14 ଫେବୃୟାରୀ 2019 ଗୁରୁବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଆଜି ଆପଣଙ୍କର ଆତ୍ମତ୍ଜ୍ଞାନ ଅଧିକ ପରିମାଣରେ ଆଧ୍ୟାତ୍ମିକ ଦିଗରେ ରହିବ । ଆପଣ ନିଜ ଜୀବନରେ ଧର୍ମର ମହତ୍ତ୍ୱକୁ ଜାଣିପାରିବେ । ଆଜି ଆପଣ ଆତ୍ମ ବିଶ୍ଳେଷଣ କରିବେ ଏବଂ ଏଥିପାଇଁ ଏହା ନିଶ୍ଚୟ ସଠିକ ସମୟ । ପ୍ରଣୟ-ପ୍ରସଙ୍ଗ ପାଇଁ ଆଜିର ଦିନ ଅନୁକୂଳ ଅଟେ । ତଥାପି ମଧ୍ୟ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ପେଟ ସମ୍ବନ୍ଧିତ ରୋଗରେ ଶାରୀରିକ କଷ୍ଟ ହୋଇପାରେ । କିନ୍ତୁ ମଧ୍ୟାହ୍ନ ପରେ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ । ମାନସିକ ରୂପରେ ପ୍ରସନ୍ନ ଏବଂ ଫୁର୍ତ୍ତିର ଅନୁଭବ ହେବ । ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି,ପ୍ରତିକାର:- ଅସହାୟଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।

ବୃଷ

କୌଣସି ଅସୁବିଧାରେ ପଡ଼ିବା ଆଗରୁ ନିଜକୁ ଦୂରେଇ ରଖନ୍ତୁ । ଜୀବନପ୍ରତି ସକାରାତ୍ମକ ଚ଼ିନ୍ତା ଧାରା ଏହି ସମୟରେ ଆବଶ୍ୟକ ଅଛି । ଆଜି ଆପଣ ନିଶ୍ଚୟ ନିଜର ଅଟଳ ବିଶ୍ୱାସ ଏବଂ ବୁଦ୍ଧିମତ୍ତା ଯୋଗୁଁ ସବୁ ସମସ୍ୟାର ସମାଧାନ କରିପାରିବେ । ଆଜିର ଦିନ ସବୁ ପ୍ରକାରରେ ଆପଣଙ୍କ ପାଇଁ ଲାଭଦାୟୀ ଅଟେ । କୌଣସି ପରୋପକାର କାର୍ଯ୍ୟ ଆପଣଙ୍କ ଦ୍ଵାରା ହେବ । ବ୍ୟାପାରରେ ଉଚିତ ଆୟୋଜନ ଦ୍ଵାରା ବ୍ୟାପାର ବୃଦ୍ଧି କରି ପାରିବେ । ଉଚ୍ଚ ଅଧିକାରୀଗଣ ଆପଣଙ୍କ କାର୍ଯ୍ୟର ପ୍ରଶଂସା ଆନନ୍ଦ ପୂର୍ବକ କରିବେ| ସ୍ଵାଦିଷ୍ଟ ଭୋଜନର ସ୍ଵାଦ ନେଇ ପାରିବେ ଏବଂ ନୂଆ ବସ୍ତ୍ର ମଧ୍ୟ କ୍ରୟ କରିବେ । ବାହନ ସୁଖ ମଧ୍ୟ ମିଳିବ,ପ୍ରତିକାର:- ଗୁଡ଼ ଆଉ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ମିଥୁନ

ଆଜି ଆପଣଙ୍କ ଘରେ ଖୁସିର ପରିବେଶ ରହିବେ । ଆଜି ଆପଣ ଏବଂ ଆପଣଙ୍କ ଘରଲୋକେ ମଉଜ ମଜଲିସରେ ମଜ୍ଜି ରହିବେ । ବିଦେଶରୁ ମଧ୍ୟ ଆପଣଙ୍କ ଆତ୍ମୀୟ ସଜ୍ଜନ ଆସି ପାରନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ । କୌଣସି ପ୍ରକାରର ସଙ୍କଟରେ ନ ପଡ଼ନନ୍ତୁ ସେଥିପାଇଁ ଦେଖିଚାହିଁ କାର୍ଯ୍ୟ କରିବାକୁ ଉପଦେଶ । ବ୍ୟବସାୟ କ୍ଷେତ୍ରରେ ଆଜି ଅଧିକାରୀମାନଙ୍କ ସାଙ୍ଗରେ ଉଗ୍ର ଚର୍ଚ୍ଚା କରିବେ ନାହିଁ, ଅନ୍ୟଥା କ୍ଷତି ହେବାର ସମ୍ଭାବନା ଅଛି । ଗୃହସ୍ଥଜୀବନରେ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ | ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ । ସମ୍ବନ୍ଧିମାନଙ୍କ ସହିତ ମନମାଳିନ୍ୟର ପ୍ରସଙ୍ଗ ବନିପାରେ । ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ ।

କର୍କଟ

ଆଜି ଆପଣ ନିଜ ରାଗଉପରେ ନିୟନ୍ତ୍ରଣ ରଖିବେ । ଏମିତି କରିଲେ ଆପଣ ସେ ଶାନ୍ତିକୁ ବଜାୟ ରଖିବେ ଯାହାର ଆନନ୍ଦ ଏବେ ପର୍ଯ୍ୟନ୍ତ ନେଉଥିଲେ । ଆପଣଙ୍କୁ ଯେଉଁ କଥା ଆଜି ବଡ଼ ଲାଗୁଛି ସେହିକଥା କାଲି ଛୋଟ ଲାଗିବ । ଆଜି ଶାରୀରିକ ଫୁର୍ତ୍ତି ତଥା ମାନସିକ ଉଲ୍ଲାସ ଏବଂ ଚେତନା ଶକ୍ତିର ଅଭାବ ରହିବ । ସାମାଜିକ ରୂପରେ ଅପମାନ ନ ହେଉ, ଏହାର ଧ୍ୟାନ ରଖିବେ । ଧନହାନି ହେବାର ଆଶଂକା ଅଛି । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । କାର୍ଯ୍ୟରେ ସଫଳତା ନ ମିଳିବା କାରଣରୁ ନିରାଶା ହୋଇପାରେ । ପ୍ରତିକାର:- ଭୋକିଲା ଲୋକକୁ ନିରାଶ ନକରି ଅନ୍ନଦାନ କରନ୍ତୁ ।

ସିଂହ

ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ । ବାଣୀ ଏବଂ ବଚନ କାରଣରୁ ଭ୍ରାନ୍ତି ନ ହେଉ, ଏହାର ଧ୍ୟାନ ରଖିବେ । କ୍ରୋଧର ମାତ୍ରା ବଢ଼ି ଯିବାରୁ କୌଣସି ବ୍ୟକ୍ତିଙ୍କ ସହିତ ଉଗ୍ର ଚର୍ଚ୍ଚା କିମ୍ବା ବିବାଦ ନ ହେଉ ମନରେ ବ୍ୟଗ୍ରତା ରହିବ । ଏଥିପାଇଁ ଆଧ୍ୟାତ୍ମିକତାର ଆଶ୍ରୟ ନେଲେ ମନ ଶାନ୍ତ ହେବ,ପ୍ରତିକାର:- ଗ୍ରାମ ଦେବତୀଙ୍କ ପାଖରେ ବୁନ୍ଦି ଭୋଗ କରି ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ ।

କନ୍ୟା

ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ । ଆପଣଙ୍କ ଭାବନାତ୍ମକ ଚିନ୍ତାଯୋଗୁଁ ଆପଣ ଆଜି ଅସୁସ୍ଥତା ଅନୁଭବ କରିପାରନ୍ତି । ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରନ୍ତୁ ନାହିଁ । ବାଣୀ ଏବଂ ବଚନ ଉପରେ ନିୟନ୍ତ୍ରଣ ରଖିବାକୁ ପରାମର୍ଶ । ଖାଇବା ପିଇବା ଉପରେ ଧ୍ୟାନ ରଖିବେ । ବ୍ୟବସାୟ କ୍ଷେତ୍ରରେ ବିଘ୍ନ ଉପସ୍ଥିତ ହୋଇପାରେ ।  ପ୍ରତିକାର:- ଗୁଡ଼ ଓ ଗହମ ପିଲାଙ୍କୁ ବାଣ୍ଟନ୍ତୁ ।

ତୁଳା

ଆଜି ଦିନରେ ଆପଣ ବିଦେଶରୁ କୌଣସି ଖୁସିଖବର ପାଇ ପାରନ୍ତି । ଏହି ଖବର ବିଦେଶରେ ରହୁଥିବା କୌଣସି ବନ୍ଧୁପରିଜନ ଆପଣଙ୍କୁ ଦେବେ । ଆପଣ ତାଙ୍କର ଫୋନ କିମ୍ବା ଇମେଲର ଅପେକ୍ଷା କରନ୍ତୁ । କାରଣ ଏହି ସୁସମ୍ବାଦ ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ଆଜି ଆମୋଦ-ପ୍ରମୋଦରେ ନିଜକୁ ଆପଣ ଭୁଲି ଯିବାର ଦିନ ଅଟେ । ମନୋରଞ୍ଜନ ପ୍ରବୃତ୍ତିରେ ଆପଣ ମଜ୍ଜି ରହିବେ । ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ । ଭଲ ଖାଇବା ପିଇବା ଏବଂ ଭଲ ବସ୍ତ୍ର ଉପଲବ୍ଧ ହେବ, ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ବିଛା

ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି । ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚ଼ିତ୍ । ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଆଜିର ଦିନ ଭଲ ଅଟେ । ପ୍ରିୟ ବ୍ୟକ୍ତିଙ୍କ ସହିତ ହୋଇଥିବା ଭେଟ ଆନନ୍ଦଦାୟୀ ରହିବ । ଭାଗ୍ୟବୃଦ୍ଧି ହେବ । ସାମାଜିକ ରୂପରେ ମାନ-ସମ୍ମାନ ପ୍ରାପ୍ତି ହେବ,ପ୍ରତିକାର:- ଅସହାୟଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।

ଧନୁ

ଆଜି ଆପଣଙ୍କୁ ଖୁବ୍ ମାନ, ଯଶ ମିଳିବ । ଆଜି ଆପଣ ଯେଉଁ ସ୍ଥିତିରେ ଅଛନ୍ତି , ଏସବୁ କେବଳ ଆପଣଙ୍କ ସ୍ପଷ୍ଟତା ଏବଂ ଭଲ ସଂମ୍ପ୍ରେଷଣ କଳା ଯୋଗୁଁ ସମ୍ଭବ  । ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ ନ ହେବା କାରଣରୁ ହତାସା ଅନୁଭବ କରିବେ । କୌଣସି ମଧ୍ୟ ମହତ୍ଵପୂର୍ଣ୍ଣ କାର୍ଯ୍ୟ ଅଥବା ତା’ ବିଷୟରେ ନିର୍ଣ୍ଣୟ ନେବା ପାଇଁ ଉପଦେଶ । ପରିଜନ ତଥା ଭାଇ-ଭଉଣୀମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ସମୟ କଟାଇବେ ।  ପ୍ରତିକାର:- ମସୁର ଡାଲି ମନ୍ଦିରରେ ଦାନ କରନ୍ତୁ ।

ମକର

ଆଜିର ଦିନ ନୂଆ ବନ୍ଧୁଟିଏ କରିବାର ଦିନ ଅଟେ । ଆଜିର ଦିନଟି ବ୍ୟବସାୟିକ ଦୃଷ୍ଟିରୁ ଏବଂ ସାମାଜିକ ଦୃଷ୍ଟିରୁ ସମ୍ପର୍କ ତିଆରି କରିବା ଦିନ ଅଟେ । କୌଣସି ସାମାଜିକ ଅନୁଷ୍ଠାନରେ ଆପଣ କିଛି ନୂଆ ଲୋକଙ୍କକ ସହିତ ସମ୍ପର୍କ ସ୍ଥାପନ ମଧ୍ୟ କରି ପାରନ୍ତି । ବ୍ୟବସାୟର ବାତାବରଣ ଅନୁକୂଳ ରହିବ । ମା’ ଘରୁ ଗୃହିଣୀମାନଙ୍କୁ ଭଲ ଖବର ମିଳିବ । ପାରିବାରିକ ବାତାବରଣ ମଧ୍ୟ ଅନୁକୂଳ ରହିବ । ଶତ୍ରୁମାନଙ୍କୁ ମଧ୍ୟ ଅଧିକ ଲାଭ ପ୍ରାପ୍ତି ହେବ ନାହିଁ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ରହିବେ ।  ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

କୁମ୍ଭ

ଆଜି ଆପଣ ଅନ୍ୟମାନଙ୍କ ଆଗରେ ନିଜର ପରିଚ଼ୟ ଭଲ କରିବାକୁ ଚ଼ାହିଁବେ ଆପଣ ଅନ୍ୟକୁ ବଦଳାଇବାକୁ ଚ଼ାହିଁବା ଅପେକ୍ଷା ନିଜେ ବଦଳିଯିବା ଠିକ୍ ହେବ ଏବଂ ଏହି ବଦଳିବାର ଭାବନା ଆପଣଙ୍କ ମନରୁ ହେବା ଜରୁରୀ ଅଟେ । ଆଜିର ଦିନ ସବୁ କ୍ଷେତ୍ରରେ ଲାଭପ୍ରଦ ଅଟେ । ସାମାଜିକ କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ ଏବଂ ତା’ର ଫଳ ସ୍ଵରୁପ ମାନ ସମ୍ମାନ ପ୍ରତିଷ୍ଠାରେ ମଧ୍ୟ ବୃଦ୍ଧି ହେବ । ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ିବାର ଆଶଂକା ଅଛି । ଏଥିପାଇଁ ଆବେଶପୂର୍ଣ୍ଣ ମନକୁ ନିୟନ୍ତ୍ରଣରେ ରଖିବେ । ଧନର ଅଧିକ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ,ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

ମୀନ

ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଚ଼ାହୁଁଛନ୍ତି, କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇଛି ଆପଣଙ୍କୁ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଜରୁରୀ । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ଅଟେ । କାର୍ଯ୍ୟ ସିଦ୍ଧି ଏବଂ ଲକ୍ଷ୍ମୀ ପ୍ରାପ୍ତିର ଯୋଗ ଅଛି । ଶାରୀରିକ ଏବଂ ମାନସିକ ରୂପରେ ଆପଣ ଉତ୍ସାହୀ ତଥା ପ୍ରଫୁଲ୍ଲିତ ରହିବେ । ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟ କରିବାରେ ଆପଣଙ୍କୁ ଉତ୍ସାହ ମିଳିବ,ପ୍ରତିକାର:- ବୃଦ୍ଧାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।

Leave a Reply

Your email address will not be published. Required fields are marked *