ଆମ ଓଡିଆ କଥାରେ କେତେକ ଢଗ ରହିଛି । ସେଗୁଡିକୁ ପ୍ରାୟେ ଗାଁ ଗହଳି ଏବଂ କେତେକ ବରିଷ୍ଠ ପୁରୁଣା ଚିନ୍ତାଧାରା ରଖୁଥିବା ବ୍ୟକ୍ତି ମାନେ କଥା କଥାରେ ଏହି ଢଗ ଗୁଡିକ କହିଥାନ୍ତି । ସେ ସବୁ ଆମେ ହଟାତ ବୁଝିପାରି ନଥାଉ ଏବଂ ଅନ୍ୟ ଜଣକ ଢଗରେ କେଉଁ କଥା ବିଷୟରେ ଆମକୁ କହିଲା ଆମେ ଚିନ୍ତା କରିଥାଉ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଢଗ ଗୁଡିକ ମଧ୍ୟରୁ ଏହି ୧୦ଟି ଢଗ ବିଷୟରେ ।
୧- “ବାବାଜୀ ନୁହେଁ ତା ବଢିଛି ଦାଢି, ପାଦତଳ ଯାଏଁ ଆସିଛି ମାଡି,ପିଲାଏ ଖେଳନ୍ତି ଧାଡିରେ ଦୋଳି,ପକ୍ଷୀଏ ଖାଆନ୍ତି ତାହାରି କୋଳି” । ଏହାର ଅର୍ଥ ହେଡୁଛି ‘ବରଗଛ’ । ବରଗଛର ଚେର ତଳକୁ ଓହଳିଥାଏ । ପିଲାଏ ସେହି ଚେରରେ ଓହଳି ଖେଳିଥାନ୍ତି ଦୋଳି । ଏବଂ ପକ୍ଷୀମାନେ ଏହି ଗଛଟିର କୋଳି ଖାଇଥାନ୍ତି ।
୨- “ତାହା କଣ ଯାହାକୁ ଭାଙ୍ଗିବା ପରେ ସମସ୍ତେ ଖୁସି ହୋଇଥାନ୍ତି” ? ଏହାର ଉତ୍ତର ହେଉଛି- ‘ରେକର୍ଡ’ ଯେପରିକି ଉଦାହରଣ ଜଣେ ଲଗାତାର ବିଦ୍ୟାଳୟରେ ୫୦୦ ମାର୍କ ରଖୁଛି ଅନ୍ୟ ପିଲାଟି ୬୦୦ରଖୀ ରେକର୍ଡ ଭଙ୍ଗୀଲା ଏବଂ ସେହି ପିଲା ଜଣକୁ ଖୁସି ହେଇଥାଏ ।
୩- “ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ, ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ, ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଇ ଥାୟେ”, ସେ କିଏ ?ଏହାର ଉତ୍ତର ହେଉଛି ‘ବସ୍ କଣ୍ଡକ୍ଟର’ ଅର୍ଥାତ ଭିକାରି ନୁହେଁ କିନ୍ତୁ ଯାତ୍ରୀ ମାନଙ୍କୁ ପଇସା ମାଗିଥାଏ । ଝିଅ ନୁହେଁ କିନ୍ତୁ ଟଙ୍କା ରଖିବା ପାଇଁ ପର୍ସ ରଖିଥାଏ । ପୂଜାରୀ ନୁହେଁ କିନ୍ତୁ ହୁଇଶୀଲ ବଜାଇଥାଏ ।
୪- “ଆସିଲା ଆଉ ଜଣେ ବ୍ରାହ୍ମଣ, ତା ଦେହ ସାରା ଜାଦୁ ପଣ ପଣ”, ସେ କିଏ ? ଏହାର ଉତ୍ତର ହେଉଛି ‘ପଣସ’ ।
୫- ତାହା କଣ ଯାହାଦ୍ୱାରା ଆମେ କାନ୍ଥର ଆରପଟ ମଧ୍ୟ ଦେଖିଥାଉ?ଏହାର ଉତ୍ତର ହେଉଛି ‘ଝରକା’ । କାରଣ ଝରକାର ଅପର ପାର୍ଶ୍ଵରେ ଥିବା କାନ୍ଥ ଆମକୁ ଦେଖାଯାଇଥାଏ ।
୬- କେଉଁ ଗଛରେ କାଠ ନଥାଏ ? ଏହାର ଉତ୍ତର ହେଉଛି,’କଦଳୀ’ ଗଛ । କଦଳୀ ଗଛରେ କାଠ ନଥାଏ ।
୭- କେଉଁ ଜିନିଷ ପ୍ରଥମ ଦୁଇଥର ମାଗଣାରେ ମିଳେ କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡିଥାଏ ? ଏହାର ଉତ୍ତର ହେଉଛି ଦାନ୍ତ, ଆମେ ଜନ୍ମ ହେଲା ପରେ ଆମର ଦାନ୍ତ ଉଠିଥାଏ, ପରେ ଏହା ପଡିଯାଇଥାଏ । ୨ଥର ଦାନ୍ତ ଭାଙ୍ଗିବା ପରେ କୌଣସି କାରଣ ବଶତ ଆମ ଦାନ୍ତ ଭାଙ୍ଗିଗଲେ ତୃତୀୟ ଥର ଦାନ୍ତ ଆମେମାନେ ପଇସା ଦେଇ ଲଗାଇଥାଉ ।
୮- ଗୋଟିଏ ଫଳରେ ଅନେକ କଣ୍ଟା,ପାଚିଲା ଖାଇଲେ ହାତରେ ଅଠା । ଏହାର ଉତ୍ତର ହେଉଛି ‘ପଣସ’ ଏହାର ଉପରି ଭାଗରେ କଣ୍ଟା ଭଳି ଥାୟେ, ଏବଂ ପଣସକୁ ହାତରେ କାଢି ଖାଇଲେ ତାର ଅଠା ଆମ ହାତରେ ଲାଗିଯାଇଥାଏ ।
୯- ବଣରୁ ଆସିଲା କୁତି, ଖାଇବାରେ ଦେଲା ମୁତି । ଏହାର ଉତ୍ତର ହେଉଛି ଲେମ୍ବୁ ।
୧୦- ଗୋଟିଏ ଶବ୍ଦରେ ଉତ୍ତର ଦିଅ ଯାହାକି, ଗୋଟିଏ ଫଳର ନାମ, ଗୋଟିଏ ଝିଅର ନାମ, ଗୋଟିଏ ରଙ୍ଗର ନାମକୁ ବୁଝାଉଥିବ । ଏହାର ଉତ୍ତର ହେଉଛି- ‘କମଳା’, ଏହା ଗୋଟିଏ ଫଳର ନାମ ସହିତ ଗୋଟିଏ ଝିଅ ଏବଂ ଗୋଟିଏ ରଙ୍ଗର ମଧ୍ୟ ନାମ ହୋଇଥାଏ । ଏହି ଢଗ ଗୁଡିକ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।