14-10-2018: କେମିତି କଟିବ ଆଜି? ଦୈନିକ ରାଶିଫଳ (ରବିବାର)

ମେଷ : ଆଜି ଆପଣଙ୍କ ପାଇଁ ହସଖୁସିର ଦିନଟିଏ । ଜୀବନରେ ମଉଜ ମଜଲିସ ଲାଗି ଭଲ ସୁଯୋଗ ମିଳିବ । ପ୍ରିୟବନ୍ଧୁଙ୍କ ସହଯୋଗ ପାଇବେ । ଚାକିରୀ ପାଇଁ କରି ଆସୁଥିବା ପ୍ରୟାସରେ ସଫଳତା ମିଳିବ । ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି । ଘର ପାଇଁ ନୂଆ ଜିନିଷ କିଣିବେ ।

ବୃଷ: ଆପଣଙ୍କ ପ୍ରୟାସ ସର୍ବୋତ୍ତମ ପ୍ରମାଣିତ ହେବ। ବିଦେଶ ଯିବାର ରାସ୍ତା ଖୋଲିବ। ବ୍ୟବସାୟରେ ଉନ୍ନତି କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମିଥୁନ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଧୈର୍ଯ୍ୟସହକାରେ କାମ କରନ୍ତୁ, ସଫଳ ହେବେ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ।

କର୍କଟ : ଆଜି ଆପଣ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବେ । ବିଚାରରେ ସକାରାତ୍ମକ ଭାବନା ବଜାୟ ରହିବ । ଅଫିସରେ ନିଜ କାମ ପାଇଁ ପ୍ରଶଂସା ପାଇବେ । ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ । ବ୍ୟବସାୟରେ ଧନଲାଭର ଯୋଗ ରହିଛି । ନୂଆ ଘର କିଣିପାରନ୍ତି । ବିଦ୍ୟାର୍ଥୀଙ୍କୁ କୌଣସି ମିତ୍ରଙ୍କର ସହଯୋଗ ମିଳିବ ।

ସିଂହ : ଆଜି ଦିନଟି ଶୁଭ ରହିଛି । ଆପଣଙ୍କ ମନରେ ଦ୍ଵନ୍ଦ୍ୱ ରହିବ କିନ୍ତୁ ବ୍ୟବହାର ମଧୁର ରହିବ । ଆର୍ଥିକ ସ୍ଥିତିରେ ସୁଧାର ହେବ । ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି । ସକାରାତ୍ମକ ଭାବନା ହେତୁ ସମସ୍ତଙ୍କ ସହ ଭଲ ବ୍ୟବହାର କରିବେ । ଶରୀର ସୁସ୍ଥ ରହିବ ଓ ମନ ପ୍ରଫୁଲ୍ଲ ରହିବ ।

କନ୍ୟା: ସମ୍ଭାବ୍ୟ ସଂକଟ ଦୂର ହେବ। ପୂଜାର୍ଚ୍ଚନାରେ ଏକାଗ୍ରତା ଅନୁଭବ କରିବେ। ଶୁଭ ସୂଚନା ପାଇ ଖୁସି ରହିବେ। ବ୍ୟବସାୟରେ ଲାଭ ହେବ।

ତୁଳା: ଆଗକୁ ଅଗ୍ରସର ହୁଅନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ରହିଛି। ରାଜନୀତିରେ ଲୋକ ସମର୍ଥନ ମିଳିବ। ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ।

ବିଛା : ଆଜି କାମରେ ସକାରାତ୍ମକ ଭାବନା ରଖନ୍ତୁ ସଫଳତା ନିଶ୍ଚୟ ପାଇବେ । ଅଚାନକ କିଛି ଶୁଭ ଖବର ମିଳିପାରେ । କଳାକାରଙ୍କୁ ସମ୍ମାନ ମିଳିବ । ମନ ପ୍ରଫୁଲ୍ଲ ରହିବ । ଦାମ୍ପତ୍ୟ ଜୀବନ ମଧୁରମୟ ହେବ ।

ଧନୁ : ଆଜି ଆପଣଙ୍କ ପାଇଁ ଅନେକ ସମ୍ଭାବନା ରହିଛି । ଆପଣଙ୍କ ପରିଶ୍ରମର ଫଳ ମିଳିବ । ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ଆର୍ଥିକ ସ୍ଥିତିରେ ସୁଧାର ହେବ । ପାରିବାରିକ କାର୍ଯ୍ୟରେ ପରିବାର ଲୋକଙ୍କ ସହଯୋଗ ମିଳିବ । ସମାଜରେ ସମ୍ମାନ ଓ ପ୍ରତିଷ୍ଠା ବଢିବ ।

ମକର: ପରିଶ୍ରମର ସକାରାତ୍ମକ ଫଳାଫଳ ମିଳିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।

କୁମ୍ଭ : ଆଜି ସମାଜରେ ଆପଣଙ୍କ ସ୍ଥିତି ଭଲ ରହିବ । ଲୋକେ ଆପଣଙ୍କର ଗୁଣଗାନ କରିବେ । ଯଶ, ମାନ, ସମ୍ମାନ ଓ ପ୍ରତିଷ୍ଠା ବଢିବ । ବ୍ୟବସାୟୀଙ୍କୁ ଆଜି ବିଶେଷ ଫାଇଦା ହେବ । ବନ୍ଧୁବାନ୍ଧବଙ୍କ ସହିତ ଧର୍ମକ୍ଷେତ୍ରକୁ ବୁଲି ଯାଇପାରନ୍ତି । ବିଦ୍ୟାର୍ଥୀଙ୍କର ଲେଖାପଢାରେ ମନ ଅଧିକ ଲାଗି ରହିବ ।

ମୀନ : ଆଜି ଆପଣଙ୍କ ପାଇଁ ସାବଧାନରେ ଚଳିବାର ଦିନଟିଏ । ଆପଣ ନିଜର ମନୋଭାବକୁ ନିୟନ୍ତ୍ରଣ ରଖନ୍ତୁ । ବ୍ୟାଙ୍କରେ ଅର୍ଥ ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟ କାର୍ଯ୍ୟରେ ନୂଆ ପ୍ରସ୍ତାବ ମିଳିବ । ବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ରହିବ । ତେବେ କୌଣସି ଆର୍ଥିକ କାର୍ଯ୍ୟ ପୂର୍ବରୁ ସାବଧାନ ରହନ୍ତୁ ।

Leave a Reply

Your email address will not be published. Required fields are marked *