୭୫ ଟଙ୍କିଆ ମୁଦ୍ରା ଜାରି କରିବେ ମୋଦି ସରକାର

ଦିଲ୍ଲୀ : ବିମୁଦ୍ରାକାରଣ ପରେ ଏବେ ମୋଦି ସରକାର ଆଉ ଗୋଟିଏ ନୂଆ ଝଟକା ଦେବେ | ପ୍ରଥମ ଥର ପାଇଁ ୭୫ ଚଂକିଆ କଏନ ହେବ ପ୍ରଚଳନ ହେବ । ପୋର୍ଟବ୍ଲେୟାରଠାରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରଥମଥର ତ୍ରିରଙ୍ଗା ଉଡ଼ାଇବାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ଟଙ୍କିଆ ମୁଦ୍ରା ପ୍ରଚଳନ ହୋଇଛି | ଏ ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଛି ।

ଏହି ମୁଦ୍ରାର ଓଜନ ୩୫ ଗ୍ରାମ ରହିଛି ଓ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ ତମ୍ବା, ୫ ପ୍ରତିଶତ ନିକେଲ ଏବଂ ୫ ପ୍ରତିଶତ ଜିଙ୍କ ରହିଛି | ୭୫ ବର୍ଷ ପୂର୍ବରୁ ଆଜିର ଦିନରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ପୋର୍ଟ ବ୍ଲେୟାରରେ ପ୍ରଥମଥର ପାଇଁ ତ୍ରିରଙ୍ଗା ପତାକା ଉଡ଼େଇଥିଲା | ଏହି ଦିନକୁ ସ୍ମରଣୀୟ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଅଧିକୃତ ସଂସ୍ଛା ଏହି ୭୫ ଟଙ୍କିଆ ମୁଦ୍ରା ପ୍ରସ୍ତୁତ କରିବେ |

ମୁଦ୍ରାରେ ସେଲ୍ୟୁଲାର ଜେଲର ପଛପଟେ ତ୍ରିରଙ୍ଗା ପତାକାକୁ ସଲାମୀ ଦେଉଥିବା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଚିତ୍ର ରହିବ | ପୋଟ୍ରେଟ ତଳେ ୭୫ ଅଙ୍କର ଅର୍ଥ ବର୍ଷ ପୂର୍ତ୍ତି ରହିବ | ମୁଦ୍ରାରେ ଦେବନାଗରୀ ଏବଂ ଇଂରାଜୀରେ ପ୍ରଥମ ପତାକା ଉତ୍ତୋଳନ ଦିବସ ଲେଖାହେବ |

Leave a Reply

Your email address will not be published. Required fields are marked *