13-10-2018: କେମିତି କଟିବ ଆଜି? ଦୈନିକ ରାଶିଫଳ (ଶନିବାର)

ମେଷ : ଆଜି କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଭ୍ରମଣରେ ବୁଲି ଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ । ଲେଖକଙ୍କୁ ପୁରସ୍କାର ମିଳିପାରେ । ପାରିବାରିକ ଜୀବନ ସୁଖମୟ ହେବ ।

ବୃଷ: ଯାତ୍ରା କାଳରେ ଖର୍ଚ୍ଚ ବୃଦ୍ଧି ଘଟିପାରେ। କାର୍ଯ୍ୟ ହାସଲ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ନୈତିକତା ବୃଦ୍ଧି ହେବ। ସ୍ଥିତି ଅନୁକୂଳ ରହିଛି। ଧର୍ମକର୍ମ ସମ୍ପାଦନ କରିପାରନ୍ତି। ବିଦ୍ୟାର୍ଥୀ ଉତ୍ସାହିତ ହେବେ।

ମିଥୁନ: ପ୍ରତିଯୋଗିତାରେ ବିଜୟୀ ହେବେ। ସୁଖ ସମ୍ମାନ ଲାଭ କରିପାରନ୍ତି। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଶାନ୍ତିି ମିଳିବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଫଳ ମିଳିବ।

କର୍କଟ: କାହା ସହ ମତାନ୍ତର ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମନରେ ଯଦି କୌଣସି ଦ୍ୱନ୍ଦ୍ୱ ଅଛି ଦୂର କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ସିଂହ: ରାଜନୈତିକ ଅସ୍ଥିରତା ଲାଗି ରହିପାରେ। ମୂଲ୍ୟବାନ ଦ୍ରବ୍ୟ ଲାଭ କରିପାରନ୍ତି। କୁଶଳ ସମାଚାର ପାଇ ଖୁସି ହେବେ। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ପାରିବାରିକ ସୁଖ ମିଳିବ। ବିଦ୍ୟାର୍ଥୀଙ୍କ ଚେଷ୍ଟା ସଫଳ ହେବ।

କନ୍ୟା : ଆଜି ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ । ଆପଣ କିଛି ନୂଆ କୌଶଳ ଶିକ୍ଷା ଲାଭ କରିବେ । ଉଚ୍ଚଅଧିକାରୀ ଆପଣଙ୍କୁ ପ୍ରଶଂସା କରିବେ । ଘରୋଇ ସୁଖ ସୁବିଧା ପାଇଁ ନୂଆ ଜିନିଷ କିଣିବେ । ପାରିବାରିକ ଶାନ୍ତି ଓ ସୌହାର୍ଦ୍ଦ୍ୟ ବୃଦ୍ଧି ହେବ ।

ତୁଳା : ଆଜି ଆପଣଙ୍କ ଜୀବନରେ କୌଣସି ନୂଆ ଅବସର ମିଳିବ । ଏଥିପାଇଁ ଜୀବନରେ ଅନେକ ପରିବର୍ତ୍ତନ ଆସିବ । ବ୍ୟବସାୟରେ ଲାଭ ହେବ । ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଜୀବନସାଥୀଙ୍କ ଠାରୁ ମୂଲ୍ୟବାନ ଉପହାର ମିଳିପାରେ ।

ବିଛା: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ଅନ୍ୟଥା ଅସଫଳ ହୋଇପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାର ବିରୋଧୀ କାର୍ଯ୍ୟ କରନ୍ତୁ ନାହିଁ। ଆର୍ଥିକ ସଙ୍କଟ ଦେଖାଦେବ।

ଧନୁ: ଆଜି ଦିନଟି ଭଲରେ କଟିବ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ସହ ସଠିକ୍ ବୁଝାମଣା ଯୋଗୁଁ ଆପଣଙ୍କୁ ଲାଭ ମିଳିବ।

ମକର: ଜମି-ଜମା ବାବଦରେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜି ପାରେ। କାର୍ଯ୍ୟକ୍ଷେତ୍ରରେ ମନୋବଳ ଦୃଢ଼ ରହିବ। ପାରିବାରିକ ସୁଖ ମିଳିପାରେ। ବ୍ୟବସାୟରେ ଅଗ୍ରଗତି ଘଟିବ। ଶୁଭକାର୍ଯ୍ୟରେ ଯୋଗଦେଇ ଖୁସି ହେବେ। ବିଦ୍ୟାର୍ଥୀ ପଢ଼ାରେ ଆଗେଇବେ।

କୁମ୍ଭ: ଆଜି ଆପଣଙ୍କ ମନ ପରିବର୍ତ୍ତନ ହେବ। ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେଇପାରନ୍ତି। ଲେଖାଲେଖି ଭଳି ସୃଜନାତ୍ମକ କାର୍ଯ୍ୟରୁ ଆନନ୍ଦ ପାଇବେ। ଆକସ୍ମିକ ଖର୍ଚ୍ଚ ବଢ଼ିବ। ପେଟ ଜନିତ ସମସ୍ୟା ଦେଖାଦେଇପାରେ।

ମୀନ : ଆଜି ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ । ପଦ ପ୍ରତିଷ୍ଠା ବଢିପାରେ । ଅଚାନକ ଆର୍ଥିକ ଲାଭ ହେବ । ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ ।

Leave a Reply

Your email address will not be published. Required fields are marked *