1 ଫେବୃୟାରୀ 2019 ଶୁକ୍ରବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଆଜି ଆପଣଙ୍କୁ ନିଜର ବୁଝା ଶୁଣା ଏବଂ ଚ଼ତୁରତାକୁ ପରଖିବାକୁ ହେବ । କିଛି ଲୋକ ନିଜର ସୀମାକୁ ଲାଙ୍ଘି ଆପଣଙ୍କର ଅସୁବିଧାକୁ ଶିକ୍ଷା କରିବାକୁ ଯାଉଛନ୍ତି । ଆପଣଙ୍କୁ ଶାନ୍ତି ରହିବା ସହିତ ସେମନଙ୍କୁ ରୋକିବାକୁ ଚ଼େଷ୍ଟା କରିବାକୁ ହେବ । ଏହି ସମୟ ପରିବାର ଲୋକଙ୍କ ସହିତ କୌଣସି ଉତ୍ସବକୁ ଯିବାର ସମୟ ଅଟେ । କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁପଯୋଗ କରି ଆପଣ ବହୁତ ଆନନ୍ଦ ପାଇ ପାରନ୍ତି । ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ । ମାନସିକ ରୂପରେ ଅଣନିଶ୍ୱାସୀ ହେବାର କାରଣରୁ କୌଣସି କାର୍ଯ୍ୟରେ ଆପଣଙ୍କ ମନ ନ ଲାଗିପାରେ । ସ୍ଵାସ୍ଥ୍ୟ ମଧ୍ୟ କିଛିମାତ୍ରାରେ ଭଲ-ଖରାପ ରହିବ | କାର୍ଯ୍ୟ ସଫଳତାରେ ବିଳମ୍ବ ଏବଂ ଶାରୀରିକ ଅସ୍ଵସ୍ଥତା କାରଣରୁ ଆପଣ ହତାଶାର ଭାବନା ଅନୁଭବ କରିପାରନ୍ତି । ଅତ୍ୟଧିକ କାମର ବୋଝରେ ଆଳସ୍ୟ ଏବଂ ମାନସିକ ଅଣନିଶ୍ୱାସୀ ଲାଗିପାରେ । ପ୍ରତିକାର: ଗାଈକୁ କିଛି ଖୁଆନ୍ତୁ ।

ବୃଷ

ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ ଘରର ଶାନ୍ତି ଭଙ୍ଗ ହବାକୁ ଦିଅନ୍ତୁ ନାହିଁ । ନିଜ କ୍ରୋଧକୁ ନିଜ ଭିତରେ ରଖିବା ହିଁ ମଙ୍ଗଳ । ଏହି କଳହ ଦ୍ୱାରା ଆପଣ ଲାଭବାନ ହେବେ ନାହିଁ ବରଂ ଏହା ଆପଣଙ୍କର ଅଧିକ ଚ଼ିନ୍ତାର କାରଣ ହେବ । ଆଜି ଆପଣ ନିଜ ବୁଦ୍ଧିକୁ ନିଜେ ଆର୍କଷିତ କରିବେ । ଗୋଟିଏ ଭଲ ବିଷୟ ପ୍ରତି ଆପଣଙ୍କର ଅଧିକ ରୁଚ଼ି ବଢ଼ିବ । ଏହି ପ୍ରକାର ଅଲଗା ଅଲଗା ବିଷୟରେ ନିଜର ଜ୍ଞାନ ବଢ଼ାଇବା ଦ୍ୱାରା ଆପଣଙ୍କୁ ଲାଭ ହେବ | ବ୍ୟବସାୟ ଦୃଷ୍ଟିରେ ଆଜି ଆପଣଙ୍କପାଇଁ ଲାଭ ଦାୟୀ ଦିନ ଅଟେ । ଆପଣଙ୍କ କାର୍ଯ୍ୟ ସଫଳତାର କାରଣରୁ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ବ୍ୟବସାୟରେ ଉତ୍ଥାନର ମଧ୍ୟ ଯୋଗ ଅଛି । ପ୍ରତିକାର:-ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ ।

ମିଥୁନି

ବହୁଦିନର ଲମ୍ବା ପ୍ରତୀକ୍ଷା ପରେ ଆଇନଗତ କେସର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବ । ଏବେ ଆପଣ ଶାନ୍ତିରେ ନିଶ୍ୱାସ ନେଇ ପାରିବେ । ଆପଣଙ୍କ ଓକିଲଙ୍କ ପରାମର୍ଶ ଏବେ କାମରେ ଲାଗିବ । ଆଜିର ଦିନଟି ବନ୍ଧୁମାନଙ୍କ ସହିତ ମଜା କଟାଇବାର ଦିନ ଅଟେ ଆପଣ ନିଜର ସବୁ ଅସୁବିଧା ଭୁଲି ଖୁସିରେ ଦିନଟି କଟାନ୍ତୁ । ଆଜି ଆପଣଙ୍କ ନିଜର ସବୁ ବିଚାରକୁ ଖୋଲି କରି ପ୍ରକାସ କରିପାରନ୍ତି । ଆଜି ସୃଜନାତ୍ମକତା ଏବଂ କଳା ସମ୍ବନ୍ଧୀତ ପ୍ରବୃତ୍ତିଗୁଡ଼ିକ ପାଇଁ ଦିନ ଶ୍ରେଷ୍ଠ ଅଟେ । ବିଦ୍ୟାର୍ଥୀ ଅଭ୍ୟାସରେ ନିଜର ଭଲ ପ୍ରଦର୍ଶନ କରି ପାରିବେ । ସ୍ନେହୀଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ସାକ୍ଷାତ ହେବ,ପ୍ରତିକାର:-ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ ।

କର୍କଟ

ଆଜି ଆପଣଙ୍କ ଜୀବନରେ ଗତିପଥ ସମାନ୍ ନୁହେଁ । ଏମିତି ଲାଗୁଛି ଯେପରି ଆପଣଙ୍କର ଆଖପାଖର ପରିସ୍ଥିତି ଖରାପ ଆଡ଼କୁ ଗତିକରୁଛି । ଆପଣଙ୍କ କାର୍ଯ୍ୟସ୍ଥଳରେ କିଛି ଅଦରକାରୀ ପରିବର୍ତ୍ତନ ହୋଇପାରେ । ଏହି ସମୟଟି ଘର ପ୍ରତି ଧ୍ୟାନ ଦେବାର ଅଛି । ନିଜର ଆଖପାଖକୁ ଦେଖନ୍ତୁ ଏବଂ ଭାବନ୍ତୁ ଆପଣ କିପରିଭାବେ ନିଜ ବାତାବରଣକୁ ସୁନ୍ଦର କରିପାରିବେ । ନିଜ ଘରକୁ ସୁନ୍ଦର କଲେ ଆପଣଙ୍କୁ ବି ସତେଜ ଅନୁଭବ ହେବ । ଶାରୀରିକ ରୂପରେ ଅସୁସ୍ଥ ରହିବାରୁ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବାରେ ବିଳମ୍ବ ହେବାରୁ ଆପଣ ନିରାଶ ହୋଇପାରନ୍ତି । ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ଖାଦ୍ୟ-ପେୟରେ ଉଚିତ ଅନୁଚିତର ବିବେକ ରଖିବେ । ଆଜି କାର୍ଯ୍ୟଭାର ଅଧିକ ରହିବ । ସେଥିପାଇଁ ସୁସ୍ଥତା ରହିବ । ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ସିଂହ

। କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । କିନ୍ତୁ ଆପଣଙ୍କ ଚାହିଁବା ମୁତାବେକେ ଏମିତି ହୋଇପାରୁ ନାହିଁ । ବୋଧହୁଏ ତାଙ୍କୁ ଅଧିକ ସମୟ ଲାଗିବ ଆଜି ଆପଣ ନିଜ କାର୍ଯ୍ୟସ୍ଥଳରେ ବହୁତ ପରିଶ୍ରମ କରିବେ ଏବଂ ଆପଣଙ୍କୁ ନିଜ ଉପଲବ୍ଧି ଉପରେ ଗର୍ବ ହେବ । କିନ୍ତୁ ଆଜି ଆପଣ ନିଜ ପରିବାର ସହିତ କିଛି ସମୟ ଅତିବାହିତ କରିବା ଜରୁରୀ । ବ୍ୟବସାୟରେ ଆଜିର ଦିନ ଲାଭ ହେବ । କାର୍ଯ୍ୟାଳୟ ସହିତ କାମ କରୁଥିବା ଲୋକଙ୍କର ସହଯୋଗ ମିଳିବ । ପରିଜନମାନେ ଆପଣଙ୍କ ସହିତ ଆଜି ଆନନ୍ଦ ପୂର୍ବକ ସମୟ ବିତାଇବେ । ମାନସିକ ରୂପରେ ମଧ୍ୟ ଆପଣ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରିବେ । ପ୍ରତିକାର- ଇଷ୍ଟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

କନ୍ୟା

ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚ଼ରମ ସୀମାରେ ଉପନୀତ ହେବ । ଛାତ୍ରମାନେ ଅଧ୍ୟୟନରେ ଅଧିକ ଭାରାକ୍ରାନ୍ତ ହୋଇ କ୍ଳାନ୍ତି ଅନୁଭବ କରିବେ ଏବଂ ବିଶ୍ରାମ କରିବେ । ଆଜି ଦିନରେ ସାଂଗ ସାଥିମାନଙ୍କ ସହ ଭ୍ରମଣ କିମ୍ବା ଚାପାନ କରି ମାନସିକ କ୍ଳାନ୍ତି ମେଣ୍ଟାଇବେ । ଏହା ସ୍ୱାସ୍ଥ୍ୟ ପାଇଁ ଭଲ । ଆଜିର ଦିନ ଲାଭଦାୟୀ ଅଟେ । ଭାଗ୍ୟ ବହୁତ ସାଥୀ ଦେବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପାଇଁ ଆଜି ଲାଭଦାୟୀ ଦିନ ଅଟେ । ମିତ୍ରମାନଙ୍କ ସହିତ ଭେଟ ହେବାରୁ ମନରେ ଆନନ୍ଦ ରହିବ । ତାଙ୍କ ସହିତ ଯାତ୍ରାର ଆୟୋଜନ ମଧ୍ୟ ହୋଇପାରେ । ନୂଆ କାର୍ଯ୍ୟର ଶୁଭାରମ୍ଭ ଆପଣଙ୍କ ପାଇଁ ଲାଭଦାୟୀ ରହିବ,ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା

ଆଜି ଆପଣଙ୍କର ପରିବାର ସଦସ୍ୟ ନୁହେଁ ନିଜର ସହକର୍ମିଙ୍କ ସହ କଥାବାର୍ତ୍ତା ଓ ବ୍ୟବହାରରେ ସାବଧାନ ରୁହନ୍ତୁ । କିନ୍ତୁ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି ଆପଣ ଆପଣଙ୍କର ପରିପକ୍ୱ ମନ ସାହାଯ୍ୟରେ ଅଶୋଭନୀୟ ପରିସ୍ଥିତିରୁ ନିଜକୁ ରକ୍ଷା କରିପାରିବେ । ଲମ୍ବା ସମୟ ଧରି ଅମୀମାଂସିତ ହୋଇରହିଥିବା କୌଣସି ଆଇନଗତ ସମସ୍ୟା ଆଜି ଆପଣଙ୍କ ସପକ୍ଷରେ ଯିବ । ଏ ସମସ୍ୟା ଆପଣଙ୍କୁ ବହୁତ ହଇରାଣ କରୁଥିଲା । ଏବେ ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ଏବଂ ଜୀବନଧାରା ସ୍ୱାଭାବିକ ରୂପେ ଚ଼ାଲିବ । ଆଜି ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟଗୁଡ଼ିକରେ ରୁଚି ରହିବାରୁ ସେହି କାର୍ଯ୍ୟଗୁଡ଼ିକ ପଛରେ ବ୍ୟସ୍ତତା ରହିବ ତଥା ତାଙ୍କ ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ । କୋର୍ଟ-କଚେରୀ ସମ୍ବନ୍ଧିତ କାର୍ଯ୍ୟ ଉପସ୍ଥିତ ହେବ । ବ୍ୟବସାୟ କାର୍ଯ୍ୟଗୁଡ଼ିକରେ ବିଘ୍ନ ଉପସ୍ଥିତ ହେବ । ସ୍ନେହୀଜନଙ୍କର ପ୍ରତିଷ୍ଠାରେ ହାନି ହେବ,ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ବିଛା

ଆଜି ଆପଣ ନିଜକୁ ଠିକ ଭାବେ ବୁଝି ପାରିବେ । ଆଜି ଆପଣ ନିଜର ବ୍ୟକ୍ତିତ୍ତ୍ୱକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବେ । ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ । ଆପଣଙ୍କୁ ଆପଣଙ୍କ ଦଳର ସମର୍ଥନ ମିଳିପାରିବ ,ଯଦି ଆପଣ ନିଜର ବିଚାରକୁ ସେମାନଙ୍କ ଆଗରେ ବ୍ୟକ୍ତ କରିବେ । ଆପଣ ନିଜେହିଁ ସବୁକାମ କରି ପାରିବେ କିନ୍ତୁ ନିଜ କାର୍ଯ୍ୟକୁ ଦଳ ମଧ୍ୟରେ ସମାନ ପରିମାଣରେ ଭାଗକରି ଦିଅନ୍ତୁ । ଆଜିର ଦିନ ପ୍ରତିକୂଳତାରେ ଭରା ରହିବ । ଶାରୀରିକ ଫୁର୍ତ୍ତିର ଆଜି ଅଭାବ ହୋଇପାରେ ଏବଂ ମାନସିକ ରୂପରେ ମଧ୍ୟ ଚିନ୍ତା ରହିପାରେ । ପତ୍ନୀଙ୍କ ସହିତ କଲହର ପ୍ରସଙ୍ଗ ବନିପାରେ ଅଥବା ମନମାଳିନ୍ୟ ହୋଇପାରେ,ପ୍ରତିକାର:- ଷଣ୍ଢକୁ ଗୁଡ଼ ରୁଟି ଖୁଆନ୍ତୁ

ଧନୁ

ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ । ଆଜି ଆପଣ ସମାଜସେବା କରିବାକୁ ମନବଳାଇବେ । ଆଜି ଆପଣ ପଇସା ପତ୍ର କିମ୍ବା ସମୟ ଦେଇ ଆବଶ୍ୟକ କରୁଥିବା ଲୋକଙ୍କ ସାହାଯ୍ୟ କରିବାକୁ ଚ଼େଷ୍ଟା କରିବେ । ଦିନ ସରିଲେ ଆପଣ କାମ ପାଇଁ ବହୁତ ଖୁସି ହେବେ । ଆଜି ସ୍ଵାସ୍ଥ୍ୟ ନରମ ରହିପାରେ । ବୈଚାରିକ ମତଭେଦ କାରଣରୁ ମାନସିକ ଚିନ୍ତା ରହିବ । ମଧ୍ୟାହ୍ନ ପରେ ଆପଣ ଶାରୀରିକ ଏବଂ ମାନସିକ ରୂପେ ଅନୁକୂଳତା ଅନୁଭବ କରିବେ । ଅଚାନକ ଧନପ୍ରାପ୍ତିର ଯୋଗ ଅଛି । ପ୍ରତିକାର- କ୍ଷୀରଗୁଡ଼ ପଣାକରି ବରଗଛ ମୂଳରେ ଢ଼ାଳନ୍ତୁ ।

ମକର

ଆଜି ସାହିତ୍ୟ ପଢ଼ିଲେ ଆପଣଙ୍କୁ ବହୁତ ଲାଭ ମିଳିବ । ବୋଧହୁଏ ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ଯାହା ପଢ଼ିଛନ୍ତି ସେହି ପାଠ ଆପଣଙ୍କ ବ୍ୟକ୍ତିଗତ ଉନ୍ନତିରେ ସହାୟକ ହେବ । ଆଜି ଆପଣ ସେହି ଦ୍ରବ୍ୟକୁ ଗୁରୁତ୍ତ୍ୱ ଦିଅନ୍ତୁ ,ଯାହା ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ନିଜ ପରିବାରର କାମ ଏବଂ ମିତ୍ରମାନଙ୍କ ମଧ୍ୟରେ ଏକ ସନ୍ତୁଳନ ରକ୍ଷାକରନ୍ତୁ । ଆଜିର ଦିନ ଆମୋଦ-ପ୍ରମୋଦରେ ବିତିବ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ଖୁସି ଅନୁଭବ କରିବେ । ମିତ୍ର ଏବଂ ପରିଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁଯାଇ ଆନନ୍ଦ ଉଠାଇ ପାରନ୍ତି । ପାରିବାରିକ କଳହର ଅବସର ନ ଆସୁ, ଏହାର ଧ୍ୟାନ ରଖିବେ । ପାରିବାରିକ ସଦସ୍ୟମାନଙ୍କ ସହିତ ଭୁଲ ବୁଝାମଣାରୁ ବଞ୍ଚନ୍ତୁ । ଯୋଗରେ ମନରେ ଉତ୍ପନ୍ନ ନକାରାତ୍ମକ ବିଚାର ଦୂର ହୋଇଯିବ | ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କୁମ୍ଭ

ଆଜି ଆପଣଙ୍କ ମନ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ । ନିଜର ମନର କଥା ଶୁଣନ୍ତୁ ଏବଂ କୌଣସି ସମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ । ଏହି ଭଲ କାମ ପାଇଁ ଆପଣ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଏବଂ ଆପଣଙ୍କୁ ବହୁତ ଖୁସି ଲାଗିବ । ଆଜି ଆପଣ ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚ଼ିତ୍ ହେବ । ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଆବଶ୍ୟକ କରନ୍ତି । ଆଜି ଧାର୍ମିକ ଯାତ୍ରା ହୋଇପାରେ । ଆପଣ ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକୁ ଆଜି ସଂପନ୍ନ କରି ପାରିବେ । ଶାରୀରିକ ଏବଂ ମାନସିକ ସୁସ୍ଥତା ରହିବ, ଏହାଦ୍ୱାରା ଫୁର୍ତ୍ତି ଏବଂ ପ୍ରସନ୍ନତା ରହିବ । ପରିବାରରେ ମାଙ୍ଗଳିକ ପ୍ରସଙ୍ଗ ବନିବ । ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ।

ମୀନ

ବୋଧହୁଏ ଏହି ବୟସ ସାଙ୍ଗରେ ଚ଼ାଲିବାର ସମୟ ଅଟେ । ସାଙ୍ଗମାନେ ଆସନ୍ତି ଚ଼ାଲିଯାଆନ୍ତି କିନ୍ତୁ ଏହି ସାଙ୍ଗ ଆପଣଙ୍କ ସବୁ ଦୁଃଖ ସୁଖର ସାଥି ହେବ । ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ । ଆଜିର ଦିନ ଆନନ୍ଦରେ ବିତିବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମନାରେ ବିଜୟର ସ୍ଵାଦ ପ୍ରାପ୍ତି କରି ପାରିବେ । ସ୍ଵଜନମାନଙ୍କ ସହିତ ଆଜି ଭେଟ ହେବ । ମାନସିକ ରୂପରେ ପ୍ରସନ୍ନତା ବନି ରହିବ । ଧାର୍ମିକ ଯାତ୍ରାରେ ମନରେ ଆନନ୍ଦ ଅନୁଭବ କରିବେ । ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *