11-10-2018: କେମିତି କଟିବ ଆଜି? ଦୈନିକ ରାଶିଫଳ (ଗୁରୁବାର)

ମେଷ: ପୈତୃକ ସମ୍ପତ୍ତି ବିବାଦର ସମାଧାନ ହେବା ପରମ ସୌଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଧନପ୍ରାପ୍ତ ହେବେ।

ବୃଷ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ରୋଜଗାର ଅଧିକ ହେବ। ଯୁଦ୍ଧକ୍ଷେତ୍ରରେ କିମ୍ବା ମାଲିମୋକଦ୍ଦମାରେ ଜିଣି ଧନଲାଭ କରିପାରନ୍ତି। ଧନ ସମ୍ପଦ ବୃଦ୍ଧି ହେବ।

ମିଥୁନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସୁସ୍ଥ ଅନୁଭବ କରିବେ। ସର୍ତକତା ଅବଲମ୍ବନ କରନ୍ତୁ।

କର୍କଟ: ଦିନଟି ଭଲରେ କଟିବ। ଚାକିରି ଓ ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ। ଧନପ୍ରାପ୍ତିର ଯୋଗ ରହିଛି।

ସିଂହ: କର୍ମ ତତ୍ପରତା ପ୍ରକାଶ ପାଇବ। କୁଳ ମର୍ଯାଦା ରକ୍ଷା କରିବାରେ ସକ୍ଷମ ହେବେ। ଚିତ୍ତ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ଶ୍ରଦ୍ଧା ରହିବ।

କନ୍ୟା: ଲୋକ ପ୍ରିୟ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଧର୍ମାତ୍ମା, ବିଦ୍ୱାନ ଓ ସାହସୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।

ତୁଳା: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟଥା ଭୁଲ ବୁଝାମଣାର ଶିକାର ହୋଇ ହଇରାଣରେ ପଡ଼ିବେ।

ବିଛା: ଦ୍ୱନ୍ଦ୍ୱରେ ପଡ଼ିଲେ ବି କାର୍ଯ୍ୟ ସମ୍ପାଦନ କରିବାରେ ସକ୍ଷମ ହେବେ। ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ପ୍ରତି ସତର୍କ ରହିବେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଜାଗ୍ରତ ହୋଇପାରେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ଧନୁ: ମିଥ୍ୟାବାଦୀ ଠାରୁ ସତର୍କ ରହି କାର୍ଯ୍ୟ କରିବାକୁ ପଡ଼ିବ। ଭାଇମାନଙ୍କ ଉପରେ ସ୍ନେହ-ଶ୍ରଦ୍ଧାଭାବ ରହିବ। ଶରୀର ସୁସ୍ଥ ରହିବ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଚମକôାରିକ ଲାଭ ପ୍ରାପ୍ତ କରିପାରନ୍ତି। କର୍ମ ଶାନ୍ତି ଦାୟକ ହେବ।

ମକର: ମାନସିକ ଚାପ ବଢ଼ିପାରେ। ଏଥିପାଇଁ ନିଷ୍ପତ୍ତି ନେବା ବେଳେ ଦ୍ୱନ୍ଦ୍ୱରେ ପଡ଼ିବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

କୁମ୍ଭ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଅସୁସ୍ଥ ଅନୁଭବ କରିପାରନ୍ତି।

ମୀନ: ସତ୍‌ସଙ୍ଗୀ ହୋଇ ଧର୍ମ ଚର୍ଚ୍ଚାରେ ମନବଳାଇ ପାରନ୍ତି। ପ୍ରବଳ ଉତ୍ସାହ ଉଦ୍ଦିପନା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମିଷ୍ଟଭାଷୀ ହେବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।

Leave a Reply

Your email address will not be published. Required fields are marked *