ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି ।
ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।

୧. ଖାଇବାକୁ ଦେଲେ ବଞ୍ଚେ, ପିଇବାକୁ ଦେଲେ ମରେ । ସେ କିଏ ?
ଉତ୍ତର : ନିଆଁ
୨. ପଥର ହେଲେବି ସେ ପାଣି । ତାହା କଣ ?
ଉତ୍ତର : ବରଫ ଏବଂ କୁଆପଥର
୩. ଗୋଟିଏ ଗାଡି ଚାରିଜଣ ପାଇଲଟ । ତାହା କେଉଁ ଗାଡି ?
ଉତ୍ତର : କୋକେଇ
୪. କିଏ ସବୁବେଳେ ଉଡୁଥାଏ କିନ୍ତୁ ଜାଗା ଛାଡି କୁଆଡେ ଯାଏନା ।
ଉତ୍ତର : ପତାକା
୫. ଭଙ୍ଗା ହେଲେବି ସେ ଗୋଟିଏ । ତାହା କଣ ?
ଉତ୍ତର : ଖିଲିପାନ
୬. ଆଜିକାଲି ଲୋକମାନେ ମାଗଶାରେ ବେଶୀ ଦେଉଛନ୍ତି । ତାହା କଣ ?
ଉତ୍ତର : ମିସ୍ କଲ୍

୭. ଜଣେ ଲୋକ ୩ ଟଙ୍କାରେ ନଡିଆ କିଣି ୨ ଟଙ୍କାରେ କିଛିଦିନ ବିକିଲାପରେ ସେ କେମିତି ଲକ୍ଷପତି ହେଲା ?
ଉତ୍ତର : ସେ ପୂର୍ବରୁ କୋଟିପତି ଥିଲା ।
୮. ଦିନରେ କାମ ନକରି ମଧ୍ୟ ସେ ମଜୁରି ପାଏ । ସେ କିଏ ?
ଉତ୍ତର : ରାତ୍ର ଜଗୁଆଳି ।
୯. ତିନି ଅକ୍ଷର ନାମ ତାର, ଓଲଟା ଲେଖା କିମ୍ବା ସିଧା ଲେଖ ହେବ ସମାନ ।
ଉତ୍ତର : କଟକ
୧୦. କାହାର ଜନ୍ମଦିନ ପ୍ରତେୟକ ବର୍ଷ ଆସେନାହିଁ ।
ଉତ୍ତର : ଫେବ୍ରୁଆରି ୨୯, ଅଧିବର୍ଷ
୧୧. ଦଶରଥଙ୍କ ତିନି ରାଣୀଙ୍କ ନାମ କଣ ଥିଲା ?
ଉତ୍ତର : କୌଶଲ୍ୟା, କଇକେୟୀ ଏବଂ ସୁମିତ୍ରା
୧୨. ୧୪ ବର୍ଷ ବନବାସ ସମୟରେ ରାମ, ଲକ୍ଷ୍ମଣ ଓ ସିତାଙ୍କ ସାଙ୍ଗେ କିଏ ଯାଇୟହିଲେ ?
ଉତ୍ତର : ସୁମନ୍ତ

୧୩. ଊର୍ମିଳା କାହାର ପତ୍ନୀ ?
ଉତ୍ତର : ଲକ୍ଷ୍ମଣଙ୍କ
୧୪. ସମୁଦ୍ର ପାର ହେବାପାଇଁ ହନୁମାନ କେଉଁଠାରୁ ଡିଆଁ କରିଥିଲେ ?
ଉତ୍ତର : ମହେନ୍ଦ୍ର ପର୍ବତରୁ
୧୫. ରାମଙ୍କ ସୈନ୍ୟ ଲଙ୍କା ଯିବାପାଇଁ କିଏ ପୋଲ ତିଆରି କରିଥିଲେ ?
ଉତ୍ତର : ବିଶ୍ଵକର୍ମାଙ୍କ ପୁତ୍ର ନଳ
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।