19 ବର୍ଷର ଝିଅକୁ ସର୍ଟପ୍ୟାଣ୍ଟ ପିନ୍ଧିବା ପଡିଲା ମହଙ୍ଗା, ଦେଖନ୍ତୁ Video କଣ କହୁଛି ଝିଅଟି

କହିବାକୁ ଗଲେ ଗୋଟିଏ ଛାତ୍ରକୁ ପରୀକ୍ଷା ଦେବା ପାଇଁ ଯାହା ସବୁ ଆବଶ୍ୟକ ହୋଇଥାଏ ସେହି ସବୁ ବିଷୟରେ ଆପଣ ଜାଣିଛନ୍ତି । କଠିନ ପରିଶ୍ରମ କରି ପଢିବା ଓ ଏକାଗ୍ରତା ହେବ ପରୀକ୍ଷା ହଲରେ ପରୀକ୍ଷା ଦବା । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଛାତ୍ରୀ ବିଷୟରେ କହିବୁ ଯିଏକି ପାଠ ତ ପଢିଥିଲେ, କିନ୍ତୁ ସଠିକ ଡ୍ରେସ ନ ପିନ୍ଧିବା କାରଣରୁ ତାଙ୍କୁ ପରୀକ୍ଷା ହଲରେ ବସିବାକୁ ଅନୁମତି ମିଳିଲା ନାହିଁ । ଆପଣ ଏହି ଘଟଣା ବିଷୟରେ ପୁରା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେଜପୁରରେ ଗିରିଜାନନ୍ଦନ ଚୌଧାରୀ ଇନ୍ସଚିଟିଉଟ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ଟେକ୍ନୋଲଜିରେ (Girijananda Chowdhury Institute Of Management And Technology) ଏକ ପ୍ରବେଶିକା ପରୀକ୍ଷା ଚାଲି ଥିଲା ।

ଏହି କଲେଜକୁ ବିଭିନ୍ନ ସ୍ଥାନରୁ ଛାତ୍ର ଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବା ପାଇଁ ଆସିଥିଲେ । ଏହା ଏକ agriculture entrance exam ଥିଲା । ଯାହାକୁ ଆସାମର ଏଗ୍ରିକଲ୍ଚର ବିଭାଗ ତରଫରୁ ଆୟୋଜିତ କରାଯାଇଥିଲା । ଏହି ଘଟଣା ଅନୁସାରେ ୧୯ ବର୍ଷୀୟ ଝିଅ ଯୁବଳି ମଧ୍ୟ ଏହି ପରୀକ୍ଷା ଦେବାକୁ ଆସିଥିଲେ । କିନ୍ତୁ ସେ ସର୍ଟ ପ୍ୟାଣ୍ଟ ପିନ୍ଧି ଥିବାରୁ ତାଙ୍କୁ ପ୍ରବେଶିକା ପରୀକ୍ଷାରେ ପ୍ରବେଶ କରିବା ପାଇଁ ଅନୁମତି ମିଳିଲା ନାହିଁ । କହିଦେଉଛୁ କି ଯୁବଳି ନିଜ ପିତାଙ୍କ ସହ ବିଶ୍ଵନାଥଚାଲିରୁ ପାଖାପାଖି ୭୦ କିମି ଦୂର ତେଜପୁରକୁ ଏହି ପ୍ରବେଶିକା ପରୀକ୍ଷା ଦେବା ପାଇଁ ଆସିଥିଲେ ।

ଯୁବଳିଙ୍କ ମତରେ ସେ କେବେ ବି ଚିନ୍ତା କରି ନ ଥିଲେ କି ତାଙ୍କର ପୋଷାକ ତାଙ୍କୁ ପରୀକ୍ଷା ଦେବାରେ ବାଧା ସୃଷ୍ଟି କରିବ । ଯୁବଳି ମିଡିଆ ସାମ୍ନାରେ କହିଥିଲେ କି ସେ ଯେତେବେଳେ କଲେଜ ଭିତରକୁ ପ୍ରବେଶ କରିଲେ ତେବେ ସିକ୍ୟୁରିଟି ତାଙ୍କୁ ସମ୍ପୂର୍ଣ ରୂପରେ ଚେକ କରି ଭିତରକୁ ଛାଡିଥିଲା । କିନ୍ତୁ ଯେତେବେଳେ ସେ ପରୀକ୍ଷା ହଲ ଭିତରକୁ ଗଲେ ତେବେ ସେହି ସମୟରେ ଜଣେ ସାର ତାଙ୍କୁ ପରୀକ୍ଷା ହଲ ଭିତରକୁ ଛାଡି ନ ଥିଲେ । ତାଙ୍କୁ କୁହାଗଲା କି ସେ କିଛି ସମୟ ପାଇଁ ଅପେକ୍ଷା କରନ୍ତୁ ।

ଅନ୍ୟ ପଟେ ପରୀକ୍ଷା ପାଇଁ ସମୟ ବିତିଯାଉ ଥାଏ ଓ ଅନ୍ୟ ବିଦ୍ୟାର୍ଥୀମାନେ ପରୀକ୍ଷା ହଲକୁ ଧୀରେ ଧୀରେ ପ୍ରବେଶ କରୁଥିଲେ । ଯୁବଳିଙ୍କ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଆସୁଥିଲା । ସେ ସବୁ ନିୟମ ମାନି ପାରିକ୍ଷା ଦବାକୁ ଆସିଛନ୍ତି ଓ ତାଙ୍କ ପାଖରେ ସବୁ କାଗଜ ମଧ୍ୟ ଅଛି । କିନ୍ତୁ କିଛି ସମୟ ପରେ ଯୁବଳି ଜାଣି ପାରିଲେ କି ସାର ତାଙ୍କୁ ତାଙ୍କର ସର୍ଟ ପ୍ୟାଣ୍ଟ ପାଇଁ ପରୀକ୍ଷା ହଲ ଭିତରକୁ ଛାଡି ନ ଥିଲେ । ସାର ତାଙ୍କୁ କହିଲେ କି ସର୍ଟ ଡ୍ରେସ ପିନ୍ଧି ପରୀକ୍ଷା ହଲ ଭିତରକୁ ଅନୁମତି ନାହିଁ ।

ଏହା ଶୁଣିବା ପରେ ଯୁବଳି ଆଶ୍ଚର୍ଯ୍ୟ ହୋଇ ପଚାରିଲେ କି ଏହିଭଳି କାହିଁକି । ପରୀକ୍ଷାରେ ଯାହା ସବୁ ନିୟମ ଲାଗୁ ହୋଇଥାଏ ତାହା ସବୁ ଏଡମିଟ କାର୍ଡରେ ସଫା ସଫା ଲେଖା ହୋଇଥାଏ । କିନ୍ତୁ ସର୍ଟ ଡ୍ରେସ ପିନ୍ଧି ପରୀକ୍ଷା ଦେଇ ହବ ନାହିଁ ବୋଲି କୌଣସି ବି ସ୍ଥାନରେ ଲେଖା ହୋଇ ନାହିଁ । କିନ୍ତୁ ଯଦି ଏହିଭଳି କିଛି ନିୟମ ଅଛି ତେବେ ପୂର୍ବରୁ ହିଁ ଏଡମିଡ କାର୍ଡରେ ଲେଖିବା ଉଚିତ ଥିଲା । ଯୁବଳି ତାଙ୍କ ବାପାଙ୍କ ସହ କଥାବାର୍ତ୍ତା ହେବା ପାଇଁ ମଧ୍ୟ କହିଲେ । କିନ୍ତୁ ସାର ଜଣକ ମନା କରିଦେଲେ ।

ଏହା ବିଷୟରେ ଜାଣିବା ପରେ ଯୁବଳିଙ୍କ ପିତା ପରୀକ୍ଷା କେନ୍ଦ୍ରରୁ ପାଖାପାଖି ୮ କିମି ଦୂରକୁ ଯାଇ ଯୁବଳିଙ୍କ ପାଇଁ ଏକ ପ୍ୟାଣ୍ଟ କିଣି ନେଇ ଆସିଥିଲେ । କିନ୍ତୁ ଏହାରି ମଧ୍ୟରେ ଏହି ସମସ୍ୟାର ସମଧାନ ହୋଇଗଲା । ଯାହା ହେଲା ତାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପରୀକ୍ଷା କେନ୍ଦ୍ରର ଦୁଇ ଜଣ ଝିଅ ତାଙ୍କୁ ଏକ ଡୋର ସ୍କିନ ଆଣି ଦେଲେ ଓ ଯାହାକୁ ଘୋଡେଇ ହୋଇ ଯୁବଳି ପରୀକ୍ଷା ହଲରେ ବସି ପରୀକ୍ଷା ଦେଇ ଥିଲେ ।

ପରୀକ୍ଷା ସମାପ୍ତ ହେବା ପରେ ଯୁବଳି ମିଡିଆ ସାମ୍ନାକୁ ଆସି ନିଜ ସହିତ ହୋଇଥିବା ସମସ୍ତ ଘଟଣାକୁ ବିସ୍ତାର ରୂପରେ କହିଥିଲେ । ଏତିକି ନୁହେଁ ସେହି ସାର ଜଣକ ଯୁବଳିଙ୍କ ଡ୍ରେସକୁ ନେଇ ତାଙ୍କୁ ବହୁତ କଥା ବି ଶୁଣାଇ ଥିଲେ । ଆଜିକାଲି ଯୁଗରେ ଲୋକମାନେ କେବଳ ଆପଣଙ୍କ ପୋଷାକ ଦେଖି ଆପଣଙ୍କୁ ଜଜ କରିଥାନ୍ତି ।

Leave a Reply

Your email address will not be published. Required fields are marked *