18 ଫେବୃୟାରୀ 2019 ସୋମବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ:-

ବ୍ୟବସାୟରେ ଉତ୍ତମ ଲାଭ ହେବା ସହ ଉନ୍ନତି ଏବଂ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ ।  ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ । ସାମାଜିକ ସ୍ତରରେ ସହନ ଶୀଳତା ଗୁଣରୁ ପ୍ରଶଂସିତ ହେବେ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ । ଯୁବକ ଯୁବତୀମାନେ ପ୍ରତିଯୋଗୀତା କ୍ଷେତ୍ରରେ ସଫଳତା ଲାଭ କରିବେ । ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ ।

ବୃଷ:-

ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ । ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ । ବ୍ୟବସାୟରେ ଉତ୍ତମ ଲାଭ ପ୍ରାପ୍ତି ହେବା ସହ ବେଶ୍ ଦୁଇ ପଇସା ରୋଜଗାର ହୋଇ ପାରିବ । କୃଷି କ୍ଷେତ୍ରରେ ସଫଳତା ଦେଖାଦେବ ।  ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ପ୍ରେମିକ-ପ୍ରେମିକାମାନେ ପ୍ରେମ ସମ୍ବନ୍ଧୀୟୟ କ୍ଷେତ୍ରରେ ସଫଳ ହେବେ ।

ମିଥୁନ:-

ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ । ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ । ସ୍ଥଗିତଥିବା କର୍ମଟି ପୂରଣ ହେବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ବ୍ୟବସାୟ ପରିଚାଳନାଗତ ସମସ୍ୟା ନେଇ ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ । ପ୍ରେମିକ-ପ୍ରେମିକାମାନେ ପ୍ରେମରେ ସଫଳ ହେବେ । ଯୁବକ-ଯୁବତୀ ମାନଙ୍କର ବିବାହ କ୍ଷେତ୍ରରେ ବାଧା ଦୂରେଇ ଯିବ । କୃଷିଜୀବିମାନଙ୍କର ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ ।

କର୍କଟ:-

ପରିବାରରେ ଆୟ ଊତ୍ତମ ସ୍ଥଳେ କେତେକ ବାଧା ପ୍ରତିବନ୍ଧକର ସାଧାରଣ ପରିବର୍ତ୍ତନ ଘଟି ଆଶା ଆକାଂକ୍ଷା ପୂର୍ତ୍ତି ଘଟିବା ଯୋଗେ ଭାଙ୍ଗିପଡିବେ ନାହିଁ । ବ୍ୟବସାୟରେ କିଛିଟା ଲାଭ ହେବ । ରାଜନୈତିକ କ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇ ଅସ୍ଥିରତା ସମ୍ପୂର୍ଣ ଦୂର ହେବ । ଗୃହପାଳିତ ପଶୁ ଓ ଯାନବାହାନ  ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ ।   ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବ । ପ୍ରେମିକ-ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ନୂତନ କର୍ମ ନିଯୁକ୍ତିରେ ସଫଳ ହେବେ । ଆର୍ଥିକ ଉନ୍ନତି ସହ ଯେ କୌଣସିରେ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ । ପ୍ରତିକାର : ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ।

ସିଂହ:-

ବାଣିଜ୍ୟ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ବନ୍ଦ ହୋଇଥିବା ବେପାର ପୁଣି ଚାଲୁ କରି ପାରିବେ । କୃଷିଜୀବିମାନଙ୍କର ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ମାନସିକଶାନ୍ତି ମିଳିବା ଯୋଗେ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ । ଗୃହପାଳିତ ପଶୁ ଓ ଯାନବାହାନ  ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ ।   ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବ । ସାମାଜିକ ସ୍ତରରେ ଅନ୍ୟମାନଙ୍କର ଭଲ କରିବାକୁ ଯାଇ ପ୍ରଶଂସିତ ହେବେ ।

କନ୍ୟା:-

ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ସାମାଜିକ ପତିଆରା ଅମଳିନ ରହିବ । ଆୟ ଉପାର୍ଜନ ବୃଦ୍ଧି ହେବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ । ଦୂରଯାତ୍ରାରେ ସଫଳ ହେବେ । ଆୟ ଉପାର୍ଜନରେ ବାଧା ନାହିଁ । କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ଏବଂ କଣ୍ଟ୍ରାକ୍ଟରମାନେ ଆନନ୍ଦିତହେବେ । ଆମୋଦ-ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ । ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ ।

ତୁଳା:-

ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ  ଜୀବନ ସୁଖମୟ ହେବ । ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବା ସହ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ମହିଳାମାନେ ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ । ହସଖୁସିରେ ସମୟ ବିତାଇବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ବ୍ୟବସାୟରେ ଉନ୍ନତି, ଆର୍ଥିକ ସ୍ଥିତିରେ ବୃଦ୍ଧି, ଲାଭ ପ୍ରାପ୍ତି ହେବା ସହ ବେୟ ତୁଳନାରେ ଆୟ ବହୁତ ହେବ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ ।

ବିଛା:-

ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ । ଡାକ୍ତରଙ୍କ ପାଖକୁ ଯିବାକୁ ପଡିପାରେ, କିନ୍ତୁ କୌଣସି ଡରିବାର ବା ଚିନ୍ତାର କଥା ନାହିଁ । ବୈବାହିକ ଜୀବନରେ ମତାନ୍ତର ମନାନ୍ତର ଦେଖା ଦେଇପାରେ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ଆଶା ଓ ଉର୍ଜା ଦ୍ଵାରା ଯେକୌଣସି ପ୍ରତିଯୋଗୀତାକୁ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ । କାରବାରରେ ସ୍ଥିତି ଠିକ୍ ରହିବ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରେ ସୁଧାର ଆସିବ ।

ଧନୁ:-

ଆପଣଙ୍କ ମାନସିକ କ୍ଷମତା ଓ ଶାରୀରିକ କାର୍ଯ୍ୟ କ୍ଷମତାରେ ବୃଦ୍ଧି ହେବ । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ । ଆପଣଙ୍କୁ ମାନସିକ ଶାନ୍ତି ମିଳିବ ଓ ଧାନ ପ୍ରାପ୍ତି ହେବ । ବାଣିଜ୍ୟ ବ୍ୟାପାର ମାମଲାରେ ଦୂରସ୍ଥାନକୁ ଯିବାକୁ ପଡିବ । ପାରିବାରିକ  ସମସ୍ୟା ସମାଧାନ ହୋଇ ପ୍ରଶଂସିତ ହେବେ ।   ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଆଶା ଓ ଉର୍ଜା ଦ୍ଵାରା ଯେକୌଣସି ପ୍ରତିଯୋଗୀତାକୁ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ । ମହିଳାଙ୍କ ମାନସିକସ୍ଥିତି ଭଲ ରହିବ ।

ମକର:-

ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ପ୍ରତିଷ୍ଠା ପ୍ରଟିପତ୍ତି, ମାନସମ୍ମାନ ଓ କ୍ଷାତି ବଢିବ । ପ୍ରତ୍ୟେକ କ୍ଷେତ୍ରରେ ହାତ ବଢାଇଲେ ମଧ୍ୟ ସଫଳତା ପ୍ରାପ୍ତ ହେବ । ଘର ପରିବାରସ୍ଥିତି ଭଲ ରହିବ । ବାଣିଜ୍ୟ ଓ ବ୍ୟବସାୟ, ପରିବହନରେ ଆଶାଜନକ ସଫଳତା ହାସଲ କରିବେ । ଆର୍ଥିକସ୍ଥିତି ଭଲ ରହିବ । ମିତ୍ରମାନେ ପରାମର୍ଶ ଦେଇ କିଛି ସମସ୍ୟାମୂଳକ କାମପ୍ରତି ପ୍ରଲୋଭିତ କରିବେ । ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ । ଆଶା ଓ ଦୃଢ ସଂକଳ୍ପ ଦ୍ଵାରା କ୍ଷମତା ହାସିଲ କରିବେ । ପ୍ରତିକାର- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

କୁମ୍ଭ:-

ଅଧ୍ୟୟନ, ଅଧ୍ୟାପନ, ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ । ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଲାଗି ରହିଲେ ବି ଆଶାତୀତ ଲାଭ ପାଇବେ । କୌଣସି କାରଣ ବଶତଃ ଦୂର ବା ନିକଟ ଯାତ୍ରାକୁ ନଯିବା ଉଚିତ୍ । ଲୋକମାନଙ୍କ ସହିତ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ । ହାସ-ପରିହାସ ଓ ମନୋରଞ୍ଜନରେ ସମୟ ବ୍ୟତୀତ ହେଲେ ମଧ୍ୟ ଆୟ ବୃଦ୍ଧି ହେବ । ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ନତୁବା ଖର୍ଚ୍ଚ କରିବାକୁ ପଡିବ । କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବ ।

ମୀନ:-

ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ । ମିତ୍ର ଓ ପ୍ରିୟଜନମାନେ ଖୁସିର ସନ୍ଦେଶ ଅର୍ପଣ କରିବେ । ରାଜନୀତି କ୍ଷେତ୍ରରେ ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ । ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ, ଧନସମ୍ପଦରେ ଅଭିବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଜ୍ୟପ୍ରାପ୍ତି ହେବ । ବ୍ୟବସାୟରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ ।

Leave a Reply

Your email address will not be published. Required fields are marked *