ସୁରେଶ ମହାପାତ୍ର ମୁଖ୍ୟ ସଚିବ ଗୁରୁତ୍ଵ ପୂର୍ଣ ସୂଚନା ଦେଇଛନ୍ତି । ପ୍ରଥମ ଲହରୀ ଠାରୁ ଦିତୀୟ ଲହରୀ ବହୁତ ବଡ ବିପଦ ବୋଲି କହିଛନ୍ତି । ସାରା ଓଡିଶାରେ ନାଇଟ କର୍ଫୁ ମଧ୍ୟ ଲାଗୁ କରାଯାଇଛି । ରାଜ୍ୟ ସରକାର ୧୦ ଟି ଜିଲ୍ଲାରେ ଲକ ଡାଉନ କରିବା ପାଇଁ ନିସ୍ପତି ନେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ କଟକଣା ଲାଗୁ କରିଛନ୍ତି । ଖାସକରି ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ କଟକଣାକୁ କଡାକଡି କରାଯାଇଛି ।
କରୋନାର ଦ୍ରୁତ ସଂକ୍ରମଣକୁ ରୋକିବାକୁ ୧୦ ସୀମାନ୍ତବର୍ତ୍ତୀ ଜିଲ୍ଲାର ସହରାଞ୍ଚଳକୁ ସ-ଟଡାଉନ କରିବାକୁ ନିଷ୍ପତି ନିଆଯାଇଛି । ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସହରାଞ୍ଚଳକୁ ସପ୍ତାହନ୍ତ ସ-ଟଡାଉନ ରହିବ । ଅର୍ଥାତ ସପ୍ତାହର ଶେଷ ଦୁଇ ଦିନ ଶନି-ରବିବାର ଉକ୍ତ ୧୦ ଜିଲ୍ଲାର ସହରାଞ୍ଚଳ ସ-ଟଡାଉନ ରହିବ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି କଟକଣା ରହିବ । ତେବେ ଗ୍ରାମାଞ୍ଚଳରେ ପୂର୍ବଭଳି ନିୟମ ଲାଗୁ ରହିବ ।
ଏହାବାଦ୍ ଏହି ୧୦ ଜିଲ୍ଲା ସହରାଞ୍ଚଳରେ ନାଇଟ କର୍ଫ୍ୟୁର ସମୟ ସୀମାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ଏହି ନାଇଟକର୍ଫ୍ୟୁ ଲାଗୁ ରହିବ । ତେବେ ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ପଡୋଶୀ ଛତିଶଗଡରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଏଭଳି ନିଷ୍ପତି ନେଇଛନ୍ତି ସରକାର ।
ଜରୁରୀ କାଳୀନ ସେବା ଗୁଡିକ ଚାଲୁ ରଖିବା ପାଇଁ ନିସ୍ପତି ନିଆଯାଇଛି । ଇଲେକ୍ଟ୍ରି, ଗ୍ଯାସ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଏହି ଗୁଡିକ ସମ୍ପୂର୍ଣ ଭାବେ ଚାଲୁ ରହିବ । ଆଉ ଯେଉଁ ମାନେ ଜୀବ ଆସିବା କରିବେ ସେମାନେ ପ୍ରମାଣ ପତ୍ର ଦେଖାଇବା ପାଇଁ ରାଜ୍ୟ ସରକାର ସବୁଠୁ ବଡ ନିସ୍ପତି ନେଇଛନ୍ତି । ବୀନା ମାସ୍କରେ କେହି ବାହାରକୁ ବାହାରନ୍ତୁ ନହିଁ । ଏହି ଭାଇରସ ୩୫ ରୁ ୪୦ ବର୍ଷ ଲୋକଙ୍କୁ ଅଧିକ ସଂକ୍ରମିତ କରିପାରେ ।
ଅଟୋରେ ଦୁଇଜଣରୁ ଅଧିକ ଲୋକ ଯାଇପାରିବେ ନହିଁ । ସିନେମା ହଲର ଏଣ୍ଟ୍ରି ପଏଣ୍ଟରେ କିଛି କରୋନର ନିୟମ ପାଳନ ମଧ୍ୟ କରାଯିବ । କରୋନାର ଦ୍ୱିତୀୟ ଲହର ରାଜ୍ୟରେ ହୁ ହୁ ହୋଇ ବଢୁଥିବା ବେଳେ ମାଟ୍ରିକ ପରୀକ୍ଷା କରିବା ନିରାପଦ ହେବ ନାହିଁ ବୋଲି ଅନୁଭବ କରିଛନ୍ତି ସରକାର ।