15 ବର୍ଷ ପରେ ମନେ ପଡିଲା ପୁନର୍ଜନ୍ମର କଥା, ଇଚ୍ଛାଧାରୀ ନାଗୁଣୀ ହେବାର ଦାବି… ଦେଖନ୍ତୁ Video

୧୯୯୫ରେ ଉତ୍ତର ପ୍ରଦେଶର ଡାକୋର ଗାଁରେ ଏକ ପରିବାରରେ ଝିଅ ଜନ୍ମ ହେଲା । ସେହି ନବଜାତ ଶିଶୁର ଆଖିରେ ଏକ ଭିନ୍ନ ପ୍ରକାରର ତେଜ ଥିଲା । ଯେମିତି ଲାଗୁଥିଲା କି ସେ ସମସ୍ତଙ୍କୁ ରାଗି କି ଦେଖୁଛି । ଯାହାର ନାଁ ବୈଶାଳୀ ରଖାଗଲା । କିନ୍ତୁ ଧୀରେ ଧୀରେ ଯେମିତି ବୈଶାଳୀ ବଡ ହୋଇ ଚାଲୁଥିଲା ତାର ଏକ ବ୍ୟବାହାର ଉପରେ ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷିତ କରିଲା । ତାକୁ ନାଗୁ ନାଗୁଣୀ ସାପ ଦେଖିବାକୁ ବହୁତ ଭଲ ଲାଗେ । ସେଥିପାଇଁ ଗାଁରେ ଯେଉଁଠି ବି ସାପ ବାହାରୁଥିଲା ବୈଶାଳୀ ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ପହଞ୍ଚି ଯାଉ ଥିଲା ଓ ସେହି ନାଗକୁ ନିଜ ହାତରେ ଧରି ପକାଉଥିଲା ।

ବୈଶାଳୀକୁ ସାପ ଧରିବାର କଳା କେଉଁଠି ଆସିଲା ଓ ତାକୁ ଏହା କିଏ ଶିଖାଇଲା ଏହା ବିଷୟରେ ଚିନ୍ତା କରି ତାର ମାତା ପିତା ବହୁତ ଚିନ୍ତିତ ରହୁଥିଲେ । ଧୀରେ ଧୀରେ ବୈଶାଳୀ ସାପଙ୍କ ସହ ବନ୍ଧୁତା ବଢି ଚାଲିଲା । ବୈଶାଳୀ ଗାଁ ଛଡା ତାର ଆଖପାଖ ଗାଁର ଲୋକମାନେ ବି ସାପ ଧରିବା ପାଇଁ ବୈଶାଳୀକୁ ଖୋଜୁ ଥିଲେ ।

ଏହା ଦେଖି ବୈଶାଳୀର ପିତା ସାପ ଧରିବା ବଦଳରେ ଲୋକମାନଙ୍କ ଠାରୁ ଟଙ୍କା ବି ନେବାକୁ ଲାଗିଲେ । ଯାହା ଦ୍ଵାରା ସେମାନଙ୍କର ଆର୍ଥିକ ସ୍ଥିତି ଭଲ ହୋଇଗଲା । ଦିନେ ୧୫ ବର୍ଷ ବୟସରେ ବୈଶାଳୀର ଗୋଡକୁ ଏକ କୋବ୍ରା ସାପ ଚୋଟ ମାରିଦେଲା ।

Loading...

ବୈଶାଳୀକୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଗଲା ଯେଉଁଠି ତାର ଚିକିତ୍ସା କରାଗଲା । କିନ୍ତୁ ସେ ଯେତେବେଳେ ହୋସରେ ଆସିଲା ସେତେବେଳେ ସେ ଯେଉଁ ପ୍ରଶ୍ନ କରିଲା ତାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ବୈଶାଳୀ ପ୍ରଶ୍ନ କରିଲା କି ମୋର ଇଚ୍ଛାଧାରି ନାଗ ଗଲା କେଉଁଠି । କଣ ଆପଣ ତାକୁ ଦେଖିଛନ୍ତି ଓ ସେ କହିଲା କି ସେ ଗୋଟିଏ ଇଛାଧାରୀ ନାଗୁଣୀ ଅଟେ । କିଛି ସମୟ ପୂର୍ବେ ଯେତେବେଳେ ସେ ନିଜ ନାଗ ଠାରୁ ଦୂରକୁ ଯାଇଥିଲା ତେବେ ଗାଁର କିଛି ଲୋକମାନେ ତାକୁ ମାରି ଦେଇଥିଲେ । ବର୍ତ୍ତମାନ ମୋତେ ଏହା ଜାଣିବାର ଅଛି କି ମୋର ଇଚ୍ଛାଧାରୀ ନାଗ କେଉଁଠି ଅଛି । ୧୫ ବର୍ଷ ଝିଅ ମୁହଁରୁ ଏହିଭଳି କଥା ଶୁଣିବା ପରେ ବୈଶାଳୀର ମାତା ପିତା ସହ ପୁରା ଗାଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ବୈଶାଳୀ ନିଜ ମାତା ପିତାକୁ ଚିହ୍ନି ପାରୁ ନ ଥିଲା ଓ ସେ କେବଳ ଏହା କହୁଥିଲା କି ମୁଁ ଗୋଟିଏ ଇଚ୍ଛାଧାରୀ ନାଗୁଣୀ ଅଟେ ଓ ମୋତେ ମୋର ନାଗ ସହ ଦେଖା କରିବାର ଅଛି । ଏହା ପରେ ବୈଶାଳୀର ମାତା ପିତା ବୈଶାଳୀକୁ ଏକ ମନୋଚିକିତ୍ସକ ପାଖକୁ ନେଇ ଗଲେ । ସେ ପ୍ରଥମେ ବୈଶାଳୀକୁ ଶାନ୍ତ କରିଲେ ଓ ତାକୁ କହିଲେ କି ତୁମେ ପିଲାଦିନୁ ହିଁ ସାପ ସହ ଖେଳୁଛ । ତୁମେ କେବେ ବି ଚିନ୍ତା କରି ନ ଥିବ କି ସାପ ତୁମକୁ ବି ଚୋଟ ମାରି ପାରିବ । କିନ୍ତୁ ଯେତେବେଳେ ଗୋଟିଏ କୋବ୍ରା ସାପ ଚୋଟ ମାରିଲା ସେତେବେଳେ ତୁମକୁ ବିଶ୍ଵାସ ହେଲା ନାହିଁ ଓ ତୁମେ ବହୁତ ଡରି ଗଲ ।

ଯାହାର ସିଧା ପ୍ରଭାବ ତୁମର ମସ୍ତିଷ୍କ ଉପରେ ପଡିଛି । ଯେଉଁ କାରଣରୁ ତୁମେ ଏହି ସବୁ କଥା କହୁଛୁ । ମନୋଚିକିତ୍ସକ ସବୁଦିନ ବୈଶାଳୀକୁ ବୁଝାଇବାକୁ ଆସୁଥିଲେ । ସେ ଏହା ପ୍ରମାଣିତ କରିବାକୁ ଚେଷ୍ଟା କରୁଥିଲେ କି ଇଚ୍ଛାଧାରୀ ନାଗ ନାଗୁଣୀ ନ ଥାଏ । ପାଖାପାଖି ୧ ବର୍ଷ ପରେ ବୈଶାଳୀ ସାମାନ୍ୟ ହୋଇଗଲା । ଆଜି ବୈଶାଳୀ ସାପ ଧରିବା କାମ ଛାଡି ଦେଇଛି ଓ ଆଜି ସେ ଏକ ସରକାରୀ ବିଦ୍ୟାଳୀର ଶିକ୍ଷୟତ୍ରି ଅଟେ ।

Leave a Reply

Your email address will not be published. Required fields are marked *