10 ଫେବୃୟାରୀ 2019 ରବିବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଆଜି ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଆଗ୍ରହ ବଢିବ । ଆଜି ଆପଣଙ୍କୁ ଜାଣିବାକୁ ଇଛା ହେବକି ଆପଣ କୋଉଁ ଦିଗରେ ଅଗ୍ରସର ହେଉଛନ୍ତି । ଏହି ପଥରେ ଚାଲି ଆପଣନିଜକୁ ଠିକ ଭାବରେ ବୁଝିପାରିବେ । ଆଜ ଦିନ ଭଲ ଅଛି, ଆପଣ କାହା ସହିତ ଅଧିକ ବାଦ-ବିବାଦ କରନ୍ତୁ ନାହିଁ, ତାହାହିଁ ଆପଣଙ୍କ ପାଇଁ ହିତକର ହେବ । ଧାର୍ମିକ କାର୍ଯ୍ୟଗୁଡ଼ିକରେ ଏବଂ ଉପାସନାର ପଛରେ ଧନ ଖର୍ଚ୍ଚ ହୋଇପାରେ । ପରିଜନମାନଙ୍କ ସହିତ ମନମାଳିନ୍ୟ ନହେଉ ସେଥିପାଇଁ ବାଣୀକୁ ନିୟନ୍ତ୍ରିତ ରଖିବେ |ଆଜିର ଦିନ ଆପଣଙ୍କ ଆମଦନୀ ଭଲ ହେବାର ସଂକେତ ମିଳୁଛି । ଏହା ଫଳରେ ଆପଣଙ୍କୁ ଖୁସି ମିଳିବ । ପ୍ରେମ ସମ୍ବନ୍ଧରେ ସାଥୀର ମନକୁ ଛୁଇଁଲାଭଳି କଥା ହୋଇପାରେ |ପ୍ରତିକାର–ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ ।

ବୃଷ

ଏହି ସମୟରେ ନିଜର ଲୋକମାନଙ୍କ ସହିତ ମଜା କରନ୍ତୁ ,କିନ୍ତୁ ଏହାସହ ନିଜ କାର୍ଯ୍ୟକୁ ମଧ୍ୟ ଠିକ୍ ସମୟରେ ସାରିବା ପାଇଁ ଚ଼େଷ୍ଟା କରନ୍ତୁ । ଘର ଏବଂ ବାହାରର କାର୍ଯ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା ଆଜି ଆପଣଙ୍କର ମୂଳମନ୍ତ୍ର ହେବା ଉଚ଼ିତ୍ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଏବଂ ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ । ଆମୋଦ-ପ୍ରମୋଦ ସମ୍ବନ୍ଧିତ ବସ୍ତୁକୁ କିଣିବା ଯୋଗୁଁ କ୍ରେତାଙ୍କର ଖର୍ଚ୍ଚ ଅଧିକ ହେବାର ଆଶଂକା ଅଛି । ବ୍ୟବସାୟ କ୍ଷେତ୍ରରେ ବାତାବରଣ ଭଲ ରହିବ । ଆପଣଙ୍କ କାମରେ ଭଲ ବୃଦ୍ଧି ହେବ । ସ୍ଵାସ୍ଥ୍ୟ ପାଇଁ ଆଜିର ଦିନ ଭଲ । ପ୍ରତିକାର– ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ ।

ମିଥୁନ

ଆଜି ଆପଣ ଜାଣିପାରିବେ ଯେ ଆପଣ ନିଜ ବନ୍ଧୁମାନଙ୍କୁ ବହୁତ ଭଲପାଆନ୍ତି ଏବଂ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହାନ୍ତି । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ କଟାଇଲେ ଶୁଭ ହେବ । ସ୍ଵାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣ ଆନନ୍ଦିତ ରହିବେ । ମିତ୍ର ତଥା ସମ୍ବନ୍ଧିମାନଙ୍କ ସହିତ ବୁଲିବାକୁ ଯିବାକୁ ଯୋଜନା ବନାଇବେ ଏବଂ ଆନନ୍ଦପ୍ରଦ ଯାତ୍ରା ମଧ୍ୟ କରି ପାରିବେ । ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ । ଭାଗିଦାରୀଙ୍କ ସହିତ ଚର୍ଚ୍ଚା ସକାରାତ୍ମକ ହେବ,ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ ।

କର୍କଟ

ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ । ଆପଣଙ୍କ ସ୍ଵଭାବରେ ଆଜି କିଛି ଅଧିକ ସମ୍ବେଦନଶୀଳତା ରହିବ । କାର୍ଯ୍ୟ ସଫଳତାରେ ମାନସିକ ରୂପରେ ଆପଣ ପ୍ରଫୁଲ୍ଲିତ ରହିବେ । ଯଶ ଏବଂ କୀର୍ତ୍ତିରେ ମଧ୍ୟ ବୃଦ୍ଧି ହେବ । ମା’ ଘର ପଟରୁ ଭଲ ସମାଚାର ପ୍ରାପ୍ତ ହେବ । ପ୍ରତିକାର:- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ସିଂହ

ଆଜି ସଂଦ୍ଧ୍ୟାରେ ହୋଇଥିବା ସମାରୋହ ଏକ ମହତ୍ତ୍ୱପୂର୍ଣ୍ଣ ପୂରା କରିବ । ବୋଧହୁଏ ଯେ କୌଣସି ମହତ୍ତ୍ୱପୂର୍ଣ୍ଣ ଚ଼ୁକ୍ତି ହେଇପାରେ କିମ୍ବା କୌଣସି ପରିଯୋଜନାକୁ ଶେଷ ରୂପେ ମିଳିପାରେ । ଅନୈତିକ କାର୍ଯ୍ୟ ଏବଂ ନକାରାତ୍ମକ ବିଚାରୁ ଦୂରରେ ରୁହନ୍ତୁ । ବାଣୀ ଉପରେ ନିୟନ୍ତ୍ରଣ ରଖିବେ । ପରିବାରରେ ମନମାଳିନ୍ୟ ହେବାରୁ ଶାରୀରିକ ଏବଂ ମାନସିକ ଅସୁସ୍ଥତା ହୋଇପାରେ, ଧ୍ୟାନ ରଖିବେ । ମଧ୍ୟାହ୍ନ ପରେ ବିଦେଶରୁ ଭଲ ସମାଚାର ପ୍ରାପ୍ତ ହେବ, ପ୍ରତିକାର– ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା

ଆଜିର ଦିନ ଆତ୍ମନିର୍ଭରତାର ଦିନ ଅଟେ । ମନେରଖନ୍ତୁ ନିଜର ସବୁ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିଜେ ସମାପନ କରନ୍ତୁ । ଯଦି ଏହି କାର୍ଯ୍ୟ ପାଇଁ ଆପଣ ଆଉ କାହା ଉପରେ ନିର୍ଭର କରିବେ ତାହାହେଲେ ଆପଣ ନିରାଶ ହେବେ । ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ । ସାମାଜିକ ରୂପରେ ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବାର ସମ୍ଭାବନା ଅଛି । ବ୍ୟାପାରରେ ଲାଭ ହେବ । ବିବାହ ଉତ୍ସୁକ ଜାତକର ବିବାହର ଆୟୋଜନ ସଫଳତା ପୂର୍ବକ ହେବ । ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟ ବିଗିଡ଼ି ପାରେ, ଏହାର ଧ୍ୟାନ ରଖିବେ । ପ୍ରତିକାର– ଗ୍ରାମ୍ୟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

ତୁଳା

ଆପଣ ଦେଖିବେ ଆଜି ଆପଣଙ୍କର ବିଦେଶୀ ଲୋକଙ୍କ ସହ ଆତ୍ମୀୟତା ବଢିବ । ଆପଣଙ୍କ ବିଦେଶୀ ବନ୍ଧୁ ଆପଣଙ୍କୁ ସେଠାକୁ ଯିବାକୁ ନିମନ୍ତ୍ରଣ କରିପାରନ୍ତି କିମ୍ବା ଆପଣଙ୍କ କାର୍ଯ୍ୟ ଯୋଗୁଁ ବିଦେଶ ଯାଇପାରନ୍ତି । ଆଜିର ଦିନ ଶୁଭଫଳଦାୟୀ ଅଟେ । ବ୍ୟବସାୟରେ ସ୍ଥିତି ଅନୁକୂଳ ରହିବ ତଥା ଆପଣଙ୍କ କାର୍ଯ୍ୟର ଉଚିତ ପ୍ରଶଂସା ମଧ୍ୟ ହେବ । ସାମାଜିକ ରୂପରେ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ । କାର୍ଯ୍ୟ ମଧ୍ୟ ସରଳତାପୂର୍ବକ ସଂପନ୍ନ ହେବ ଏବଂ ଏହି କାର୍ଯ୍ୟଗୁଡ଼ିକରେ ଲାଭ ମଧ୍ୟ ହେବ,ପ୍ରତିକାର:- ଅସହାୟଙ୍କୁ ସାହାଯ୍ୟ କରନ୍ତୁ । ପ୍ରତିକାର– ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ ।

ବିଛା

ଆଜି ଆପଣଙ୍କ ଘରକୁ ବିଦେଶରୁ ଅତିଥି ଆସିବାର ସମ୍ଭାବନା ରହିଛି । ଏହା ଦ୍ୱାରା ଆପଣଙ୍କ ଘରେ ଆନନ୍ଦର ପରିବେଶ ରହିବ । ଯଦି ଆପଣ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ତଥାପି ସମୟ ବାହାରକରି ସେମାନଙ୍କ ସହ ଆନନ୍ଦିତ ହୁଅନ୍ତୁ । ଆଜି ବିଦ୍ୟାର୍ଥିମାନଙ୍କ ପାଇଁ ଦିନ ଅନୁକୂଳ ଅଟେ । ସ୍ଵଭାବର ଦୂରପଣ ଛାଡ଼ିକରି ଆଗକୁ ବଢ଼ିବେ ତେବେ ଅନେକ ସମସ୍ୟାର ନିରାକରଣ ହେବାପରି ଦେଖାଯିବ,ପ୍ରତିକାର: ରୁଟି ଓ ଗୁଡ ଗାଈକୁ ଖାଇବାକୁ ଦିଅନ୍ତୁ ।

ଧନୁ

ଏହି ସମୟ ବର୍ତ୍ତମାନ ପରିବାର ଲୋକଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରିବାର ସମୟ ଅଟେ ଯାହାଦ୍ୱାରା ଆପଣ ନିଜକୁ ପରିବାର ଲୋକଙ୍କ ନିକଟତର ପାଇବେ । ଆଜି ଆପଣ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହିଁବେ । ନିଜର ବୌଦ୍ଧିକ ଶକ୍ତିରେ ଲେଖନ କାର୍ଯ୍ୟ ଏବଂ ସୃଜନାତ୍ମକ କାର୍ଯ୍ୟ କରିବାରେ ଆଗକୁ ବଢ଼ିବେ । ଆକସ୍ମିକ ଖର୍ଚ୍ଚର ଯୋଗ ଅଛି । ମଧ୍ୟାହ୍ନ ପରେ କାର୍ଯ୍ୟରେ ସଫଳତା ମିଳିବାରୁ ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ । ଆଜି ଯଶ ଏବଂ କୀର୍ତ୍ତି ମଧ୍ୟ ପ୍ରାପ୍ତ ହେବ,ପ୍ରତିକାର– ଅସହାୟକୁ ନିରାଶ କରିବେ ନାହିଁ । ପ୍ରତିକାର– ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମକର

ଆଜି ଆପଣଙ୍କୁ ନିଜ କାର୍ଯ୍ୟ ଏବଂ ଘରର ଛୋଟ ଛୋଟ ଅସୁବିଧା ଗୁଡ଼ିକୁ ସମାଧାନ କରିବା ପାଇଁ ନିଜର ଚ଼ତୁରତା ଏବଂ ବୁଦ୍ଧିର ବ୍ୟବହାର କରିବା ଉଚ଼ିତ୍ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଆଜି ଭଲ ରହିବ । ପରିଜନମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ । ଛୋଟ ଯାତ୍ରାର ଯୋଗ ଅଛି । ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ ବିତିବ ।  ପ୍ରତିକାର: କୁକୁରକୁ ଖାଇବାକୁ ଦିଅନ୍ତୁ ।

କୁମ୍ଭ

ଆଜି ଆପଣ ବନ୍ଧୁଙ୍କ ସହିତ ଝଗଡ଼ା କରିବା ଦ୍ୱାରା ଚ଼ିନ୍ତାରେ ପଡ଼ିଯିବେ । ଏହି କଥା ପାଇଁ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ ଏବଂ ବହୁତ ବୁଦ୍ଧିର ସହିତ ଆପଣଙ୍କୁ ଏହି ପରିସ୍ଥିତିକୁ ସମ୍ଭାଳିବା ପାଇଁ ପଡ଼ିବ । ଧନର ଦେବା-ନେବା, ଅସୁଲି କିମ୍ବା ନିବେଶ କରବା ସମୟରେ ସାବଧାନ ରୁହନ୍ତୁ । କୋର୍ଟ-କଚେରୀର କଥାଗୁଡ଼ିକରେ ସମ୍ଭାଳିକରି ଚାଲିବେ । ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ସୁଧାର ହେବ,ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ ।

ମୀନ

ଆଜି ଆପଣଙ୍କ ଜୀବନରେ ଗତିପଥ ସମାନ୍ ନୁହେଁ । ଏମିତି ଲାଗୁଛି ଯେପରି ଆପଣଙ୍କର ଆଖପାଖର ପରିସ୍ଥିତି ଖରାପ ଆଡ଼କୁ ଗତିକରୁଛି । ଆପଣଙ୍କ କାର୍ଯ୍ୟସ୍ଥଳରେ କିଛି ଅଦରକାରୀ ପରିବର୍ତ୍ତନ ହୋଇପାରେ । ଆଜି ସାଂସାରିକ ବିଷୟଗୁଡ଼ିକ ଛାଡ଼ି ଆଧ୍ୟାତ୍ମିକ ବିଷୟ ଆଡ଼କୁ ଆପଣ ବେଶୀ ଢଳିବେ । କୌଣସି ନକାରାତ୍ମକ ଭାବନାକୁ ମହତ୍ଵ ନ ଦେଇକରି ମାନସିକ ରୂପରେ ସୁସ୍ଥ ରହିବାକୁ ଚେଷ୍ଟା କରନ୍ତୁ । ଶାରୀରିକ ପ୍ରଫୁଲ୍ଲତା ଏବଂ ମାନସିକ ପ୍ରସନ୍ନତା ରହିବ,ପ୍ରତିକାର: ଷଣ୍ଢକୁ କିଛିଖାଦ୍ୟ ଖୁଆନ୍ତୁ ।

Leave a Reply

Your email address will not be published. Required fields are marked *