2-10-2018: କେମିତି କଟିବ ଆଜି? ଦୈନିକ ରାଶିଫଳ (ମଙ୍ଗଳବାର)

ମେଷ : ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ମନରେ ପ୍ରସନ୍ନତା ଆସିବ। ମାନ୍ୟତା ପ୍ରାପ୍ତ ହେବେ। ଆର୍ଥିକ ଅଭିବୃଦ୍ଧି ଘଟିବ। ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ଶାନ୍ତି ବିରାଜମାନ ହେବ।

ବୃଷ: କୌଣସି କାର୍ଯ୍ୟରେ ବାହାରକୁ ଗଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଆପଣଙ୍କର ମନୋଭାବ କୌତୁକମୟ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଅଫିସ୍‌ରେ ଆପଣଙ୍କ କୌଣସି କାମର ପ୍ରଶଂସା ହୋଇପାରେ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ।

ମିଥୁନ: ହଠାତ୍‌ କିଛି ଧନଲାଭ ହେବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦିନଟି ଭୋଗ ବିଳାସରେ ଅତିବାହିତ କରିବେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି ।

କର୍କଟ: ମାନସିକ ସ୍ତରରେ ଅସ୍ଥିରତା ଅନୁଭବ କରିପାରନ୍ତି । ନିଜକୁ କଳହମୁକ୍ତ ରଖିବାକୁ ପଡ଼ିବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଶତ୍ରୁ ଆପଣା ଛାଏଁ ଅପସରିଯିବ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ନିଷେଧ ।

ସିଂହ: ଅଜାଣତରେ ପ୍ରତାରିତ ହୋଇପାରନ୍ତି । ବନ୍ଧୁ ସହାୟତା ପାଇ ଆଶ୍ୱସ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ମନରେ ସେବା ମନୋଭାବ ଜାଗରିତ ହେବ । ଶାନ୍ତି ଓ ଧୈର୍ଯ୍ୟବାନ ହେବେ । ପନôୀଙ୍କ କଥାରେ ପରିଚାଳିତ ହେବେ ।

କନ୍ୟା : ଆଜି ଆପଣ ନିଜର ଭଲ ମନୋଭାବ ଅନୁଭବ କରିବେ । ବ୍ୟବସାୟୀ ନୂଆ କାମର ଶୁଭାରମ୍ଭ କରିପାରନ୍ତି । ରାଜନୀତିରେ ସଫଳତା ପାଇବେ । ପ୍ରେମ ସମ୍ବନ୍ଧ ଭଲ ରହିବ । ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ । ପାରିବାରିକ ବାତାବରଣ ଶାନ୍ତିମୟ ରହିବ । ଦାମ୍ପତ୍ୟ ଜୀବନ ମଧୁରମୟ ହେବ ।

ତୁଳା : ଆଜି ମନରେ ଧାର୍ମିକ ଭାବନା ଉଦୟ ହେବ । କ୍ୟାରିୟରରେ ଆଗକୁ ବଢିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ । ଅଫିସରେ କୌଣସି କାମ ଲାଗି ଆପଣଙ୍କର ପ୍ରଶଂସା ହୋଇପାରେ । କୌଣସି ଧାର୍ମିକ ସ୍ଥଳକୁ ଯିବାର ସମ୍ଭାବନା ରହିଛି । ଆଜି ଭାଗ୍ୟବୃଦ୍ଧିର ସୁଯୋଗ ରହିଛି । ପୁଞ୍ଜିନିବେଶଙ୍କ ପାଇଁ ଏହା ସବୁଠୁ ଉତ୍ତମ ସମୟ ।

ବିଛା: ଆଜି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବିଗିଡ଼ିପାରେ। ମହିଳାମାନେ ପ୍ରେମ ପାଇବାର ଦିନଟିଏ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ବ୍ୟବସାୟରୁ ପରିଶ୍ରମର ଫଳ ମିଳିବ ଓ ଲାଭ ବୃଦ୍ଧି ହେବ। ଅଧିକାରୀଙ୍କ ଠାରୁ ବଡ଼ ଦାୟିତ୍ଵ ମିଳିବା ଯୋଗ ରହିଛି।

ଧନୁ: ଆଜି ଆପଣଙ୍କ ଲକ୍ଷ୍ୟ ସଫଳ ହୋପାରେ। ଆପଣଙ୍କ ଶାନ୍ତ ସରଳ ସ୍ୱଭାବ ଏବଂ ବ୍ୟବହାର ଅନ୍ୟମାନଙ୍କୁ ଆକର୍ଷିତ କରିବ। ବ୍ୟବସାୟରୁ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ। ଅଫିସ୍‌ରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ମକର: ତରବର ହୋଇ କାର୍ଯ୍ୟ କଲେ ସଫଳତା ମିଳିବା କଷ୍ଟସାଧ୍ୟ ହେବ । ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି । ଭାଗ୍ୟର ପରିବର୍ତ୍ତନ ଘଟାଇ ପାରନ୍ତି । ମଧୁର ଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଉଦାର ବିଦ୍ୟାପ୍ରେମୀ ହେବେ ।

କୁମ୍ଭ : ଆଜି ଆପଣଙ୍କ ପାଇଁ ଯଶପ୍ରାପ୍ତିର ଦିନଟିଏ । ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ । ପୁଞ୍ଜି ବଜାରରେ ନିବେଶ ଲାଭଦାୟକ ରହିବ । ଚାକିରିଆଙ୍କୁ ସରକାରୀ କାମରେ ସଫଳତା ମିଳିପାରେ । ପତ୍ନୀ ଓ ପୁଅଠୁ ଆନନ୍ଦଦାୟକ ସମାଚାର ମିଳିବ । ଭ୍ରମଣର ଯୋଜନା ବନାଇପାରନ୍ତି । କିଛି ନୂଆ ଶିକ୍ଷା ମିଳିବାର ଆଶା ରହିଛି ।

ମୀନ : ଆଜି ଅଫିସରେ ନୂଆ ଯୋଜନାରେ କାମ କରିପାରନ୍ତି । ସହକର୍ମୀଙ୍କ ସହଯୋଗ ପାଇବେ । ବ୍ୟବସାୟରେ ନୂଆ ପ୍ରସ୍ତାବ ଲାଭଦାୟକ ହେବ । ପାରିବାରିକ କାର୍ଯ୍ୟରେ ପରିବାର ଲୋକଙ୍କ ସହଯୋଗ ମିଳିବ । ରାଜନୀତିରେ ସୀମା ବଢାଇବେ । ଆର୍ଥିକ ସ୍ଥିତିରେ ସୁଧାର ହେବ । ପୁରୁଣା ଭୂସଂପତ୍ତି ମାମଲାରେ ସ୍ଥଗିତ ଥିବା କାମ ପୂରା ହେବ । ବ୍ୟବସାୟରେ ଫାଇଦା ମିଳିବ। ପ୍ରେମୀଜନଙ୍କ ଠାରୁ ସୁଖ ଓ ସନ୍ତୋଷ ମିଳିବ ।

Leave a Reply

Your email address will not be published. Required fields are marked *