15 ନଭେମ୍ବର 2018 ଗୁରୁବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ:-

ବିବାଦୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ । ଧନ ଆଗମନର ନୂତନ ସ୍ରୋତ ଖୋଲିଯିବ । ଲଟେରୀ, ଜୁଆ, ସଟ୍ଟା ଓ ସେୟାର୍ ମାର୍କେଟରେ ଅର୍ଥ ପ୍ରାପ୍ତି ହେବ । ସବୁଦିଗରୁ ଶୁଭ ସମାଚାର ପାଇ ଖୁସି ହେବେ । ନୂତନକର୍ମ ନିଯୁକ୍ତି ପାଇବେ । ସରକାରୀ କର୍ମଚାରୀମାନେ ସହକର୍ମୀମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରିବେ । ଧାର୍ମିକକାର୍ଯ୍ୟରେ ରୁଚି ବୃଦ୍ଧି ପାଇବ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ଅକ୍ଷୂର୍ଣ୍ଣ ରହିବ । ବିଦ୍ୟାର୍ଥିମାନେ ସଫଳ ହେବେ । ରାଜନୀତିକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବା ସହ ସୁ-ସମ୍ବାଦ ପାଇ ଖୁସିହେବେ । ପ୍ରେମିକ-ପ୍ରେମିକାମାନେ ପ୍ରେମ ସମ୍ବନ୍ଧୀୟକ୍ଷେତ୍ରରେ ସଫଳ ହେବେ । କୃଷିଜୀବୀମାନେ କର୍ମବ୍ୟସ୍ତତାରେ ସମୟ କାଟିବେ । ପ୍ରତିକାର- ବାଶିରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ ।

ବୃଷ :-

ଆର୍ଥିକ ସ୍ଥିତି ଭଲ ରହିବ । ବନ୍ଧୁମିତ୍ର ମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ । ପୂର୍ବ କଳହର ସମାଧାନ ହେବ । ବସ୍ତ୍ର, ତେଜରାତି, ସୁନା, ରୂପା, ଅଳଙ୍କାର ଇତ୍ୟାଦି, ଲୌହ ଜାତୀୟ ଦ୍ରବ୍ୟ କାଷ୍ଠ ଉପକରଣ ଇତ୍ୟାଦି ବ୍ୟବସାୟୀମାନେ ଅଧିକ ଲାଭବାନ ହେବେ । ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନଦେବେ । କୃଷିଜୀବିମାନେ ନୂତନ ଯୋଜନା ପ୍ରସ୍ତୁତ କରିବେ । ରାଜନୀତିକ୍ଷେତ୍ରରେ କୂଟନୀତିର ପ୍ରୟୋଗ କରି ପ୍ରଶଂସିତ ହେବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବା ସହ ପଦୋନ୍ନତି ପାଇବେ । ପ୍ରେମିକ-ପ୍ରେମିକାମାନେ ପ୍ରେମ ସମ୍ବନ୍ଧୀୟକ୍ଷେତ୍ରରେ ସଫଳ ହେବେ । ପ୍ରତିକାର- ଭୋକିଲା ଲୋକକୁ ନିରାଶ କରିବେ ନାହିଁ ।

ମିଥୁନ:-

ବ୍ୟବସାୟରେ ଉତ୍ତମ ରୋଜଗାର ହେବ । କର୍ମ କ୍ଷେତ୍ରରେ ଉନ୍ନତି ଏବଂ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ । ଧାର୍ମିକକାର୍ଯ୍ୟରେ ରୁଚି ବୃଦ୍ଧି ହେବ । ଦାମ୍ପତ୍ୟସୁଖ ବୃଦ୍ଧି ହେବା ସହ ସାମାଜିକପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ପାଇବ । ରାଜନୀତିକ୍ଷେତ୍ରରେ ନିଜର ପ୍ରତିଷ୍ଠା ଫଳରେ ଜନସାଧାରଣଙ୍କ ମନ କିଣିପାରିବେ । ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ । ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ । କୃଷିଜୀବୀମାନେ ନୂତନ ଯୋଜନା ପ୍ରସ୍ତୁତ କରିବେ । ପ୍ରତିକାର : କାହାରିଠାରୁ ମାଗଣା କୌଣସି ଦ୍ରବ୍ୟ ଗ୍ରହଣ କରିବେ ନାହିଁ ।

କର୍କଟ :-

ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ । ବ୍ୟବସାୟରେ ସାମାନ୍ୟ ଲାଭ, ଶରୀର ପୀଡ଼ା, ଶତ୍ରୁ ବୃଦ୍ଧି, କେତେକକ୍ଷେତ୍ରରେ ଭଲ କାମକରି ବଦ୍ନାମ ହେବେ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଠାରୁ ଅପମାନିତ ହେବେ । ସନ୍ତାନମାନଙ୍କ ପାଇଁ ଅଧିକାଂଶ ସମୟ ଚିନ୍ତିତ ରହିବେ । ଧାର୍ମିକ କାର୍ଯ୍ୟରେ ବାଧା ସୃଷ୍ଟି ହେବ । କୃଷିଜୀବୀମାନେ ଅତ୍ୟଧିକ ପରିଶ୍ରମ କରିବେ । ଶିକ୍ଷାକ୍ଷେତ୍ରରେ ଚଳଚଞ୍ଚଳ ହୋଇ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ଚେଷ୍ଟା କରିବେ । ରାଜନୀତିକ୍ଷେତ୍ରରେ ଶତୃମାନେ ବାଧା ସୃଷ୍ଟି କରିବେ । ପ୍ରତିକାର : ଗାଈକୁ ରୁଟି ଓ ଗୁଡ ଖାଇବାକୁ ଦିଅନ୍ତୁ ।

ସିଂହ :-

ଶାରୀରିକ ଅସୁସ୍ଥତାରୁ ଉପଶମ ପାଇବେ । ଆର୍ଥିକପରିସ୍ଥିତିରେ ଉନ୍ନତି ହେବ । ବ୍ୟବସାୟ କ୍ଷେତ୍ର ପ୍ରସାରିତ ହେବାଫଳରେ ଆଶାତୀତ ଲାଭପାଇବେ । କର୍ମଚାରୀମାନଙ୍କର ପଦୋନ୍ନତି ସହ ସ୍ଥାନାନ୍ତର ଯୋଗ ଅଛି । ମହିଳାମାନେ କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ । କୃଷିଜୀବୀମାନେ ନୂତନ ଯୋଜନା ପ୍ରସ୍ତୁତ କରିବେ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧି ହେବ । ବିଦ୍ୟାର୍ଥୀମାନେ ବାଦବିବାଦ ପରୀକ୍ଷା ପ୍ରତିଯୋଗିତାରେ ଦୁଇଗୁଣ ଉତ୍ସାହ ସହ ଆଗେଇଯିବେ ଓ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ । ପ୍ରତିକାର : ସୂର୍ଯ୍ୟଙ୍କୁ ଜଳଦାନ କରନ୍ତୁ ।

କନ୍ୟା :-

ନିଷ୍ଠାର ସହ ପରିଶ୍ରମ ଫଳରେ କର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ଲାଭ ପାଇବେ । ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ । ବ୍ୟବସାୟିକ ଗତିବିଧି ଉତ୍ତମ ଭାବରେ ଚାଲିବା ଯୋଗେ ଲାଭବାନ୍ ହେବେ । ଅଧ୍ୟୟନ ପାଇଁ ତତ୍ପର ହେବେ । ଶୀରପୀଡ଼ା ଅତି କଷ୍ଟକର ହେବ । ମାନସିକଦୁଶ୍ଚିନ୍ତା ହଠାତ୍ ବଢ଼ିଯିବ । ବାଦବିବାଦ ପରୀକ୍ଷା ପ୍ରତିଯୋଗିତାରେ ଦୁଇଗୁଣ ଉତ୍ସାହ ସହ ଆଗେଇଯିବେ । ପରିବାରର କୌଣସି ସଦସ୍ୟଙ୍କର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନୂତନକାର୍ଯ୍ୟ ଆରମ୍ଭକଲେ କ୍ଷତିରେ ପଡ଼ିବେ । ପ୍ରତିକାର-ପିତାମାତାଙ୍କୁ ପ୍ରଣାମ କରନ୍ତୁ ।

ତୁଳା :-

ମାନସିକ ଶାନ୍ତି ଓ ଶରୀର ଭଲ ରହିବ । ସାମାଜିକ ଜୀବନରେ ନୂତନ ଗୁରୁଦାୟିତ୍ୱ ଗ୍ରହଣ କରିବେ । ଅଟକିଥିବା କାର୍ଯ୍ୟ ପୁନରାୟ ଚାଲୁ କରିବେ । ନୂତନ ବନ୍ଧୁଙ୍କ ସାହାଯ୍ୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ୍ ହେବେ ଓ ଆୟ ବୃଦ୍ଧି ପାଇବ । ମାନସମ୍ମାନ ବୃଦ୍ଧି, ବିଦ୍ୟାରେ ଉନ୍ନତି, ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ । କୃଷିଜିବୀମାନେ ଅନେକ ଦିଗରୁ ଲାଭବାନ୍ ହେବେ । ଜାଣିଶୁଣି ଭୁଲ୍ ଲୋକର ପରାମର୍ଶରେ ଭୁଲ୍ ବାଟରେ ଯିବେ । ଯେଉଁଥିପାଇଁ ଦୂରଯାତ୍ରା କରିବେ, ଉଦ୍ଵେଶ୍ୟ ପୂର୍ଣ୍ଣ ହେବ ନାହିଁ । ଉଦରପୀଡ଼ା, ରକ୍ତଚାପ ବୃଦ୍ଧି ହେବ । ପ୍ରତିକାର:- ଗାଈକୁ କିଛି ଖୁଆନ୍ତୁ ।

ବିଛା:-

ଘରର କେହି ଉନ୍ନତିର ବିଶେଷ ସ୍ତରକୁ ଉଠିଯିବେ । କର୍ମ ମୁଖରତା ଯୋଗେ ଶାରୀରିକ ପିଡ଼ା ଭୋଗିବେ । ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା, ଜାମିନି ମଧ୍ୟସ୍ଥତା ଠାରୁ ଦୂରତା ରକ୍ଷାକରନ୍ତୁ । ପରିଜନଙ୍କ ସମ୍ବନ୍ଧିତ ଅଶୁଭ ସମାଚାର ପାଇବେ । ବ୍ୟବସାୟରେ ଆୟ ବୃଦ୍ଧି ହେବ । ଦୂର ଯାତ୍ରାକରିବେ, ବହୁ କଷ୍ଟରେ କାର୍ଯ୍ୟ ପୂରଣ ହେବ । କୃଷିଜିବୀମାନେ ଲାଭବାନ୍ ହେବେ । କେତେକକାର୍ଯ୍ୟ ଅଧାରେ ଅଟକି ଯିବ । ଜନ ସମ୍ପର୍କ ବୃଦ୍ଧି ପାଇବ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । କର୍ମକ୍ଷେତ୍ରଟି ସୁଦୃଢ ହେବ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ଧନୁ:-

ସମାଜ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବେ । ଅଟକିଥିବା କାର୍ଯ୍ୟ କୌଣସି ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ପୂରଣ ହେବ । କୋର୍ଟ କଚେରୀରେ ସଫଳତା ମିଳିବ । ଶତୃ ଓ ବିରୋଧୀମାନେ କିଛି କ୍ଷତି କରି ପାରିବେ ନାହିଁ । ଇଛାକରି କାମଧନ୍ଦାରେ ମନ ଲାଗିବ ନାହିଁ । ଭାଗୀଦାରି ବ୍ୟବସାୟରେ ଲାଭବାନ୍ ହେବେ । ଗଠନମୂଳକ କାର୍ଯ୍ୟପ୍ରତି ଆଗ୍ରହ ବଢ଼ିବ । ଆୟ ଉପାର୍ଜନରେ ବାଧା ନାହିଁ । ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ ହେବ । ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ ଉନ୍ନତି ହେବ । ବାହାର ଯାତ୍ରାରେ ସଫଳ ହେବେ । ବକେୟା ଅର୍ଥ କିଛି ମିଳିବ । ପ୍ରତିକାର:- ଷଣ୍ଢକୁ ଗୁଡ଼ ରୁଟି ଖୁଆନ୍ତୁ ।

ମକର:-

ବ୍ୟବସାୟ ପ୍ରସାର ଫଳରେ ବିଶେଷ ଲାଭବାନ୍ ହେବେ । ପିଲାମାନଙ୍କ କାର୍ଯ୍ୟରେ ଉନ୍ନତି ହେବ । ଅଭାବ-ଅନାଟନ ଦୂର ହୋଇ ସ୍ଥିତି ସନ୍ତୋଷ ପ୍ରଦ ହେବ । ବାଦ, ବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମାରେ ଜୟଯୁକ୍ତ ହେବେ । ଦେଇଥିବା ଧନ ଫେରି ପାଇବା ଫଳରେ ଆର୍ଥିକ ସ୍ଥିତିର ସୁଦୃଢ଼ ହେବ । ମାନସିକ ଦୁଶ୍ଚିନ୍ତା, ଋଣଭାର, ଶତ୍ରୁବାଧା ଦୂରେଇ ଯିବ । ବିଦ୍ୟାର୍ଥିମାନେ ଉଚ୍ଚଶିକ୍ଷା ପାଇଁ ଚେଷ୍ଟିତ ହେବେ । ଅଚାନକ ଯାତ୍ରା ଫଳରେ ବିଶେଷ ଉପକୃତ ହେବେ । ନୂତନକର୍ମ ପ୍ରାପ୍ତି ଓ କର୍ମକ୍ଷେତ୍ରରେ ପଦୋନ୍ନତି ଓ ସ୍ଥାନାନ୍ତର ଯୋଗ ଅଛି । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କୁମ୍ଭ :-

ମହିଳାମାନଙ୍କର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ଅତି ଭଲସମ୍ପର୍କ ଥିବାବନ୍ଧୁଙ୍କ ପାଇଁ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ପ୍ରାପ୍ତିହେବ । ଆର୍ଥିକସ୍ଥିତି ମଜବୁତ୍ ହେଲେ ମଧ୍ୟ ବ୍ୟୟ ଅଧିକ ଅତ୍ୟଧିକ ପରିଶ୍ରମ ହେତୁ ଶାରୀରିକ ପୀଡ଼ା ଅନୁଭବ କରିବେ । ବ୍ୟବସାୟରେ ସତକଥା କହି ପ୍ରବଳ ଧନଲାଭ ସହ ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି । ଅଟକିଥିବା ଧନ ସହଜରେ ପ୍ରାପ୍ତ ହେବ । ସହକର୍ମୀ ଓ କର୍ମଚାରୀଙ୍କୁ ଅତିବିଶ୍ୱାସକରି ଧୋକା ପାଇବେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଶିକ୍ଷାପ୍ରତି ବେଖାତିରଭାବ କଷ୍ଟ ଦେବ । ପ୍ରତିକାର- ଚଣାଡାଲି ମନ୍ଦିରରେ ଦାନ କରନ୍ତୁ ।

ମୀନ :-

ସମ୍ମାନର ସହିତ ଦିନଚର୍ଯ୍ୟା କରିଆନନ୍ଦ ପାଇବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ସାମୟିକ ବିବ୍ରତ ହୋଇପାରନ୍ତି । ହଠାତ୍ ଉଡ଼ା ଖବରର କୌଣସି ଘଟଣା ମନକୁ ବିବ୍ରତ କରିପାରେ । ସ୍ୱାସ୍ଥ୍ୟ, ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କୀୟ ସମସ୍ୟା ଦେଖା ଦେଇପାରେ । ପାରିବାରିକକ୍ଷେତ୍ରରେ ସ୍ନେହ-ସଦ୍ଭାବର ଅଭାବ ହେବ । ବିଦ୍ୟାର୍ଥିମାନେ ପରୀକ୍ଷା, ପ୍ରତିଯୋଗିତାରେ ବିଜୟୀ ହେବେ । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ କରାଇବ । ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

Leave a Reply

Your email address will not be published. Required fields are marked *