13 ମାସ ପର୍ଯ୍ୟନ୍ତ ବୃହସ୍ପତି ରହିବେ ମକର ରାଶିରେ, ଏହି 6 ଟି ରାଶି ଉପରେ ହେବ ଧନର ବର୍ଷା

କାର୍ତ୍ତିକ ଶୁକ୍ଳ ପକ୍ଷ ପଞ୍ଚମୀ ୧୯ ନଭେମ୍ବର ୨୦୨୦ ଦିନ ୧୦:୪୦ ମିନିଟ ରେ ଦେବଗୁରୁ ବୃହସ୍ପତି ନିଜର ସ୍ଵାଭାବିକ ଗୋଚରୀୟ ସଞ୍ଚରଣ କ୍ରମ ରେ ନିଜର ମୂଳ ତ୍ରିକୋଣ ରାଶି ଧନୁ ରେ ଶନିଦେବ ଙ୍କର ରାଶି ମକର ରେ ଗୋଚରୀୟ ସଞ୍ଚରଣ ପ୍ରାରମ୍ଭ କରିବେ । ଦେବଗୁରୁ ଏକ ରାଶି ରେ ୧୩ମାସ ପର୍ଯ୍ୟନ୍ତ ବକ୍ରୀ ଓ ମାର୍ଗୀ ଗତି ରେ ଗୋଚରୀୟ ସଞ୍ଚରଣ କରନ୍ତି ।

ମେଷ: କାର୍ଯ୍ୟ ରେ ସଫଳତା, ଆନ୍ତରିକ ଡର, ଭୂମି ବାହନ ସୁଖ ରେ ଚିନ୍ତା ର ବୃଦ୍ଧି, ଧନ ଲାଭ ସହ ଖର୍ଚ ର ବୃଦ୍ଧି, ପଦ ପ୍ରତିଷ୍ଠା ରେ ବୃଦ୍ଧି, କୁଟୁମ୍ବ ରେ ବିବାଦ, ମାତାଙ୍କ ସୁଖ କିନ୍ତୁ ସ୍ଵଭାବ କଷ୍ଟ ଦେଇପାରେ । ଆନ୍ତରିକ ଶତ୍ରୁ ଏବଂ ରୋଗ ପ୍ରତି ସାବଧାନ ରୁହନ୍ତୁ । ବାଣୀ ବ୍ୟବସାୟ ରେ ଲାଭ ।

ଉପାୟ: ରାହୁ ଙ୍କ ଆରାଧନା ନିଶ୍ଚୟ କରନ୍ତୁ । ହଳଦିଆ ବସ୍ତ୍ର ବା ସୁନା ପିନ୍ଧାନ୍ତୁ ନାହିଁ ।

ମିଥୁନ: ମାନସିକ ଚିନ୍ତା ସମାପ୍ତ, ପରାକ୍ରମ ଓ ସମ୍ମାନ ରେ ବୃଦ୍ଧି, ଭାଗ୍ୟ ର ସାଥ ମିଳିବ, ସନ୍ତାନ ପକ୍ଷରୁ ଶୁଭ ସମାଚାର,ବୁଦ୍ଧି ର ସୂଚାରୁ ରୂପେ ପ୍ରୟୋଗ,କାର୍ଯ୍ୟ କ୍ଷେତ୍ର ଏବଂ ଦାୟିତ୍ଵ ରେ ବୃଦ୍ଧି, ରାଜନୈତିକ ଏବଂ ସାମାଜିକ ସର୍କଲ ରେ ବୃଦ୍ଧି, ପିତା ଙ୍କ ସ୍ଵଭାବ ପ୍ରତି ଟିକେ ଚିନ୍ତା, ଲାଭ ରେ ବୃଦ୍ଧି ନିମନ୍ତେ ନୂଆ କାର୍ଯ୍ୟ ହେବ, ଶତ୍ରୁ ପକ୍ଷ କମଜୋର ହେବ ।

ଉପାୟ: ଏହି ଅବଧି ରେ ଗଙ୍ଗା ସ୍ନାନ କରନ୍ତୁ । ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ ।

ସିଂହ: ଗୃହ ଏବଂ ବାହନ ସୁଖ ରେ ବୃଦ୍ଧି, ମାତା ଙ୍କ ସହଯୋଗ ର ସାନ୍ନିଧ୍ୟ, ଧନ ଏବଂ ଧନ ର ସାଧନ ରେ ବୃଦ୍ଧି,ଯାତ୍ରା ଏବଂ ଖର୍ଚ ରେ ବୃଦ୍ଧି, ଆଖି ସମସ୍ୟା ରେ ବୃଦ୍ଧି, ପେଟ ଏବଂ ଗୋଡ ରେ କଷ୍ଟ, ମୁତ୍ର ବା କିଡନୀ ର ପୁରୁଣା ବା ନୂଆ ସମସ୍ୟା ରେ ବୃଦ୍ଧି, ଦାମ୍ପତ୍ୟ ଏବଂ ପ୍ରେମ ସମ୍ବନ୍ଧ ରେ ଶିଥିଳତା ବା ଚିନ୍ତା, ପରିଶ୍ରମ ଏବଂ କାର୍ଯ୍ୟ ରେ ଅବରୋଧ ।

ଉପାୟ: ଶ୍ମଶାନ ଏବଂ ଧାର୍ମିକ ସ୍ତଳ ରେ କଦଳୀ ଗଛ ଲଗାନ୍ତୁ । ମିଛ କୁହନ୍ତୁ ନାହିଁ ।

କନ୍ୟା: ସହଭାଗିତାରେ ଚାପ, ଦାମ୍ପତ୍ୟ ବା ପ୍ରେମ ସମ୍ପର୍କ କୁ ନେଇ ଦ୍ଵନ୍ଦ ବା ଚାପ ରେ ବୃଦ୍ଧି, ଆୟ ଏବଂ ଲାଭ ରେ ସାଧନା ରେ ବୃଦ୍ଧି, ବ୍ୟାପାର ରେ ବୃଦ୍ଧି, ଭାଇବନ୍ଧୁ ଏବଂ ମିତ୍ରା ଙ୍କ ସହଯୋଗ, ସ୍ଵସ୍ଥ ରେ ସୁଧାର, ଭାଗ୍ୟ ରେ ଅବରୋଧ ର ସ୍ଥିତି, ରାଜନୈତିକ ଆଧିପତ୍ୟ ଏବଂ ପ୍ରଭାବ ରେ ବୃଦ୍ଧି ।

ଉପାୟ: ନିଶା, ବିନାଶ ରୁ ଦୂରେଇ ରୁହନ୍ତୁ ।

ବିଛା :ଆନ୍ତରିକ ଶତ୍ରୁ,ଆଭ୍ଯନ୍ତରୀଣ ରୋଗ ଏବଂ ଋଣ ରେ ବୃଦ୍ଧି, କିନ୍ତୁ ଶୀଘ୍ର ହି ବିଜୟ ପ୍ରାପ୍ତ । ପ୍ରତିଯୋଗୀତା ଏବଂ ନିର୍ବାଚନ ରେ ବିଜୟ, ଧାର୍ମିକ କିମ୍ବା ଯାତ୍ରା ଖର୍ଚ ବୃଦ୍ଧି, ଶିଶୁ ପକ୍ଷରୁ ଚିନ୍ତା, କଠିନ ପରିଶ୍ରମ ରେ ବୃଦ୍ଧି, ସମ୍ମାନ ବୃଦ୍ଧି,ପେଟ ଏବଂ ପାଦ ରେ ହଠାତ ଯନ୍ତ୍ରଣା, ଆଲର୍ଜି କିମ୍ବା ସଂକ୍ରମଣ ବୃଦ୍ଧି, ଧନ ବୃଦ୍ଧି ର ନୂତନ ଉପାୟ ଗଠନ ହେବ ।

ଉପାୟ: ଗୁରୁବାର ଦିନ ଦକ୍ଷିଣ କୁ ଯାତ୍ରା କରନ୍ତୁ ନାହିଁ । ନିମ୍ବ ଗଛ ଲଗାନ୍ତୁ ।

ମୀନ: ସ୍ଵାସ୍ଥ ଏବଂ ମନୋବଳ ବୃଦ୍ଧି, ଆଧ୍ୟାତ୍ମିକ, ଯୁକ୍ତିଯୁକ୍ତତା ଏବଂ ଧାର୍ମିକ ଆଗ୍ରହ ବୃଦ୍ଧି,ଶିକ୍ଷଣ ରେ ବୃଦ୍ଧି, ଲାଭ କିମ୍ବା ଆୟର ମାଧ୍ୟମ ପରିବର୍ତନ,ଘରର ଅସନ୍ତୋଷ ହ୍ରାସ ହେବା ସହିତ ସୁଖ ର ହ୍ରାସ, ଭାଗ୍ୟ ସମର୍ଥନ କରିବ, ବଡ ଭାଇମାନଙ୍କର ସମର୍ଥନ କିନ୍ତୁ ପିତାମାତା ଏବଂ ଜୀବନସାଥିଙ୍କ ସ୍ଵାସ୍ଥ ପାଇଁ ଚିନ୍ତା ବୃଦ୍ଧି ।

ଉପାୟ: ସାଧୁ ଏବଂ ବୃଦ୍ଧ ଲୋକଙ୍କୁ ସେବା କର ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *