Weather Update: ଓଡିଶା ଭାଙ୍ଗିଲା 63 ବର୍ଷର ରେକର୍ଡ, 17 ରୁ ପୁଣି ବର୍ଷିବ, ଏହି 5ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ବର୍ତ୍ତମାନ ରାଜ୍ୟର ଚାରିଆଡେ ବର୍ଷା ଲାଗି ରହିଛି । କୁହାଯାଉଛି କି ଏଥର ବର୍ଷା ରାଜ୍ୟରେ ରେକର୍ଡ ଭାଙ୍ଗିଛି । ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗି ସେଠି ୩୪୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୂବନେଶ୍ବରରେ ୧୯୫ ମିଲିମିଟର ବର୍ଷା ହେବା ଦ୍ଵାରା ଏହା ୬୩ ବର୍ଷର ରେକର୍ଡ ଭାଙ୍ଗିଛି । ପାରାଦ୍ଵୀପରେ ୨୧୯ ମିଲିମିଟର ବର୍ଷା ହୋଇଛି । ପୁରୀ ଜିଲ୍ଲାର ସର୍ବାଧିକ ୫ ଟି ସ୍ଥାନରେ ସବୁଠୁ ଅଧିକ ୩୦୦ ମିଲିମିଟର ବର୍ଷା ହୋଇଛି ।

ଏହିଭଳି ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷାର ପରିମାଣ ଆଗ ବର୍ଷ ଅପେକ୍ଷା ବହୁତ ଅଧିକ ଅଛି । ଏହା ଛଡା ପାଣି ପାଗ ବିଭାଗ ରାଜ୍ୟରେ ଆସନ୍ତା ଦିନରେ ବି ବର୍ଷା ଜାରି ରହିବ ବୋଲି ସୂଚନା ଜାରି କରିଛି । ସୂଚନା ଅନୁସାରେ ଆସନ୍ତା ୧୭ ତାରିଖ ଠାରୁ ଏକ ଘୁର୍ନିବଳୟ କାରଣରୁ ରାଜ୍ୟରେ ବର୍ଷା ହେବ ।

ଏକ ଗଭୀର ଅବପାତ ଚାନ୍ଦବାଲି ଦେଇ ଓଡିଶା ଉପକୂଳ ଅତିକ୍ରମ କରିବା ପରେ ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଅତିକ୍ରମ କରୁଛି । ଏହି ଘୁର୍ନି ବଳୟ ଉତ୍ତର ଦିଗରେ କେନ୍ଦ୍ରୀବୁତ ହେବ ଓ ଧୀରେ ଧୀରେ ଦୁର୍ବଳ ମଧ୍ୟ ହେବ । କିନ୍ତୁ ଆଜି ଓଡିଶାରେ ସବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ତୀବ୍ରତା ବଢିବ । କିନ୍ତୁ ଉପକୂଳ ବର୍ତ୍ତୀ ଓଡିଶାରେ ବର୍ଷାର ତୀବ୍ରତା କମିବାରେ ଲାଗିବ ।

କିନ୍ତୁ ଆସନ୍ତା କାଲି ବର୍ଷାର ପରିମାଣ ବହୁତ ମାତ୍ରାରେ କମିଯିବ । କିନ୍ତୁ କେବଳ ଆଜି ପଶ୍ଚିମ ଓଡିଶା ଜିଲ୍ଲା ଗୁଡିକରେ ସବୁଠୁ ଅଧିକ ବର୍ଷା ହେବ । କହିଦେଉଛୁ କି ୧୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୁର୍ନିବଳୟ ସୃଷ୍ଟି ହେବାର ଅଛି । ଯାହାକି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୮ ତାରିଖ ସକାଳେ ଖି ଉତ୍ତର ଓଡିଶାର ଉପକୂଳ ବର୍ତ୍ତୀ ଅଞ୍ଚଳ ଆଡକୁ ପହଞ୍ଚିଯିବ ।

୧୭ ତାରିଖରେ ପୁଣି ଥରେ ଓଡିଶାରେ ପ୍ରାୟତଃ ସବୁ ଜିଲ୍ଲା ଗୁଡିକରେ ବର୍ଷା ହେବ । ଯଦି ଉପର ମୁଣ୍ଡରେ ବର୍ଷା ହେବ ତେବେ ସବୁ ନଦୀରେ ଜଳ ସ୍ତର ବି ବଢିବ । କେତେକ ନଦୀର ଜଳ ସ୍ତର ବଢି ଗଲାଣି । ମହାନଦୀରେ ବି ବନ୍ୟା ଆସିପାରେ କାରଣ ଛତିଶଗଢରେ ବର୍ଷା ଆରମ୍ଭ ହୋଇ ଯାଇଛି ଓ ଆସନ୍ତା ଦିନ ଗୁଡିକରେ ବି ବର୍ଷା ହେବ ।

Leave a Reply

Your email address will not be published. Required fields are marked *