ରାନୁ ମଣ୍ଡଳଙ୍କ ଭଳି ରେଲୱେ ଷ୍ଟେସନରେ ଗୀତ ଗାଉଥିବା ୧୩ ବର୍ଷର ଏହି ଝିଅ ବି ହୋଇଥିଲା ରାତାରାତି ଫେମସ- ବଲୀଉଡ ଫିଲ୍ମରେ ଗାଇଥିଲେ ଗୀତ ହେଲେ ଏବେ…

ବର୍ତ୍ତମାନ ସମୟରେ ରାନୁ ମଣ୍ଡଳ ଜଣେ ଷ୍ଟାର ହୋଇ ଯାଇଛନ୍ତି ଓ ସମସ୍ତେ ତାଙ୍କ ବିଷୟରେ ଜାଣିବା ପାଇଁ ଉତ୍ସୁକ ଅଛନ୍ତି । କହିବାକୁ ଗଲେ ରାନୁ ମଣ୍ଡଳଙ୍କର ସଂଘର୍ଷର କାହାଣୀ ଆଜି ସମସ୍ତଙ୍କ ମୁହଁରେ ଅଛି । କିନ୍ତୁ ତାଙ୍କ ପୂର୍ବରୁ ବି ଅନ୍ୟ ଏକ ଝିଅର ଯାତ୍ରା ବି କିଛି ଏହିଭଳି ଥିଲା, ଯାହା ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ ୧୩ ବର୍ଷର ଏହି ଝିଅ ବିଷୟରେ କହିବାକୁ ଯାଉଛୁ, ଯାହାର ଆବାଜ ବି ସୋସିଆଲ ମିଡିଆରେ ଲୋକମାନଙ୍କୁ ଦିବାନା କରି ଦେଇଥିଲା, କିନ୍ତୁ ବର୍ତ୍ତମାନ ସେ ହଜି ଯାଇଛନ୍ତି ।

ରେଲୱେ ଷ୍ଟେସନରୁ ସିଧା ଷ୍ଟୂଡିଓ ପହଞ୍ଚି ଥିଲା ଏହି ଝିଅ ଜଣକ

ଏହି ଝିଅର ନାମ ଦୂର୍ଗା ଅଟେ । ରାନୁ ମଣ୍ଡଳଙ୍କ ଭଳି ଦୂର୍ଗା ବି ରେଲୱେ ଷ୍ଟେସନ ଓ ଟ୍ରେନ ଭିତରେ ଗୀତ ଗାଇ ନିଜ ପରିବାରର ଭରଣ ପୋଷଣ କରୁଥିଲା । ଦୂର୍ଗା ଛୋଟ ବୟସରୁ ହିଁ କାମ ଆରମ୍ଭ କରି ଦେଇଥିଲା । ଷ୍ଟେସନରେ ଗୀତ ଗାଉଥିବା ଦୂର୍ଗାକୁ ଫଟ ଫିଶ ରେକର୍ଡ୍ସ ର ଆନନ୍ଦ ସୁରାପୁର ତାଙ୍କୁ ସ୍ନେହା ଖନୱାଲକରଙ୍କ ପାଖକୁ ଅଡିଶନ ପାଇଁ ପଠାଇ ଥିଲେ । ଯେଉଁଠି ତା’ର ଆବାଜକୁ ବହୁତ ପସନ୍ଦ ବି କରାଯାଇଥିଲା । ଏତିକି ନୁହେଁ, ଏହା ପରେ ସେ ଷ୍ଟୁଡିଓ ପର୍ଯ୍ୟନ୍ତ ଯାତ୍ରା କଲା, କିନ୍ତୁ ବର୍ତ୍ତମାନ ସେ କୁଆଡେ ହଜି ଯାଇଛି ।

ଫିଲ୍ମ ଗୈଂଗ୍ସ ଅଫ ୱାସେପୁରରେ ଗାଇ ଥିଲା ଗୀତ

ଦୂର୍ଗାର ଆବାଜରେ ପ୍ରଭାବିତ ହୋଇ ସ୍ନେହା ଦୂର୍ଗାକୁ ୧୩ ବର୍ଷ ବୟସରେ ଅନୁରାଗ କଶ୍ୟପଙ୍କ ଫିଲ୍ମ ଗୈଂଗ୍ସ ଅଫ ୱାସେପୁରରେ ଗୀତ ଗାଇବାକୁ ଚାନ୍ସ ଦେଲେ । ଯେଉଁଥିରେ ତାଙ୍କ ଆବାଜକୁ ବହୁତ ଲୋକମାନେ ପସନ୍ଦ କରିଥିଲେ । ଏହି ଫିଲ୍ମରେ ଦୂର୍ଗା ‘ଦିଲ ଛିଛାଲେଦର’ ଗୀତରେ ନିଜର ଆବାଜ ଦେଇଥିଲା । ଯାହାକି ସେହି ସମୟରେ ହିଟ ହୋଇଥିଲା ।

ଏତିକି ନୁହେଁ ଦୂର୍ଗା ଆନ୍ଧ୍ରପ୍ରଦେଶ ରୁ ଥିଲା, ଯେଉଁ କାରଣରୁ ସେ ହିନ୍ଦୀ ଗୀତ ଶୁଣୁ ନ ଥିଲା, କିନ୍ତୁ ସ୍ନେହାଙ୍କର ସହଯୋଗ ଦ୍ଵାରା ସେ ବହୁତ ଭଲ ଭାବରେ ହିନ୍ଦୀ ଗୀତକୁ ଗାଇଲା ଓ ଲୋକମାନଙ୍କୁ ନିଜର ଦିବାନା କରିଦେଲା ।

ବଲୀଉଡରୁ ଗାୟବ ହୋଇ ଯାଇଛି ଦୂର୍ଗା

ମାତ୍ର ୧୩ ବର୍ଷ ବୟସରେ ନିଜର ଆବାଜ ଦ୍ଵାରା ସମସ୍ତଙ୍କୁ ଦିବାନା କରିଥିବା ଦୂର୍ଗା ପୁଣି ଥରେ କେଉଁଠି ହଜି ଯାଇଛି । କହିବାକୁ ଗଲେ ଏହି ଗୀତକୁ ଗାଇବା ପରେ ଦୂର୍ଗା ବଲୀଉଡରୁ ଦୂରେଇ ଗଲା । ଯେଉଁ କାରଣରୁ ତାଙ୍କ ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *