କେମିତି କଟିବ ଆଜି? ଆଜିର ଭାଗ୍ୟରେଖା – 19 ସେପ୍ଟେମ୍ବର 2018, ବୁଧବାର

ମେଷ : ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।

ବୃଷ : ଆଜି ଆପଣ ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ । ନଚ଼େତ୍ ତାହା ହଜିଯିବାର ସମ୍ଭାବନା ଅଛି । ଆଦୌ ଚ଼ିନ୍ତା କରନ୍ତୁ ନାହିଁ । କେବଳ ସତର୍କତା ଅବଲମ୍ବନ କରନ୍ତୁ ।

ମିଥୁନି : ଘରେ ଲାଗିରହିଥିବା ଅଶାନ୍ତି ଯୋଗୁଁ ଆପଣ ଚ଼ିନ୍ତିତ ହୋଇପାରନ୍ତି । ଯଦିଓ ଘରର ଅଶାନ୍ତିର କାରଣ ଆପଣ ନୁହଁନ୍ତି ତଥାପି ମାନସିକ ଶାନ୍ତି ପାଇଁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ ।

କର୍କଟ : ଆଜି ଆପଣଙ୍କ ବନ୍ଧୁମାନେ ଆପଣଙ୍କୁ ଖୁବ୍ ପ୍ରଶଂସା କରିବେ । ଆପଣ ସହକର୍ମୀମାନେ ମଧ୍ୟ ଆପଣଙ୍କ ପ୍ରଶଂସା ଗାଇବେ । ଆପଣ ଜଣେ ବନ୍ଧୁମାନ ବ୍ୟକ୍ତି । ଯଦି ଆପଣଙ୍କୁ ବନ୍ଧୁମାନେ ଉପଦେଶ ମାଗନ୍ତି ,ତେବେ ଆପଣ ତାଙ୍କୁ ନିରାଶ କରନ୍ତୁ ନାହିଁ ।

ସିଂହ : ଯଦି ଆପଣଙ୍କ ଘରେ ସୁଖଶାନ୍ତି ରହିବେ, ଏହି ସମୟ ଆପଣଙ୍କ ଓ ଆପଣଙ୍କ ର ପରିବାର ବର୍ଗଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହେବ । ଆପଣମାନେ ପରସ୍ପର ମଧ୍ୟରେ ଭଲ ସମୟ କଟାଇପାରିବେ ।

କନ୍ୟା : ଛାତ୍ରମାନେ ଅଧ୍ୟୟନରେ ଅଧିକ ଭାରାକ୍ରାନ୍ତ ହୋଇ କ୍ଳାନ୍ତି ଅନୁଭବ କରିବେ ଏବଂ ବିଶ୍ରାମ କରିବେ । ଆଜି ଦିନରେ ସାଂଗ ସାଥିମାନଙ୍କ ସହ ଭ୍ରମଣ କିମ୍ବା ଚାପାନ କରି ମାନସିକ କ୍ଳାନ୍ତି ମେଣ୍ଟାଇବେ । ଏହା ସ୍ୱାସ୍ଥ୍ୟ ପାଇଁ ଭଲ ।

ତୁଳା : ଆଜି ଆପଣଙ୍କୁ ନିଜର ବିଚ଼ାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବା ପାଇଁ ଚ଼େଷ୍ଟା କରିବା ଉଚ଼ିତ୍ । ଆପଣ ବହୁତ ଭଲ ବିଚ଼ାରରେ ଭର୍ତି ଅଛନ୍ତି କିନ୍ତୁ ଏ ବିଚ଼ାର ନିଜର ସହତ୍ତ୍ୱ ହଜାଇ ଦେବେ ଯଦି ଆପଣ ତାକୁ ଠିକ୍ ଭାବରେ ବ୍ୟକ୍ତ ନକରିପାରିବେ ।

ବିଛା : ଏହି ସମୟ ପରିବାର ଲୋକଙ୍କ ସହିତ କୌଣସି ଉତ୍ସବକୁ ଯିବାର ସମୟ ଅଟେ । କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁପଯୋଗ କରି ଆପଣ ବହୁତ ଆନନ୍ଦ ପାଇ ପାରନ୍ତି ।

ଧନୁ : କୌଣସି ନିକଟ ସମ୍ପର୍କୀୟ ଆଜି ଆପଣଙ୍କୁ ସହଯୋଗର ହାତ ବଢ଼େଇବେ । କୌଣସି ସମସ୍ୟାର ସମାଧାନ କରିବାକୁ ହେଲେ ଆପଣଙ୍କୁ ଆପଣଙ୍କର ଲୋକଙ୍କର ସାହାଯ୍ୟର ଦରକାର ପଡ଼ିପାରେ ।

ମକର : ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।

କୁମ୍ଭ : ଆଜି ଦିନରେ ଆପଣ ଅତି ସାବଧାନରେ ସମସ୍ତ କଥା ଚିନ୍ତା କରିବେ । ଏଭଳି ଅବସ୍ଥାରେ ପହଞ୍ଚିବା ପାଇଁ କେତେ କଠିନ ପରିଶ୍ରମ କରିଛନ୍ତି ତାହା ଚିନ୍ତା କରି ଆନନ୍ଦିତ ହେବେ ଏବଂ ଭବିଷ୍ୟତ ଆପଣଙ୍କ କିପରି ହେବ ତାହା ମଧ୍ୟ ଚିନ୍ତା କରିବେ ।

ମୀନ : ଆଜି ଆପଣ ନିଜର ଖରାପ ବ୍ୟବହାରକୁ ଛାଡ଼ି ଭଲ ବ୍ୟବହାରକୁ ସ୍ୱୀକାର କରିବା ଉଚ଼ିତ୍ । ଆଜି ଆପଣ ନିଜ ସମ୍ପର୍କ ଉପରେ ମଧ୍ୟ ନଜର ରଖିବେ ଏବଂ ତାଙ୍କୁ ଆହୁରୀ ଉଚ୍ଚାରେ ପହଁଞ୍ଚାଇବାକୁ ଭାବିବେ । ଆଜିର ଦିନ ଆତ୍ମବିଶ୍ୱାସତାର ଦିନ ଅଟେ ।

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍ କସହିତ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *