Heavy Rainfall Alert: ଏହି 11 ଟି ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

କହିବାକୁ ଗଲେ ରାଜ୍ୟରେ କିଛି ଦିନ ହେବ ଲଗାତାର ବର୍ଷା ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ବର୍ଷା ହୋଇ ଛାଡି ଯାଉଛି ତ ପୁଣି କେତେକ ସ୍ଥାନରେ ବର୍ଷା ଲାଗି ରହୁଛି । ଏହା ସହିତ ଆସନ୍ତା ଦିନ ଗୁଡିକରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ପାଣି ପାଗ ବିଭାଗ ସୂଚନା ଜାରି କରିଛନ୍ତି । ଅନ୍ୟ ପଟେ ଲଗାଣ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇ ଯାଇଛି । କେତେକ ଗାଁ ଓ ଚାଷ ଜମି ଗୁଡିକରେ ମଧ୍ୟ ପାଣି ପଶି ଯାଇଛି ।

ଚାଷୀମାନେ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପ୍ରାୟତଃ ଚାଷୀମାନଙ୍କର ଅମଳ ନଷ୍ଟ ହୋଇ ଯାଇଛି । ରାଜ୍ୟରେ ପୁଣି ଥରେ ବର୍ଷା ହେଲେ ଚାଷୀମାନଙ୍କ ସହ ସମସ୍ତଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିବ ।

ପାଣି ପାଗ ବିଭାଗ ଅନୁସାରେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକାରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଆଜି ଠାରୁ ଓଡିଶାର ଏହି ୧୧ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାଏ ବର୍ଷା ହେବାର ସମ୍ଭାବନା ଅଛି । ସେହି ସମସ୍ତ ଜିଲ୍ଲା ଗୁଡିକ ହେଲା ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ, ବରଗଡ, ନୂଆପଡା, ବଲାଙ୍ଗୀର, କଲାହାଣ୍ଡି, ସୋନପୁର, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ । ଏହି ସମସ୍ତ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି ।

କହିଦେଉଛୁ କି ଏହି ୧୧ ଟି ଜିଲ୍ଲାକୁ ପାଣି ପାଗ ବିଭାଗ ୟେଲୋ ୱାରିଙ୍ଗ ଜାରି କରିଛି । ଏହି ୧୧ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ଓଡିଶାର ଅନ୍ୟ କେତେକ ଜିଲ୍ଲା ଯେମିତି କି ନୂଆପଡା, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟ, ସୋନପୁର, ବୌଦ୍ଧ ଇତ୍ୟାଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଅଛି ।

ସେହିଭଳି ଆସନ୍ତା କାଲି ୨୩ ସେପ୍ଟେମ୍ବର ଦିନ ନୂଆପଡା, ନବରଙ୍ଗପୁର, କଲାହାଣ୍ଡି, ବଲାଙ୍ଗୀରରେ ବର୍ଷା ହେବାର ସମ୍ଭାବନା ଅଛି । ୨୫ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଘୁର୍ନି ବଳୟ ସୃଷ୍ଟି ହେଉଛି । ଯାହାକି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୬ ତାରିଖରେ ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିବ । ଯାହାର ପ୍ରଭାବରେ ୨୬ରୁ ରାଜ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣି ପାଗ ବିଭାଗ ସୂଚନା ଜାରି କରିଛି ।

Leave a Reply

Your email address will not be published. Required fields are marked *