଳିବ ନାହିଁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କୌଣସି ନା କୌଣସି କାର୍ଯ୍ୟରେ ନିଜକୁ ନିୟୋଜିତ ରଖନ୍ତୁ । ଆଜି ଆପଣଙ୍କ ମନ ବନ୍ଧୁମାନଙ୍କ ସହ ମଜ୍ଜା କରିବାକୁ ଚ଼ାହୁଁଛି । ଆଜିକାଲି ଆପଣଙ୍କ ସମ୍ପର୍କ ସୁଧାରିବାରେ ଲାଗିଛନ୍ତି ଯେଉଁଥି ପାଇଁ ଆପଣ ଖୁସି ଅଛନ୍ତି । ଆଜି ଆପଣ ଯେତେ ଅଧିକ ସମୟ ପାରିବେ ଆପଣଙ୍କ ପରିବାରଙ୍କ ସହ କଟାନ୍ତୁ ।ଶାରୀରିକ ଏବଂ ମାନସିକ ରୂପରେ ଆଜି ସମ୍ପୂର୍ଣ୍ଣ ଦିନ ପ୍ରସନ୍ନତା ରହିବ। ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟର ପ୍ରଶଂସା ହେବାରୁ କାର୍ଯ୍ୟ ପ୍ରତି ଉତ୍ସାହ ମଧ୍ୟ ବଢ଼ିବ। ସାଥିରେ କାମ କରୁଥିବା ଲୋକଙ୍କର ମଧ୍ୟ ସହଯୋଗ ପ୍ରାପ୍ତ ହେବ। ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ ।

ଧନୁ

ଆଜି ଆପଣ ନିଜ ବୁଦ୍ଧିକୁ ନିଜେ ଆର୍କଷିତ କରିବେ । ଗୋଟିଏ ଭଲ ବିଷୟ ପ୍ରତି ଆପଣଙ୍କର ଅଧିକ ରୁଚ଼ି ବଢ଼ିବ । ଏହି ପ୍ରକାର ଅଲଗା ଅଲଗା ବିଷୟରେ ନିଜର ଜ୍ଞାନ ବଢ଼ାଇବା ଦ୍ୱାରା ଆପଣଙ୍କୁ ଲାଭ ହେବ |  ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।ଆଜିର ଦିନ ଭାଗ୍ୟ ବୃଦ୍ଧି ହେବାର ଦିନ ଅଟେ। ବିଦେଶ କିମ୍ବା ଦୂର ଦେଶରୁ ଶୁଭ ସମାଚାର ପ୍ରାପ୍ତ ହେବ। ଛୋଟ ପ୍ରବାସ କିମ୍ବା କୌଣସି ଧାର୍ମିକ ଯାତ୍ରାଯୋଗୁଁ ମନର ପ୍ରସନ୍ନତାରେ ବୃଦ୍ଧି ହେବ। ଶାରୀରିକ ରୂପରେ ମଧ୍ୟ ଆଜି ସୁସ୍ଥ ରହିବେ।ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।

ମକର

ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ । ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ ।ମାନସିକ ରୂପରେ ଦ୍ଵିଧା ଅନୁଭବ ହେବାରୁ କୌଣସି ନିଶ୍ଚିତ ନିର୍ଣ୍ଣୟ ନେବାରେ କଷ୍ଟ ହୋଇପାରେ। ନିରର୍ଥକ ଖର୍ଚ୍ଚରୁ ବଞ୍ଚନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ନ ରଖିବାରେ ପରିଜନମାନଙ୍କ ସହିତ ମନମାଳିନ୍ୟ ହେବାର ଆଶଂକା ଅଛି,ପ୍ରତିକାର-ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ

କୁମ୍ଭ

ଆଜି ଆପଣ କୌଣସି ପ୍ରତିଯୋଗିତାର ମାନସିକତାରେ ଅଛନ୍ତି । ଜୀବନର କେତେକ କ୍ଷେତ୍ରରେ ଏହା ଠିକ୍, ମାତ୍ର ମନେରଖନ୍ତୁ ଯେ ଆପଣ ଯେମିତି ବେଶି ଉଗ୍ର ମନୋବୃତି ନଆଣନ୍ତି ବିଶେଷତଃ ନିଜ ପରିବାରକୁ ନେଇ ।ଯଦି ଆପଣଙ୍କ ବନ୍ଧୁ କିମ୍ବା ଆତ୍ମୀୟସଜ୍ଜନ ବିଦେଶରୁ ଆସୁଥାନ୍ତି ,ତେବେ ବୋଧହୁଏ ସେ ଆଜି ଆପଣଙ୍କ ଘରକୁ ଆପଣଙ୍କୁ ଭେଟିବା ପାଇଁ ଆସିବେ । ସେଥିପାଇଁ ନିଜ ଘରକୁ ସଫାସୁତୁରା କରନ୍ତୁ ।ଆଜି ଦିନ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥତାର ଅନୁଭବ କରିପାରନ୍ତି। ବ୍ୟର୍ଥ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ,ପ୍ରତିକାର-ଗାଈକୁ କିଛି ଖାଦ୍ୟ ଦେବେ ।

ମୀନ

ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।| ଆଜି ଆପଣ ନିଜକୁ ପରିସ୍ଥିତି ସହିତ ଖାପଖୁଆଇ ଚ଼ଳିବାକୁ ଚ଼େଷ୍ଟା କରନ୍ତୁ । ଅସୁବିଧାଟି ଆସୁଥିବ ଏବଂ ଯାଉଥିବ କିନ୍ତୁ ଆପଣ ଏହାଜାଣିସାରିଛନ୍ତି ସକାରାତ୍ମକ ଭାବନା ରଖିଲେ ଆମେ ଆମ ଅସୁବିଧା ଗୁଡ଼ିକୁ ଭଲ ଭାବରେ ସମ୍ଭାଳି ପାରିବା ।ଆଜିର ଦିନ ଆନନ୍ଦର ଦିନ ଅଟେ। ବ୍ୟାପାର ଏବଂ ଆୟରେ ବୃଦ୍ଧି ହେବ। ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର କୃପା ରହିବ। ପରିଜନ ଏବଂ ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦର ବାତାବରଣ ରହିବ। ନୂଆ ସଂପର୍କ ଏବଂ ପରିଚୟ ବ୍ୟାପାର କ୍ଷେତ୍ରରେ ଲାଭପ୍ରଦ ରହିବ। ଛୋଟ ଯାତ୍ରା ଆନନ୍ଦଦାୟୀ ରହିବ।ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *