2ଦିନ ଭିତରେ ବୁଦ୍ଧି ଶିଖେଇ ଦେଲେ ନା ! ଡ୍ରାଇଭର ସଂଘଙ୍କ ଆନ୍ଦୋଳନରେ ଦୋହଲିଳା ସାରା ଓଡିଶା…

ଆନ୍ଦୋଳନ ରୁ ଓହରିଲେ ସତ କିନ୍ତୁ ସରକାରଙ୍କୁ ଚକମା ଦେଖେଇ ଦେଲେ । ଲିଖିତ ପ୍ରତିଶ୍ରୁତି ନେଲେ, 23 ବର୍ଷର ସରକାରଙ୍କୁ ଧମକେଇ ଦେଲେ । ବିଧାନସଭା ଭିତରେ ଆଉ ରାଜ ରାସ୍ତା ରେ ସବୁଠି ଡ୍ରାଇଭର ତାତି । ସରକାରୀ ଚକ୍ରାନ୍ତି କୁ ବି ଭଣ୍ଡୁର କରି ଦେଲେ । ମାତ୍ର ତିନି ଦିନର ଆନ୍ଦୋଳନ, ବିଚଳିତ କରି ଦେଇଛି ସରକାର ଚଳାଉଥିବା ବାବୁ ମାନଙ୍କ ମନ । ମାର୍ଚ୍ଚ 15,16 ଏବଂ 17 ତିନି ଦିନ ଧରି ରାଜ୍ୟର ଡ୍ରାଇଭର ମାନେ ଆନ୍ଦୋଳନ କରିଥିଲେ।

ଅତୀତରେ ମଧ୍ୟ ଏମାନେ ନିଜର 10 ଦଫା ଦାବି ନେଇ ରାଜ ରାସ୍ତାକୁ ଓହ୍ଲାଇ ଥିଲେ । ହେଲେ ଏଥର ଏଭଳି ଭାବରେ ସଙ୍ଗଠିତ ହେଲେ ଯେ ପେଟ୍ରୋଲ ଠାରୁ ଆରମ୍ଭ ହୋଇ ବିଭିନ୍ନ ଜିନିଷର ଦରଦାମ ପ୍ରଭାବିତ ହୋଇଗଲା ।  ଅନ୍ୟ କିଛି ସମାନ୍ତରାଳ ସଂଘଠନ ସରକାର ରେ ଡ୍ରାଇଭର ଆନ୍ଦୋଳନ କୁ ହଟାଇବା ନେଇ ସରକାରୀ କ୍ଷେତ୍ରରୁ ଉଦ୍ୟମ କରା ଯିବାକୁ ଚର୍ଚ୍ଚା ହୋଇଥିଲା ।

ତଥାପି ନୋଛଡା ବନ୍ଧା ଡ୍ରାଇଭର ମାନେ । 23 ବର୍ଷର ସ୍ଥାୟୀ ସରକାରଙ୍କୁ ଦୋହଲାଇ ଦେଇଥିବା ଚର୍ଚ୍ଚା ହେଉଛି । ଡ୍ରାଇଭର ଆନ୍ଦୋଳନ କେଉଁଠି ଶାନ୍ତି ପୂର୍ଣ୍ଣ ଭାବେ ହୋଇଥିଲା ତ ଆଉ କେଉଁଠି ଏହା ହିଂସାର ରୂପ ଧାରଣ କରିଥିଲା । କେଉଁ ଜାଗାରେ ଆନ୍ଦୋଳନକାରୀ ଫୁଲମାଳ ଦେଇ ପ୍ରତିବାଦ କରିଛନ୍ତି ତ ଆଉ କେଉଁଠି ଠେ-ଙ୍ଗା, ପ-ଥ-ର ମା-ଡ ହୋଇଛି । ତେବେ ହିଂସା କୌଣସି ସ୍ଥାନରେ ଗ୍ରହଣୀୟ ନୁହେଁ ।

ଏ ସବୁ ଭିତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ବାଧ୍ୟ ହୋଇ ପ୍ରତୁଶ୍ରୁତି ପାଳନ କରିବେ ବୋଲି ଭରସା ଦେଇଛନ୍ତି । ବିଧାନସଭାରେ ମଧ୍ୟ ଡ୍ରାଇଭର ଆନ୍ଦୋଳନର ତାତି ଦେଖିବାକୁ ମିଳିଥିଲା । ଉଭୟ ବିଜେପି ଓ କଂଗ୍ରେସ ଦଳ ସରକାରଙ୍କୁ ଘେରିଛନ୍ତି । ବାଧ୍ୟ ହୋଇ ଏହି ନିଷ୍ପତିକୁ ରୁଲିଙ୍ଗ ଦେବାକୁ ପଡିବ । ଡ୍ରାଇଭରଙ୍କ ଆନ୍ଦୋଳନ କାରଣରୁ ଯିବା ଆସିବା, ଜିନିଷ ପରିବହନ ଓ ପେଟ୍ରୋଲ ପମ୍ପ ପ୍ରଭାବିତ ହୋଇଛି ।

ମାତ୍ର 3 ଦିନର ଆନ୍ଦୋଳନ ଧୀରେ ଧୀରେ ସରକାରୀ ଜନମତ ସୃଷ୍ଟି କରିବା ଆରମ୍ଭ କରି ଦେଇଥିଲା । ଆଗକୁ ଭୋଟ ଆସୁଛି । ସରକାରୀ ଦଳ ନିଜ ସପକ୍ଷ ରେ ଜନମତ ହାସଲ କରିବା ପାଇଁ କେତେ କଣ କରୁଛି ? କିନ୍ତୁ ଠିକ ସେତିକି ବେଳେ ଡ୍ରାଇଭର ଆନ୍ଦୋଳନ ବିଜେଡି ତଥା ରାଜ୍ୟ ସରକାରଙ୍କ ତଣ୍ଟି ରେ କଣ୍ଟା ପାଲଟି ଗଲା । ଆଉ ସରକାର ଏମାନଙ୍କ ଦାବି ତର୍ଜମା କରି 3 ମାସ ଭିତରେ ନିସ୍ପତି ନେବେ ବୋଲି କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *