120 ଗାଡ଼ିରେ ବରଯାତ୍ରୀ ହେଇ ଆସିଲେ, ରେଡ କରି ଚାଲିଗଲେ ! ନୂଆ ଷ୍ଟାଇଲରେ ରେଡ କଲା IT ବିଭାଗ…

ନମସ୍କାର ବନ୍ଧୁଗଣ । ଆପଣ ମାନେ ଦେଖିଥିବେ ବା ଶୁଣିଥିବେ ଆୟକର ବି ଭାଗ ପକ୍ଷରୁ ଯେଉଁ ବ୍ୟକ୍ତି ମାନଙ୍କ ଘରେ କଳା ଧନ ରହିଥାଏ ସେମାନେ ରେଡ କରିଥାନ୍ତି । କିନ୍ତୁ ଏମିତି ନିଆରା ଢଙ୍ଗରେ ରେଡ କରା ଯାଉଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ମହାରାଷ୍ଟ୍ର ଜ୍ଵଲାନା ରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ଜ୍ଵଲାନା ରେ ଜଣେ ବ୍ୟବସାୟୀଙ୍କ ଘରେ ହୋଇଛି ଫିଲ୍ମ ଷ୍ଟାଇଲ ରେ ରେଡ । ବରଯାତ୍ରୀ ବେଶ ରେ ରେଡ କରି ଚର୍ଚ୍ଚା ରେ ମହାରାଷ୍ଟ୍ର ଆୟକର ବିଭାଗ ।

ବ୍ୟବସାୟୀଙ୍କ ଘରେ ବେନାମ ସମ୍ପତି ଥିବାର ଖବର ପାଇବା ପରେ ରେଡ କରିବା ପାଇଁ ଯୋଜନା କରିଥିଲା ଆୟକର ବିଭାଗ । ଆଉ ଆୟକର ବିଭାଗର ରେଡ କରିବାର କାହାଣୀ ଥିଲା ପୁରା ଫିଲ୍ମ ଷ୍ଟାଇଲ । ଯୋଜନା ମୁତାବକ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ଆଉ ଏହି ନିଆରା ରେଡ ର ନାଁ ରଖା ଯାଇଥିଲା ମିସନ ଦୁଲହନ ହମ ଲେ ଯାଏଙ୍ଗେ ।

ଆୟକର ବିଭାଗ ବରଯାତ୍ରୀ ବେଶ ରେ ରେଡ କରିବାକୁ ପ୍ଲାନିଙ୍ଗ କରିଥିଲେ । ଆଉ ସେହି ଅନୁଯାୟୀ କର୍ମଚାରୀ ଓ ଅଧିକାରୀ ମାନେ ବାହାରି ଥିଲେ ବରଯାତ୍ରୀ ବେଶ ରେ । ରେଡ ରେ ବ୍ୟବହାର ହେବାକୁ ଥିବା ସବୁ ଗାଡିରେ ଲାଗିଥିଲା ସମାନ ପ୍ରକାରର ଷ୍ଟିକର ।

ଆୟକର ବିଭାଗ ର କର୍ମଚାରୀ ଓ ଅଧିକାରୀ ମାନେ ଯେମିତି କୌଣସି ବିବାହ ଉଶ୍ଚବ ରେ ଯୋଗ ଦେବବାକୁ ଯାଉଛନ୍ତି ଠିକ ସେମିତି ସବୁ ପ୍ରସ୍ତୁତ କରା ଯାଇଥିଲା ପାଲ ମୁତାବକ । ସେହି ଷ୍ଟିକର ରେ ଲେଖାଥିଲା ଦୂଲହନ ହମ ଲେ ଜାଏଙ୍ଗେ । ଆଉ ଅଧିକାରୀ ଓ କର୍ମଚାରୀ ମାନେ ସଦଳବଦଳେ ବରଯାତ୍ରୀ ବେଶ ରେ ପହଞ୍ଚି ଥିଲେ ନିଜର ମିସନ ଜାଗାକୁ ।

ଜ୍ଵଲାନା ରେ ପହଞ୍ଚିବା ପରେ ବ୍ୟବସାୟୀ ଙ୍କର ଅଫିସ, ଘର, କାରଖାନା ରେ ଆରମ୍ଭ ହୋଇଥିଲା ରେଡ । କେହି ବୁଝିବା ଜାଣିବା ଆଗରୁ ସବୁ ଆଡେ ତନାଘନା କରି ଦେଇଥିଲା ଆକାର ବିଭାଗ । ଆଉ ଏହା ପରେ ବ୍ୟବସାୟୀଙ୍କର ସବୁ କଳା ଧନ ସାମନା କୁ ଆସିଥିଲା ।

ଅଗଷ୍ଟ ୧ ରୁ ୮ ତାରିଖ ମଧ୍ୟରେ ହୋଇଥିବା ରେଡ ରେ ୩୯୦ କୋଟି ଟଙ୍କାର ବେନାମ ସମ୍ପତି ର ବଡ ଖୁଲାସା କରିଛନ୍ତି ଆୟକର ବିଭାଗ । ବ୍ୟବସାୟୀ ଜଣକ ନିଜ ଘରେ, ଅଫିସ ଓ କାରଖାନା ଆରେ ଏତେ ଟଙ୍କା ଗୁପ୍ତ ଭାବେ ରଖିଥିଲେ କି ଆୟକର ବିଭାଗକୁ ଗଣିବାକୁ ଦୀର୍ଘ ୧୩ ଘଣ୍ଟା ସମୟ ଲାଗିଥିଲା ।

ତେବେ ଏହି ର ରେଡ ର କାହାଣୀ ଥିଲା ପୁରା ବଲିଉଡ ଫିଲ୍ମ ଷ୍ଟାଇଲ । ଏହି ରେଡ କୁ ବର୍ତ୍ତମାନ ସାରା ରାଜ୍ୟ ରେ ଚର୍ଚ୍ଚା ଜୋର ଧରିଛି । ଆଉ ମହାରାଷ୍ଟ୍ର ଆୟକର ବିଭାଗର ଏହି ନିଆରା ବ ଭିନ୍ନ ଧରଣର ରେଡ ଷ୍ଟାଇଲ କୁ ସମସ୍ତେ ପ୍ରଶଂସା କରିଛନ୍ତି । ବନ୍ଧୁଗଣ ଆପଣ ମାଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *