ଚାଷୀ ତିଆରି କଲେ ଫୋର୍ଡ ମଡେଲ କାର୍, ଥରେ ଚାର୍ଜ ହେଲେ ଗଡ଼ିବ ଏତେ କିଲୋମିଟରକି ବିଶ୍ଵାସ ହେବନି

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଜଣେ ବ୍ୟବସାୟୀଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଉଦ୍ୟମରେ ୧୯୨୦ ରେ ଏକ ଫର୍ଡ ଗାଡିକୁ ଦେଶୀ ଜ୍ଞାନ କୌଶଳ ମାଧ୍ୟମରେ ନିର୍ମାଣ କରିଛନ୍ତି । ଏହି ଗାଡିରେ ବ୍ୟବହାର ହୋଇଛି କିଛି ଇଲେକ୍ଟ୍ରୋନିକ ଜିନିଷ ଓ ସଲାର ପ୍ଳେଟ ଓ ବ୍ଯାଟେରୀ । ଏପରି ଉଦ୍ଭାବନ କରି ଦେଖାଇଛନ୍ତି କରେଞ୍ଚିର ସଫଳ ବ୍ୟବସାୟୀ ସୁଶୀଲ କୁମାର ଅଗ୍ରୱାଲ । ୧୯୨୦ରେ ହେଲେଡି ଫୋର୍ଡର ଗାଡି ବାହାରି ଥିଲା ଯାହା ଦେଖିବାକୁ ବହୁତ ସୁନ୍ଦର ଲାଗୁଥିଲା । ଏବେ ମଧ୍ୟ ଏହି ଗାଡିର ମଡେଲକୁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି ।

ସେ ଗାଡିରେ ଇଞ୍ଜିନ ଥିଲା କିନ୍ତୁ ସୁଶୀଲ ଯେଉଁ ଗାଡି ତିଆରି କରିଛନ୍ତି ସେଥିରେ ଇଞ୍ଜିନ ନାହି । ସୁଶୀଲ କହିଛନ୍ତି ଏହି ଗାଡିରେ ଗୋଟେ ଛୋଟ ମୋଟର ଏକ୍ସେଲରେ ଲଗା ଯାଇଛି । ଏହା ସହ ଦୁଇଟି ବ୍ଯାଟେରୀ ଲାଗିଛି । ଗାଡିରେ ବ୍ଯାଟେରୀ ଫୁଲ ଚାର୍ଜ ରହିଲେ ୩୫୦ କିମି ଯାଏଁ ଯାଉଛି । ବ୍ଯାଟେରୀର ଯେଉଁ ଏମପାୟର ରହିଛି ତାହା ୧୦୦ ଏମ୍ପାୟାର । ଦୁଇଟି ଯାକ ବ୍ଯାଟେରୀ ସଲାର ପ୍ଳେଟରେ ଚାର୍ଜ ହେଉଛି । ଏହି ଗାଡିରେ ସଲାର ପ୍ଳେଟ ୩୫୦ ୱାଟର ଲାଗିଛି ତାହା ଦ୍ଵାରା ୧୮ରୁ ୨୦ ଏମ୍ପାୟାର କରେଣ୍ଟ ମିଳୁଛି । ପିଲା ଦିନୁ ସୁଶୀଲ ଙ୍କର ଅଟୋ ମୋବାଇଲରେ କାମ ଚାଲିଥିଲା ।

ତାଙ୍କର ଇଚ୍ଛା ଥିଲା କି ଏମିତି ଗାଡି ତିଆରି କରିବେ ଯେ ବିନା ପେଟ୍ରୋଲ ଓ ଡିଜେଲ ରେ ଚାଲିବ । ଏହା ସହ ଯେବେ ଗ୍ରାହକ ଏହି ଗାଡି କିଣିବେ ୧୦ ବର୍ଷ ଯାଏଁ ଗୋଟେ ଟଙ୍କା ଗାଡିରେ ଖର୍ଚ୍ଚ କରିବେ ନାହି । ସୁଶୀଲ ତିଆରି କରିଥିବା ଏହି ଗାଡିକୁ ମାର୍କେଟ ରେ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଇଞ୍ଜିନିୟର କମ୍ପାନୀ ସହ ତାଙ୍କର ଆଲୋଚନା ଚାଲିଛି ଯାହା ଜରିଆରେ ସେ ନିଜ ଗାଡି ପ୍ରଦକ୍ଷ୍ନ କରି ଅପରିବେ । ଏହି ଗାଡି ଯେବେ ପ୍ରଡ଼କସନା ହେବ ତାହାର ଦୂରତା ୩୫୦ କିମି ରୁ ଆରମ୍ଭ କରାଯିବ । ଯେମିତି କି ଗାଡି ଥରେ ଚାର୍ଜ କରିଲେ ୩୫୦ କିମି ଦୂର ଯାଉଥିବ ।

ଏହାକୁ ଆଖି ଦ୍ରୁଷ୍ଟି ରେ ରଖି ୩ ଲକ୍ଷ ରୁ ଗାଡି ତିଆରି କରିବା ଆରମ୍ଭ କରିବେ । ଏହି ଗାଡିରେ କେବଳ ଇଞ୍ଜିନ ନାହି କିନ୍ତୁ ବ୍ଯାଟେରୀ ଲାଗିବା ସହ ଭଲ ଚକା ଓ ବ୍ରେକ ଲାଗିଛି । ଏହି ଗାଡି ତିଆରି କରିବା ପରେ ଏତେ ସଫଳତା ମିଳିଛି କି ସୁଶୀଲ ୨୦୦୦ କିମି ଯାଏଁ ଏ ଗାଡି ଚଲାଇ ପାରୁଛନ୍ତି । କିନ୍ତୁ ଆଜି ଯାଏଁ ସେ ନିଜ ଗାଡି ରେ ଗୋଟେ ଟଙ୍କା ବି ଖର୍ଚ୍ଚ କରି ନାହନ୍ତି । ବର୍ତ୍ତମାନ ଏହି ଗାଡି ନିର୍ମାଣ କରି ବେଶ ଚର୍ଚ୍ଚାରେ ରହିଛନ୍ତି କରଞ୍ଜିଆ ଅଞ୍ଚଳର ସୁଶୀଲ କୁମାର ଅଗ୍ରୱାଲ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *