27 ଦେଶ 14 ଦେଶର ଜ୍ଵାଇଁ । 100 ମହିଳାଙ୍କୁ କରିଛନ୍ତି ବିବାହ । ଚୋର ବଜାରରୁ ଚୋରା ପୀରତି । ପ୍ରଥମେ ଦିନରେ ପ୍ରପୋଜ । ବନ୍ଧୁଗଣ ଏମିତି ଫନ୍ଦା ଆପଣେଇ କିଏ କେବେ ବିଶ୍ଵ ରେକର୍ଡ କରିପାରେ ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ନାକ, କେଶ, ଦାଢି ବଢାଇ ଅନେକ ଲୋକ ରେକର୍ଡ କରିବାର ଆପଣ ଶୁଣିଥିବେ । ହେଲେ ବିବାହରେ ରେକର୍ଡ କରିବା କେବେ ଆପଣ ଶୁଣିଛନ୍ତି କି ?
ଆଜି ଆମେ ସେମିତି ଜେଣ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ବିବାହରେ କରିଛନ୍ତି ବିଶ୍ଵ ରେକର୍ଡ । ଗୋଟେ କି ଦୁଇଟି ନୁହେଁ ସେ କରିଛନ୍ତି 100ରୁ ଅଧିକ ବିବାହ । ସେ 1949ରୁ 1981 ମସିହା ଭିତରେ କରିଛନ୍ତି ବିବାହ । ଏତେ ବିବାହ ପରେ ବି ସେ କାହାକୁ ଛାଡପତ୍ର ଦେଇ ନ ଥିଲେ । ଆଉ ସେଥିପାଇଁ ଦୁନିଆରେ ସବୁଠାରୁ ଅଧିକ ଦ୍ଵିତୀୟ ବିବାହ କରିବାର ରେକର୍ଡ ନିଜ ନାଁ ରେ କରିପାରିଥିଲେ ।
ଗିନିଜ ୱାର୍ଲ୍ଡ ରେକର୍ଡ ବି ଏହାର ଭିଡିଓ ସେୟାର କରିଛି । ଏଥିରେ ଶତାଧିକ ବିବାହ କରିଥିବା ବ୍ୟକ୍ତି ଜିଓବର୍ଣ୍ଣି ବିଗଲି ଓଟି ଙ୍କ କାହାଣୀ କୁହାଯିଛି । କୁହାଯାଉଛି ଏହି ବ୍ୟକ୍ତିଙ୍କ ପ୍ରକୃତ ନାଁ ଜିଓବର୍ଣ୍ଣି ବିଗଲି ଓଟି ନୁହେଁ । ହେଲେ ସେ ଶେଷ ବିବାହ କରିବା ବେଳେ ଏହି ନାଁ ର ବ୍ୟବହାର କରିଥିଲେ । 53 ବର୍ଷ ବୟସରେ ତାଙ୍କର କଳା କାରନାମା ସାମନା କୁ ଆସିଥିଲା ।
ପରେ ସେ ଦାବି କରିଥିଲେ ତାଙ୍କ ଜନ୍ମ ଇଟାଲୀର ଶିଶିଲି ରେ 1929 ଏପ୍ରିଲ 3 ରେ ହୋଇଥିଲା । ସେତେବେଳେ ସେ ତାଙ୍କ ନାମ ନିକୋଲାଇ ପେରୁସ୍କୋ କହିଥିଲେ । ବିଗିଲି ଅତି 1949 ରୁ 1981 ଭିତରେ 104 ରୁ 105 ମହିଳା ଙ୍କୁ ବିବାହ କରିଛନ୍ତି । ତାଙ୍କର କୌଣସି ସ୍ତ୍ରୀ ପରସ୍ପରକୁ ଜାଣି ନ ଥିଲେ । ଏମିତି କି କୌଣସି ସ୍ତ୍ରୀ ସ୍ଵାମୀ ବିଗଲି ଅତି ଙ୍କ ବିଷୟରେ ବହୁତ କମ ଜାଣିଥିଲେ ।
ଏମିତି କୁହାଯାଇଛି କି ସେ ଆମେରିକାର ସତିଶ ଅଲଗା ଅଲଗା ରାଜ୍ୟ ଓ 14 ଦେଶରେ ବିବାହ କରିଛନ୍ତି । ସବୁଠାର ସେ ନକଲି ପରିଚୟ ଦେଇ ଏମିତି କରୁଥିଲେ । ସେ ସବୁ ମହିଳାଙ୍କୁ ଚୋରା ବଜାରରେ ଦେଖା କରୁଥିଲେ । ବିବାହ ପରେ ସ୍ତ୍ରୀ ଙ୍କ ଟଙ୍କା ଓ ଦାମୀ ଜିନିଷ ନେଇ ଫେରାର ହୋଇ ଯାଉଥିଲେ । ଗିନିଜ ୱାର୍ଲ୍ଡ ରେକର୍ଡ ୱେବ ସାଇଟ ଅନୁସାରେ ମହିଳାଙ୍କୁ କହୁଥିଲେ ମୁଁ ବହୁତ ଦୂରରେ ରହୁଛି ତେଣୁ ତୁମେ ନିଜ ଜିନିଷ ଧରି ମୋ ପାଖକୁ ଚାଲି ଆସ ।
ଯେବେ ମହିଳାମାନେ ନିଜ ଜିନିଷ ପ୍ୟାକ କରନ୍ତି ସେତେବେଳେ ବିଗଲି ଟ୍ରକରେ ଜିନିଷ ଧରି ଫେରାର ହୋଇଯାଏ । ଆଉ ସେହି ଚୋରୀ ଜିନିଷ ଚୋର ବଜାରରେ ବିକ୍ରି କରି ଅନ୍ୟ ମହିଳାଙ୍କୁ ଟାର୍ଗେଟ କରୁଥିଲା । 1981 ଡିସେମ୍ବର 28ରେ ବିଗଲି ଧରା ପଡିଥିଲେ । 1983ରେ ତାଙ୍କ ବିରୁଦ୍ଧରେ ମୋକାଦ୍ଦାମା ଆରମ୍ଭ ହୋଇଥିଲା । 1991ରେ 61 ବର୍ଷ ବୟସରେ ବ୍ରେନ ହ୍ୟାମ୍ରେଜରେ ତାଙ୍କର ମୃ-ତ୍ୟୁ ଘଟିଥିଲା । ତାହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।