୧୦ ଫେବୃୟାରୀ ରୁ ଆରମ୍ଭ ହୋଇଯାଇଛି ଫାଲ୍ଗୁନ ମାସ, ଏହି ମାସରେ ନିହାତି କରନ୍ତୁ କୃଷ୍ଣଙ୍କର ପୂଜା, ହୋଇଯିବ ସବୁ ଇଚ୍ଛା ପୁରା

୧୦ ଫେବୃୟାରୀରୁ ଫାଲଗୁନ ମାସ ଆରମ୍ଭ ହୋଇଯାଇଛି । ଫାଲଗୁନ ମାସରେ ଶ୍ରୀକୃଷ୍ଣ ଙ୍କର ପୂଜା କରିବା ଫଳଦାୟକ ହୋଇଥାଏ ଏବଂ ତାଙ୍କ ପୂଜା କଲେ ସନ୍ତାନ ସୁଖ ମିଳିଥାଏ ଏବଂ ଜୀବନ ସୁଖ ସମୃଦ୍ଧିରେ ଭରି ରହିଥାଏ । ଫାଲଗୁନ ମାସରେ ଆପଣ ଶ୍ରୀକୃଷ୍ଣ ଙ୍କର ପୂଜା ପ୍ରତିଦିନ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଯେଉଁ ସବୁ ଲାଭ ମିଳିବ ସେ ବିଷୟରେ ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ, ତେବେ ଆସନ୍ତୁ ଜାଣିବା ।

କରନ୍ତୁ ଶ୍ରୀକୃଷ୍ଣ ଙ୍କର ଅଭିଷେକ

ଫାଲଗୁନ ମାସକୁ ଶ୍ରୀକୃଷ୍ଣ ଙ୍କର ମାସ ବୋଲି କୁହାଯାଇଥାଏ ଏବଂ ଏହି ମାସରେ ଶ୍ରୀକୃଷ୍ଣ ଙ୍କର ବାଲ ରୂପର ଅଭିଷେକ ନିହାତି କରିବା ଦରକାର । ଏହା ସହିତ ପ୍ରତିଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦରକାର ।

ଏହି ପ୍ରକାର କରନ୍ତୁ ଶ୍ରୀକୃଷ୍ଣ ଙ୍କର ଅଭିଷେକ

-ପ୍ରତିଦିନ ସକାଳୁ ଉଠି ସ୍ନାନ ସାରି ପୂଜା ଘରକୁ ଯାଆନ୍ତୁ ଏବଂ ପୂଜା ଘରକୁ ଭ୍ଲାରେ ସଫା କରନ୍ତୁ । ତାହାପରେ ଏକ ଚୌକି ରଖି ଟାଉପରେ ଏକ ଲାଲ ରଙ୍ଗର କପଡା ପକାଇ ଦିଅନ୍ତୁ ଏବଂ ତାହା ଉପରେ ଏକ ଥାଳି ରଖନ୍ତୁ ଏବଂ ଥାଳି ଉପରେ ଶ୍ରୀକୃଷ୍ଣ ଙ୍କର ମୂର୍ତି ରଖି ସେଥିରେ ଜଳ ଢାଳନ୍ତୁ ।

– ଏହା ପରେ ପଞ୍ଚାମୃତ ଶ୍ରୀକୃଷ୍ଣ ଙ୍କର ମୃତି ଉପରେ ଢାଳନ୍ତୁ ଏବଂ ସେଥିରେ ଶ୍ରୀକୃଷ୍ଣ ଙ୍କର ସ୍ନାନ କରାନ୍ତୁ ।

-ଶ୍ରୀକୃଷ୍ଣ ଙ୍କର ମୂର୍ତିକୁ ବସ୍ତ୍ର ଏବଂ ଆଭୁଷଣ ପିନ୍ଧାନ୍ତୁ ।

-ଏହା ପରେ ଶ୍ରୀକୃଷ୍ଣଙ୍କୁ ଫୁଲ ମାଳ ପିନ୍ଧାନ୍ତୁ ଏବଂ ତାଙ୍କ ଆଗରେ ଧୂପ ଦୀପ ଲଗାନ୍ତୁ ।

-ଏହା ପରେ ଲହୁଣୀ ଏବଂ ମିଶ୍ରି ରେ ତିଆରି ପ୍ରସାଦ ଶ୍ରୀକୃଷ୍ଣଙ୍କ ପାଖରେ ଭୋଗ ଲଗାନ୍ତୁ ।

-ପୂଜା କରିବା ପରେ ସେହି ପ୍ରସାଦକୁ ମନ୍ଦିରରେ ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ ଏବଂ ନିଜେ ଖାଆନ୍ତୁ ।

-ଏହି ପ୍ରକାର ସନ୍ଧ୍ୟା ସମୟରେ ବି କରନ୍ତୁ ।

-କୃଷ୍ଣଙ୍କର ପୂଜା ସହିତ ରାଧାଙ୍କର ବି ପୂଜା କରନ୍ତୁ ।

କରନ୍ତୁ ଏହି ମନ୍ତ୍ରର ଜପ

ପୂଜା କରିବା ସମୟରେ ଓଂ ନମୋ ଭଗବତେ ଗୋବିନ୍ଦାୟ ,ଓଂ ନମୋ ଭଗବତେ ନନ୍ଦପୁତ୍ରାୟ ଏବଂ ଓଂ କୃଷ୍ଣାୟ ଗୋବିନ୍ଦାୟ ନମୋ ନମଃ ମନ୍ତ୍ର ଜପ କରନ୍ତୁ । ଏହାକୁ ଆପଣ ୨୧ ଥର ଜପ କରନ୍ତୁ ।

ନିହାତି ଦିଅନ୍ତୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ

ଫାଲଗୁନ ମାସରେ ପ୍ରତିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପାଇଁ ଜଳରେ ଫୁଲ ,ଚାଉଳ ଏବଂ ଲାଲ ଚନ୍ଦନ ମିଶାନ୍ତୁ ଏବଂ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ । ଏହି ମାସରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ଶରୀର ରୋଗ ମୁକ୍ତ ହୋଇଥାଏ ।

ଆସୁଅଛି ପର୍ବ

ଫାଲଗୁନ ମାସ ଶେଷ ମାସ ହୋଇଥାଏ । ଏହି ମାସରେ ଶିବରାତ୍ରି ଏବଂ ହୋଲି ପଡିଥାଏ । ୨୧ ଫେବୃୟାରୀ ରେ ଶିବରାତ୍ରି ଏବଂ ୯ମାର୍ଚ ରେ ହୋଲି ଆସୁଅଛି ।

Leave a Reply

Your email address will not be published. Required fields are marked *